ପ୍ରାକୃତିକ ବିପର୍ଯ୍ୟୟ, ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ପାଇଁ ରାମଚଣ୍ଡୀରେ ବିଶ୍ୱସ୍ତରୀୟ ମକ୍‌ଡ୍ରିଲ୍‌: ସାମିଲ ହେଲେ ୭ ଦେଶର ପ୍ରତିନିଧି

କୋଣାର୍କ,୧୨।୨(ଡି.ଏନ୍‌.ଏ.)- ବୁଧବାର ଏନ୍‌ଡିଆର୍‌ଏଫ୍‌ ପକ୍ଷରୁ ବିଶ୍ୱସ୍ତରୀୟ ମକଡ୍ରିଲ କୋଣାର୍କ ରାମଚଣ୍ଡୀଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଓ ଏନ୍‌ଡିଆର୍‌ଏଫ୍‌ ଡିଜି ଯୋଗଦେଇ ଉଦ୍‌ଘାଟନ କରିଥିଲେ। ବିଶ୍ୱ ତାପମାତ୍ରା ବଢିବା ଏବଂ ଜଳବାୟୁ ପରିବର୍ତ୍ତନ ଲାଗି ବିଭିନ୍ନ ସମୟରେ ବାତ୍ୟା, ବନ୍ୟା, ସୁନାମି, ଭୂମିକମ୍ପ ଭଳି ପ୍ରାକୃତିକ ବିପର୍ଯ୍ୟୟରୁ କିଭଳି ଉପକୂଳବର୍ତ୍ତୀ ଲୋକମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯିବା ସହିତ ବିଶ୍ୱ ଐତିହ୍ୟକୁ ସୁରକ୍ଷା ଦିଆଯାଇପାରିବ ସେନେଇ ଦ୍ୱିତୀୟଥର ପାଇଁ କୋଣାର୍କ ରାମଚଣ୍ଡୀ ମୁହାଣରେ ଏନ୍‌ଡିଆର୍‌ଏଫ୍‌ ତରଫରୁ ମକଡ୍ରିଲ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯାଇଥିଲା। ରାମଚଣ୍ଡୀ ନଦୀ ପାର୍ଶ୍ୱରେ ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ପ୍ରତିଛବି ସହିତ କୋଣାର୍କର ବିଭିନ୍ନ ହୋଟେଲ, ଶିକ୍ଷାନୁଷ୍ଠାନ ଓ ଗ୍ରାମର ଛବିକୁ ସ୍ଥାନ ଦିଆଯାଇଥିଲା। ଯଦି ପ୍ରାକୃତିକ ବିପର୍ଯ୍ୟୟ ତଥା ସୁନାମି କିମ୍ବା ବାତ୍ୟା ଆସେ ତାହାଲେ ଏହାକୁ କିପରି ସାମ୍ନା କରିବା ସହ ଲୋକମାନଙ୍କୁ ଉଦ୍ଧାର କରାଯିବ ତାହା ଏନ୍‌ଡିଆର୍‌ଏଫ୍‌ ତରଫରୁ ତାଲିମ ଦିଆଯାଇଥିଲା। ବିଶେଷକରି ଏହି ମକ୍‌ଡ୍ରିଲରେ ଭାରତ ସମେତ ଶ୍ରୀଲଙ୍କା, ଭୁଟାନ, ବାଂଲାଦେଶ, ନେପାଳ, ଥାଇଲାଣ୍ଡ, ମ୍ୟାନ୍‌ମାର ଆଦି ୭ ଦେଶର ପ୍ରତିନିଧିଙ୍କ ସହ ସ୍ଥାନୀୟ ଲୋକଙ୍କୁ ଏନ୍‌ଡିଆର୍‌ଏଫ୍‌ ଟିମ୍‌ଏଥିରେ ସାମିଲ କରିଥିଲା` ଯେଉଁଥିରେ ସୁନାମି ଦ୍ୱାରା ଲୋକମାନେ କିପରି ପ୍ଲାଷ୍ଟିକ୍‌ ଡ୍ରମ୍‌, କଦଳୀଭାରା ଏବଂ ବିଭିନ୍ନ ହାଲୁକା ଜିନିଷ ଧରି ପହଁରିବା ସମୟରେ ହେଲିକପ୍ଟର ଦ୍ୱାରା ଆସି କିପରି ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଲୋକମାନଙ୍କୁ ଉଦ୍ଧାର କରୁଛନ୍ତି, ତାହା ପ୍ରଶିକ୍ଷଣ ମାଧ୍ୟମରେ ଦର୍ଶାଇଥିଲେ। ମହାସାଗରୀୟ ଗବେଷଣା କେନ୍ଦ୍ର ସୂଚନା ଅନୁସାରେ ଓଡ଼ିଶାର ବାଲେଶ୍ୱରଠାରୁ କୃଷ୍ଣପ୍ରସାଦ ଖାସ୍‌ କରି ପୁରୀ ଜିଲାର ଅସ୍ତରଙ୍ଗଠାରୁ କୃଷ୍ଣପ୍ରସାଦ ପ୍ରାୟ ୮୮ଟି ଅଞ୍ଚଳ ଆଗାମୀ ଦିନରେ ପ୍ରାକୃତିକ ବିପର୍ଯ୍ୟୟ ଯଥା ସୁନାମି, ବାତ୍ୟା ପରିସର ଭିତରେ ଆସୁଛି। ଏଣୁ କୋଣାର୍କରେ ଏହି ମକ୍‌ଡ୍ରିଲ ହେବା ଦ୍ୱାରା ଲୋକମାନେ ସଚେତନ ହୋଇ ନିଜକୁ ରକ୍ଷା କରିବା ସହ ଅନ୍ୟକୁ ସାହାଯ୍ୟ କରିପାରିବେ ବୋଲି କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାବାସୀଙ୍କୁ ସତର୍କ କରାଇଲେ ଜେପି ନଡ୍ଡା: କହିଲେ, ହୋଇଯାନ୍ତୁ ସଚେତନ ନଚେତ୍‌…

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରର ଆମ୍ବପୁଆଠାରେ ସାଧାରଣ ସଭାରେ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ ଓଡ଼ିଶାବାସୀଙ୍କୁ ସତର୍କ କରାଇ କହିଛନ୍ତି, ଏଠାରେ ବାହାର ଲୋକଙ୍କୁ ପ୍ରଶ୍ରୟ...

ବିଜେଡି ସରକାର ବଦଳିବା ଦରକାର: ଆମ୍ବପୁଆରେ ଗର୍ଜିଲେ ନଡ୍ଡା

ବ୍ରହ୍ମପୁର,୨୮।୪: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ସରଗରମ ହୋଇଛି। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, କଂଗ୍ରେସ, ଭାଜପାର ଷ୍ଟାର ପ୍ରଚାରକ ନିର୍ବାଚନ ମଇଦାନକୁ...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମଧୁବାବୁଙ୍କ ଜୟନ୍ତୀରେ ସ୍ମୃତିଚାରଣ କଲେ ଆଇନଜୀବୀ

କେନ୍ଦୁଝର,୨୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ଓକିଲ ସଂଘ କେନ୍ଦୁଝରର ସଭାଗୃହରେ ସଂଘର ସଭାପତି ଆଲୋକ ମହାନ୍ତଙ୍କ ଅଧ୍ୟକ୍ଷତାରେ ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ଜୟନ୍ତୀ ତଥା...

ପ୍ରଚଣ୍ଡ ଖରାକୁ ଖାତିର ନ କରି ପ୍ରଚାର ମଇଦାନରେ ପ୍ରାର୍ଥିନୀ

କେସିଙ୍ଗା,୨୮ା୪(ତୁମେଶ୍ୱର ସାହୁ): ସମଗ୍ର କେସିଙ୍ଗା ଅଞ୍ଚଳରେ କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଏପରିକି ତାପମାତ୍ରା ୪୦ରୁ ୪୫ ଡିଗ୍ରୀରୁ ଅଧିକ ରହିଥିବାରୁ ଅଞ୍ଚଳବାସୀ...

ସାଲେପୁରରେ ଆରମ୍ଭରୁ ବର୍ଷିଲେ ରାହୁଲ, କହିଲେ…

ସାଲେପୁର,୨୮ା୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମଧୁବାବୁଙ୍କ ଜନ୍ମସ୍ଥାନ କଟକର ସତ୍ୟଭାମାପୁରରେ ପହଞ୍ଚିଥିଲେ।...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

କାହାକୁ ଟାର୍ଗେଟ କଲେ ଦୀପାଳି ଦାସ, କହିଲେ ସିଜନାଲ ପକ୍ଷୀ…

ଭୁବନେଶ୍ୱର,୨୮।୪: ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଲାଇକେରା ଠାରେ ବିଜେଡିର ମହିଳା ସମାବେଶ କରିଛନ୍ତି ଦୀପାଳି ଦାସ । ଏଥିରେ ଝାରସୁଗୁଡା ବିଧାୟିକା ପ୍ରାର୍ଥୀ ଦୀପାଳି ବିରୋଧୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri