ଭୁବନେଶ୍ୱର, ୪ା୩(ବ୍ୟୁରୋ): ଓଡ଼ିଶାର ୬୨ ଜନଜାତି ସମ୍ପ୍ରଦାୟଙ୍କଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ କନ୍ଧମାଳ ଜିଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଉ। ମଙ୍ଗଳବାର ଭୁବନେଶ୍ୱରରେ ଆୟୋଜିତ କେନ୍ଦ୍ରୀୟ ଓଡ଼ିଶା ବିକାଶ ସଙ୍ଗଠନର ସାଧାରଣ ପରିଷଦ ବୈଠକରେ ଏହି ଦାବି କରାଯାଇଛି। ଏହାଦ୍ୱାର କନ୍ଧମାଳ ଜିଲାର ଚତୁପାର୍ଶ୍ୱରେ ଥିବା ଜିଲାଗୁଡ଼ିକ ସମେତ ରାଜ୍ୟର ସମସ୍ତ ଜନଜାତି ସମ୍ପ୍ରଦାୟଙ୍କ ଶିକ୍ଷା କ୍ଷେତ୍ରରେ ବ୍ୟାପକ ଅଗ୍ରଗତି ହୋଇପାରିବ। ଓଡ଼ିଶାର କେନ୍ଦ୍ରସ୍ଥଳରେ ଥିବା କନ୍ଧମାଳ ଜିଲା ଆଜି ମଧ୍ୟ ଅପହଞ୍ଚ ଇଲାକା ଭାବେ ପରିଗଣିତ। ଏଠାକୁ ଗମନାଗମନର ସମସ୍ୟା ରହିଛି। ଏଠାକାର ଶିକ୍ଷା ବ୍ୟବସ୍ଥା ସବୁଠାରୁ ପଛରେ ରହିଛି। ଏଠାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଗଲେ ଜିଲାର ସର୍ବାଙ୍ଗୀନ ଉନ୍ନତି ସାଧନରେ ସହାୟକ ହୋଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛି।
ବୈଠକରେ ହୋଇଥିବା ଆଲୋଚନାରୁ ଜଣାପଡିଛି, ୨୦୧୧ ଜନଗଣନା ଅନୁଯାୟୀ ଦେଶର ଜନଜାତିଙ୍କ ସଂଖ୍ୟା ମଧ୍ୟରେ ଓଡ଼ିଶା ଦ୍ୱିତୀୟ। ଏଠାରେ ବସବାସ କରୁଥିବା ୬୨ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରୁ କନ୍ଧ ଜନଜାତିଙ୍କ ସଂଖ୍ୟା ସର୍ବାଧିକ। ତେଣୁ ୧୯୯୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶାରେ କନ୍ଧମାଳ ରାଜସ୍ବ ଜିଲା ପ୍ରତିଷ୍ଠା କରାଯାଇଛି। କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼ ଓ ବୌଦ୍ଧ ଆଦି ଜିଲା ସହିତ କୋରାପୁଟ, କେନ୍ଦୁଝର, ଖୋର୍ଦ୍ଧା, ଢେଙ୍କାନାଳ, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର, ନବରଙ୍ଗପୁର, ବାରିପଦା, ମୟୂରଭଞ୍ଜ, ନୂଆପଡ଼ା ଆଦି ଜିଲାରେ ବସବାସ କରୁଥିବା ଆଦିବାସୀ ଜନଜାତିଙ୍କ ଶିକ୍ଷାର ବିକାଶ ଦିଗରେ ପ୍ରସ୍ତାବିତ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ମଧ୍ୟପ୍ରଦେଶର ଅମରକଣ୍ଟକସ୍ଥିତ ଇନ୍ଦିରାଗାନ୍ଧୀ ଆଦିବାସୀ ବିଶ୍ୱବିଦ୍ୟାଳୟ ଢାଞ୍ଚାରେ ଏହି ବିଶ୍ୱବିଦ୍ୟାଳୟ ସ୍ଥାପନ କରାଯିବାକୁ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଧ୍ୟପ୍ରଦେଶ ପରେ ଝାଡ଼ଖଣ୍ଡରେ ଦ୍ୱିତୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ଇତିମଧ୍ୟରେ ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ କାର୍ଯ୍ୟକାରୀ ହୋଇସାରିଛି। ତେଣୁ ଦେଶର ଦ୍ୱିତୀୟ ସର୍ବବୃହତ ଆଦିବାସୀ ବହୁଳ ରାଜ୍ୟ ଓଡ଼ିଶାରେ ଏକ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଅପରିହାର୍ଯ୍ୟ ହୋଇପଡ଼ିଛି। ଆଦିବାସୀ ବହୁଳ ଜିଲା କନ୍ଧମାଳରେ ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯିବା ଉଚିତ ବୋଲି କୁହାଯାଇଛି।
ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ପାଇଁ କନ୍ଧମାଳ ଜିଲାରେ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ବ୍ୟାପକ ଜନମତ ସଂଗ୍ରହ କରାଯିବ। ଏହାପରେ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ। ଆସନ୍ତା ସପ୍ତାହରେ କନ୍ଧମାଳ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନେଇ ଏକ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ଗଠନ ହେବ। ସେହି କ୍ରିୟାନୁଷ୍ଠାନ କମିଟି ପରିଷଦଙ୍କ ନିଷ୍ପତ୍ତି ଅନୁଯାୟୀ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସାଧାରଣ ପରିଷଦ ବୈଠକରେ ସ୍ଥିର କରାଯାଇଛି।
SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍ଟି ଲେଭଲ୍ ପାର୍କିଂ
ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...
ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ
ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...
ଶ୍ରୀମୟୀଙ୍କ ପୋଷ୍ଟକୁ ନେଇ କଡ଼ା କାଉଣ୍ଟର କଲେ ସ୍ନେହାଙ୍ଗିନୀ: ରାଜ୍ୟ ରାଜନୀତିରେ ହଇଚଇ
ଭୁବନେଶ୍ୱର,୨୩।୧୨: ଶଙ୍ଖ ଭବନରେ ମହିଳା ନେତ୍ରୀଙ୍କ ବୈଠକ ପରେ ବିଜେଡିରେ ସୁଜାତା ଏଣ୍ଟ୍ରି କଲେ କି ପ୍ରଶ୍ନରେ ଉତ୍ତର ରଖିଲେ ସ୍ନେହାଙ୍ଗିନୀଙ୍କ ଛୁରିଆ। ସେ କହିଛନ୍ତି,ନବୀନ...
ଓଡ଼ିଶାରେ ବଢୁଛି ଶୀତର ପ୍ରକୋପ: ୩ ଦିନରେ ଏସବୁ ଜିଲାରେ ହ୍ରାସ ପାଇବ ପାରଦ
ଭୁବନେଶ୍ୱର,୨୩।୧୨: ରାଜ୍ୟରେ ଶୀତର ଲହରି ଜାରି ରହିଥିବା ବେଳେ ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରର ତାପମାତ୍ରା ଗତ ୩ ଦିନ ମଧ୍ୟରେ ଗୁରୁତର ଭାବେ...
‘ଗରିବ ଯଦି ମହାପ୍ରଭୁଙ୍କ ସାମଗ୍ରୀ ବିକ୍ରି କର’, ପୁରୀରେ ସାନ୍ତା ଟୋପି ବିକ୍ରିକୁ ନେଇ ବିବାଦ
ଭୁବନେଶ୍ୱର: ବଡ଼ଦିନ ବା ଖ୍ରୀଷ୍ଟମାସ ଅବସରରେ ରାଜଧାନୀ ଭୁବନେଶ୍ୱରର ଏବଂ ଶ୍ରୀକ୍ଷେତ୍ର ପୁରୀର ରାସ୍ତା କଡ଼ରେ ସାନ୍ତା କ୍ଲଜ୍ ଟୋପି ଓ ଅନ୍ୟାନ୍ୟ ସାମଗ୍ରୀ ବିକ୍ରି...
ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଶେଷ: ଖୁବଶୀଘ୍ର ହେବ ଅଳଙ୍କାର ଗଣତି ମଣତି
କଟକ,୨୩।୧୨: ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଏବଂ ରତ୍ନ ଅଳଙ୍କାର ଗଣତି ମଣତି ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଭାରତୀୟ ପ୍ରତ୍ନତତ୍ତ୍ୱ...
ଶଙ୍ଖ ଭବନରେ ଅଣ୍ଟା ଭିଡିଲେଣି ମହିଳା ନେତ୍ରୀ: ଏପଟେ ଶ୍ରୀମୟୀଙ୍କ ମିଛେଇ ଭାଣିଜି ବାଣ…
ଭୁବନେଶ୍ୱର,୨୩।୧୩: ଶଙ୍ଖ ଭବନରେ ଚାଲିଛି ବିଜେଡି ମହିଳା ନେତ୍ରୀଙ୍କ ବୈଠକ। ଶଙ୍ଖ ଭବନରେ ସାମିଲ ହେଲେ ଏକାଧିକ ମହିଳା ନେତ୍ରୀ। ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ...
ଖ୍ରୀଷ୍ଟମାସ, ନୂଆବର୍ଷ ସେଲିବ୍ରେଶନ ପାଳନରେ ସାବଧାନ! ଏଥର ସାଦା ପୋଷାକରେ…
ଭୁବନେଶ୍ୱର,୨୩ା୧୨: ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଖ୍ରୀଷ୍ଟମାସ ଓ ନୂଆ ବର୍ଷ ପାଇଁ ଅଧିକ ୧୫ ପ୍ଲାଟୁନ ଫୋର୍ସ...
Archives


