Posted inଫୁରସତ

କେଉଁଠି କରିବେନି ଠାକୁରଘର

୧.ବାସ୍ତୁଶାସ୍ତ୍ର ଅନୁସାରେ ଠାକୁରଘର କେବେବି ଶିଡ଼ିତଳେ କରିବା ଉଚିତ ନୁହେଁ। ଘରେ ଅଯଥା କଳହ ଲାଗି ରହିବ। ପରିବାର ସଦସ୍ୟଙ୍କୁ ମାନସିକ ଅଶାନ୍ତିର ସାମ୍ନା କରିବାକୁ ପଡ଼ିବ। ଧନହାନି ବି ହୋଇପାରେ।

୨. ବେସ୍‌ମେଣ୍ଟ(ଭୂତଳ ଘର)ରେ ବି ପୂଜାଘର କରିବା ଉଚିତ ନୁହେଁ। ଏଭଳି କଲେ ପୂଜାର ଫଳ ମିଳି ନ ଥାଏ। ସମସ୍ୟା ଉପରେ ସମସ୍ୟା ଆସିଥାଏ।

୩. ବାସ୍ତୁଶାସ୍ତ୍ର ଅନୁଯାୟୀ ଶୟନକକ୍ଷକୁ କେବେ ବି ପୂଜାଘର କରିବା ଠିକ୍‌ ନୁହେଁ। ଯଦି ଅନ୍ୟ କୌଣସି ଉପାୟ ନ ଥାଏ, ତେବେ ପୂଜାଘର ଚାରିପଟେ ପରଦା ଲଗାଇଦେବେ। ଏହାବାଦ୍‌ ଶୟନକକ୍ଷର ଉତ୍ତର-ପୂର୍ବ ଦିଗରେ ହିଁ ପୂଜାଘର କରିବେ। ପୂଜାଘରର ରଙ୍ଗ ଧଳା ଓ କ୍ରିମ କଲେ ଭଲ।

୪. ଘରେ ମନ୍ଦିରର ସ୍ଥାନ ଯେମିତି ମହତ୍ତ୍ୱପୂର୍ଣ୍ଣ, ତା’ ମଧ୍ୟସ୍ଥ ମୂର୍ତ୍ତିର ମହତ୍ତ୍ୱ ବି ବେଶ୍‌ ରହିଛି। ମୂର୍ତ୍ତିର ଆକାର ୮ ଇଞ୍ଚରୁ ଅଧିକ ହେବା ଉଚିତ ନୁହେଁ। ଏଭଳି ନ ହେଲେ ଘରର ମୁଖିଆଙ୍କୁ ସନ୍ତାନଙ୍କଠାରୁ କଷ୍ଟ ମିଳିବା ଯୋଗ ବନିଯାଏ।

୫. ଧ୍ୟାନ ଦେବା ଜରୁରୀ ଯେ, ଭଗବାନ୍‌ଙ୍କ ଫଟୋ ହେଉ କି ମୂର୍ତ୍ତି, ତାକୁ କେବେବି ଘରର ନୈଋତ କୋଣରେ ରଖିବେ ନାହିଁ। ଏଭଳି କଲେ ଘରର ସଦସ୍ୟଙ୍କ ଜୀବନରେ ସମସ୍ୟା ହିଁ ସମସ୍ୟା ଆସିଥାଏ।

୬. ବାସ୍ତୁଶାସ୍ତ୍ର ଅନୁଯାୟୀ ପୂଜାଘରେ କେବେବି ଶ୍ରୀଗଣେଶ ଓ ଭଗବତୀ ଦେବୀଙ୍କର ତିନୋଟି ପ୍ରତିମା ରଖିବେ ନାହିଁ। ଏହାବାଦ୍‌ ୨ଟି ଶଙ୍ଖ, ୨ଟି ସୂର୍ଯ୍ୟଦେବଙ୍କ ପ୍ରତିମା ଓ ଦୁଇଟି ଶାଳଗ୍ରାମ ବି ରଖିବେ ନାହିଁ। ନଚେତ ମନ ସବୁବେଳେ ବିଚଳିତ ରହିବ। ଧନହାନି ବି ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଶାଶୁଘରେ ନିର୍ଯାତିତା ଝିଅଙ୍କୁ ଛାଡ଼ପତ୍ର ହେବା ପରେ ବାଜା ବଜାଇ ଘରକୁ ପାଛୋଟି ନେଲେ ବାପା, ଲୋକେ କହୁଛନ୍ତି ‘ବାପା ହେବ ତ ଏମିତି’

କାନପୁର: ଆଜିର ସମାଜରେ ନାରୀଟିଏ ଯେତେ ଆତ୍ମନିର୍ଭରଶୀଳ ହେଲେ ବି ଯୌତୁକ ପ୍ରଥାରୁ ନିଜକୁ ମୁକାଳି ପାରୁନାହିଁ। ଅନେକ କ୍ଷେତ୍ରରେ ଝିଅଟିଏ ମରିମରି ବଞ୍ଚିବା ଲାଗି...

୭୦ ବର୍ଷୀୟଙ୍କ ‘ଜୀବନସାଥୀ’ ବିଜ୍ଞାପନ

ୱାଶିଂଟନ୍‌: ମଣିଷର ବୟସ ବଢିବା ସହ ଏକାନ୍ତପଣ ମଧ୍ୟ ବଢ଼ିଥାଏ। ଏହି ସମୟରେ ଯଦି ନିଜ ପରିବାର ପାଖରେ ନଥାଏ, ତେବେ ଏକାନ୍ତପଣକୁ ସାମ୍‌ନା କରିବା...

୨୫୧ ଥର ଜେଲ ଯାଇଥିବା ପ୍ରାର୍ଥୀ

ଲକ୍ଷ୍ନୌ: ଲକ୍ଷ୍ନୌ ଲୋକ ସଭା ଆସନରୁ ସମାଜବାଦୀ ପାର୍ଟି(ଏସ୍‌ପି) ରବିଦାସ ମେହରୋତ୍ରାଙ୍କୁ ପ୍ରାର୍ଥୀ କରିଛି। ଚଳିତ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବହୁ ପୁରାତନ...

ଫ୍ଲାଇଟ୍‌ ଆଟେଣ୍ଡାଣ୍ଟରୁ ଏୟାରଲାଇନ୍ସ ସିଇଓ

ଟୋକିଓ: ଜାପାନରେ ଏକ ବୈପ୍ଳବିକ ଘଟଣା ସାମ୍‌ନାକୁ ଆସିଛି, ଯାହା ସମଗ୍ର ବିଶ୍ୱରେ ମହିଳାମାନଙ୍କ ପ୍ରେରଣାଦାୟୀ ହୋଇପାରିଛି। ଜାପାନ ଏୟାରଲାଇନ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)...

ରାକ୍ଷସଙ୍କ ବଗିଚା, ଏହା ପଛରେ ରହିଛି ଏମିତି କାହାଣୀ

ଯେତେବେଳେ ଆପଣ ଏକ ବଗିଚା କିମ୍ବା ପାର୍କ ବୁଲିବାକୁ ଯାଆନ୍ତି, ସେତେବେଳେ ଆପଣ ପ୍ରାକୃତିକ ସୌନ୍ଦର୍ଯ୍ୟ ଆଶା କରନ୍ତି। କିନ୍ତୁ ଏକ ଅନନ୍ୟ ଉଦ୍ୟାନ ଅଛି,...

ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି କିନ୍ତୁ ଭରସା ନାହିଁ !

ଆଚ୍ଛା, ଇୟେ କେମିତିକା କଥା! ଈଶ୍ୱରଙ୍କ ଉପରେ ଜଣକର ବିଶ୍ୱାସ ଥିବ ଅଥଚ ଭରସା ନ ଥିବ, ଏ କଥା ଆଦୌ ହୋଇ ନ ପାରେ...

କ୍ଲାଉଡ ସିଡିଂ ପ୍ରକୃତରେ କ’ଣ? ଯାହା କୃତ୍ରିମ ବର୍ଷା କରାଏ…

ନିକଟରେ ଦୁବାଇରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିଥିଲା। ଦୁଇ ବର୍ଷରେ ଯେତିକି ବର୍ଷା ହେବା କଥା ଗୋଟିଏ ଦିନରେ ସେଠି ସେତିକି ବର୍ଷା...

ପ୍ରଥମ ରୋଜଗାର ଟଙ୍କାରେ ମା’ଙ୍କ ପାଇଁ ସମ୍ବଲପୁରୀ ଶାଢି କିଣିଥିଲି: ଡ. ଆଲୋକ ସାହୁ

ଜନ୍ମ ମୋର ଯାଜପୁରରେ ହୋଇଥିଲେ ହେଁ ବାପା ଯେହେତୁ କେନ୍ଦୁଝରରେ ଚାକିରି କରୁଥିଲେ ତେଣୁ ମୋ ସ୍କୁଲ ପାଠପଢା ସେଇଠି ହିଁ ହୋଇଥିଲା। ସ୍ଥାନୀୟ ଆନନ୍ଦପୁରସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri