ଟ୍ରାଫିକ ଜାମ୍‌ରେ ଫସିଲେ ପରୀକ୍ଷାର୍ଥୀ

ଯୋଡ଼ା, ୨୭।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ସହର ଦେଇ ଯାଇଥିବା ୫୨୦ ନଂ ଜାତୀୟ ରାଜପଥର କଣ୍ଡରା- ଗୁଆଲୀ ରାସ୍ତାରେ ବୁଧବାର ଟ୍ରାଫିକ ଜାମ୍‌ ଚରମସୀମାରେ ପହଞ୍ଚିଛି। ବିଳମ୍ବିତ ରାତିଠାରୁ ସକାଳ ୧୦ଟା ପର୍ଯ୍ୟନ୍ତ ଏହି ଟ୍ରାଫିକ ଜାମ୍‌ରେ ହଜାର ହଜାର ସଂଖ୍ୟାରେ ଟ୍ରକ ଡମ୍ପର, ଯାତ୍ରୀବାହୀ ବସ୍‌, ସ୍କୁଲ୍‌ ବସ୍‌ ଓ ଭ୍ୟାନ୍‌, ଛୋଟ ଛୋଟ ଯାନବାହାନ ସମେତ ଜରୁରୀକାଳୀନ ଗାଡି ଗୁଡିକ ଫସି ରହିଥିଲା। ଟ୍ରାଫିକ ଜାମ୍‌ ଏପରି ବିପର୍ଯ୍ୟସ୍ତ ହୋଇପଡିଥିଲା ଯେ, ସାଧାରଣ ପଥଚାରୀ, ବାଇକ୍‌ ଆରୋହୀ ମଧ୍ୟ ରାସ୍ତାରେ ଯିବାସିବା ଅସମ୍ଭବ ହୋଇପଡିଥିଲା। ଏହି ଟ୍ରାଫିକ ଜାମରେ ଭୁବନେଶ୍ୱରଠାରୁ ଆସୁଥିବା ଦ୍ରୂତଗାମୀ ବସ୍‌ ଗୁଡିକ ଯୋଡାରେ ଭୋର ୪ଟାରୁ ୫ଟା ମଧ୍ୟରେ ପହଞ୍ଚିବା ପରିବର୍ତ୍ତେ ୬ ଘଣ୍ଟା ବିଳମ୍ବରେ ପୂର୍ବାହ୍ନ ୧୦ଟା ବେଳେ ଯାତ୍ରୀମାନେ ଯୋଡାରେ ପହଞ୍ଚିଥିଲେ। ମାଟ୍ରିକ ପରୀକ୍ଷା ଚାଲୁଥିବାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଯାଉଥିବା ପରୀକ୍ଷାର୍ଥୀମାନେ ବିଭିନ୍ନ ବସ୍‌ରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହିଥିଲେ। ପରୀକ୍ଷା ସମୟ ପାଖେଇ ଆସୁଥିବାରୁ ବିଚଳିତ ହୋଇ ପରୀକ୍ଷାର୍ଥୀମାନେ ନିଜ ନିଜର ଅଭିଭାବକଙ୍କୁ ଫୋନ କରି ମୋଟର ସାଇକେଲ ଯୋଗେ ପରୀକ୍ଷା କେନ୍ଦ୍ରକୁ ବହୁ କଷ୍ଟରେ ବଡ ବଡ ଗାଡିର ଫାଙ୍କ ମଧ୍ୟରେ ଗଳି ବିପଦପୂର୍ଣ୍ଣ ଭାବେ ଯାଉଥିବା ଦେଖିବାକୁ ମିଳିଥିଲା। ଟ୍ରାଫିକ ଜାମ୍‌କୁ ନିୟନ୍ତ୍ରଣ ତଥା ଖୋଲିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇ ନ ଥିବା ଯାତ୍ରୀବାହୀ ବସ୍‌ରେ ଯାଉଥିବା ଯାତ୍ରୀ କିଶୋର ରାଉତ, ରୁକ୍ମଣୀ ମହାନ୍ତ, ହେମନ୍ତ କାରୁଆ, ସୁରେନ୍ଦ୍ର ଲେଙ୍କା, ସାବିତ୍ରୀ ବେହେରା, ରେଣୁବାଳା ପଟ୍ଟନାୟକ, ବାସୁଦେବ ଦାସ ପ୍ରମୁଖ ବସ୍‌ ଯାତ୍ରୀ ଅଭିଯୋଗ କରିଥିଲେ। ପ୍ରାୟ ୨୦ଟି ବସ୍‌ ର ଯାତ୍ରୀମାନେ ମିଳିମିଶି ରାସ୍ତାରୁ ଟ୍ରାଫିକ ଜାମ୍‌ ହଟାଇବା ପାଇଁ ଉଦ୍ୟମ କରିଥିଲେ ହେଁ , ଏଥିରେ ସଫଳତା ପାଇପାରି ନ ଥିଲେ ା କାରଣ, ଟ୍ରାଫିକ ଜାମ୍‌ ଦୀର୍ଘ ୨୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା। ଦିନ ୮ଟା ବେଳେ ପରୀକ୍ଷାର୍ଥୀମାନଙ୍କ ଅଭିଭାବକମାନେ ପୋଲିସ ପ୍ରଶାସନକୁ ଜଣାଇବା ପରେ ପୋଲିସ ସଦଳବଳ ପହଞ୍ଚି ସ୍କୁଲବସ୍‌ ଓ ଯାତ୍ରୀବାହୀ ବସ୍‌ ଗୁଡିକୁ ଟ୍ରକ କବଜାରୁ ମୁକୁଳାଇଥିଲେ ତେବେ ସାଧାରଣ ଲୋକେ ପ୍ରଶ୍ନ କରିଛନ୍ତି ଯେ, ଜିଲା ପ୍ରଶାସନ ପକ୍ଷରୁ ଘରୋଇ ସୁରକ୍ଷା କର୍ମୀ, ହାଇଓ୍ବେ ପାଟ୍ରୋଲିଂ ଗାଡି ନିୟୋଜିତ କରାଯାଇଥିଲେ ମଧ୍ୟ ଏହି ଜାମ୍‌କୁ ରୋକିବାରେ ପ୍ରଶାସନ ବିଫଳ କିପରି ହେଉଛି। ତେଣେ ଯୋଡା ମହିଳା ମହାବିଦ୍ୟାଳୟରେ ଚାଲିଥିବା ଯୁକ୍ତ ୨ ପ୍ରଥମ ବର୍ଷର ପରୀକ୍ଷାର୍ଥୀମାନେ ମଧ୍ୟ ମହାବିଦ୍ୟାଳୟରେ ବିଳମ୍ବରେ ପହଞ୍ଚିଥିଲେ ା ଯଦି ଏହିପରି ଅବସ୍ଥା ଲାଗି ରହେ ମାଟ୍ରିକ ପରୀକ୍ଷାର୍ଥୀମାନେ ପରୀକ୍ଷାରୁ ବଂଚିତ ହେବାର ଆଶଙ୍କା ଯଥେଷ୍ଟ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

ଶଟ ସର୍କିଟ୍‌ରୁ ଜଳିଗଲା ଘର

ପାରଳାଖେମୁଣ୍ଡି,୨୬ା୧୨(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ପୌରପରିଷଦ ୬ ନଂ.ୱାର୍ଡ ଅନ୍ତର୍ଗତ ରେଲିସେରି ସାହିର ଜଣେ ବ୍ୟକ୍ତିଙ୍କ ଘରେ ସର୍ଟସର୍କିଟ ଯୋଗୁଁ ନିଆଁଲାଗି ଘରର ସମସ୍ତ ଆସବାବପତ୍ର ପୋଡି...

ବର୍ଷର ଶେଷ ଶନିବାରରେ ବିରଳ ସଂଯୋଗ, ମୀନ ସମେତ ଏହି ୫ ରାଶି ହେବେ ମାଲାମାଲ; ବଢିବ ବ୍ୟାଙ୍କ୍‌ ବାଲାନ୍ସ

ଆସନ୍ତାକାଲି ହେଉଛି 2025 ମସିହାର ଶେଷ ଶନିବାର। ଶନିବାର ନ୍ୟାୟ ଏବଂ କର୍ମର ଗ୍ରହ ଶନିଦେବଙ୍କୁ ଉତ୍ସର୍ଗୀକୃତ, ଏବଂ ତାଙ୍କୁ ପୂଜା କରିବା ଦ୍ୱାରା ଧୈଯ୍ୟ...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri