ନୂଆ ଠିକଣା ଅପେକ୍ଷାରେ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ

ଓଡ଼ିଶାରେ ଏମିତି କମ୍‌ ପ୍ରମୁଖ ଅଞ୍ଚଳ ଥିବ, ଯେଉଁ ଅଞ୍ଚଳକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ କରୁ ନ ଥିବ। ଅର୍ଥାତ୍‌ ରାତି ପାହିଲେ ସାରା ରାଜ୍ୟରୁ ଲୋକମାନଙ୍କ ପାଦ ଏହି ବସ୍‌ଷ୍ଟାଣ୍ଡରେ ପଡ଼ିଥାଏ। ବୈଶାଖର ତାତି ହେଉ ଅବା, ଆଷାଢ଼ର ବର୍ଷା କିମ୍ବା ମାଘର ହାଡ଼ଭଙ୍ଗା ଶୀତ। ଅହରହ ବାଦାମବାଡ଼ି ବସ୍‌ଷ୍ଟାଣ୍ଡର ଛାତି ଉପରେ ଚାଲିଥାଏ ମାଳମାଳ ବସ୍‌। କଟକ ସହରର ହୃତ୍‌ପିଣ୍ଡ ତଥା ରାଜ୍ୟ ପରିବହନ ଶିଳ୍ପର ମେରୁଦଣ୍ଡ ଏହି ବସ୍‌ଷ୍ଟାଣ୍ଡ ଅନେକ ଦଶନ୍ଧି ହେଲା ଅବହେଳାର ଶିକାର ହୋଇ ଆସୁଛି। ବର୍ଷା ହେଲେ କାଦୁଅ ପଚପଚରେ ଭିତରକୁ ଯିବା ମୁସ୍‌କିଲ୍‌ ହୋଇପଡ଼େ। କଂକ୍ରିଟ୍‌ ଚଟାଣ ଫାଟି ଲୁହାରଡ୍‌ ପଦାକୁ ବାହାରିଯାଇଛି। ଶୌଚ ହେଉ କି ପାନୀୟ ଜଳ, ସବୁ ପ୍ରକାର ସମସ୍ୟା ଏହିଠାରେ ଦେଖିବାକୁ ମିଳେ। ପ୍ରତ୍ୟହ ହଜାର ହଜାର ଯାତ୍ରୀଙ୍କ ଯିବା ଆସିବା ହେଉଥିଲେ ମଧ୍ୟ ସାଧାରଣ ସୁବିଧା ଟିକେ ମିଳୁ ନାହିଁ। ହେଲେ ଏବେ କିନ୍ତୁ ସ୍ଥିତି ବଦଳିବାକୁ ଯାଉଛି। ବାଦାମବାଡ଼ିକୁ ନୂଆ ରୂପ ଦେବା ଦିଗରେ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଗତ ୧୦ତାରିଖରେ ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ବାଦାମବାଡ଼ି ପରିଦର୍ଶନ କରିବା ସହ ବିଭିନ୍ନ ସୁବିଧା ବିଷୟରେ ସମୀକ୍ଷା କରିଛନ୍ତି। ଖାନନଗର ବିଶ୍ୱନାଥ ପାଠାଗାର ପାଖରେ ୩୦ଏକର ଜାଗାକୁ ବାଦାମବାଡ଼ି ବସ୍‌ଷ୍ଟାଣ୍ଡ ସ୍ଥାନାନ୍ତର ହେବା ସହ ଏହାକୁ ନୂଆ ରୂପ ଦିଆଯିବ ବୋଲି କହିଛନ୍ତି। ଜିଲା ପ୍ରଶାସନ ଜମି ଚିହ୍ନଟ ଦିଗରେ ପଦକ୍ଷେପ ନେବା ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ଏହି ପଦକ୍ଷେପକୁ କଟକବାସୀ ସ୍ବାଗତ କରିଛନ୍ତି। ଦୀର୍ଘବର୍ଷ ଧରି ଏଠାରେ ଲାଗି ରହିଥିବା ଅବ୍ୟବସ୍ଥାକୁ ନେଇ ବାଦାମବାଡ଼ି ଯେଉଁ ବଦନାମ ମୁଣ୍ଡାଇଥିଲା, ତାହା ଏବେ ବଦଳିବ। ସେଠାରେ ଯାତ୍ରୀଙ୍କୁ ଉତ୍ତମ ସୁବିଧା ଯୋଗାଇ ଦିଆଯିବ ବୋଲି ପ୍ରଶାସନ କହିଛି। ତେବେ ବାଦାମବାଡ଼ିର ସମସ୍ୟା ଦୂର କରିବା ଦିଗରେ ଏହା ପ୍ରଥମ ପଦକ୍ଷେପ ନୁହେଁ । ପ୍ରାୟ ଏକ ଦଶନ୍ଧି ପୂର୍ବରୁ ଯୋଜନା ଥିଲା, ସିଡିଏକୁ ଚାଲିଯିବ ବସ୍‌ଷ୍ଟାଣ୍ଡ । ପରେ ଗୋପାଳପୁରକୁ ସ୍ଥାନାନ୍ତର ପାଇଁ ଜାଗା ଚିହ୍ନଟ କରାଯାଇଥିଲା। ଏପରିକି ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସେଠାରେ ଭିତ୍ତିପ୍ରସ୍ତର ସ୍ଥାପନ ମଧ୍ୟ ହୋଇଥିଲା। ପାଚେରି ନିର୍ମାଣ କରାଗଲା। ହେଲେ କାମ ଆଉ ଆଗକୁ ବଢ଼ିଲାନି। ଏବେ ବସ୍‌ଷ୍ଟାଣ୍ଡ ଖାନ୍‌ନଗରକୁ ସ୍ଥାନାନ୍ତର ହେବାନେଇ ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ସହରବାସୀଙ୍କ ମଧ୍ୟରେ ନୂଆ ଆଶା ସୃଷ୍ଟି କରିଛି। ତେବେ ଏହି ନିଷ୍ପତ୍ତି ବାସ୍ତବତାର ରୂପ କେବେ ନେବ, ତାକୁ ସହରବାସୀ ଚାହିଁ ରହିଛନ୍ତି।
– ଆଶୀର୍ବାଦ ରାଉତ


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନ ପାର୍ଟି ପରେ ଛାତିଥରା ଘଟଣା, ଚଳନ୍ତା କାରରେ କମ୍ପାନୀ ମ୍ୟାନେଜରଙ୍କୁ ଗଣଦୁଷ୍କର୍ମ ପରେ….

ଉଦୟପୁର,୨୫।୧୨: ରାଜସ୍ଥାନର ଉଦୟପୁରରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଜନ୍ମଦିନ ପାର୍ଟି ପରେ ଚଳନ୍ତା କାରରେ ଜଣେ ଆଇଟି ଫାର୍ମ ମ୍ୟାନେଜରଙ୍କୁ ଗଣବଳାତ୍କାର...

୧୭ ବର୍ଷ ପରେ ଫେରିଲେ ‘ଡାର୍କ ପ୍ରିନ୍ସ’, ଢାକା ରାଜନୀତିରେ ଭୂକମ୍ପ, ଭାରତ ପାଇଁ ଆଶା ନା ସତର୍କ ଘଣ୍ଟି? ଜାଣନ୍ତୁ…

ଢାକା,୨୫।୧୨: ବାଂଲାଦେଶ ରାଜନୀତିରେ ଏକ ବଡ଼ ଘଟଣାକ୍ରମରେ, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ବେଗମ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ପ୍ରାୟ ୧୭...

Christmas: ଖ୍ରୀଷ୍ଟମାସ ଅବସରରେ ଚର୍ଚ୍ଚ ଗଲେ ମୋଦି, ପ୍ରାର୍ଥନା ସଭାରେ ଯୋଗଦେଇ….

ନୂଆଦିଲ୍ଲୀ,୨୫।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଖ୍ରୀଷ୍ଟମାସ ଅବସରରେ ଦିଲ୍ଲୀର କ୍ୟାଥେଡ୍ରାଲ୍ ଚର୍ଚ୍ଚ ପରିଦର୍ଶନ କରିଥିଲେ। ସେ ସେଠାରେ ପ୍ରାର୍ଥନା ସେବାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri