ଠାକୁରଙ୍କ ସ୍ଥିତିବାନ୍‌ ସମ୍ପତ୍ତି ଜବରଦଖଲ

ପୁରୁଣା ଭୁବନେଶ୍ୱର,୧୩।୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ଯାତ୍ରା ସୂଚାରୁ ରୂପେ ସମ୍ପାଦନ କରିବାକୁ ପ୍ରତି ବର୍ଷଭଳି ଚଳିତବର୍ଷ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ମାତ୍ର ଯାତ୍ରା ପୂର୍ବରୁ ବଢେଇବାଙ୍କ ଛକଠାରୁ ମାଉସୀ ମା’ ମନ୍ଦିର ତଥା ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱ ନୟନଯୋଡି ଜବରଦଖଲରେ ରହିଛି। ଏଗୁଡ଼ିକ ଠାକୁରଙ୍କ ସ୍ଥିତିବାନ୍‌ ସମ୍ପତ୍ତି। ମିଳିତ ଉଚ୍ଛେଦ ଟିମ୍‌ କିମ୍ବା ପ୍ରଶାସନ ପକ୍ଷରୁ ସେସବୁ ଜବରଦଖଲ ମୁକ୍ତ କରିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ମୁଖ୍ୟତଃ ଗୌତମନଗର ମୌଜା, ୟୁନିଟ୍‌-୨୮ ଅନ୍ତର୍ଗତ ଏହି ରାସ୍ତାର ଉଭୟପାର୍ଶ୍ୱ ଜମିଗୁଡ଼ିକୁ ବହୁ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରି କବାଡ଼ିଆ, ଗ୍ୟାରେଜ, ହୋଟେଲ ଆଦି କରିଛନ୍ତି। କେତେକ ସ୍ଥାନରେ ଜାଗାକୁ ଭଡ଼ା ଲଗାଇବା ସହ ଜମିକୁ ବେଆଇନ ଭାବେ ବିକ୍ରିବଟା ସହ ନିଜ ନାମରେ କରାଇ ନେଇଥିବା ଅଭିଯୋଗ ହେଉଛି। ଏହି କାରଣରୁ ଜନ ପ୍ରତିନିଧି, ପ୍ରଶାସନିକ ଅଧିକାରୀ କେହି କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ ଜୁଟାଇ ପାରୁନାହାନ୍ତି।

ନିଜ ଜମିରେ ଯାତ୍ରା ପାଇଁ ଠାକୁରଙ୍କୁ ଅନୁମତି ଲୋଡ଼ା

ଏକାମ୍ର କ୍ଷେତ୍ରର ଅଧିପତି ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଅଶୋକାଷ୍ଟମୀ ଯାତ୍ରା ନେଇ ମହାପ୍ରଭୁଙ୍କୁ ଅନ୍ୟ କାହାର ଜମି ଉପରେ ବିଜେ କରିବାର ଆବଶ୍ୟକତା ନାହିଁ। ଓଡ଼ିଶା ସରକାରଙ୍କୁ ଏହି ଜମିର ଖଜଣା ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦିଆଯାଉଛି। ହେଲେ ରଥଦାଣ୍ଡ ସମେତ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଜମି ଜବରଦଖଲକାରୀଙ୍କ କବ୍‌ଜାରେ। ଗୌତମନଗର ମୌଜାର ଖାତା ନଂ. ୪୧୧ରେ ମୋଟ ୧୭୦ ଗୋଟି ପ୍ଲଟର ୨୦ ଏକର ୬୬୩ ଡିସିମିଲ ଜମିରୁ ୮ଗୋଟି ଦେବସ୍ଥଳ, ୧୦ଗୋଟି ସଡକ ଛାଡ଼ି ଦେଲେ ୧୨୧ଗୋଟି ଘରବାରି କିସମ ଜମି ଓ ଅନ୍ୟାନ୍ୟ ପତିତ, ୨ଟି ଜଳାଶୟ କିସମ ଜମି ସବୁ ଜବରଦଖଲରେ। ଏହିଭଳି ଗୌତମନଗର ମୌଜାର ଅନେକ ଖାତାରେ ବହୁ ଜମି ରହିଛି। ଯାତ୍ରା ପାଳନ ହେଉଥିବା ମୁଖ୍ୟ ରାସ୍ତା ପ୍ଲଟ ନଂ. ୬୦୦, ନୟନଯୋଡି ପ୍ଲଟ ନଂ. ୬୦୧ ଓ ୫୯୯ ଏ ସବୁର ମାଲିକାନା ଠାକୁରଙ୍କ ନାମରେ। ଖଜଣା ମଧ୍ୟ ଠାକୁର ଦେଉଛନ୍ତି। ମାତ୍ର ଏଠାରେ ପ୍ଲଟ ନଂ. ୫୭୦, ୫୭୧ ଏପରି ଶତାଧିକ ଏକର ଜମି ଉପରେ ବେଆଇନ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗଢି ଉଠିଛି। ଏକାମ୍ର କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ୬୨ ଏକର ଜମିରେ ମେଗା ପ୍ରୋଜେକ୍ଟ କରିବାକୁ କହିଥିଲେ। ଏ ନେଇ ଜବରଦଖଲ ଉଚ୍ଛେଦ ପାଇଁ ନୋଟିସ ଜାରି ହୋଇଥିଲା। ଦୁଇମାସ ମଧ୍ୟରେ ରଥଦାଣ୍ଡର ଗୋସାଗୋରେଶ୍ୱର ଛକ ନିକଟରେ କେତେଗୋଟି ଗ୍ୟାରେଜ, କବାଡ଼ିଆ ଏବଂ ଦୋକାନ ତରବରିଆ ଭାବେ ନିର୍ମାଣ କରି ଆସ୍ଥାନ ଜମାଇ ସାରିଲେଣି। ସାଧାରଣ ଲୋକେ ଘର ନିର୍ମାଣ ବିନା ଅନୁମତିରେ କଲେ ବିଏମସି କଟକଣା କରିବା ସହ ନୋଟିସ ଦେଇଥାଏ। ମାତ୍ର ଶ୍ରୀଲିଙ୍ଗରାଜଙ୍କ ଜମିରେ କାହିଁ କେତେ ବେଆଇନ ନିର୍ମାଣ ହୋଇଛି। ଏ ନେଇ ବିଏମସି ମଧ୍ୟ ନୀରବଦ୍ରଷ୍ଟା ସାଜିଛି। ଓଲଟା ଯାତ୍ରା ପାଇଁ ମହାପ୍ରଭୁଙ୍କୁ ଅନୁମତି ଲୋଡ଼ା ପଡୁଛି। ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ଼ ପକ୍ଷରୁ ମଧ୍ୟ ଏସବୁ ନେଇ ଅଭିଯୋଗ ଆସିଲେ ତାଙ୍କର ଚିଠି ଲେଖିବା ଅବା ନୋଟିସ ଦେବାଛଡା ଅନ୍ୟ ଉପାୟ ନାହିଁ। ଏଣୁ ଚଳିତବର୍ଷ ଅଶୋକାଷ୍ଟମୀ ଯାତ୍ରା ପୂର୍ବରୁ ବରିଷ୍ଠ ଅଧିକାରୀ ଓ ସଚିବ ସ୍ତରୀୟ ଅଧିକାରୀ ଶ୍ରୀଲିଙ୍ଗରାଜଙ୍କ ଯାତ୍ରା ସ୍ଥଳ ସମେତ ଜମିଗୁଡ଼ିକୁ ଜବରଦଖଲମୁକ୍ତ ନେଇ ସ୍ଥାୟୀ ପ୍ରତିକାର କରିବାକୁ ଶ୍ରଦ୍ଧାଳୁ ଓ ସେବାୟତଙ୍କ ମହଲରେ ଦାବି ହୋଇଛି। ନଚେତ ଏକାମ୍ର ବିକାଶ ଏକରକମ ଅଧୁରା ରହିଯିବ। ଜବରଦଖଲ କାରଣରୁ ରଥଦାଣ୍ଡ ସଙ୍କୁଚିତ ହୋଇଯାଇଛି। ଫଳରେ ରୁକୁଣା ରଥ ଦାଣ୍ଡରେ ଗଡ଼ିବାରେ ପ୍ରତିବନ୍ଧକ ସାଜିବ ଏହା ନିଃସନ୍ଦେହ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ଏ ସମ୍ପର୍କରେ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କୁ ପଚାରିବାରେ କାର୍ଯ୍ୟାଳୟରେ ଅମିନ ଏବଂ ଆରଆଇ ପଦବୀ ଖାଲି ପଡିଛି। ତେଣୁ ଜବରଦଖଲ ସ୍ଥାନ ଚିହ୍ନଟ ପାଇଁ ସମସ୍ୟା ଉପୁଜୁଛି। ଖୁବ୍‌ଶୀଘ୍ର ଏହି ପଦବୀ ପୂରଣ ହେଲେ ରଥଦାଣ୍ଡରେ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଜୋରଦାର କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ଅତର୍କିତ ଆକ୍ରମଣ କରିଥିଲେ ମା’-ପୁଅ: ଏବେ ଜେଲ୍‌ରେ…

ଦିଗପହଣ୍ଡି,୧୫।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ଏସ୍‌.ଚାଞ୍ଚଡାପଲ୍ଲୀ ଗ୍ରାମର ଗଗନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ରାଜେଶ୍ୱରୀ ପାତ୍ରଙ୍କୁ ଘରେ ପଶି...

୯ ଘଣ୍ଟା ହେବ ବିଦ୍ୟୁତ୍‌ କାଟ: ଏହି ଦିନ ସକାଳ ୮ଟାରୁ କଟିଯିବ….

ବରଗଡ଼,୧୫।୧୨(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ବିଦ୍ୟୁତ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ୧୩୨/୩୩ କେ.ଭି. ଭଟଲି ଏବଂ ଘେଁସ ଗ୍ରୀଡ ସବଷ୍ଟେଶନରେ ବାର୍ଷିକ ରକ୍ଷଣାବେକ୍ଷଣ...

ଶୀତରେ ଥରୁଛି ଖଜୁରିପଡ଼ା: ତାପମାନ ଯନ୍ତ୍ର ବସାଇବାକୁ ଦାବି

ଖଜୁରିପଡ଼ା, ୧୫ା୧୨(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ୍‌ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଆଭ୍ୟନ୍ତରୀଣ ଅଞ୍ଚଳରେ ଶୀତର ପ୍ରଭାବ ବେଶୀ ଅନୁଭୂତ ହେଉଛି।...

ସ୍ବାମୀଙ୍କ ଅଶ୍ଲୀଳ ଫଟୋ ଭାଇରାଲ କରୁଥିଲେ ସ୍ତ୍ରୀ… ଜଣାପଡ଼ିବା ପରେ ଘଟିଗଲା ଏମିତି

ନୂଆଦିଲ୍ଲୀ,୧୫।୧୨: ମହିଳାଙ୍କ ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ଏକ ସାଧାରଣ ଘଟଣା। କିନ୍ତୁ ଗାଜିପୁରର ମହମ୍ମଦାବାଦରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ଅଶ୍ଳୀଳ ଫଟୋ...

ଶେଫାଳି ବର୍ମା ପ୍ଲେୟର ଅଫ୍‌ ଦି ମନ୍ଥ୍‌

ଦୁବାଇ, ୧୫ା୧୨: ଭାରତ ଓପନର ଶେଫାଳି ବର୍ମା ନଭେମ୍ୱର ମାସ ପାଇଁ ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ବିବେଚିତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ...

New Labour Law: ସପ୍ତାହକୁ ମିଳିବ କି ୩ଦିନ ଛୁଟି? କଣ କହିଲା ଶ୍ରମ ମନ୍ତ୍ରଣାଳୟ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୧୨: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରୁ ଅଫିସ୍ ପର୍ଯ୍ୟନ୍ତ, ଲୋକଙ୍କ ମନରେ ସମାନ ପ୍ରଶ୍ନ ଘୂରି ବୁଲୁଛି ଯେ, ଭାରତରେ ଚାରି ଦିନିଆ କାର୍ଯ୍ୟ ସପ୍ତାହ...

ମେସିଙ୍କ କ୍ରିକେଟ୍‌ କ୍ରେଜ୍‌: ବଡ଼ ଉପହାର ଦେଲେ ଜୟ ଶାହା

ନୂଆଦିଲ୍ଲୀ, ୧୫।୧୨: ଆର୍ଜେଣ୍ଟିନାର ଷ୍ଟାର ଫୁଟବଲ ଖେଳାଳି ଲିଓନେଲ ମେସି ତାଙ୍କ ଗୋଟ ଇଣ୍ଡିଆ ଟୁର୍‌ର ତୃତୀୟ ଦିନରେ ଦିଲ୍ଲୀରେ ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମ ଦିଲ୍ଲୀର...

ରାଜ୍ୟ ସରକାରଙ୍କ ବଡ଼ ଭେଟି: ପିଜି ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ୬୭% ପର୍ଯ୍ୟନ୍ତ ବୃଦ୍ଧି

ଭୁବନେଶ୍ୱର,୧୫।୧୨: ଓଡ଼ିଶାର ଆୟୁଷ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ମେଡିକାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri