୨ ଶିକ୍ଷକଙ୍କ ସମେତ ୫ ଗିରଫ: ୨୨ ହଜାର ଟଙ୍କା, ରବରଷ୍ଟାମ୍ପ, କମ୍ପ୍ୟୁଟର, ଜାଲ୍‌ ସାର୍ଟିଫିକେଟ ଜବତ

ଆସିକା, ୧ା୩ (ଡି.ଏନ୍‌.ଏ) – ଜାଲ୍‌ ସାର୍ଟିଫିକେଟ ଦେଇ ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କୁ ଧରପଗଡ ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ଆସିକା ଥାନା ଇଲାକାରେ ଏହି ଶିକ୍ଷକଙ୍କ ତଲାସିବେଳେ ଗୋଟିଏ ଜାଲ୍‌ ସାର୍ଟିଫିକେଟ ଯୋଗାଣକାରୀ ର଼୍ୟାକେଟର ପର୍ଦ୍ଦାଫାଶ୍‌ ହୋଇଛି। ଏହି ମାମଲାରେ ପୋଲିସ ୨ ଜଣ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ସହିତ ଅନ୍ୟ ୩ଜଣଙ୍କୁ ଶନିବାର କୋର୍ଟଚାଲାଣ କରିଛି। ଗିରଫମାନେ ହେଲେ ଆସିକା ଥାନା ହୁମୁକି ଗ୍ରାମର ଶିକ୍ଷକ ଗୌରୀ ଶଙ୍କର ଜେନା, ପ୍ରକାଶ ଚନ୍ଦ୍ର ପୋଲାଇ ଏବଂ କୋଦଳା ପଣ୍ଡା ସାହିର ରଞ୍ଜିତ କୁମାର ପାଲଟା, କୋଦଳା ପରିବା ମାର୍କେଟର କେ. ଧୀରେନ କୁମାର ଦୋରା ଓ ପୋଲସରା କଲେଜ ଛକର ଦୁର୍ଗାପ୍ରସାଦ ମିଶ୍ର। ସେମାନଙ୍କ ନିକଟରୁ ପୋଲିସ ୨୨ ହଜାର ଟଙ୍କା, କମ୍ପ୍ୟୁଟର ଓ ହାର୍ଡଡିସ୍କ, ୫ ଶହରୁ ଊର୍ଦ୍ଧ୍ୱ ରବର ଷ୍ଟାମ୍ପ, ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟର ଜାଲ୍‌ ସାର୍ଟିଫିକେଟ ଜବତ କରିଛି ।
ଅଭିଯୁକ୍ତମାନେ ଏହି ଜାଲ୍‌ ସାର୍ଟିଫିକେଟ କାରବାର ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଜିଲା ସାଙ୍ଗକୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାରେ ମଧ୍ୟ ଚଳାଇଥିବା ପୋଲିସ ତଦନ୍ତରୁ ଜଣାପଡିଛି। ଅଭିଯୁକ୍ତମାନେ ଗୋଟିଏ ସାର୍ଟିଫିକେଟ ଲାଗି ୧୦ ହଜାରରୁ ୫୦ ହଜାର ଟଙ୍କା ଲେଖାଏ ଆଦାୟ କରୁଥିବା ଆସିକା ଥାନାରେ ଶନିବାର ଅପରାହ୍ନରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଅବସ୍ଥାପିତ ଟ୍ରେନିଂ ଆଇପିଏସ୍‌ ଅଧିକାରୀ ଅଭିଳାଷ ଜି ଓ ଥାନାଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅଭିଯୁକ୍ତ ଶିକ୍ଷକ ଦୁଇଜଣ ୨୦୦୬ରୁ ଏହି ସାର୍ଟିଫିକେଟ ହାସଲ କରି ଚାକିରି କରୁଥିବା ବେଳେ କୋଦଳାଠାରେ ଏକ କମ୍ପ୍ୟୁଟର କେନ୍ଦ୍ରର ମାଲିକ ଧୀରେନ ଏହି ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରୁଥିଲେ। ସେହିଭଳି କୋଦଳାର ରଞ୍ଜିତ ନିଜ ପାଖରେ ବିଭିନ୍ନ ଅଧିକାରୀଙ୍କ ରବର ଷ୍ଟାମ୍ପ ରଖି ଏହାକୁ ସାର୍ଟିଫିକେଟରେ ଲଗାଉଥିବା ଜଣାପଡିଥିଲା। ଦୁର୍ଗାପ୍ରସାଦ ଜିଲା ତଥା ଜିଲା ବାହାରେ ଏହି ସାର୍ଟିଫିକେଟ କାରବାର ଚଳାଇ ଆସୁଥିଲେ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି। ଜବତ ହାର୍ଡଡିସ୍କକୁ ପରୀକ୍ଷା ଲାଗି ଫୋରେନ୍‌ସିକ୍‌ ଲାବୋରେଟୋରିକୁ ପଠାଯାଇଥିବା ଥାନାଧିକାରୀ କହିଛନ୍ତି। ସୂଚନା ଯୋଗ୍ୟ, ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କୃତିବାସ ବାରିକଙ୍କ ପକ୍ଷରୁ ଜାଲ୍‌ ସାର୍ଟିଫିକେଟଧାରୀ ଶିକ୍ଷକଙ୍କ ବିରୋଧରେ ଗତ ଜାନୁୟାରୀ ୧୪ ତାରିଖରେ ଥାନାରେ ଏତଲା ଦିଆଯାଇଥିଲା। ଏ ନେଇ ନଂ. ୨୧/୨୦ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚାଳାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୬ ବଲ୍‌ରେ ୫ ଉଇକେଟ…ଇତିହାସ ରଚିଲେ ୨୮ ବର୍ଷୀୟ ଏହି ବୋଲର୍‌; ପ୍ରଥମ ଥର…

ନୂଆଦିଲ୍ଲୀ,୨୩।୧୨: ଟି୨୦ଆଇ କ୍ରିକେଟ୍‌ରେ ଏକ ଓଭରରେ ୫ ଉଇକେଟ୍ ନେବା ପ୍ରତ୍ୟେକ ବୋଲରଙ୍କ ସ୍ୱପ୍ନ ଅଟେ। ୪ ଓଭରର ସ୍ପେଲ୍‌ରେ ଏହି କାରନାମା କରିବା ବହୁତ...

ଆଶେସ୍‌ ଖରାପ ପ୍ରଦର୍ଶନ ପରେ ମଦ ପିଇ ମାତାଲ ହେଲେ ଇଂଲଣ୍ଡ କ୍ରିକେଟର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍ ସିରିଜ୍ ମଧ୍ୟରେ ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଏକ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି। ଦଳର ଷ୍ଟାର୍ ବ୍ୟାଟର ବେନ୍...

ଦିଲ୍ଲୀ କ୍ୟାପିଟାଲ୍ସର ବଡ଼ ଘୋଷଣା: ୨୫ ବର୍ଷୀୟ ଏହି ଖେଳାଳି ହେଲେ ନୂଆ ଅଧିନାୟକ

ନୂଆଦିଲ୍ଲୀ,୨୩।୧୨: ଦିଲ୍ଲୀ କ୍ୟାପିଟଲ୍ସ ଏକ ବଡ଼ ଘୋଷଣା କରିଛି। ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ ସିଜନ୍ ପୂର୍ବରୁ ଟିମ୍‌କୁ ନୂଆ ଅଧିନାୟକ ମିଳିଛି। ଅକ୍ସନ୍...

Gotra Matching for Marriage: ସମାନ ଗୋତ୍ରରେ ବିବାହ କରିବା ଶୁଭ ନା ଅଶୁଭ? ଜାଣନ୍ତୁ କ’ଣ କୁହେ…

ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ କୁଣ୍ଡଳୀ ମିଳନ ସହିତ ଗୋତ୍ରର ପରୀକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏକ ଗୋତ୍ରରେ ବିବାହକୁ ସାଧାରଣତଃ ଅଶୁଭ...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ

ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri