ଅଜୟ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ଅଜୟ କୁମାର ପଟ୍ଟନାୟକ ୨୦୧୯ ବର୍ଷ ପାଇଁ ଓଡ଼ିଶାରୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ତାଙ୍କ ଦ୍ୱାରା ଅନୂଦିତ ଓଡ଼ିଆ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଅନୁବାଦ ପୁରସ୍କାର ପାଇବେ। ସୋମବାର ନୂଆଦିଲ୍ଲୀଠାରେ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରୀ ପରିଷଦ ବୈଠକରେ ଏନେଇ ବିଧିବଦ୍ଧ ଘୋଷଣା କରାଯାଇଛି। ମୋଟ ୨୩ ଭାଷାରେ ଏହି ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଅଜୟଙ୍କ ପୁସ୍ତକ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ ରେ ବଛା ବଛା ଶ୍ରେଷ୍ଠ ୨୫ଟି ହିନ୍ଦୀରୁ ଓଡ଼ିଆ ଅନୂଦିତ ଗଳ୍ପ ରହିଛି।
ଗଞ୍ଜାମ ଜିଲା ଭଞ୍ଜନଗର ଅନ୍ତର୍ଗତ ଗାମୁଣ୍ଡି ଗ୍ରାମରେ ୧୯୪୯ ଜୁନ୍‌ ୫ରେ ଜନ୍ମଗ୍ରହଣ କରିଥିଲେ ଅଜୟ। ସେ ଆଲ୍ଲାହାବାଦ ବିଶ୍ୱବିଦ୍ୟାଳୟରୁ ହିନ୍ଦୀରେ ସ୍ନାତକୋତ୍ତର ଏବଂ ଡି.ଫିଲ୍‌ କରିବା ପରେ ୧୯୭୪ରୁ ୨୦୦୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସରକାରୀ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରି ଅବସର ଗ୍ରହଣ କରିଛନ୍ତି। ଏହାମଧ୍ୟରେ ସେ ୪୦ରୁ ଊର୍ଦ୍ଧ୍ୱ ପୁସ୍ତକ ଲେଖିଥିବାବେଳେ ଓଡ଼ିଆରୁ ହିନ୍ଦୀ ଏବଂ ହିନ୍ଦୀରୁ ଓଡ଼ିଆକୁ ଅନେକ ପୁସ୍ତକ ଅନୁବାଦ କରିଛନ୍ତି। କେବଳ ଏତିକି ନୁହେଁ, ମରାଠୀ ପୁସ୍ତକ ‘ବନଗରବାଡୀ’ ସମେତ ରମାନାଥ ତ୍ରିପାଠୀଙ୍କ ‘ଶଙ୍ଖା-ସିନ୍ଦୂର’, ନରେନ୍ଦ୍ର କୋହଲିଙ୍କ ‘ଦୀକ୍ଷା’, ମାଲିକ ମହମ୍ମଦ ଜୟସୀଙ୍କ ଆତ୍ମଜୀବନୀ ‘ଜାୟସୀ’, ନିରାଲାଙ୍କ ଉପନ୍ୟାସ ‘ବିଲ୍ଲେସୁର୍‌ ଛେଲିଆ’ ଭଳି ବହୁ ପୁସ୍ତକକୁ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିଛନ୍ତି। ସେହିଭଳି ‘ମନୋଜ ଦାସକୃତ କହାନୀ ସଂଗ୍ରହ’ ଓ ‘ପ୍ରଭଞ୍ଜନ’, ରବି ରାୟଙ୍କ ଆତ୍ମଜୀବନୀ ‘ଅନ୍ବେଷା କା ଆକାଶ’, ନୃସିଂହ ପ୍ରସାଦ ତ୍ରିପାଠୀଙ୍କ ‘ମୁରଲୀ ସାହୁ କା ଦିନ’, ପ୍ରତିଭା ରାୟଙ୍କ ‘ପୁଣ୍ୟତୋୟା’, ସାତକଡ଼ି ହୋତାଙ୍କ ‘ନୀଲାଚଲ କୋ ରାସ୍ତା’, ସୁସ୍ମିତା ବାଗ୍‌ଚୀଙ୍କ ‘ଦେବଶିଶୁ’ ଓ ମନୋରମା ମହାପାତ୍ରଙ୍କ ‘ବନ୍ଦ ଘର୍‌ କା କିବାଡ଼’ ଆଦି ତାଙ୍କର କେତୋଟି ହିନ୍ଦୀ ଅନୂଦିତ ପୁସ୍ତକ। ଏହାବ୍ୟତୀତ ହିନ୍ଦୀରେ ସେ ଅନେକ ଆଲୋଚନା ପୁସ୍ତକ ଓ ହିନ୍ଦୀ ସାହିତ୍ୟର ଇତିହାସ ମଧ୍ୟ ଲେଖିଛନ୍ତି। ତେବେ ‘ଶ୍ରେଷ୍ଠ ହିନ୍ଦୀ ଗଳ୍ପ’ରେ ମୋଟ ୨୫ ଗଳ୍ପ ରହିଥିବାବେଳେ ଚନ୍ଦ୍ରଶର୍ମା ଗୁଲେରୀଙ୍କ ଲୋକପ୍ରିୟ ଗଳ୍ପ ‘ଉସନେ କହାଥା’ର ଅନୁବାଦ ‘ସେ କହିଥିଲା’, ରାଜା ରାଧିକା ରମଣ ସିଂହ, ଜୟଙ୍କର ପ୍ରସାଦ, ପ୍ରେମଚାନ୍ଦ, ବିଶ୍ବମ୍ଭର ଶର୍ମା, ରାଧାକୃଷ୍ଣ, ଭଗବତୀ ପ୍ରସାଦ ବାଜପେୟୀ, ପାଣ୍ଡେୟ ବଚନ ଶର୍ମା, ଚତୁରସେନ ଶାସ୍ତ୍ରୀ, ୟଶ ପାଲ, ବୃନ୍ଦାବନଲାଲ ବର୍ମା, ଜୈନେନ୍ଦ୍ର କୁମାର, ଭଗବତୀ ଚରଣ ବର୍ମା, ଆଚାର୍ଯ୍ୟ ସୁଦର୍ଶନ, ରାଙ୍ଗେୟ ରାଘବ ଆଦିଙ୍କ ଗଳ୍ପ ରହିଛି। ହିନ୍ଦୀ ଏବଂ ଓଡ଼ିଆ ସାହିତ୍ୟକୁ ବିଶେଷ ଅବଦାନ ଲାଗି ସେ ୧୫ରୁ ଊର୍ଦ୍ଧ୍ୱ ପୁରସ୍କାର ପାଇଥିବାବେଳେ ଏହା ମଧ୍ୟରେ ହିନ୍ଦୀସେବୀ ସମ୍ମାନ, ରାଜଭାଷା ସମ୍ମାନ, ସୌହାର୍ଦ୍ଦ୍ୟ ସମ୍ମାନ, ଗଙ୍ଗାଶରଣ ସିଂହ ପୁରସ୍କାର, ବିଶ୍ବ ହିନ୍ଦୀ ସମ୍ମାନ, ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ପୁରସ୍କାର ଆଦି ରହିଛି।
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପକ୍ଷରୁ ଏକ ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଇ ମନୋନୀତ ୨୩ ଅନୁବାଦକଙ୍କୁ ପୁରସ୍କୃତ କରାଯିବ। ପ୍ରତ୍ୟେକଙ୍କୁ ୫୦ ହଜାର ଟଙ୍କାର ଅର୍ଥରାଶି ସହ ମାନପତ୍ର ଏବଂ ଉପଢୌକନ ଦିଆଯିବ। ୨୦୧୯ ଅନୁବାଦ ପୁରସ୍କାର ବିଚାରକ ମଣ୍ଡଳୀରେ ଓଡ଼ିଆ ବିଭାଗରେ ବରିଷ୍ଠ ସାହିତି୍ୟକ ରବୀନ୍ଦ୍ର କୁମାର ପ୍ରହରାଜ, ଅମୀୟବାଳା ପଟ୍ଟନାୟକ ଏବଂ ଡ. ସୂର୍ଯ୍ୟମଣି ଖୁଣ୍ଟିଆ ସଦସ୍ୟ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ନକଲି ଏନ୍‌ସିଇଆର୍‌ଟି ବହି ଜବତ

ଭୁବନେଶ୍ୱର,୫ା୫(ସୂର୍ଯ୍ୟକାନ୍ତ ବେହେରା)ରାଜଧାନୀ ଭୁବନେଶ୍ୱରରେ ନକଲି ଏନ୍‌ସିଇଆର୍‌ଟି ବହି ବିକ୍ରି କରୁଥିବା ବୁକ୍‌ ଷ୍ଟୋର ଠାବ ହୋଇଛି। ଏନ୍‌ସିଇଆର୍‌ଟିର ୨ଜଣିଆ ଟିମ୍‌ ଭୁବନେଶ୍ୱର ପୋଲିସ ସହାୟତାରେ ସହରର...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଟିକେଟ୍ କଟିବା ପରେ ବିଧାୟକ ବିଜୟ ଶଙ୍କରଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର,୪ା୫(ଅନିଲଦାସ): ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ବିଭିନ୍ନ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦିଆଯାଇଛି। କୁଳମଣି ସାମଲଙ୍କୁ ବିଜୁ ଜନତା ଜଳର...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନଙ୍କ ଖୋଲା ଚ୍ୟାଲେଞ୍ଜ, ଦମ ଅଛି ତ…

ପାରଳାଖେମୁଣ୍ଡି,୪ା୫: ପାରାଳାଖେମୁଣ୍ଡିରେ ନବୀନଙ୍କ ପ୍ରଚାର ସଭାରେ ଧର୍ମେନ୍ଦ୍ରଙ୍କ ନାଁ ନନେଇ ଖୋଲା ଚ୍ୟାଲେଞ୍ଜ ଦେଲେ କାର୍ତ୍ତିକ ପାଣ୍ଡିଆନ। ଦମ ଅଛି ତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ମୁଖ୍ଯମନ୍ତ୍ରୀ...

ସମୀର ଦାଶଙ୍କୁ ପ୍ରାର୍ଥୀ କରିବା ପାଇଁ ସମର୍ଥକଙ୍କ ଶେଷ ପ୍ରୟାସ, ସମୂହ ଇସ୍ତଫା ଦେଲେ ସମର୍ଥକ!

ପୁରୀ,୪ା୫: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀମାନଙ୍କ ଶେଷ ପର୍ଯ୍ୟାୟ ତାଲିକା ଘୋଷଣା କରି ସାରିଥିଲେ ମଧ୍ୟ ଆଶା...

ଓଡିଶାର ସବୁଠାରୁ ଗରିବ ଏମପି ପ୍ରାର୍ଥୀ , ପାଖରେ ମାତ୍ର ଏତିକି ଟଙ୍କା

ଭୁବନେଶ୍ୱର,୪।୫: କୁହାଯାଏ ପାଖରେ ଟଙ୍କା ନ ଥିଲେ ରାଜନୀତି କରି ହୁଏନି। ପ୍ରଚାର ଠାରୁ ଆରମ୍ଭ କରି ପୋଷ୍ଟର ଛାପିବା ଯାଏଁ ବିଡା ବିଡା ଟଙ୍କା...

ସ୍କୁଲ ମାଟି ମାଡି ନ ଥିବା ଓଡିଶାର ବିଧାୟକ ପ୍ରାର୍ଥୀ, ଜାଣନ୍ତୁ ରୋଚକ ତଥ୍ୟ

ଭୁବନେଶ୍ୱର,୪।୫: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଛି। ୪ ଲୋକ ସଭା ଆସନ ବ୍ରହ୍ମପୁର, କଳାହାଣ୍ଡି, କୋରାପୁଟ ଓ ନବରଙ୍ଗପୁରର ନାମାଙ୍କନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri