Posted inଜାତୀୟ

୧୦ ମହିଳା କିରାଣିଙ୍କୁ ଉଲଗ୍ନ କରି ଡାକ୍ତରୀ ପରୀକ୍ଷା

ସୁରଟ୍‌,୨୨ା୨: ଗୁଜରାଟର ଭୁଜ୍‌ରେ ୬୮ କଲେଜ ଛାତ୍ରୀଙ୍କୁ ଉଲଗ୍ନ କରି ଋତୁସ୍ରାବ ପରୀକ୍ଷା କରାଯିବାର ଦିନ କେଇଟା ପରେ ସୁରଟରେ ମହିଳାମାନଙ୍କ ପ୍ରତି ପୁଣି ଏକ ଅପମାନଜନକ ଘଟଣା ସାମନାକୁ ଆସିଛି। ସୁରଟ ମ୍ୟୁନିସିପାଲ କର୍ପୋରେଶନର ୧୦ ଜଣ ମହିଳା ଟ୍ରେନି କିରାଣିଙ୍କୁ ଉଲଗ୍ନ ଅବସ୍ଥାରେ ଛିଡା କରାଇ ସେମାନଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ଏହି ଘଟଣା ପଦାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମ୍ୟୁନିସିପାଲ କର୍ପୋରେଶନ ଦ୍ୱାରା ପରିଚାଳିତ ସୁରଟ ମ୍ୟୁନିସିପାଲ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ଏଜୁକେଶନ ଆଣ୍ଡ ରିସର୍ଚ୍ଚ ହସ୍ପିଟାଲରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଏପରିକି ଅବିବାହିତ ଯୁବତୀମାନଙ୍କର ଗର୍ଭାବସ୍ଥାର ପରୀକ୍ଷା କରାଯାଇଥିଲା ବୋଲି ଅଭିଯୋଗ ହୋଇଛି। ମ୍ୟୁନିସିପାଲ କର୍ପୋରେଶନରେ ୩ ବର୍ଷ ଟ୍ରେନି ଭାବେ କାମ କଲା ପରେ କର୍ମଚାରୀମାନଙ୍କୁ ନିୟମିତ କରାଯାଇଥାଏ। ଏହା ପୂର୍ବରୁ ସେମାନଙ୍କ ଶାରୀରିକ ଉପଯୁକ୍ତତା ପରୀକ୍ଷା କରାଯାଇଥାଏ। ଏଥିପାଇଁ ମହିଳା କିରାଣିମାନଙ୍କୁ ମେଡିକାଲ ପରୀକ୍ଷା ଦେବାକୁ କୁହାଯାଇଥିଲା। ସ୍ତ୍ରୀରୋଗ ଓ୍ବାର୍ଡରେ ସେମାନଙ୍କୁ ଯେପରି ପରୀକ୍ଷା କରାଗଲା ତାହା ଠିକ୍‌ ନୁହେଁ ବୋଲି କର୍ମଚାରୀ ସଂଘ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରୁ ଓହରିଲେ ମିଲର୍ସ

ଜୟପୁର,୮ା୧(ପବନ ପାଣିଗ୍ରାହୀ): ମିଲର୍ସମାନେ ଆନ୍ଦୋଳନରୁ ଓହରିବା ପରେ କୋରାପୁଟ ଜିଲା ଜୟପୁର ଉପଖଣ୍ଡରେ ଧାନ କିଣା ଗୁରୁବାର ସ୍ୱାଭାବିକ ହୋଇଛି। ବର୍ତ୍ତମାନ ସୁଦ୍ଧା ଜିଲାର ୧୦...

ସତେକି ଦିନିକିଆ ନୁହେଁ ଟେଷ୍ଟ: ଗୋଟିଏ ଉଇକେଟ ପାଇଁ  ଲୁଟାଇଲେ ୩୨୬ ରନ୍‌; ୬ ମ୍ୟାଚ୍‌ରେ ଫେଲ ହେଲେ…

ନୂଆଦିଲ୍ଲୀ,୮।୧: କ୍ରିକେଟର ଅର୍ଜୁନ ତେନ୍ଦୁଲକରଙ୍କ ପାଇଁ ଚଳିତ ବିଜୟ ହଜାରେ ଟ୍ରଫିର ଏହି ସିଜନ ଅତ୍ୟନ୍ତ ଖରାପ ହୋଇଛି। ବାମହାତି ଏହି ଅଲରାଉଣ୍ଡର ଉଭୟ ବୋଲିଂ...

ଟାଓ୍ୱାର ଉପରେ ଚଢ଼ିଗଲେ ଯୁବକ, ଆଉ ତା’ପରେ…

ତରଭା,୮ା୧(ମାନଭଞ୍ଜନ ମିଶ୍ର): ସୁବର୍ଣ୍ଣପୁର ଜିଲା ତରଭା ସହରସ୍ଥିତ ମାରୱାଡି ଧର୍ମଶାଳା ପଛପଟେ ଥିବା ଏକ ଘରୋଇ ମୋବାଇଲ କମ୍ପାନୀ ଟାଓ୍ୱାର ଉପରେ ଗୁରୁବାର ଜଣେ ଯୁବକ...

ଚୂନଘାଟି ଜଙ୍ଗଲରେ ପଡ଼ିଛି ଯୁବକଙ୍କ ଦରପୋଡ଼ା ମୃତଦେହ, ପରିଚୟ ମିଳିବା ପରେ ପୋଲିସ… 

ବାଲିଗୁଡା, ୮।୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ଚକାପାଦ ବ୍ଲକର ଲାଇନପଡ଼ା-ପସରା ଗ୍ରାମ ରାସ୍ତାରେ ଥିବା ଚୂନଘାଟି ଜଙ୍ଗଲରୁ...

‘I-PAC ରେଡ ସମୟରେ ମୁଖ୍ୟମନ୍ତ୍ରୀ ତାଙ୍କ ହାତରୁ ପ୍ରମାଣ ଛଡାଇ ନେଇଥିଲେ, ଯାହା ପୂର୍ବରୁ କେବେ ହୋଇ ନ ଥିଲା’, ବଡ଼ ବାଦି କଲାଣି ଭାଜପା

କୋଲକାତା,୮।୧: କୋଇଲା ଦୁର୍ନୀତି ମାମଲାରେ ଗୁରୁବାର କୋଲକାତାର I-PAC କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏକ ତଲାସୀ ଅଭିଯାନ ଚଳାଇଥିଲା। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ...

ପରମାଣୁ କ୍ଷମତା ବୃଦ୍ଧି କରିବ ଭାରତ: ଓଡ଼ିଶା ସମେତ ୩୦ଟି ସ୍ଥାନରେ ହେବ ନୂତନ ପ୍ରକଳ୍ପ

ନୂଆଦିଲ୍ଲୀ,୮ା୧: ଓଡ଼ିଶାରେ ସ୍ଥାପନା ହେବ ପରମାଣୁ ଶକ୍ତି କେନ୍ଦ୍ର। ଭାରତର ସବୁଠାରୁ ବଡ଼ ସରକାରୀ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା ଏନଟିପିସି ଦେଶରେ ପରମାଣୁ ଶକ୍ତି କ୍ଷମତା...

ଡିପୋଜିଟ୍‌ ପାଇଁ  ଏଜେଣ୍ଟ ୩ ଲକ୍ଷ ଟଙ୍କା ନେଇ ଯାଉଥିଲେ, ବାଇକରେ ଆସି ଲୁଟି ନେଲେ…

ଚାନ୍ଦବାଲି,୮।୧(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଅପରାଧିଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ଦିବା ପ୍ରାୟ ୧.୩୦ ସମୟରେ ବାଂଶଡା ଥାନା ଅଧିନ ଜଣେ...

ଜାତୀୟ ଶୁଟିଂ କୋଚ୍‌ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୮ା୧: ଭାରତୀୟ ଶୁଟିଂ ଦଳର କୋଚିଂ ଷ୍ଟାଫ୍‌ର ପ୍ରମୁଖ ସଦସ୍ୟ ଅଙ୍କୁଶ ଭରଦ୍ୱାଜଙ୍କ ବିରୋଧରେ ଜଣେ ନାବାଳିକା ଶୁଟର ଗୁରୁବାର ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri