Odisha Elections 2024
Posted inଖେଳ

କରୋନା ଦ୍ୱାରା ଭାରତୀୟ କ୍ରୀଡ଼ା ପ୍ରଭାବିତ

ନୂଆଦିଲ୍ଲୀ,୭।୩(ପି.ଟି.)- ବିଶ୍ୱବ୍ୟାପୀ କରୋନାଭାଇରସ୍‌ର ଆତଙ୍କ ଦେଖା ଦେଇଛି। ଏହା ମଧ୍ୟ ଭାରତୀୟ କ୍ରୀଡ଼ାକୁ ପ୍ରଭାବିତ କରିଛି। ପ୍ରଥମ ମେଜର ଇଭେଣ୍ଟ ଭାବେ ଶୁଟିଂ ବିଶ୍ୱକପକୁ ଘୁଞ୍ଚାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଫଳରେ ଦେଶରେ ତାରକା ଆଥଲେଟ୍‌ଙ୍କ ଅଲିମ୍ପିକ୍‌ ପ୍ରସ୍ତୁତିରେ ବାଧା ସୃଷ୍ଟି ହୋଇଛି। ନୂଆଦିଲ୍ଲୀରେ ଶୁଟିଂ ବିଶ୍ୱକପ୍‌ ମାର୍ଚ୍ଚ ୧୫ରୁ ୨୫ ତାରିଖରେ ଆୟୋଜନ ହେବାର କାର୍ଯ୍ୟକ୍ରମ ଥିଲା। ତେବେ ଏହା ଏବେ ଘୁଞ୍ଚିଛି। ଅନ୍ୟପଟେ ଟୋକିଓ ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଏପ୍ରିଲ ୧୬ ତାରିଖର ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ଏହାକୁ ମଧ୍ୟ ବାତିଲ କରାଯାଇଛି। ଭାରତରେ କରୋନାଭାଇରସ ରୋଗୀଙ୍କ ସଂଖ୍ୟା ଏବେ ୩୧କୁ ବୃଦ୍ଧି ପାଇଛି। ଏଥିମଧ୍ୟରେ ୧୬ଜଣ ଇଟାଲୀ ନାଗରିକ ମଧ୍ୟ ସାମିଲ ରହିଛନ୍ତି। ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩,୩୩୦ଜଣ ଲୋକ ଏଥିରେ ମୃତ୍ୟୁବରଣ କରିଛନ୍ତି। ୮୫ଟି ଦେଶରେ ପାଖାପାଖି ଏକ ଲକ୍ଷ ଲୋକ କରୋନାଭାଇରସ୍‌ରେ ସଂକ୍ରମିତ ହୋଇଛନ୍ତି।
ତେବେ ଏହା ସତ୍ତ୍ୱେ ବିଶ୍ୱର ସର୍ବବୃହତ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପୂର୍ବ ନିର୍ଦ୍ଧାରିତ ତାରିଖରେ ଆୟୋଜନ ହେବ। ମୁମ୍ବାଇରେ ମାର୍ଚ୍ଚ ୨୯ ତାରିଖରୁ ଏହା ଆରମ୍ଭ ହେବା କାର୍ଯ୍ୟକ୍ରମ ରହିଛି। ଅଲିମ୍ପିକ୍ସ ପୂର୍ବରୁ ଏବେ ଶୁଟିଂ ବିଶ୍ୱକପ୍‌ ଦୁଇଟି ସ୍ଥାନରେ ଆୟୋଜନ ହେବ। ରାଇଫଲ ଓ ପିସ୍ତଲ ପ୍ରତିଯୋଗିତା ମେ ୫ରୁ ୧୨ ତାରିଖ ମଧ୍ୟରେ ଆୟୋଜନ ହେବ। ସେହିପରି ଶଟ୍‌ଗନ ପ୍ରତିଯୋଗିତା ଜୁନ୍‌ ୨ରୁ ୯ ତାରିଖ ମଧ୍ୟରେ ଖେଳାଯିବ ବୋଲି ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ କହିଛି। ଅନ୍ତର୍ଜାତୀୟ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ)କୁ ଜାତୀୟ ରାଇଫଲ ଆସୋସିଏଶନ (ଏନ୍‌ଆରଏଆଇ) ପ୍ରସ୍ତାବ ଦେବା ପରେ ଶୁଟିଂ ବିଶ୍ୱକପ୍‌କୁ ଘୁଞ୍ଚାଇବାକୁ ନିଷ୍ପତ୍ତି ନିଆଯାଇଛି। ଚାଇନା, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ ଓ ଇରାନରୁ ଯାତ୍ରୀଙ୍କୁ ଭାରତ ଆସିବାରେ ବାରଣ କରାଯାଇଛି। ଫଳରେ ମୋଟ ଉପରେ ୨୨ଟି ଦେଶ ଏହି ଓଭେଣ୍ଟରୁ ଓହରିଯାଇଛନ୍ତି ବୋଲି ଏନ୍‌ଆରଏଆଇ ତରଫରୁ କୁହାଯାଇଛି।
ତେବେ ଆଇପିଏଲ୍‌ ଆୟୋଜନ ପାଇଁ କୌଣସି ସମସ୍ୟା ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ସ୍ପଷ୍ଟ କରିଛନ୍ତି। କରୋନାଭାଇରସ ପାଇଁ ଆମେ ସବୁ ପ୍ରକାର ବିହିତ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି ସେ କହିଛନ୍ତି। ବିଶ୍ୱର ସବୁଠି ଟୁର୍ନାମେଣ୍ଟ ଚାଲୁ ରହିଛି। ଏବେ ଶ୍ରୀଲଙ୍କାରେ ଇଂଲଣ୍ଡ ସିରିଜ ଖେଳୁଛି। ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଆସିଛି। କାଉଣ୍ଟି ଦଳଗୁଡିକ ମଧ୍ୟ ଅବୁଧାବି, ୟୁଏଇ ଯାତ୍ରା କରିଛନ୍ତି। ତେଣୁ ଆଇପିଏଲ୍‌ ଆୟୋଜନ ନେଇ କୌଣସି ସମସ୍ୟା ନାହିଁ। ମେଡିକାଲ ଟିମ୍‌ ମଧ୍ୟ ଏଥିପାଇଁ ପ୍ରସ୍ତୁତ କରାଯିବ।
କରୋନାଭାଇରସ ପାଇଁ ବିଶ୍ୱରେ ବିଭିନ୍ନ ବଡ଼ ଇଭେଣ୍ଟ ବାତିଲ ହୋଇସାରିଛି। ସାଇ ମଧ୍ୟ ସାରା ଦେଶରେ ଆଥଲେଟ ଓ ଷ୍ଟାଫ୍‌ଙ୍କ ପାଇଁ ବାୟୋମେଟ୍ରିକ ଆଟେଣ୍ଡାନ୍ସକୁ ବାତିଲ କରିଛି। ଜାପାନରେ ଖେଳାଯିବାକୁ ଥିବା ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଘୁଞ୍ଚାଯାଇଛି କିମ୍ବା ବାତିଲ କରାଯାଇଛି। ଏପରିକି ଜୁଲାଇ- ଅଗଷ୍ଟରେ ଆୟୋଜନ ହେବାକୁ ଥିବା ବିଶ୍ୱର ସର୍ବବୃହତ୍‌ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସର ଆୟୋଜନ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି। ତେବେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅଲିମ୍ପିକ୍ସ ଆୟୋଜନ ହେବ ବୋଲି ସ୍ପଷ୍ଟ କରିଛି।
ଆଶଙ୍କାରେ ଦୂତୀ
ଦେଶର ତାରକା କ୍ରୀଡ଼ାବିତ୍‌ମାନେ ମଧ୍ୟ ଏନେଇ ଆଶଙ୍କା ପ୍ରକାଶ କରିଛନ୍ତି। ମହିଳା ବ୍ୟାଡମିଣ୍ଟନ ତାରକା ପି.ଭି. ସିନ୍ଧୁ, ରେସଲର ବଜରଙ୍ଗ ପୁନିଆ, ଦେଶର ଦ୍ରୁତତମ ମହିଳା ଧାବିକା ଦୂତୀ ଚାନ୍ଦ ଚିନ୍ତା ପ୍ରକଟ କରିଛନ୍ତି। ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ନ ଥିବାରୁ ଦୂତୀ ଆଶଙ୍କାରେ ଅଛନ୍ତି। କରୋନାଭାଇରସ୍‌ କାରଣରୁ ବିଶ୍ୱରେ ବିଭିନ୍ନ ଟୁର୍ନାମେଣ୍ଟ ଆୟୋଜନ ହୋଇପାରୁ ନାହିଁ। ବିଦେଶରେ ମୋର ୩ଟି ଇଭେଣ୍ଟ ବାତିଲ ହୋଇ ସାରିଛି। ଟିକେଟ ବୁକ୍‌ କରିସାରିଥିଲେ ମଧ୍ୟ ଭିଜା ପାଇନାହିଁ। ଯଦି ପରିସ୍ଥିତିରେ କୌଣସି ପରିବର୍ତ୍ତନ ନ ଆସେ ତାହେଲେ ବିଶ୍ୱର ସବୁ ଆଥଲେଟ୍‌ଙ୍କ ପାଇଁ ସମସ୍ୟ ସୃଷ୍ଟି ହେବ। ଯଦି ୨୬ କିମ୍ବା ୨୭ଟି ଦେଶ ଓହରିଯାଆନ୍ତି ତା’ହେଲେ ଅଲିମ୍ପିକ୍ସ ଭଳି ମେଗା ଇଭେଣ୍ଟ ଆୟୋଜନ ହୋଇପାରିବ ନାହିଁ ବୋଲି ଦୂତୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ...

ପ୍ରଶଂସକଙ୍କୁ ଗୋଟିଏ ଖୁସି କେବେବି ଦେଇ ପାରିବେନି କୋହଲି, ଆଇପିଏଲରେ ଗୋଟିଏ କାମ କରିବାକୁ ଡରୁଛନ୍ତି…

ନୂଆଦିଲ୍ଲୀ,୧୮।୫: ବିରାଟ କୋହଲି ବର୍ତ୍ତମାନ ସମୟର ଜଣେ ମହାନ ବ୍ୟାଟ୍ସମ୍ୟାନ। ଏହି ସମୟରେ ସେ ମଧ୍ୟ ବହୁତ ଭଲ ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟ ଆଇପିଏଲ...

ମନ କଥା ଖୋଲିକି କହିଦେଲେ କୋହଲି: କରିବାକୁ ଚାହୁଁନ୍ତି ଏହି କାମ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ୨୦୨୪ର ୬୮ତମ ମ୍ୟାଚ ଆରସିବି ଏବଂ ସିଏସ୍‌କେ ମଧ୍ୟରେ ଆଜି ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ଚେନ୍ନାଇ ସୁପର...

କ୍ୟାମେରାମ୍ୟାନ୍‌ଙ୍କୁ ହାତଯୋଡି ଏମିତି ଗୁହାରି କଲେ ରୋହିତ ଶର୍ମା

ମୁମ୍ବାଇ,୧୮।୫: ଆଇପିଏଲ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳ ଅପେକ୍ଷା ଦଳ ପରିଚାଳନା ପାଇଁ ଅଧିକ ଚର୍ଚ୍ଚାରେ ରହିଥିଲା। ବିଶେଷ ଭାବେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ...

୩ ବଲ୍‌ରେ ୩ ଉଇକେଟ୍‌ ଗଲା, କିନ୍ତୁ ଘୋଷଣା ହେଲାନି ହ୍ୟାଟ୍ରିକ୍‌: ଜାଣନ୍ତୁ କାହିଁକି

ମୁମ୍ବାଇ,୧୮।୫: ମୁମ୍ବାଇର ୱାଙ୍ଖେଡେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଆଇପିଏଲର ୬୭ ତମ ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚର କୌଣସି ବିଶେଷ...

ଏଥର ଟି-୨୦ ବିଶ୍ୱକପ୍‌ କିଏ ହେବ ଚାମ୍ପିୟନ୍‌: ଜୟ ଶାହା କଲେ ଖୁଲାସା

ନୂଆଦିଲ୍ଲୀ,୧୮।୫: ୱେଷ୍ଟଇଣ୍ଡିଜ ଏବଂ ଆମେରିକା ଟି-୨୦ ବିଶ୍ୱକପ ପାଇଁ ପ୍ରସ୍ତୁତ। ଏହି ଟୁର୍ନାମେଣ୍ଟ ଜୁନ ୨ରୁ ଆରମ୍ଭ ହେଉଛି। ଏଥି ସହିତ ରୋହିତ ଶର୍ମାଙ୍କ ନେତୃତ୍ୱରେ...

ଉଇକେଟ୍‌ ନ ମିଳିବାକୁ ରାଗିଗଲେ ଅର୍ଜୁନ ତେନ୍ଦୁଲକର: କଲେ ଏମିତି କାମ…

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ୍ସ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନଙ୍କୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷ ମ୍ୟାଚରେ ଖେଳିବାର ସୁଯୋଗ ଦେଇଥିଲା। ଫଳରେ ଅର୍ଜୁନ ଆଇପିଏଲ ୨୦୨୪ରେ...

ପାଣ୍ଡ୍ୟାଙ୍କୁ ବଡ଼ ଝଟକା: ଲାଗିଲା ପ୍ରତିବନ୍ଧକ

ମୁମ୍ବାଇ,୧୮।୫: ମୁମ୍ବାଇ ଇଣ୍ଡିଆନ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଗୋଟିଏ ମ୍ୟାଚ ପାଇଁ ପାଣ୍ଡ୍ୟାଙ୍କୁ ବାସନ୍ଦ କରାଯାଇଛି। ସେ ଆଗାମୀ ସିଜନର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri