ନିୟମ ମାନୁନାହାନ୍ତି ପେଟ୍ରୋଲ ପମ୍ପ୍‌ କର୍ତ୍ତୃପକ୍ଷ: ଗ୍ରାହକଙ୍କ ପାଇଁ ନାହିଁ ଆନୁଷଙ୍ଗିକ ସୁବିଧା

ନୟାଗଡ ଅଫିସ,୨୬ା୨: ନୟାଗଡ଼ ଜିଲାରେ ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ସରକାରୀ ନିୟମ ପାଳନ କରୁନାହାନ୍ତି। ଗ୍ରାହକଙ୍କୁ ଆନୁଷଙ୍ଗିକ ସୁବିଧା ନ ଯୋଗାଇ କେବଳ ପେଟ୍ରୋଲ ଓ ଡିଜେଲ ପକାଇ ଟଙ୍କା ରୋଜଗାର କରିବାରେ ଲାଗିପଡିଛନ୍ତି। ଗ୍ରାହକ ସୁବିଧା ପାଇଲା କି ନାହିଁ ତଦାରଖ ହେଉନି। ଅଧିକାଂଶ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ବିକ୍ରି ହେଉଥିଲେ ବି ଧରପଗଡ କରାଯାଉନି। ଏ ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଆସୁଛି। ପେଟ୍ରୋଲ ପମ୍ପରେ ଗ୍ରାହକଙ୍କ ପାଇଁ କି ସୁବିଧା ରହିଛି ସେ ନେଇ ପ୍ରଶାସନ ପକ୍ଷରୁ ମଧ୍ୟ ସଚେତନ କରାଯାଉ ନାହିଁ। ଜିଲା ସଦର ମହକୁମାରେ ସେବା ମିଳୁ ନ ଥିବାବେଳେ ଗ୍ରାମାଞ୍ଚଳ ଓ ଅନ୍ୟ ସହରଗୁଡିକରେ ସେବା ପାଇବା ଆଶା ରଖିବା ବୃଥା। ଏଭଳିସ୍ଥିତିରେ ଖାଉଟିଙ୍କ ପାଇଁ ଥିବା ଖାଉଟି ସୁରକ୍ଷା ଆଇନ ଅପହଞ୍ଚ ହୋଇ ରହିଥିବା ମନେହେଉଛି।

ରଖୁନାହାନ୍ତି ଅଭିଯୋଗ ରେଜିଷ୍ଟର
ପେଟ୍ରୋଲ ପମ୍ପରେ ଅଭିଯୋଗ ରେଜିଷ୍ଟର ରଖିବାର ନିୟମ ରହିଛି। ହେଲେ ଜିଲାର କୌଣସି ପେଟ୍ରୋଲ ପମ୍ପରେ ଆଦୌ ଏହି ସୁବିଧା ନାହିଁ। ଏହି ରେଜିଷ୍ଟର ରଖାଗଲେ ଗ୍ରାହକ କି ଅସୁବିଧାର ସମ୍ମୁଖୀନ ହେଲେ, ସେବା ପାଇଲେ କି ନାହିଁ ତାହା ଉଲ୍ଲେଖ କରିପାରନ୍ତେ। ତେଲ କମ୍ପାନୀ ଏହାର ଯାଞ୍ଚ କରି ଗ୍ରାହକଙ୍କୁ ସେବା ଯୋଗାଇବା ଦିଗରେ ପଦକ୍ଷେପ ନେବା ପାଇଁ ପରାମର୍ଶ ଦିଅନ୍ତେ। କିନ୍ତୁ ଅଡୁଆରେ ପଡିବା ଆଶଙ୍କା କରି ସେମାନେ ଏହି ବ୍ୟବସ୍ଥା ଗ୍ରହଣ କରୁ ନ ଥିବା କୁହାଯାଉଛି।

ମିଳୁନି ପାନୀୟ ଜଳ
ପେଟ୍ରୋଲ ପମ୍ପରେ ପାନୀୟ ଜଳ ସୁବିଧା ରହିବା କଥା। କିଛି ସ୍ଥାନରେ ଏହି ସୁବିଧା କରାଯାଇଛି। ହେଲେ ଏହାକୁ ପେଟ୍ରୋଲ ପମ୍ପ କର୍ମଚାରୀ କାମରେ ଲଗାଉଛନ୍ତି। ଗ୍ରାହକଙ୍କୁ ଏହି ସେବା ବି ଦିଆଯାଉନି। ଅନେକ ପେଟ୍ରୋଲ ପମ୍ପରେ ପାନୀୟଜଳ ସୁବିଧା କରାଯାଇନି। ତେବେ କାଗଜପତ୍ରରେ ସବୁକିଛି ଠିକ୍‌ଠାକ ରହିଛି। ସେହିଭଳି କିଛି ପେଟ୍ରୋଲ ପମ୍ପରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ମଧ୍ୟ ନାହିଁ। ପୁଣି ଯେଉଁଠି ରହିଛି ତାହା କାମ କରୁନି।

କରାଯାଉନି ପ୍ରେସର ଚେକ୍‌
ପେଟ୍ରୋଲ ପମ୍ପରେ ପ୍ରେସର ଚେକ୍‌ ବ୍ୟବସ୍ଥା ବାଧ୍ୟତାମୂଳକ। ପେଟ୍ରୋଲ ଓ ଡିଜେଲ ପକାଉଥିବା ଗାଡି ଚାଳକମାନେ ମାଗଣାରେ ପ୍ରେସର ଚେକ୍‌ କରିପାରିବେ। ତେବେ ଅଧିକାଂଶ ପେଟ୍ରୋଲ ପମ୍ପରେ ପ୍ରେସର ଦେବା ମେଶିନ୍‌ ନାହିଁ। କଁା ଭଁା ସ୍ଥାନରେ ଏହି ବ୍ୟବସ୍ଥା ଥିଲେ ବି କର୍ମଚାରୀ ନିୟୋଜିତ କରାଯାଇ ନାହିଁ। ଅନ୍ୟ କେଉଁଠି ନାମମାତ୍ର ପ୍ରେସର ଚେକ୍‌ ମେଶିନ୍‌ ରଖାଯାଇ ଖରାପ ଅଛି ବୋଲି ସଫେଇ ଦିଆଯାଉଛି।

ବହୁ ସମୟ ଅପେକ୍ଷା ପରେ ହାତଲେଖା ବିଲ୍‌
ପେଟ୍ରୋଲ ପମ୍ପରେ ପାଇଖାନା ସୁବିଧା, କମ୍ପ୍ୟୁଟର ବିଲ୍‌, ମାଗଣା କଲ୍‌ ସୁବିଧା ଦେବା ପାଇଁ ସରକାରୀ ନିୟମ ରହିଛି। ହେଲେ ଏ ସବୁ ସୁବିଧା ସ୍ବପ୍ନ। ପେଟ୍ରୋଲ ଓ ଡିଜେଲ ପକାଇଲେ ବିଲ୍‌ ଦେଉନାହାନ୍ତି। ମାଗିଲେ ବହୁ ସମୟ ଅପେକ୍ଷା ପରେ ହାତଲେଖା ବିଲ୍‌ ଧରାଉଛନ୍ତି। ଅଧିକାଂଶ ପେଟ୍ରୋଲ ପମ୍ପରେ ହାତଲେଖା ବିଲ୍‌ ମିଳୁ ନ ଥିବାବେଳେ କମ୍ପ୍ୟୁଟର ବିଲ୍‌ ପାଇବା ଆଶା ରଖିବା ନିରର୍ଥକ। ତେଲ ପକାଉଥିବା ଚାଳକ ମାଗଣା ଟେଲିଫୋନ କରିବାର ସୁବିଧା ରହିବା କଥା। ଏହି ସୁବିଧା ଆଦୌ କୌଣସି ପେଟ୍ରୋଲ ପମ୍ପରେ କରାଯାଇନି। ୯୨ ପ୍ରତିଶତ ସ୍ଥାନରେ ପାଇଖାନା ସୁବିଧା ନାହିଁ। କିଛି ସ୍ଥାନରେ ଏହା ରହିଥିଲେ ମଧ୍ୟ ତାହା କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ଶୁଣିବାକୁ ମିଳୁଛି।

ଏ ନେଇ ଜିଲା ଖାଉଟି ମଞ୍ଚ ସଭାପତି ଶୂନ୍ୟଜୟୀ ମିଶ୍ର କୁହନ୍ତି, ସରକାରୀ ନୀତିନିୟମକୁ ଜିଲାର କୌଣସି ପେଟ୍ରୋଲ ପମ୍ପ କର୍ତ୍ତୃପକ୍ଷ ମାନୁନାହାନ୍ତି। ଅଭିଯୋଗ କଲେ ଉତ୍ତର ମିଳୁଛି ଗ୍ରାହକଙ୍କୁ ଆନୁଷଙ୍ଗିକ ସେବା ଯୋଗାଇବାକୁ ଆମ ପାଇଁ କିଛି ନିର୍ଦ୍ଦେଶ ନାହିଁ। ଆମ ବିରୋଧରେ ଫେରାଦ୍‌ ହେଲେ କିଛି ହେବନି କହି ଏଡାଇ ଯାଉଛନ୍ତି। ଜିଲା ଖାଉଟି ମଞ୍ଚରେ ଏ ନେଇ ଅଭିଯୋଗ ରଖିଲେ ସୁଫଳ ମିଳୁନି। ଭାଲିଆଡିହିର ରହି ମହାନ୍ତି ନାମକ ଗ୍ରାହକଙ୍କ ଅଭିଯୋଗ ଅନୁସାରେ ଅତର୍କିିତ ଭାବେ ପେଟ୍ରୋଲ ପମ୍ପରେ ଚଢ଼ାଉ କରାଯାଉନି। ଯଦ୍ୱାରା ସେମାନେ ଗ୍ରାହକଙ୍କୁ ଭୁଆଁ ବୁଲାଉଛନ୍ତି। ଅପମିଶ୍ରିତ ପେଟ୍ରୋଲ ଡିଜେଲ ପକାଇ ଲାଭବାନ ହେଉଛନ୍ତି। ଜିଲାପାଳ ଏ ଦିଗରେ ଦୃଷ୍ଟି ଦେଲେ ଗ୍ରାହକ ଉପକୃତ ହୋଇପାରନ୍ତେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

ଚିଲିକାରେ ଭସାପୋଲ ଅଘଟଣ ପରେ ବଡ଼ ନିଷ୍ପତ୍ତି, ୧୧ଟା ଯାଏ ଡ଼ଙ୍ଗା…

କୃଷ୍ଣପ୍ରସାଦ,୨।୧: ଗୁରୁବାର ଚିଲିକାରେ ଭସାପୋଲରୁ ଖସି ଜଣେ ଯାତ୍ରୀଙ୍କର ଜୀବନ ଯାଇଥିଲା । ଏହାପରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଦିନ ୧୧ଟା ଯାଏଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri