ପ୍ରମାଣପତ୍ର ପାଇଁ ଟଙ୍କା

ପରଜଙ୍ଗ, ୧୨।୩(ଡି.ଏନ.ଏ.) ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଆଣିବା, ଦୁର୍ନୀତି ରୋକିବା, ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘୫-ଟି’ ବ୍ୟବସ୍ଥା। ସରକାରୀ କାର୍ଯ୍ୟାଳୟରେ ଲାଞ୍ଚ ନ ଦେବାକୁ ବଡ ବଡ଼ ହୋର୍ଡିଂ ମାଧ୍ୟମରେ ସଚେତନ କରାଯାଉଛି। ଏହାସତ୍ତ୍ୱେ ଲାଞ୍ଚଖୋର ବାବୁଙ୍କ ମାନସିକତାରେ ପରିବର୍ତ୍ତନ ଆସୁନାହିଁ। ଆଇନକୁ ଡରୁନାହାନ୍ତି ଅଧିକାରୀ। ଟଙ୍କା ନ ଦେଲେ କାମ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଉଛନ୍ତି। ଢେଙ୍କାନାଳ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଏପରି ଏକ ଭିଡିଓ ସୋସିଆଲ ସାଇଟ୍‌ରେ ଘୂରିବୁଲୁଛି, ଯାହା ଲାଞ୍ଚ କାରବାରର ଗୁମର ପଦାକୁ ଆଣିଛି।
ଅଭିଯୋଗ ଅନୁଯାୟୀ, ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବଶ୍ୟକ ଡାକ୍ତରୀ ପ୍ରମାଣପତ୍ର ଲାଗି ବୁଧବାର କେତେଜଣ ଯୁବକ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଉକ୍ତ ସମୟରେ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସ୍ଥିତପ୍ରଜ୍ଞ ମହାନ୍ତିଙ୍କୁ ଭେଟି ପ୍ରମାଣପତ୍ରରେ ଦସ୍ତଖତ କରିବାକୁ କହିଥିଲେ। ହେଲେ ଏଥିପାଇଁ ଡା. ମହାନ୍ତି ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଲେ ସାର୍ଟିଫିକେଟରେ ଦସ୍ତଖତ କରିବେ ନାହିଁ ବୋଲି ରୋକ୍‌ଠୋକ୍‌ ଶୁଣାଇଥିଲେ। ଏହାପରେ ସମ୍ପୃକ୍ତ ଯୁବକମାନଙ୍କଠାରୁ ସେ ସାର୍ଟିଫିକେଟ୍‌ ପିଛା ୧୦୦ରୁ ୨୦୦ ଟଙ୍କା ଯାଏ ଅଫିସରେ ବସି ଆଦାୟ କରିଥିଲେ। ଏଥିରୁ ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ସନ୍ତୋଷ କୁମାର ସାହୁ ମଧ୍ୟ ବାଦ୍‌ ପଡ଼ି ନ ଥିଲେ। ହେଲେ ଏହି ଘଟଣାର ଭିଡିଓକୁ କେହି ଜଣେ କୌଶଳକ୍ରମେ ଉତ୍ତୋଳନ କରିଦେଇଥିଲେ। ଭାଜପା ନେତା ଜଣକ ଘଟଣା ସମ୍ପର୍କରେ ମୋ ସରକାର ଟୋଲ ଫ୍ରି ନମ୍ବରରେ ଅଭିଯୋଗ କରିବା ସହ ସିଡିଏମ୍‌ଓଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।
ଏ ନେଇ ଡାକ୍ତର ମହାନ୍ତିଙ୍କୁ ପଚାରିବାରେ ସେ ବିତଣ୍ଡା ଯୁକ୍ତି କରିଥିଲେ। ସେ କହିଥିଲେ, କାହାକୁ ମାଗଣାରେ ପ୍ରମାଣପତ୍ର ଦିଆଯିବ ଆଉ କାହାଠାରୁ ଟଙ୍କା ନେଇ ପ୍ରମାଣପତ୍ର ଦେବୁ ସେଇଟା ତାଙ୍କ ଇଚ୍ଛା ଉପରେ ନିର୍ଭର କରେ। ଟଙ୍କା ନ ଦେଲେ ଲୋକଙ୍କୁ ବିଭିନ୍ନ ଉପାୟରେ ଅଧିକ ଖର୍ଚ୍ଚରେ ପକାଇବେ। ଯେମିତି କି, ଫିଟିନେସ ପ୍ରମାଣପତ୍ର ଦେବା ପାଇଁ ସେମାନଙ୍କୁ ପ୍ରଥମେ ଆଖି ପରୀକ୍ଷା କରିବାକୁ କହିବେ। ଏଥିରେ ଅଧିକ ଖର୍ଚ୍ଚ ହେବ। ଏତେ ଝମେଲାକୁ ନ ଯାଇ କିଛି ଟଙ୍କା ଦେଲେ ସୁବିଧାରେ ପ୍ରମାଣପତ୍ର ଦେଇଦିଆଯାଉଛି। ଟଙ୍କା ନେବା ତାଙ୍କର ପ୍ରାପ୍ୟ ବୋଲି ସେ ଅଜବ ଯୁକ୍ତି ବାଢ଼ିଛନ୍ତି।
ଏ ନେଇ ସିଡିଏମ୍‌ଓ ଡା. ନିରଞ୍ଜନ ମିଶ୍ର କୁହନ୍ତି, ଏହା ସମ୍ପୃକ୍ତ ଡାକ୍ତରଙ୍କ ବ୍ୟକ୍ତିଗତ କଥା। ଫିଟ୍‌ନେସ୍‌ ପ୍ରମାଣପତ୍ର ଲାଗି ବିଭିନ୍ନ ପରୀକ୍ଷା କରିବାକୁ ପଡ଼ିଥାଏ। ଡାକ୍ତର ଜଣକ ତାହା ନ କରି ପ୍ରମାଣପତ୍ର ଦେଉଛନ୍ତି। ତେଣୁ ଟଙ୍କା ନେଉଥିବେ। ସରକାରୀ କାର୍ଯ୍ୟାଳୟରେ ଏପରି ଲାଞ୍ଚ କାରବାର ସମ୍ପର୍କରେ ପଚାରିବାରେ ସେ ବୁଝି କହିବି ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଏହି ଦିନ ଗଡ଼ିବ ଭାରତର ପ୍ରଥମ ବୁଲେଟ୍ ଟ୍ରେନ୍: ବୁକ୍ କରନ୍ତୁ ଟିକେଟ୍

ନୂଆଦିଲ୍ଲୀ,୧।୧: ଭାରତୀୟ ପରିବହନ କ୍ଷେତ୍ରରେ ଏକ ଐତିହାସିକ ଅଧ୍ୟାୟ ଯୋଡ଼ି ହେବାକୁ ଯାଉଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଘୋଷଣା ଅନୁଯାୟୀ, ଆସନ୍ତା ଅଗଷ୍ଟ ୧୫,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri