କମିଲା ପେଟ୍ରୋଲ, ଡିଜେଲ ଦର

ମୁମ୍ବାଇ,୧୬।୩: ଦେଶର ମେଟ୍ରୋ ସହରଗୁଡିକରେ ରବିବାର ପେଟ୍ରୋଲ ଏବଂ ଡିଜେଲ ଦରରେ ହ୍ରାସ ପରିଲକ୍ଷିତ ହୋଇଛି। ପେଟ୍ରୋଲ ଦର ଲିଟର ପିଛା ୧୨ ପଇସା କମିଥିବା ବେଳେ ଡିଜେଲ ଦର ଲିଟର ପିଛା ୧୪ ପଇସା ଖସିଛି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ହୋଇଥିବା ବେଳେ ଏହି ସମୟରେ ସରକାର ଉତ୍ପାଦ ଟିକସ ମଧ୍ୟ ବଢାଇଛନ୍ତି। ଏହାର ଗୋଟିଏ ଦିନ ପରେ ଇନ୍ଧନ ଦରରେ ଏଭଳି ହ୍ରାସ ହୋଇଥିବା ନଜରକୁ ଆସିଛି। ରବିବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୬୯.୭୫ ଟଙ୍କା ଥିବା ବେଳେ ଡିଜେଲ ଦର ୬୨. ୪୪ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ଦେଇଥିବା ତଥ୍ୟରୁ ସାମ୍ନାକୁ ଆସିଛି।
ଶନିବାର ଠାରୁ ଇନ୍ଧନ ଉପରେ ଉତ୍ପାଦ ଟିକସ ଭାବେ ଲିଟର ପିଛା ୩ ଟଙ୍କା ଲାଗୁ କରାଯାଇଛି। ପେଟ୍ରୋଲ,ଡିଜେଲର ରିଟେଲ ମୂଲ୍ୟ ବଢିବ ନାହିଁ ବୋଲି ଶିଳ୍ପ ପକ୍ଷରୁ ଜଣେ ଅଧିକାରୀ କହିଥିଲେ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ ହୋଇଥିବାରୁ ବର୍ଦ୍ଧିତ ମୂଲ୍ୟକୁ କମ୍ପାନୀଗୁଡିକ ନିଜ ମଧ୍ୟରେ ବ୍ୟବସ୍ଥିତ କରିବା ନେଇ ଯୋଜନା ରହିଥିଲା। ରବିବାର ଇନ୍ଧନ ମୂଲ୍ୟରେ ହ୍ରାସ ଘଟିଥିବାରୁ ଏହା ଦ୍ୱାରା ଗ୍ରାହକଙ୍କୁ ସାମାନ୍ୟ ଲାଭ ମିଳିଛି। ସରକାର ଉତ୍ପାଦ ଟିକସ ବୃଦ୍ଧିରୁ ବାର୍ଷିକ ୩୯,୦୦୦ କୋଟି ଟଙ୍କାର ରାଜସ୍ବ ଲାଭ କରିବେ। ୨୦୧୪-୧୫ରେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ନିମ୍ନରେ ରହିଥିଲେ ମଧ୍ୟ ଏହାର ଲାଭ କମ୍ପାନୀଗୁଡିକ ଲୋକଙ୍କୁ ଏତେଟା ଦେଇ ନ ଥିଲେ। କେନ୍ଦ୍ରୀୟ ପରୋକ୍ଷ ଟିକସ ଏବଂ ସୀମା ଶୁଳ୍କ ବୋର୍ଡ ବିଜ୍ଞପ୍ତି ମୁତାବକ ପେଟ୍ରୋଲ ଉପରେ ସ୍ବତନ୍ତ୍ର ଉତ୍ପାଦ ଟିକସ ଭାବେ ୨ ଟଙ୍କା ବଢିଥିବା ବେଳେ ଡିଜେଲ ଉପରେ ୨ ଟଙ୍କା ବଢିଛି। ସେହିଭଳି ଉଭୟ ପେଟ୍ରୋଲ ଡିଜେଲ ଉପରେ ୧ ଟଙ୍କା ଲେଖାଏ ଅତିରିକ୍ତ ରୋଡ ସେସ୍‌ ଲାଗୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri