Posted inଜାତୀୟ

ଶାହାଙ୍କ ଅରୁଣାଚଳ ଗସ୍ତକୁ ଚାଇନାର ବିରୋଧ

ନୂଆଦିଲ୍ଲୀ/ବେଜିଂ,୨୧।୨ (ପି.ଟି./ଆଇଏଏନ୍‌ଏସ୍‌):କରୋନା ଭାଇରସ୍‌ ସଂକ୍ରମଣରେ ଛଟପଟ ହେଉଥିବା ଚାଇନା ଭାରତର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହାଙ୍କ ଅରୁଣାଚଳ ଗସ୍ତକୁ ବିରୋଧ କରିଛି। ଗୁରୁବାର ଅରୁଣାଚଳ ପ୍ରଦେଶର ପ୍ରତିଷ୍ଠା ଦିବସରେ ଶାହା ଇଟାନଗର ଯାଇଥିବାବେଳେ ବେଜିଂ ଏହାକୁ ଦୃଢ଼ ବିରୋଧ କରିଛି। ଭାରତୀୟ ନେତାଙ୍କ ଏଭଳି ଗସ୍ତ ଯୋଗୁ ସୀମା ବିବାଦ ଅଧିକ ଜଟିଳ ହେଉଛି ବୋଲି ଚାଇନା ଚେତାବନୀ ଦେଇଛି। ଅରୁଣାଚଳ ପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ ସେଠାକୁ କେହି ଗସ୍ତକଲେ ଚାଇନାର ମୁଣ୍ଡବ୍ୟଥା ହେବା ଅନୁଚିତ ବୋଲି ନୂଆଦିଲ୍ଲୀ କଡ଼ା ଜବାବ ଦେଇଛି।
ପୂର୍ବରୁ ଏକ କେନ୍ଦ୍ରଶାସିତ ଅଞ୍ଚଳ ଥିବା ଅରୁଣାଚଳ ପ୍ରଦେଶ ୩୪ ବର୍ଷ ତଳେ ଫେବୃୟାରୀ ୨୦ରେ ସମ୍ପୂର୍ଣ୍ଣ ରାଜ୍ୟର ମାନ୍ୟତା ପାଇଥିଲା। ୧୯୧୩-୧୪ରେ ଏହି ଅଞ୍ଚଳ ବ୍ରିଟିଶ ଇଣ୍ଡିଆର ଅଂଶ ଥିଲା। ୧୯୩୮ରେ ଭାରତ ଓ ତିବ୍ବତ ମଧ୍ୟରେ ମ୍ୟାକ୍‌ମାହୋନ ଲାଇନ ଟଣାଯିବା ପରେ ଏହାକୁ ଭାରତରେ ସାମିଲ କରାଯାଇଥିଲା। ହେଲେ ୧୯୫୧ରେ ଚାଇନା ତିବ୍ବତର ଦକ୍ଷିଣାଞ୍ଚଳକୁ ଦଖଲ କରିବା ପରଠୁ ଅରୁଣାଚଳ ପ୍ରଦେଶକୁ ଏହାର ଏକ ଅଂଶ ବୋଲି ବିବେଚନା କରିଆସୁଛି। ତେଣୁ ଅରୁଣାଚଳକୁ କୌଣସି ଭାରତୀୟ ନେତା ଗଲେ ଚାଇନା ବିରୋଧ କରିଥାଏ। ଏହିକ୍ରମରେ ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗେଙ୍ଗ୍‌ ଶୁଆଙ୍ଗ୍‌ କହିଛନ୍ତି, ଅରୁଣାଚଳ ପ୍ରଦେଶ ଭାରତର ଏକ ରାଜ୍ୟ ବୋଲି ବେଜିଂ କେବେ ସ୍ବୀକୃତି ଦେଇନାହିଁ। ଭାରତ-ଚାଇନାର ପୂର୍ବାଞ୍ଚଳ କ୍ଷେତ୍ରକୁ ନେଇ ବେଜିଂର ସ୍ପଷ୍ଟ ଆଭିମୁଖ୍ୟ ରହିଥିବାରୁ ଶାହାଙ୍କ ଗସ୍ତକୁ ଆମେ ବିରୋଧ କରୁଛୁ। ଏହି ଗସ୍ତ ସୀମାନ୍ତରେ ସ୍ଥିରତାକୁ ଅଣଦେଖା କରି ଚାଇନାର କ୍ଷେତ୍ରୀୟ ସାର୍ବଭୌମତ୍ୱକୁ କ୍ଷୁଣ୍ଣ କରିଛି। କେବଳ ଏତିକି ନୁହେଁ, ଶାହାଙ୍କ ଗସ୍ତ ଫଳରେ ପାରସ୍ପରିକ ରାଜନୈତିକ ଆସ୍ଥା ପ୍ରତି କୁଠାରାଘାତ ହେବା ସହ ଦ୍ୱିପାକ୍ଷିକ ବୁଝାମଣାର ଉଲ୍ଲଂଘନ ହୋଇଛି। ତେଣୁ ନୂଆଦିଲ୍ଲୀ ଆଗକୁ ସୀମା ବିବାଦକୁ ଅଧିକ ଜଟିଳ ହେବା ଭଳି କୌଣସି ପଦକ୍ଷେପ ନ ନେଉ। ସୀମାରେ ଶାନ୍ତି ବଜାୟ ରଖିବା ଲାଗି ଭାରତୀୟ ପକ୍ଷ ପ୍ରୟାସ କରନ୍ତୁ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର କହିଛନ୍ତି, ଅରୁଣାଚଳକୁ ନେଇ ଆମ ଆଭିମୁଖ୍ୟ ସ୍ପଷ୍ଟ। ଏହି ପ୍ରଦେଶ ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତୀୟ ନେତାମାନେ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ଭଳି ଅରୁଣାଚଳ ପ୍ରଦେଶକୁ ମଧ୍ୟ ନିୟମିତ ଭାବେ ଯାତ୍ରା କରିଥାନ୍ତି। ଭାରତର ଏକ ରାଜ୍ୟକୁ ଭାରତୀୟ ନେତାଙ୍କ ଗସ୍ତକୁ ବିରୋଧ କରିବାର କୌଣସି କାରଣ ନାହିଁ। ଚାଇନା କାହିଁକି ଏପରି କରୁଛି ଭାରତୀୟମାନେ ତାହା ବୁଝିପାରୁନାହାନ୍ତି ବୋଲି ଏକ ଖବରଦାତା ସମ୍ମିଳନୀରେ ରବୀଶ ଜବାବ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri