Odisha Elections 2024

ସବୁଥିରେ ଅବହେଳିତ ଗାଁର ନାଁ ସିଲିମେଟା

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.) – ମାଲକାନଗିରି ଜିଲା ଚିତ୍ରକୋଣ୍ଡାର ବଡପଡା ପଞ୍ଚାୟତରେ ରହିଛି ସିଲିମେଟା ଗ୍ରାମ। ଏବେ ମଧ୍ୟ ଏହି ଗ୍ରାମରେ ସରକାରଙ୍କ କୌଣସି ଉନ୍ନୟନମୂଳକ କାର୍ଯ୍ୟ ପହଞ୍ଚତ୍ପାରିନାହିଁ। ବିକାଶ ଯେପରି ଏଠି ଲୋକଙ୍କ ପାଇଁ ପାଲଟିଛି ସାତସପନ। ଜାନବାଇଠାରୁ ପାହାଡ ଉପର ଦେଇ ଖଜୁରିଗୁଡା ଗ୍ରାମ ଦେଇ ୭ କିମି ଗଲେ ପଡେ ସିଲିମେଟା ଗ୍ରାମ। ବାରମ୍ବାର ବନ୍ୟଜନ୍ତୁ ଆକ୍ରମଣର ଭୟ ରହିଛି ଗ୍ରାମବାସୀଙ୍କ ପାଇଁ। ଗ୍ରାମକୁ ଯିବାକୁ ରାସ୍ତା ନାହିଁ। ପାନୀୟ ଜଳ କି ବିଦ୍ୟୁତ୍‌ କିଛି ନାହିଁ। ଗ୍ରାମବାସୀ ପଥୁରିଆ ପାହାଡ ଘେରା ଅନ୍ଧାରରେ ଦିନ କାଟୁଛନ୍ତି। ଜଳକଷ୍ଟରୁ ମଧ୍ୟ ବାଦ୍‌ ପଡିନାହାନ୍ତି ଗ୍ରାମବାସୀ। ଗ୍ରାମ ଶେଷ ମୁଣ୍ଡରେ ଥିବା ପାହାଡ଼ ତଳେ ଏକ ଚୁଆଖୋଳି ପଥର କୁଣ୍ଡ କରି ସେଥିରୁ ପାନୀୟ ଜଳ ସଂଗ୍ରହ କରି ଚଳୁଛନ୍ତି। ପାନୀୟ ଜଳ ଆଣିବାକୁ ଯାଇ ଅନେକ ଥର ମହିଳାମାନେ ବନ୍ୟଜନ୍ତୁଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଗ୍ରାମରେ କୂଅ, ନଳକୂପ କିଛି ନାହିଁ। ସବୁ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଥିବା ଏହି ୨୦ଟି ପରିବାର ସରକାରଙ୍କ କାର୍ଯ୍ୟକାରୀ ହେଉଥିବା ଯୋଜନାରୁ କୌଣସି ସୁଫଳ ପାଆନ୍ତି ନାହିଁ। ଶିକ୍ଷା ବ୍ୟବସ୍ଥା ମଧ୍ୟ ସେମାନଙ୍କ ପାଇଁ ଏକ ସମସ୍ୟା ପାଲଟିଛି। ଅଙ୍ଗନଓ୍ବାଡି ପ୍ରାକ୍‌ ଶିକ୍ଷା ସେମାନଙ୍କ ପାଇଁ ଅପହଞ୍ଚ। ଗ୍ରାମର ପିଲାମାନେ ପାହାଡ଼ ଡେଇଁ ଅନ୍ୟ ବିଦ୍ୟାଳୟକୁ ଆସି ପାଠ ପଢ଼ନ୍ତି। ଗ୍ରାମକୁ ଯିବା ପାଇଁ ରାସ୍ତା ନ ଥିବା ବେଳେ ଏବେ ରାସ୍ତାଟିଏ ନିର୍ମାଣ ହେଉଥିବା ଦେଖିବାକୁ ମିଳିଛି। ଗ୍ରାମ ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି କହନ୍ତି ଗ୍ରାମବାସୀ। ଏ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଲେ ଯେ, ଏହି ଗ୍ରାମ ପାଇଁ ରାସ୍ତା ମୁଖ୍ୟ ସମସ୍ୟା ଥିଲା, ଏବେ ଏହା ନିର୍ମାଣ ଚାଲିଛି। ଗ୍ରାମକୁ ଯାଇ ଅନ୍ୟ ଯାହା ସମସ୍ୟା ରହିଛି ଅନୁଧ୍ୟାନ କରି ଏହାର ସମାଧାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ହେଲେ ଅସହାୟ ଭଉଣୀ, ଭାଇ

ମାଲକାନଗିରି,୨୪ା୫ (ଦୁ ର୍ଯ୍ୟୋଧନ ପାତ୍ର): ମାଲାକନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ନିିଲିଗୁଡା ଗ୍ରାମର ଦୁଇଜଣ ଅସହାୟ ଭଉଣୀଭାଇଙ୍କୁ ଆଇନସେବା ପ୍ରାଧିକରଣ ପକ୍ଷରୁ ଉଦ୍ଧାର କରାଯାଇ...

ପୋଲିସ-ମାଓବାଦୀ ଗୁଳି ବିନିମୟ: ୮ ମାଓବାଦୀ ନିପାତ

ମାଲକାନଗିରି,୨୩ା୫(ଦୁର୍ଯ୍ୟୋଧନ ପାତ୍ର)/ ରାଉରକେଲା, ୨୪ା୫(ସଙ୍ଗୀତା ଜେନା):ଛତିଶଗଡ଼ ନାରାୟଣପୁର-ବିଜାପୁର ଜିଲା ସୀମାନ୍ତରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୭ ମାଓବାଦୀ ନିହତ...

୧୨ ମାଓବାଦୀ ଗିରଫ

ମାଲକାନଗିରି,୨୨ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ଡିଆର୍‌ଜି ବାହିନୀ ଓ ୨୦୪, ୨୦୬, ୨୦୮ କୋବ୍ରା ବାହିନୀ ମିଳିତ ଭାବେ ଦୁଲେଡ, ବେଝେତୋଙ୍ଗ, ରାସାପଲ୍ଲୀ, ପିନାରନ୍ଦା,...

ପୂର୍ବତନ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କ ୧ କୋଟିରୁ ଊର୍ଦ୍ଧ୍ୱ ସମ୍ପତ୍ତି ବାଜ୍ୟାପ୍ତି

ଭୁବନେଶ୍ୱର,(ସତ୍ୟଜିତ୍‌ ରାଉତ)/ ମାଲକାନଗିରି, ୨୧ା୫ (ଦୁର୍ଯ୍ୟୋଧନ ପାତ୍ର):ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହୋଇଥିବା ମାଲକାନଗିରି ଜିଲାର ପୂର୍ବତନ ମୃତ୍ତିକା...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ଯୁବକଙ୍କ ଜୀବନ ନେଲା ଅନ୍‌ଲାଇନ୍‌ ଗେମ୍‌

ବାଲିମେଳା,୧୮ା୫(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ଥିବା ୧ ନଂ ଓ୍ବାର୍ଡ ନୂଆସାହିରେ ଜଣେ ଯୁବକ ଅନ୍‌ଲାଇନ ଗେମ୍‌ ଖେଳରୁ ରଶି ଦେଇ ଆତ୍ମହତ୍ୟା...

ଏନକାଉଣ୍ଟରରେ ନକ୍ସଲ ନିହତ

ମାଲକାନଗିରି,୧୮।୫(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ମିଳିଛି ପୁଣି ସଫଳତା। ପୋଲିସ ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଛି। ସୁକମା ଏସପି କିରଣ...

ସର୍ଚ୍ଚ ଅପରେଶନ ବେଳେ ବଡ଼ ସଫଳତା, ଧରାପଡ଼ିଲେ ୫ ମାଓବାଦୀ

ମାଲକାନଗିରି,୧୬ା୫(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ଦାନ୍ତଓ୍ବୋଡା ଜିଲା ପୋଲିସ ଦ୍ୱାରା ଜଣେ ମହିଳା ମାଓବାଦୀଙ୍କ ସହ ୫ ମାଓବାଦୀଙ୍କୁ ଗୁରୁବାର ଗିରଫ କରାଯାଇଛି। ଗିରଫ ମାଓବାଦୀମାନେ ମଙ୍ଗଳୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri