Posted inଖେଳ

ଇଣ୍ଡିଆନ ସୁପର ଲିଗ୍‌: ଓଡ଼ିଶା- କେରଳ ସମ୍ମାନ ଲଢ଼େଇ

ଭୁବନେଶ୍ୱର, ୨୩।୨(ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର କେରଳ ବ୍ଲାଷ୍ଟର୍ସ ଓ ଘରୋଇ ଓଡ଼ିଶା ଏଫ୍‌ସି ପରସ୍ପରକୁ ଭେଟିବେ। ପ୍ଲ ଅଫ୍‌ ଦୌଡ଼ରୁ ବାଦ୍‌ ପଡିସାରିଥିବାରୁ ଏହି ସମ୍ମାନ ଉଭୟ ଦଳ ଲଢ଼ିବେ। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ଉଭୟ ଦଳ ବିଜୟୀ ହୋଇ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛନ୍ତି। ୧୭ଟି ମ୍ୟାଚ୍‌ ଖେଳି ୭ ବିଜୟ, ୩ ଡ୍ର ଓ ୭ ପରାଜୟ ସହ ୨୪ ପଏଣ୍ଟ ପାଇଁ ଓଡ଼ିଶା ଷଷ୍ଠ ସ୍ଥାନରେ ରହିଛି। ସେହିପରି କେରଳ ୧୭ଟି ମ୍ୟାଚ୍‌ ଖେଳି ୪ ବିଜୟ, ୬ ଡ୍ର ଓ ୭ ପରାଜୟ ସହ ୧୮ ପଏଣ୍ଟ ପାଇ ସପ୍ତମ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଚେନ୍ନାଇନ୍‌ ଏଫ୍‌ସି ଶୁକ୍ରବାର ପ୍ରତିପକ୍ଷ ମୁମ୍ବାଇ ସିଟି ଏଫ୍‌ସିକୁ ହରାଇ ଚତୁର୍ଥ ସ୍ଥାନ ଅଧିକାର କରିବା ପରେ ଓଡ଼ିଶାର ପ୍ଲେ ଅଫ୍‌ ଆଶା ଧୂଳିସାତ୍‌ ହୋଇଥିଲା।
କଳିଙ୍ଗରେ ସବୁ ମ୍ୟାଚ୍‌ ଖେଳିଥିଲେ ଫଳାଫଳ ଭିନ୍ନ ହୋଇଥାନ୍ତା: ଗୋମ୍ବାଉ
ପ୍ଲେ ଅଫ୍‌ରୁ ବାଦ୍‌ ପଡିଥିଲେ ମଧ୍ୟ ଦଳର ପ୍ରଦର୍ଶନ ଓ ଖେଳାଳିଙ୍କୁ କୋଚ୍‌ ଜୋସେଫ୍‌ ଗୋମ୍ବାଉ ପ୍ରଶଂସା କରିଛନ୍ତି। ଦଳର ପ୍ରଦର୍ଶନରେ ଉନ୍ନତି ହୋଇଛି। ଏଠାରେ ଆମର ବେଶ୍‌ ଭଲ ରହିଛି। ଆମେ ଏକ ଯୁବ ଦଳ ହୋଇଥିବାରୁ ପଞ୍ଚମ ସ୍ଥାନରେ ରହି ଅଭିଯାନ ଶେଷ କରିବା ମଧ୍ୟ ଏକ ବଡ଼ କଥା। ଭୁବନେଶ୍ୱର ପ୍ରଶଂସକଙ୍କ ସମର୍ଥନ ବେଶ୍‌ ଚମତ୍କାର ଥିଲା। ଆଗାମୀ ସେସନରେ ଟ୍ରେନିଂ ଗ୍ରାଉଣ୍ଡ ସହ ପଡିଆ ବେଶ୍‌ ଭଲ ହେବ। ଯୁବ ଖେଳାଳିମାନେ ଅଭିଜ୍ଞତା ହାସଲ କରି ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି ମ୍ୟାଚ୍‌ରେ କୌଣସି ପରୀକ୍ଷା ନିରୀକ୍ଷା କରିଯିବ ନାହିଁ ଓ ଜିତିବା ପାଇଁ ଆମେ ପଡିଆକୁ ଓହ୍ଲାଇବୁ। ମୋଟ ୨୭ ପଏଣ୍ଟ ହାସଲ କରିବା ଆମର ଲକ୍ଷ୍ୟ ବୋଲି ସେ ଶନିବାର ଖବରଦାତା ସମ୍ମିଳନୀରେ କହିଛନ୍ତି। ପୂର୍ବଭଳି ସବୁ ଶକ୍ତି ଖଟାଇ ଆମେ ଖେଳିବୁ। ପୂର୍ବରୁ ଆମେ କିଛି ମ୍ୟାଚ୍‌ ପୁଣେର ବାଲଓ୍ବୋଡି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଖେଳିଥିଲୁ । ଯଦି ସବୁ ମ୍ୟାଚ୍‌ ଆମେ କଳିଙ୍ଗ ଷ୍ଟାଡିୟମରେ ଖେଳିଥାନ୍ତୁ ତାହାଲେ ଫଳାଫଳ ଅଲଗା ହୋଇଥାନ୍ତା ବୋଲି ସେ କହିଛନ୍ତି। ଏହି ଅବସରରେ ଓଡ଼ିଶା ଖେଳାଳି ଫ୍ରାନ୍ସସିସ୍କୋ ଡୋରୋନସୋର ମଧ୍ୟ ଉପସ୍ଥିତ ଥିଲେ। କେରଳକୁ ହରାଇବା ପାଇଁ ଆମେ ଶତପ୍ରତିଶତ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି।
ଇଞ୍ଜୁରି ପ୍ରଦର୍ଶନକୁ ପ୍ରଭାବିତ କରିଛି: ଏଲ୍‌କୋ ସାଟୋରି
ଅପରପକ୍ଷରେ ଏଥର କେରଳର ପ୍ରର୍ଶନ ଆଶାନୁରୂପ ହୋଇନାହିଁ। ଏହି ସେସନରେ ଇଞ୍ଜୁରି ସମସ୍ୟା ଦଳର ପ୍ରଦର୍ଶନକୁ ପ୍ରଭାବିତ କରିଛି ବୋଲି କୋଚ୍‌ ଏଲକୋ ସାଟୋରି ଓ ମାସିଡୋନିଆ ଖେଳାଳି ଭ୍ଲାଟକୋ ଡ୍ରୋବାରୋଭ କହିଛନ୍ତି। ସେସନ ଆରମ୍ଭରୁ ସନ୍ଦୋଶ ଝିନ୍‌ଗାନ ବାଦ୍‌ ପଡିବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଆମେ ୧୮ତମ ମ୍ୟାଚ୍‌ ଖେଳିବକୁ ଯାଉଥିବା ବେଳେ ୧୭ଥର ଦଳ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଛୁ ବୋଲି ଏଲ୍‌କୋ କହିଛନ୍ତି। ମୋଟାମୋଟି ଉପରେ ଦଳର ପ୍ରଦର୍ଶନ ଭଲ ରହିଛି। ତେବେ ଆମେ ଆଶାନୁରୂପ ଖେଳିନାହୁଁ ବୋଲି ସେ ସ୍ବୀକାର କରିଛନ୍ତି। ବିଜୟ ପାଇଁ ଟିକିଏ ଭାଗ୍ୟର ସହାୟତା ଆବଶ୍ୟକ। ଦଳରେ ବାରମ୍ବାର ପରିବର୍ତ୍ତନ ସନ୍ତୁଳନକୁ ବିଗାଡିଥିଲା। ବେଞ୍ଚ୍‌ ଷ୍ଟ୍ରେନ୍ଥରେ ପରିବର୍ତ୍ତନ କରିବା ନିହାତି ଜରୁରୀ ନୁହେଁ। କିନ୍ତୁ ବିଜୟ ହାସଲ ପାଇଁ ଆମେ ସବୁ ପ୍ରକାର ପଦକ୍ଷେପ ନେବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମୁମ୍ବାଇ କ୍ୟାମ୍ପ ଦୁଇ ଫାଳ’

ମୁମ୍ବାଇ,୩୦ା୪: ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାମ୍ପ ଦୁଇ ଭାଗରେ ବିଭକ୍ତ ହୋଇଛି ବୋଲି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ। କ୍ରିକେଟ ଏକ...

ଟି୨୦ ବିଶ୍ୱକପ୍‌ ପରେ ସନ୍ନ୍ୟାସ ନେବେ ରୋହିତ-କୋହଲି: ରିପୋର୍ଟ

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ମଙ୍ଗଳବାର ବିସିସିଆଇ ଟିମ୍‌ ଇଣ୍ଡିଆର ଘୋଷଣା କରିଛି। ଏଥିରେ ଅଧିନାୟକ ଭାବେ ରୋହିତ...

ଯଦି ଏଥର ରାଜସ୍ଥାନ ଆଇପିଏଲ୍‌ ଜିତିଯାଏ, ଟିମ୍‌ ଇଣ୍ଡିଆ ଟି୨୦ ବିଶ୍ୱକପ୍‌ ଜିତିବା ନିଶ୍ଚିତ !

ନୂଆଦିଲ୍ଲୀ,୩୦।୪: ଆଇପିଏଲ୍‌ ୨୦୨୪ରେ ରାଜସ୍ଥାନ ରୟାଲ୍ସ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛି। ଯଦି ଏହିପରି ଚାଲେ ତେବେ ଦଳ ଟାଇଟଲ ଜିତିବା ଏକ ପ୍ରକାର ନିଶ୍ଚିତ...

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି।...

ଟିମ୍‌ ଇଣ୍ଡିଆ ବିଶ୍ୱକପ୍‌ ସ୍କ୍ବାର୍ଡରୁ ବାଦ୍‌ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…

ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ...

ଟି -୨୦ ବିଶ୍ୱକପ୍‌ ଦଳ: ଏହି ୨ ଖେଳାଳିଙ୍କ ଉପରେ ବିଶ୍ୱାସ କଲା ବୋର୍ଡ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ରୋହିତ ଶର୍ମାଙ୍କ...

ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା, ଜାଣନ୍ତୁ ଦଳରେ କେଉଁମାନେ ପାଇଲେ ସ୍ଥାନ

ନୂଆଦିଲ୍ଲୀ,୩୦।୪: ବିସିସିଆଇ ୨୦୨୪ ଟି -୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକତ୍ୱ ଦାୟିତ୍ୱ ମିଳିଛି। ଭାରତରେ କ୍ରିକେଟ...

ଟି -୨୦ ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ

ଲଣ୍ଡନ,୩୦।୪: ଇଂଲଣ୍ଡ କ୍ରିକେଟ ବୋର୍ଡ ଟି -୨୦ ବିଶ୍ୱକପ୍‌ ୨୦୨୪ ପାଇଁ ପ୍ରାରମ୍ଭିକ ଦଳ ଘୋଷଣା କରିଛି। ଏହା ସହିତ ବୋର୍ଡ ପାକିସ୍ତାନ ବିପକ୍ଷ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri