Posted inଖେଳ

ଆଇସିସି ଟି୨୦ ମହିଳା ବିଶ୍ୱକପ୍‌: ପ୍ରତିଶୋଧ ଲକ୍ଷ୍ୟରେ ଭାରତ

ସିଡନୀ, ୪।୩(ପି.ଟି.): ଅଷ୍ଟ୍ରେଲିଆରେ ଚାଲିଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଟି୨୦ ବିଶ୍ୱକପ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଗୁରୁବାର ଟାଇଟଲ ଫେଭରାଇଟ୍‌ ଭାରତ ଓ ଇଂଲଣ୍ଡ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ପ୍ରଥମ ସେମିଫାଇନାରେ ମୁହଁ।ମୁହିଁ ହେବେ। ସେହିପରି ଏହି ଦିନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ପରସ୍ପରକୁ ଭେଟିବେ। ଉପ-ମହାଦେଶର ଏକମାତ୍ର ଦଳ ଭାବେ ଭାରତ ସେମିକୁ ଉଠିଛି।
ବିଶ୍ୱକପ୍‌ରେ ଭାରତ ଏପର୍ଯ୍ୟନ୍ତ ସବୁଠାରୁ ଉନ୍ନତ ପ୍ରଦର୍ଶନ କରି ଲିଗ୍‌ ପର୍ଯ୍ୟାୟରେ ସବୁ ମ୍ୟାଚ୍‌ ଜିତିଛି। ସେମିରେ ବିଜୟୀ ହେଲେ ଭାରତ ପ୍ରଥମଥର ପାଇଁ ବିଶ୍ୱକପ୍‌ ଇତିହାସରେ ଫାଇନାଲ ଖେଳିବାକୁ ଯୋଗ୍ୟତା ହାସଲ କରିବ। ଏହାପୂର୍ବରୁ ଖେଳାଯାଇଥିବା ବିଶ୍ୱକପ୍‌ର ୬ଟି ସଂସ୍କରଣରେ ଭାରତ କେବେବି ଫାଇନାଲରେ ପ୍ରବେଶ କରି ନ ଥିଲା। ତେବେ ଏଥର ଦମ୍‌ଦାର ପ୍ରଦର୍ଶନ କରି ଭାରତ ଦୃଢ଼ ଦାବିଦାର ଭାବେ ଉଭା ହୋଇଛି। ପ୍ରଥମ ମ୍ୟାଚ୍‌ରେ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆକୁ ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିଥିଲା। ଭାରତ ଏହାପରେ ବାଂଲାଦେଶ, ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ୪ଟି ମ୍ୟାଚ୍‌ ଖେଳି ୮ ପଏଣ୍ଟ ହାସଲ କରିବା ସହ ଗ୍ରୁପ୍‌- ଏ’ରେ ଶୀର୍ଷରେ ରହି ଭାରତ ସେମିକୁ ଉଠିଥିଲା।
ଭାରତ ଜବରଦସ୍ତ ଫର୍ମରେ ରହିଥିଲେ ମଧ୍ୟ ରେକର୍ଡ ଓ ଇତିହାସ ଇଂଲଣ୍ଡକୁ ସୁହାଉଛି। ବିଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୫ଥର ଭେଟିଛନ୍ତି। ଏଥିରେ ଇଂଲଣ୍ଡ ସବୁଥିରେ ବିଜୟୀ ହୋଇଛି। ଶେଷଥର ପାଇଁ ଦୁଇ ଦଳ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ଗତ ଟି୨୦ ବିଶ୍ୱକପ୍‌୍‌ ସେମିଫାଇନାରେ ମୁହଁ।ମୁହିଁ ହୋଇଥିଲେ। ଏଥିରେ ଇଂଲଣ୍ଡ ୮ ଉଇକେଟରେ ବିଜୟୀ ହୋଇଥିଲା। ଏହାପୂର୍ବରୁ ଭାରତ ୨୦୦୯, ୨୦୧୨, ୨୦୧୪ ଓ ୨୦୧୬ ବିଶ୍ୱକପ୍‌ରେ ଗ୍ରୁପ ପର୍ଯ୍ୟାୟରେ ଇଂଲଣ୍ଡଠାରୁ ହାରିଥିଲା। ଏବେ କିନ୍ତ ଏକ ଭିନ୍ନ ପ୍ରକାର ଭାରତୀୟ ଦଳକୁ ଇଂଲଣ୍ଡ ଭେଟିବାକୁ ଯାଉଛି। ଗତ ବିଶ୍ୱକପ୍‌ ସେମିଫାଇନାଲ ପରାଜୟ ପରେ ଆମେ ଏକ ୟୁନିଟ୍‌ ଭାବେ ଖେଳିବାକୁ ନିଷ୍ପତ୍ତି ନେଇଥିଲୁ ବୋଲି ଭାରତୀୟ ଅଧିନାୟିକା ହରମନପ୍ରୀତ କୌର କହିଛନ୍ତି। ଆମେ ମଧ୍ୟ ସଂଘବଦ୍ଧ ଭାବେ ଖେଳିବାରେ ସଫଳ ହୋଇଛୁ। ଜଣେ କିମ୍ବା ଦୁଇଜଣ ଖେଳାଳିଙ୍କ ଉପରେ ଦଳ ନିର୍ଭରଶୀଳ ହୋଇ ରହିନାହିଁ। ଏବେକାର ୭ ଖେଳାଳି ୨୦୧୮ ସେମିଫାଇନାଲ ଖେଳିଥିଲେ। ଏଥର ଏହି ଖେଳାଳିମାନେ ମ୍ୟାଚ୍‌ରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ହରମନପ୍ରୀତ କୌର କହିଛନ୍ତି।
ଏହାପୂର୍ବରୁ ଅଷ୍ଟ୍ରେଲିଆରେ ଖେଳାଯାଇଥିବା ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ବିଜୟରୁ ଭାରତ ଏବେ ପ୍ରେରଣା ନେଇପାରିବ। ଫର୍ମ ଦୃଷ୍ଟିକୋଣରୁ ଦେଖିବାକୁ ଗଲେ ଭାରତୀୟ ଖେଳାଳିମାନେ ବେଶ୍‌ ଆଗରେ ରହିଛନ୍ତି। ଟିଏଜ୍‌ ସେନସେସନ ଶେଫାଳି ବର୍ମା ଟୁର୍ନାମେଣ୍ଟରେ ୪ଟି ଇନିଂସରୁ ୧୬୧ ରନ ସଂଗ୍ରହ କରିଛନ୍ତି। ଏଥିସହିତ ସେ ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷ ସ୍ଥାନକୁ ମଧ୍ୟ ଉଠିଛନ୍ତି। ୧୬ ବର୍ଷୀୟା ଶେଫାଳି ୪୦.୨୫ ରନ ହାରରେ ସର୍ବାଧିକ ରନ୍‌ ସଂଗ୍ରହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି। ଇଂଲଣ୍ଡର ନାଟାଲି ସ୍କିଭର ୨୦୨ ଓ ହିଦର ନାଇଟ୍‌ ୧୯୩ ରନ ସଂଗ୍ରହ କରି ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।
ଫାଷ୍ଟ ଡାଉନ୍‌ରେ ବ୍ୟାଟିଂ କରିବାକୁ ଆସୁଥିବା ଜେମିମା ରୋଡ୍ରିଗୁଏଜ ମଧ୍ୟ ଭଲ ଫର୍ମରେ ରହିଛନ୍ତି। ବଡ଼ ସ୍କୋର ହାସଲ କରି ନ ଥିଲେ ମଧ୍ୟ ସେ ଉପଯୋଗୀ ବ୍ୟାଟିଂ କରି ବ୍ୟକ୍ତିଗତ ସର୍ବାଧିକ ୩୪ ରନସଂଗ୍ରହ କରିଛନ୍ତି। ମିଡଲ ଅର୍ଡରରେ ବେଦା କ୍ରିଷ୍ଣମୁର୍ତ୍ତୀ, ଶିଖା ପାଣ୍ଡେ ଓ ରାଧା ଯାଦବ ମଧ୍ୟ ନିଜର ଉପସ୍ଥିତି ଜାହିର କରିଛନ୍ତି। ତେବେ ସବୁଠାରୁ ଅଭିଜ୍ଞ ଖେଳାଳି ଅଧିନାୟିକା ହରମନପ୍ରୀତ ଓ ଓପନର ସ୍ମୃତି ମାନ୍ଧନା ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି। ସେମିରେ ଏହି ଦୁଇ ଖେଳାଳି ଦୃଢ଼ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଆଶା କରାଯାଉଛି। ବୋଲିଂରେ ଲେଗ୍‌ ସ୍ପିନର ପୁନମ ଯାଦବ ୪ଟି ମ୍ୟାଚ୍‌ରୁ ୯ ଉଇକେଟ ହାସଲ କରି ତାଲିକାର ଶୀର୍ଷରେ ରହିଛନ୍ତି। ଶିଖା ପାଣ୍ଡେ ୪ଟି ମ୍ୟାଚ୍‌ରୁ ୭ ଉଇକେଟ ଅକ୍ତିଆର କରି ପୁନମ୍‌ଙ୍କୁ ଆବଶ୍ୟକିୟ ସହାୟତା ପ୍ରଦାନ କରିଛନ୍ତି।
ଅପରପକ୍ଷରେ ଗ୍ରୁପ୍‌ ବି’ରେ ଇଂଲଣ୍ଡ ୩ଟି ବିଜୟ ଓ ଗୋଟିଏ ପରାଜୟ ସହ ଦ୍ୱିତୀୟ ସ୍ଥାନରେ ରହି ସେମିକୁ ଉଠିଛି। ବ୍ୟାଟିଂ ହେଉଛି ଇଂଲଣ୍ଡର ବଳ। ନାଟାଲି ୬୭.୩୩ ରନ ହାରରେ ୨୦୨ ରନ ସଂଗ୍ରହ କରିଛନ୍ତି। ଏଥିରେ ୩ଟି ଅର୍ଦ୍ଧଶତକ ସାମିଲ ରହିଛି। ଭାରତୀୟ ବୋଲର ନାଟାଲିଙ୍କୁ ରୋକିବା ଜରୁରୀ ହୋଇପଡିଛି। ବୋଲିଂ ବିଭାଗରେ ଇଂଲଣ୍ଡ ଦଳରେ କେତେକ କ୍ୱାଲିଟି ବୋଲର ରହିଛନ୍ତି। ବାମହାତୀ ସ୍ପିନର ସାଫି ଏକଲେଷ୍ଟୋନ ୮ ଓ ଦ୍ରୁତ ବୋଲର ଅନ୍ୟା ଶ୍ରୁବୋସଲେ ୭ ଉଇକେଟ ନେଇ ବୋଲି ତାଲିକରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି।
ଭାରତୀୟ ଦଳ: ହରମନପ୍ରୀତ କୌର (ଅଧିନାୟିକା), ଜେମିମା ରୋଡ୍ରିଗୁଏଜ, ଶେଫାଳି ବର୍ମା, ସ୍ମୃତି ମାନ୍ଧନା, ଶିଖା ପାଣ୍ଡେ, ପୁନମ ଯାଦବ, ଦୀପ୍ତି ଶର୍ମା, ବେଦା କ୍ରଷ୍ଣମୁର୍ତ୍ତୀ, ତାନିୟା ଭାଟିଆ (ଉଇକେଟକିପର), ରାଧା ଯାଦବ, ଅରୁନ୍ଧତି ରେଡ୍ଡୀ, ହରଲୀନ ଦେଓଲ, ରାଜେଶ୍ୱରରୀ ଗାଏକ୍ୱାଡ. ରିଚା ଘୋଷ ଓ ପୂଜା ବସ୍ତ୍ରକାର।
ଇଂଲଣ୍ଡ ଦଳ: ହିଦର ନାଇଟ୍‌ (ଅଧିନାୟିକା), ଟାମି ବିଉମାଉଣ୍ଟ, କାଥେରାଇନ ବ୍ରଣ୍ଟ, କେଟ କ୍ରସ୍‌, ଫ୍ରେୟା ଡେଭିସ୍‌, ସୋଫି ଇକ୍ଲେଷ୍ଟୋନ, ଜର୍ଜିଆ ଏଲଓ୍ବିସ୍‌, ସାରା ଗ୍ଲେନ, ଏମି ଜୋନ୍ସ, ନାଟାଲି ସ୍କିଭର, ଅନ୍ୟ ଶ୍ରୁବୋସ୍‌ଲେ, ମାଡି ଭିଲ୍ଲିଏର୍ସ, ଫ୍ରାନ୍‌ ଓ୍ବିଲସନ, ଲଉରେନ ଓ୍ବିନ୍‌ଫିଲ୍ଡ ଓ ଡାନ୍ନି ଓ୍ବାଟ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ବଡ଼ ବୟାନ, କହିଲେ ପ୍ରବେଶ କଲେ….

ଭୁବନେଶ୍ୱର,୨୪।୧୨: କୋଟିଆକୁ ପ୍ରବେଶ ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ବୟାନ ଦେଇଛନ୍ତି । ଯଦି ଆନ୍ଧ୍ର ଅଧିକାରୀ ଓଡ଼ିଶାରେ ପ୍ରବେଶ କରନ୍ତି ତାହେଲେ...

ଅଙ୍ଗନଓ୍ବାଡିି ପଛରେ ଗୋମାଂସ କଟାନେଇ ଅସନ୍ତୋଷ

ଉଦଳା, ୨୪ା୧୨(ସନ୍ତୋଷ କୁମାର ବାଚ୍ଛିନୀ): କପ୍ତିପଦା ଥାନା ଭୁଳାଘାଟି ଗ୍ରାମର ଏକ ଅଙ୍ଗନଓ୍ବାଡି କେନ୍ଦ୍ର ପଛରେ ଗୋମାଂସ କଟାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମଙ୍ଗଳବାର...

ମୋଦି କ୍ୟାବିନେଟର ବଡ଼ ନିଷ୍ପତ୍ତି, ରାଜଧାନୀକୁ ମିଳିଲା ନୂଆବର୍ଷ ଉପହାର

ନୂଆଦିଲ୍ଲୀ,୨୪।୧୨: କେନ୍ଦ୍ର କ୍ୟାବିନେଟ ବୈଠକରେ ପୁଣି ଥରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହା ଦିଲ୍ଲୀ-ଏନସିଆର ପାଇଁ ଏକ ନୂତନ ବର୍ଷର ଉପହାର। ନୂତନ ବର୍ଷରେ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ଜାନୁଆରୀ ୧ ନୁହେଁ ଗାଡ଼ିର ବୈଧ କାଗଜପତ୍ର ଅବଧି…

ଭୁବନେଶ୍ୱର,୨୪।୧୨:  ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ବସ୍ତି ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ମାସେ ସମୟ ଦେଲେ ସରକାର । ଏଣିକି ଗାଡ଼ିର ବୈଧ...

ବରଗଡ଼ ଧନୁଯାତ୍ରା: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବରଗଡ଼

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଯାଜପୁର ରୋଡ଼ ନୂତନ ଏସ୍‌ଡିପି ଶରତ ଚନ୍ଦ୍ର ପାତ୍ର

ଧର୍ମଶାଳା,୨୪।୧୨: ଯାଜପୁର ରୋଡ଼ ନୂତନ ଏସ୍‌ଡିପିଓ ଭାବେ ଶରତ ଚନ୍ଦ୍ର ପାତ୍ର ଯୋଗଦେବେ। ଏ ନେଇ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଯାଜପୁର ରୋଡ...

‘ଆମେ ଗୋଟିଏରେ ସନ୍ତୁଷ୍ଟ କାହିଁକି?’ଆମେ ବି ୩-୪ ସନ୍ତାନ ପ୍ରସବ କରିବା ଦରକାର, କାହିଁକି ଏମିତି କହିଲେ ନବନୀତ? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୧୨: ଭାରତୀୟ ଜନତା ପାର୍ଟିର ନେତା ନବନୀତ ରାଣା କହିଛନ୍ତି ଯେ ହିନ୍ଦୁମାନଙ୍କର ଅତି କମରେ ତିନିରୁ ଚାରିଟି ସନ୍ତାନ ହେବା ଉଚିତ। ସେ କହିଛନ୍ତି...

‘ଗେରୁଆ ପତାକା ଦେଖି ଲାଠି ଚଳାଇଥିଲା ଟିଏମସି’, ମମତାଙ୍କୁ କଡ଼ା ଟାର୍ଗେଟ କଲା ଭାଜପା

କୋଲକାତା,୨୪।୧୨: ୨୪ ଡିସେମ୍ବର, ୨୦୨୫ରେ ଭାଜପା ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ସେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri