ପୁରୀ ଅଫିସ,୪ା୩: କିଛି ଦିନର ନୀରବତା ପରେ ପୁଣି ପୁରୀ ସହରରେ ଆତଙ୍କ ଖେଳାଇଛନ୍ତି ଲୁଟେରା। ୫ଜଣ ମୁଖାଧାରୀ ଦୁର୍ବୃତ୍ତ ଟାଉନ ଥାନା ଅଧୀନ ରାଧାଗୋବିନ୍ଦ ଲେନସ୍ଥିତ ଏକ ଘରେ ପଶି ପରିବାର ଲୋକଙ୍କୁ ଭୟଭୀତ କରାଇ ସୁନାଗହଣା ଓ ୪ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏ ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବା ପରେ ପୋଲିସ ତଦନ୍ତ ଜାରି ରଖିଛି। ରାଧାଗୋବିନ୍ଦ ଲେନ୍ରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରିବା ସହ ୨ଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି।
ଅନୁଯାୟୀ, ସୋମବାର ରାତିରେ ୫ଜଣ ମୁଖାଧାରୀ ଦୁର୍ବୃତ୍ତ ରାଧାଗୋବିନ୍ଦ ଲେନ୍ ବାସିନ୍ଦା ମଧୁସୂଦନ ଜେନାଙ୍କ ଘର ଗ୍ରୀଲ୍ ତାଡ଼ିି ଘରେ ପଶିିଥିଲେ। ମଧୁସୂଦନଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରିଥିଲେ। ସେ ବିରୋଧ କରିବାରୁ ତାଙ୍କ ନାତି ଏବଂ ବୋହୂଙ୍କ ବେକରେ ଖଣ୍ଡା ଓ ବନ୍ଧୁକ ଲଗାଇ ୫ଭରି ଓଜନର ସୁନା ଅଳଙ୍କାର, ନଗଦ ପ୍ରାୟ ୪ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଯିବାବେଳେ ଘରର ସମସ୍ତ ଆସବାବପତ୍ର ଫିଙ୍ଗାଫିଙ୍ଗି କରିବା ସହ ୨ଟି ବାଇକକୁ ଭାଙ୍ଗିଦେଇଥିଲେ। ଏନେଇ ପୋଲିସ ଆଗରେ କିିଛି କହିଲେ ଅଥବା ଥାନାରେ ଅଭିଯୋଗ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ବୋଲି ମଧୁସୂଦନ ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି। ରାଧାଗୋବିନ୍ଦ ଲେନ୍ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଚାରିପଟେ ଘରଦ୍ୱାର ଖୁନ୍ଦି ହୋଇ ରହିଛି। ତେବେ ଏଭଳି ଏକ ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣକ ଘରେ ପଶିି ଲକ୍ଷାଧିକ ଟଙ୍କା ଲୁଟି ନେବା ଘଟଣାକୁ ନେଇ ପୋଲିସ ନିଷ୍କ୍ରିୟତାକୁ ସୂଚାଉଛି ବୋଲି ସାଧାରଣରେ ଆଲୋଚନା ହେଉଛି। ରାତ୍ରିକାଳୀନ ପାଟ୍ରୋଂଲି ହେଉ ନ ଥିବାରୁ ଏଭଳି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଗଣମାଧ୍ୟମକୁ କହିଛନ୍ତି। ଏନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ସେମାନେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷେ ଘଟଣାର ତଦନ୍ତ ଚାଲିଛି ବୋଲି ପୋଲିସ କହିଛି।
Posted inଆମ ଜିଲା ଖବର, ପୁରୀ View All
ରାତି ପାହିଲେ ବଡ଼ ଦିନ: ଧରାବତରଣ କରିବେ ପ୍ରଭୁ ଯୀଶୁ
ଭୁବନେଶ୍ୱର,୨୪।୧୨: ରାତି ପାହିଲେ ବଡ଼ ଦିନ। ଆଜି ମଧ୍ୟରାତ୍ରୀରେ ଧରାବତରଣ କରିବେ ପ୍ରଭୁ ଯୀଶୁ। ପ୍ରଭୁ ଯୀଶୁଙ୍କୁ ଉପାସନା ପାଇଁ ଖ୍ରୀଷ୍ଟ ଧର୍ମାବଲମୱୀଙ୍କ ମନରେ ଉତ୍କଣ୍ଠା...
ଶୀତ ମହୋତ୍ସବକୁ ଆସିବେ ୨ କୃଷ୍ଣ: ବଢୁଛି ଚର୍ଚ୍ଚା
ଦାରିଙ୍ଗବାଡି,୨୪।୧୨(ଅରୁଣ ସାହୁ):ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି। ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ ବିଭାଗ ମନ୍ତ୍ରୀମାନେ ଯୋଗଦେବାକୁ ରହିଥିବାବେଳେ କିଏ...
ଆଜିଠୁ ବରଗଡ଼ ଧନୁଯାତ୍ରା: ବରଗଡ଼ ହେବ ମଥୁରା ନଗରୀ, ଅମ୍ବାପାଲି ପାଲଟିବ ଗୋପପୁର
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାରରୁ ଆରମ୍ଭ ହେବ। ପରମ୍ପରା ଅନୁଯାୟୀ, ବରଗଡ଼ ଏମ୍ପି ପ୍ରଦୀପ କୁମାର ପୁରୋହିତ ଏବଂ...
ଆସାମର ହାତୀ-ଟ୍ରେନ୍ ଧକ୍କା
ଶନିବାର(୨୦-୧୨-୨୫) ବିଳମ୍ବିତ ରାତିରେ ଆସାମରେ ଘଟିଥିବା ହାତୀ-ଟ୍ରେନ୍ ଧକ୍କା ଏକ ବଡ଼ ଘଟଣା। ଗୋଟିଏ ଧକ୍କାରେ ୮ଟି ହାତୀଙ୍କ ମୃତ୍ୟୁ ହୋଇଛି। ଆସାମରେ ଏହା ଏପର୍ଯ୍ୟନ୍ତ...
ଟ୍ୟୁସନ ସାରି ଫେରୁଥିଲେ ନାବାଳିକା, ବଳାତ୍କାର ପରେ ବୁଦା ମୂଳେ କରିଦେଲେ…
ଭଦ୍ରକ, ୨୪।୧୨(ଅଶୋକ ପଣ୍ଡା/ସନାତନ ରାଉତ): ଭଦ୍ରକ ଜିଲା ଚାନ୍ଦବାଲିରେ ଏକ ଲଜ୍ୟାଜନକ ଘଟଣା ଘଟିଯାଇଛି l ଜଣେ ୧୧ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା...
ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ଶ୍ରେଣୀଗୃହ ଅଭାବ
ନୂଆପଡ଼ା/କୋମନା,୨୪ା୧୨ (ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଆଲଲଟି ପଞ୍ଚାୟତ ହଲୁଆପାଲି ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରୁଛି।...
ବଡ଼ଦିନରୁ ଥରିବ ଓଡ଼ିଶା
ଭୁବନେଶ୍ୱର,୨୪।୧୨: ରାଜ୍ୟକୁ ଫେରିବ ହାଡ଼ଭଙ୍ଗା ଶୀତ। ବଡ଼ଦିନରୁ ଥରିବ ଓଡ଼ିଶା। ଶୀତ ପ୍ରକୋପରେ କଲବଲ ହେବେ ରାଜ୍ୟବାସୀ। କାଲିଠୁ ହାଡ଼ଭଙ୍ଗା ଶୀତ ସହିତ ଆଗାମୀ ୫ଦିନ...
ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି
ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ...
Archives


