Posted inଜାତୀୟ

ଆଧାର ଲାଗି ବିଳମ୍ବ ହେଲା ଅନ୍ତିମ ସଂସ୍କାର

ବେଙ୍ଗାଲୁରୁ,୧୨।୨: ଗତ ସପ୍ତାହରେ ବେଙ୍ଗାଲୁରୁ ବିଜୟନଗରରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଅନ୍ତିମ ସଂସ୍କାର ପାଇଁ ସମସ୍ୟା ଉପୁଜିଥିଲା। କାରଣ ମୃତକଙ୍କ ଆଧାର କାର୍ଡ ହଜିଯାଇଥିଲା। ଯେତେବେଳେ ଅନ୍ତିମ ସଂସ୍କାର ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା ଏକ ଶ୍ମଶାନରେ ସମ୍ପର୍କୀୟମାନେ ପହଞ୍ଚିଥିଲେ, ସେହି ସମୟରେ ସେଠାରେ ଥିବା ଶ୍ମଶାନ କର୍ମଚାରୀ ମୃତବ୍ୟକ୍ତିଙ୍କ ଆଧାର କାର୍ଡ ମାଗିଥିଲେ। ପରିବାରଲୋକେ ତାଙ୍କର ଆଧାରକାର୍ଡ ନାହିଁ କହିବାରୁ ଉକ୍ତ କର୍ମଚାରୀ ଆଧାର ବାଧ୍ୟତାମୂଳକ ଏବଂ ଅନ୍‌ଲାଇନ୍‌ ଜରିଆରେ ଆଣିବାକୁ କହିଥିଲେ। ଅନ୍‌ଲାଇନ୍‌ରେ ଆଧାର କାର୍ଡ ଆଣିବା ପାଇଁ ସଂସ୍କାର କାର୍ଯ୍ୟରେ ବିଳମ୍ବ ଉପୁଜିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଉପୁଜିଥିଲା। ଏନେଇ ସେମାନେ ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକେ (ବିବିଏମ୍‌ପି) ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଅନ୍ତିମ ସଂସ୍କାର ପାଇଁ ଏଣିକି ମୃତବ୍ୟକ୍ତିଙ୍କର ଆଧାର କାର୍ଡ ଜରୁରୀ ନୁହେଁ ବୋଲି ସୋମବାର ବିବିଏମ୍‌ପି ଏକ ନୋଟିସ ଜାରି କରିଛନ୍ତି। ମୃତ ବ୍ୟକ୍ତିଙ୍କର ଅନ୍ତିମ ସଂସ୍କାର ପାଇଁ ଶ୍ମଶାନର କର୍ମଚାରୀମାନେ ଏବେ ଆଉ ତାଙ୍କ ପରିଜନଙ୍କୁ ମୃତବ୍ୟକ୍ତିଙ୍କ ଆଧାରକାର୍ଡ ଦେଖାଇବାକୁ ବାଧ୍ୟ କରିପାରିବେ ନାହିଁ। ଯଦି କେହି ମୃତ ବ୍ୟକ୍ତିଙ୍କ ଆଧାର କାର୍ଡକୁ ନେଇ ପରିବାରଲୋକଙ୍କୁ ହଇରାଣ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିବିଏମ୍‌ପି କମିଶନର ସୂଚନା ଦେଇଛନ୍ତି। ପୂର୍ବରୁ କିଛି ଏଭଳି ନିୟମ ନ ଥିବା ବେଳେ ଶ୍ମଶାନରେ ଅନ୍ତିମ ସଂସ୍କାର ପାଇଁ ମୃତବ୍ୟକ୍ତିଙ୍କ କେବଳ ମେଡିକାଲ ଡେଥ୍‌ ସାର୍ଟିଫିକେଟ ବା ଫଟୋ ହିଁ ଯଥେଷ୍ଟ ରହୁଥିଲା। ଯଦି ଏସବୁ ଉପଲବ୍ଧ ହୋଇପାରୁ ନ ଥିଲା ତେବେ ପରିବାରବର୍ଗଙ୍କ ଏକ ସ୍ବୀକାରନାମା ପତ୍ରରେ ହିଁ ଅନ୍ତିମ ସଂସ୍କାର କରାଯାଉଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷରେ ସବୁ ଚର୍ଚ୍ଚାର ଘଟିଲା ଅନ୍ତ: ରାଏବରେଲି-ଆମେଠିରୁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ନୂଆଦିଲ୍ଲୀ,୩।୫: ନାମାଙ୍କନପତ୍ରର ଶେଷ ଦିନରେ କଂଗ୍ରେସ ଉତ୍ତରପ୍ରଦେଶର ରାଏବରେଲି ଏବଂ ଆମେଠି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଏହି ଦୁଇଟି ଆସନରେ...

ଭାରତକୁ ବିପଦରେ ପକାଇବା ପାଇଁ ଷଡଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୩ା୫:ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ଅଞ୍ଚଳରେ ସେନା ଅନୁପ୍ରବେଶ କରାଇ ଚାଇନା ଉତ୍ତେଜନାପୂର୍ଣ୍ଣ ସ୍ଥିତି ଜାରି ରଖିଥିବାବେଳେ ସିଆଚେନ୍‌ ନିକଟବର୍ତ୍ତୀ ଶକ୍ସଗାମ୍‌...

ସର୍ଭେ ଆଳରେ ଭୋଟର ପଞ୍ଜୀକରଣ ମନା

ନୂଆଦିଲ୍ଲୀ,୩ା୫(ପି.ଟି.):ସର୍ଭେ ଆଳରେ ରାଜନୈତିକ ଦଳ ଏବଂ ପ୍ରାର୍ଥୀମାନେ ସେମାନଙ୍କର ପ୍ରସ୍ତାବିତ ଲାଭଦାୟକ ଯୋଜନା ପାଇଁ ଭୋଟରମାନଙ୍କୁ ପଞ୍ଜୀକୃତ କରାଉଥିବା ଜଣାପଡ଼ିବା ପରେ ନିର୍ବାଚନ କମିଶନ (ଇସି)...

କୋଭିଶିଲ୍ଡ ପାର୍ଶ୍ୱ ପ୍ରତିକ୍ରିୟା: ସୁପ୍ରିମକୋର୍ଟରେ କ୍ଷତିପୂରଣ ଦାବି

ନୂଆଦିଲ୍ଲୀ,୩ା୫:କରୋନା ପ୍ରତିଶେଧକ ଟିକା କୋଭିଶିଲ୍ଡର ବିରଳ ପାର୍ଶ୍ୱ ପ୍ରତିକ୍ରିୟା ସମ୍ପର୍କରେ ଅଷ୍ଟ୍ରାଜେନିକା କମ୍ପାନୀ ସ୍ବୀକାର କରିବା ପରେ ଏହାର ଯାଞ୍ଚ ପାଇଁ ଜଣେ ଆଇନଜୀବୀ ସୁପ୍ରିମକୋର୍ଟଙ୍କ...

ଡିସିଡବ୍ଲ୍ୟୁର ୨୨୩ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ,୨ା୫: ଦିଲ୍ଲୀ ଉପରାଜ୍ୟପାଳ ଭି.କେ. ସାକ୍ସେନାଙ୍କ ଅନୁମୋଦନ କ୍ରମେ ଦିଲ୍ଲୀ ମହିଳା କମିଶନ (ଡିସିଡବ୍ଲ୍ୟୁ)ର ୨୨୩ଜଣ ଠିକା କର୍ମଚାରୀଙ୍କୁ ବହିଷ୍କାର କରାଯାଇଛି। ସେମାନଙ୍କୁ ବହିଷ୍କାର କରିବା...

ରାଏବରେଲି, ଆମେଠିରୁ କିଏ ହେବେ ପ୍ରାର୍ଥୀ? ଆଜି ରାତି ସୁଦ୍ଧା ପ୍ରିୟଙ୍କା, ରାହୁଲ ନେବେ ଶେଷ ନିଷ୍ପତ୍ତି

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ୨୦୨୪ ତୃତୀୟ ପର୍ଯ୍ୟାୟ ଭୋଟ ମେ’ ୭ରେ ଅନୁଷ୍ଠିତ ହେବ। କିନ୍ତୁ ଆଜିକାଲି ପଞ୍ଚମ ପର୍ଯ୍ୟାୟ (ମେ ୨୦)ରେ ମତଦାନ...

ରାଏବରେଲି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨।୫: ଲୋକ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିଛି। ଭାଜପା ଦୀନେଶ ପ୍ରତାପ...

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ ସମସ୍ତ ରାଜ୍ୟରେ ପ୍ରସ୍ତୁତ ମସଲାର ହେବ ଯାଞ୍ଚ

ନୂଆଦିଲ୍ଲୀ,୨।୫: ଭାରତୀୟ ମସଲା ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟକୁ ନେଇ ଉଠିଥିବା ବିବାଦ ମଧ୍ୟରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ସରକାରଙ୍କୁ ଏକ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri