ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ବିକ୍ଷୋଭ

ବାରିପଦା ଅଫିସ, ୧୩ା୨- ବେକାରମୁକ୍ତ ମୟୂରଭଞ୍ଜ ଗଠନ ଦାବିରେ ଭଞ୍ଜସେନା ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଥିଲା। ଶିମିଳିପାଳର ସୁରକ୍ଷା ସମେତ ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ବନ୍ୟଜାତ ଦ୍ରବ୍ୟର ଉଚିତ ବ୍ୟବସାୟୀକରଣ କରି ଜିଲାକୁ ବେକାରମୁକ୍ତ କରିବା ପାଇଁ ଭଞ୍ଜସେନା ପକ୍ଷରୁ ଏହି ଧାରଣା ଦିଆଯାଇଥିଲା। ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଶତାଧିକ ଯୁବକ ଯୋଗ ଦେଇ ‘ସରକାର ମତେ ରୋଜଗାର ଦିଅ’ ନାରା ଦେଇଥିଲେ। ଭଞ୍ଜସେନା ପକ୍ଷରୁ କୁହାଯାଇଛି ଯେ, ବିଶ୍ୱସ୍ତରୀୟ ଟ୍ରାଭେଲସ୍‌ ଏବଂ ଟୁରିଜମ୍‌ କ୍ଷେତ୍ରରେ ୩୧୯ ଲକ୍ଷ ବେରୋଜଗାର ଯୁବତୀ ଯୁବକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ରୋଜଗାରକ୍ଷମ ହେଉଛନ୍ତି। ଏଥିସହିତ ବିଶ୍ୱ ଅର୍ଥନୀତିରେ ଶତକଡ଼ା ୩.୯ % ଆର୍ଥିକ ଯୋଗଦାନ ଦେବାରେ ଏହା ସହାୟକ ହୋଇଥାଏ। ଜିଲାରେ ଶିମିଳିପାଳ ଜାତୀୟ ଉଦ୍ୟାନ ରହିଥିବା ବେଳେ ଏହାର ଯେଉଁଭଳି ଭାବେ ଉନ୍ନତି ହେବା କଥା ହୋଇପାରୁ ନାହିଁ, ଫଳରେ ଜିଲାର ଯୁବକମାନେ ବେକାର ହୋଇ ବସି ରହିଛନ୍ତି। ଶିମିଳିପାଳର ସମ୍ପୂର୍ଣ୍ଣ ସୁରକ୍ଷା ସମେତ ଏହାର ଚତୁଃପାର୍ଶ୍ୱରେ ଅବହେଳିତ ଅବସ୍ଥାରେ ପଡ଼ି ରହିଥିବା ଶତାଧିକ ପର୍ଯ୍ୟଟନସ୍ଥଳୀକୁ ବିକଶିତ କରାଯାଇ ପାରିଲେ ବର୍ଷ ତମାମ ସେ ସ୍ଥାନକୁ ପର୍ଯ୍ୟଟକମାନଙ୍କ ଆଗମନ ହୁଅନ୍ତା। ସେହିଭଳି ରେଳଲାଇନ୍‌ କ୍ଷେତ୍ରରେ ଉନ୍ନତୀକରଣ କରାଗଲେ ପର୍ଯ୍ୟଟକମାନେ ଆସିବାକୁ ଆଗ୍ରହ ପ୍ରକାଶ କରନ୍ତେ। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେବାକୁ ସେନା ପକ୍ଷରୁ ଦାବି କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ଥିବା ଦୁର୍ଲଭ ଜାତୀୟ ଔଷଧୀୟ ବୃକ୍ଷଗୁଡିକୁ ଚିହ୍ନଟ କରି ଏହାକୁ ବାହାରକୁ ରପ୍ତାନି କରାଯିବା ସହିତ ଜିଲାରେ ଆୟୁର୍ବେଦ ଔଷଧ ନିର୍ମାଣ ଶିଳ୍ପ ପ୍ରତିଷ୍ଠା କରାଯାଇପାରନ୍ତା ବୋଲି ଭଞ୍ଜସେନା ପକ୍ଷରୁ ଦର୍ଶାଯାଇଛି। ଜିଲାରେ ବନ୍ଦ ହୋଇ ପଡ଼ି ରହିଥିବା କଳକାରଖାନା ଗୁଡ଼ିକୁ କାର୍ଯ୍ୟକ୍ଷମ କରାଇବା ସହ ସବାଇ ଘାସ ଶିଳ୍ପ ଓ ବାଉଁଶ ଶିଳ୍ପ ଚାହିଦାକୁ ଦୃଷ୍ଟିରେ ରଖି କାଗଜ କଳ ଓ ବାଉଁଶ କୁଟୀର ଶିଳ୍ପ କରାଯାଇପାରିଲେ ଜିଲାରେ ବେକାରି ସଂଖ୍ୟା ହ୍ରାସ ହୋଇପାରନ୍ତା। ଏ ନେଇ ଭଞ୍ଜସେନା ପକ୍ଷରୁ ବାରମ୍ବାର ଦାବି ସତ୍ତ୍ୱେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମୌନବ୍ରତ ଆପଣାଇଛନ୍ତି। ଫଳରେ ଜିଲାରେ ବେକାରି ସମସ୍ୟା ଜଟିଳରୁ ଜଟିଳ ହେବାରେ ଲାଗିଲାଣି। ଯଦି ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ଧ୍ୟାନ ନ ଦେବେ ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର୍‌ କରାଯିବ ବୋଲି ସେନା ପକ୍ଷରୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସଂଯୁକ୍ତା ବସା, ଭାନୁମିତ ଆଚାର୍ଯ୍ୟ, ଯୁବଛାତ୍ର ସଙ୍ଗଠକ ରାକେଶ ବେହେରା, ଉପଖଣ୍ଡ ସଭାପତି ସୌମ୍ୟ ଶେଖର ପାଲ୍‌, ନିମାୟୀ ତ୍ରିପାଠୀ, ଉପସଭାପତି ପ୍ରଶାନ୍ତ ମହାକୁଡ଼, ସମ୍ପାଦକ ରାକେଶ ମହାନ୍ତି, ମୁଖପାତ୍ର ଜ୍ୟୋତିରଞ୍ଜନ ପୃଷ୍ଟି , ସହର ସଭାପତି ସୌମ୍ୟରଞ୍ଜନ ମିଶ୍ର, ସହର ଉପସଭାପତି ଏସ୍‌ କେ ରାଜାଖାନ, ଅମରେଶ ସିଂ, ଆଲୋକ ବେହରା , ମନୋଜ ପାତ୍ରଙ୍କ ସମେତ ଅନ୍ୟାନ୍ୟ କର୍ମୀମାନେ ଧାରଣାରେ ସାମିଲ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡେଙ୍ଗୁ, ଚିକୁନଗୁନିଆରେ ପୀଡ଼ିତ ଅଛନ୍ତି କ୍ରିକେଟର ଚହଲ

ପୁଣେ,୧୮ା୧୨: ଲେଗ୍‌ ସ୍ପିନର ୟୁଜବେନ୍ଦ୍ର ଚହଲ ଡେଙ୍ଗୁ ଓ ଚିକନଗୁନିଆରେ ପୀଡ଼ିତ ଅଛନ୍ତି। ଏଥିଯୋଗୁ ସେ ଗୁରୁବାର ଝାଡ଼ଖଣ୍ଡ ଓ ହରିୟାଣା ମଧ୍ୟରେ ଖେଳାଯାଇଥିବା ସୟଦ...

ନାବାଳିକା ବଳାତ୍କାର ମାମଲାର ଆସିଲା ରାୟ: ଅଭିଯୁକ୍ତଙ୍କୁ ମିଳିଲା ଏଭଳି ଦଣ୍ଡ, ଜାଣନ୍ତୁ…

ଫୁଲବାଣୀ,୧୮ା୧୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ଗୁରୁବାର ଫୁଲବାଣୀ ପୋକ୍‌ସୋ କୋର୍ଟ ବିଚାରପତି ମନୋରଞ୍ଜନ ଦାସ ଅଭିଯୁକ୍ତଙ୍କୁ...

ରେଳଯାତ୍ରୀଙ୍କୁ ବଡ଼ ଝଟ୍‌କା: ପ୍ଲେନ୍‌ ଭଳି ଏବେ…

ନୂଆଦିଲ୍ଲୀ, ୧୮।୧୨: ଟ୍ରେନ୍‌ ଯାତ୍ରା କରୁଥିବା ଯାତ୍ରୀମାନେ ନିର୍ଦ୍ଧାରିତ ସୀମାରୁ ଅଧିକ  ସାମଗ୍ରୀ ନେଲେ ଶୁଳ୍କ ଦେବାକୁ ପଡ଼ିବ। ଏନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ...

ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…

ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ।  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...

ସ୍କୁଲରେ ମଦ୍ୟପ ଶିକ୍ଷକଙ୍କ ଉନ୍ମତ୍ତ କାଣ୍ଡ: ୩୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡେଇ ଗୋଡେଇ ନିସ୍ତୁକ ପିଟିଲେ

ଅନୁଗୋଳ,୧୮ା୧୨: ଅନୁଗୁଳ ଜିଲା ପାଳଲହଡ଼ା ବ୍ଲକ ସାନବାଗଦରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ମଦ୍ୟପ ଶିକ୍ଷକଙ୍କ କାର୍ଯ୍ୟକଳାପକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ସହକାରୀ...

ମୁଣ୍ଡରେ ପଡ଼ିଲା ଅମୃତଭଣ୍ଡା: ଚାଲିଗଲା ମହିଳାଙ୍କ ଜୀବନ

ବାଲିଗୁଡ଼ା,୧୮ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଗୋଛାପଡ଼ା ଗ୍ରାମରେ ଗୁରୁବାର ଏକ ଅଘଟଣ ଘଟିଛି। ଅମୃତଭଣ୍ଡା ତୋଳିବା ବେଳେ ଅମୃତଭଣ୍ଡା ମୁଣ୍ଡରେ ପଡି...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ମିଳିବ ୫୧,୦୦୦ ଟଙ୍କା, ଜାଣନ୍ତୁ ଯୋଗ୍ୟତା ଓ କିପରି କରିବେ ଆବେଦନ

ଭୁବନେଶ୍ୱର,୧୮ା୧୨: ରାଜ୍ୟର ଗରିବ ଓ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କ ବିବାହ ପାଇଁ ଓଡ଼ିଶା ସରକାର ଏକ ବଡ଼ ଘୋଷଣା କରିଛନ୍ତି। ନୂତନ ଭାବେ ଆରମ୍ଭ...

ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ମନ୍ତ୍ରୀଙ୍କ ବଡ଼ ଘୋଷଣା: ନୂଆବର୍ଷରେ ମିଳିବ…

ଭୁବନେଶ୍ୱର,୧୮।୧୨: ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଗୁରୁବାର ରାଶନ କାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନୂଆବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ନୂଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri