ପକ୍ଷାଘାତରେ ପୀଡ଼ିତ ଡିଲେଶ୍ୱରୀ: ଭତା, ଚିକିଛା ସାହାଯ୍‌ ଆଶ୍‌ରେ ପରିବାର

ବିନିକା,୧୨।୩ (ଡି.ଏନ୍‌.ଏ.)- ସୁବର୍ଣପୁର ଜିଲା ବିନିକା ବ୍ଲକ କଇଁତରା ପଁଚେତ୍‌ ବାଞ୍ଜିପାଲି ଗଁା ହରିଜନ ପଡ଼ାର ଡିଲେଶ୍ୱରୀ ବାଘ(୬୮)। ସେ ଅନେକ ଦିନ ହେଲା ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ିରହିଛନ୍‌। ପରିବାର ଲୋକ୍‌ ଯାହା ପାରଲେ ଆସରପାସର ଡାକ୍‌ତରଖାନାରେ ଦେଖେଇ ଚିକିଛା କରାଲେ। ହେଲେ ଏହେଦେ ଟଁକା ପଏସା ଅଭାବୁ ପରିବାର ଲୋକ ତାକର ଉଚ ଚିକିଛା କରେଇ ନାଇଁପାରବାର। ଏନ୍‌ତାଥି ପରିବାରଟା ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ରହିଛନ୍‌।
ସୂଚନା ଅନ୍‌ସାରେ ବାଞ୍ଜିପାଲି ଗଁା ହରିଜନ ପଡ଼ାର କଙ୍ଗାଲୁ ବାଘ। ପରିବାର କହେଲେ ମାଏକିନା ଡିଲେଶ୍ୱରୀ, ପୁଓ ମନୋଜ, ସରୋଜ ଆର ଝି’ କଳ୍ପନାକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ସଁପତି ବଲି କିଛି ନାଇଁ। କଙ୍ଗାଲୁ ଦୁଖ୍‌ସୁଖ କରି ନିଜର ପିଲାଛୁଆକୁ ବିହାଚୁରା କରି ସାରିଛନ୍‌। ଏହେଦେ ବଏସ୍‌ ଅଧ୍‌କା ହେବାର ଲାଗି ସେ କାମ୍‌ବୁତା ବି କରି ନାଇଁପାରବାର। ଇଆଡ଼େ ଅନେକ ବଛର ହେଲା ମାଏକିନା ଡିଲେଶ୍ୱରୀ ପକ୍ଷାଘାତ ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ପିଲାମାନେ ମା’କେ ଅନେକ ଡାକ୍‌ତରଖାନାକେ ନେଇ ଚିକିଛା କରେଇ ନିରାଶ ହେଇଛନ୍‌। ଏନ୍‌ତା କି ମା’ର ଚିକିଛାରେ ପିଲାମାନେ ଘରର ଜିନିଷପାତି ବିକି ଗୁଟେପରକାର ସରବ୍‌ସୁଅଁାତ ହେଇଛନ୍‌। ଏତେ ଉଷୋକଷା କଲା ଉତାରୁ ବି ଡିଲେଶ୍ୱରୀକଁର ନିରୁଜ ହେଇ ନାଇଁପାରବାର। ଇଆଡ଼େ ଟଁକା ପଏସା ଅଭାବୁ ଏହେଦେ ପିଲାମାନେ ଡିଲେଶ୍ୱରୀକଁର ଉଚ ଚିକିଛା କରେଇ ନାଇଁପାରବାର। ସେନ୍‌ତା ସରକାରୀ ସାହାଯ୍‌ କହେଲେ ପରିବାରକେ ମାସିକ ମିଲୁଥିବାର ୩୫ କେ.ଜି. ଚାଉଲ। ଡିଲେଶ୍ୱରୀ ଅନେକ ବଛର ହେଲା ଖଟେ ପଡ଼ି ରହିଥିଲେ ବି ଭତା, ଚିକିଛା ସାହାଯ୍‌ ଲେଖେଁ ସରକାରୀ ସୁବିଧା ସୁଯୋଗରୁ ବଁଚିତ୍‌ ହେଇ ରହିଛନ୍‌। ପରିବାର ଲୋକ ଡିଲେଶ୍ୱରୀକଁର ଭାତା ଆର ଚିକିଛା ସାହାଯ୍‌ ଲାଗି ବି ଜିଲାପାଳକଁର ଜନଅଭିଯୋଗ ଶୁନାନିରେ ଗୁହାରି କରି ନିରାଶ ହେଇଥିବାର କହିଛନ୍‌। ଇ ଦିଗେ ଜିଲା ଆର ବ୍ଲକ ପରଶାସନ ଦୁରୁଷ୍‌ଟି ଦେଇ ଡିଲେଶ୍ୱରୀକୁଁ ଭତା ଆର ଚିକିଛା ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିନିକା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଚିକିଛା ଅଧ୍‌କାରୀ ଜୟପ୍ରକାଶ ପ୍ରଧାନକୁଁ ପଚ୍‌ରାଲାରୁ ଘଟନା ବାବ୍‌ଦେ ଆମରନେ କେହି ଅଭିଯୋଗ ନାଇଁକରି। ହେଲେ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ। ସେନ୍‌ତା ଇ ବାବ୍‌ଦେ ବିନିକା ବିଡିଓ ବିଶ୍ୱରଞ୍ଜନ ମଲ୍ଲିକକୁଁ ପଚ୍‌ରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

କାମ ଦେଉଛି AI କ୍ୟାମେରା: ପୁଣି ଗିରଫ ହେଲେ ୨ ଶିକାରୀ

ନୀଳଗିରି,୮ା୧୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଉପଖଣ୍ଡ ଅଧୀନ କୁଲଡିହା ଅଭୟାରଣ୍ୟରୁ ପୁଣି ଦୁଇ ଶିକାରୀଙ୍କୁ ଧରାଇଦେଲା ଏ.ଆଇ କ୍ୟାମେରା। କିଛି ଦିନ ପୂର୍ବରୁ...

ପଲିଥିନ୍‌ କାରଖାନାରେ ଲାଗିଲା ନିଆଁ

କଟକ,୮ା୧୨(କାର୍ତ୍ତିକ ସାହୁ): ସୋମବାର କଟକ ଜଗତପୁରର ଗୁଜରପୁରଠାରେ ଥିବା ଏକ ପଲିଥିନ ଉତ୍ପାଦନ ୟୁନିଟ ‘ଜଗା କାଳିଆ ପଲିପ୍ୟାକ୍‌ ଏଣ୍ଟରପ୍ରାଇଜେସ’ ରେ ଏକ ବଡ଼ ଧରଣର...

ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଟୁଇଷ୍ଟ: ଅର୍ପିତାଙ୍କୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ସ୍ତ୍ରୀ ଶ୍ରୀୟା

ବଲାଙ୍ଗୀର,୮।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟିଟିଲାଗଡ଼ରେ ରବିବାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ପାଇଁ ଥିଲା ଶ୍ରଦ୍ଧାଞ୍ଜଳି ସଭା। ଏହି ସଭାରେ ଅଭିନେତା ଅନୁଭବ ମହାନ୍ତି, ଅସିମା...

ପିକ୍‌ନିକ୍‌ ସ୍ପଟ୍‌ ଶାନ୍ତିବନ: ମନ ଭିତରେ ଆପେ ଆପେ ସୃଷ୍ଟି ହୋଇଯାଏ ଆଧ୍ୟାତ୍ମିକ ଭାବନା

କର୍ଲାମୁଣ୍ଡା,୮ା୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ଓ ମ. ରାମପୁର ବ୍ଲକ୍‌ ମସ୍କାଦାଣ୍ଡି ଗ୍ରାମ ସୀମାରେ ରହିଛି ଶାନ୍ତିବନ ଗ୍ରାମ୍ୟ ଜଙ୍ଗଲ।...

ହ୍ୟୁମାନଙ୍କ ଗୀତ ଶୁଣି ଷ୍ଟେଜ୍‌ରେ କାନ୍ଦି ପକାଇଲେ ମା’-ସ୍ତ୍ରୀ-ଝିଅ

ବଲାଙ୍ଗୀର,୮ା୧୨(ସୁନିଲ କୁମାର ମହାନ୍ତି): ଓଡ଼ିଶାର ସୁନାମଧନ୍ୟ ଗାୟକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଟିଟିଲାଗଡ଼ର ବୟଜ ହାଇସ୍କୁଲ ପଡ଼ିଆରେ ଓଡ଼ିଶା କଳାକାର ଏକତା ମଞ୍ଚ ପକ୍ଷରୁ ରବିବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri