ଜୟପୁର,୧୨।୨(ନି.ପ୍ର.) – ଜୟପୁର ସହରର ରାସ୍ତା ସଂପ୍ରସାରଣ କାମ ସରିଲା। କିନ୍ତୁ ରାସ୍ତା ମଝିରୁ ହଟିଲାନି ବିଦ୍ୟୁତ ଖୁଣ୍ଟ ଓ ନଳକୂପ। ପ୍ରଶାସନିକ ଅବହେଳା ଯୋଗୁ ୩ ବର୍ଷ ହେବ ସାଧାରଣ ଲୋକେ ଏହି କାରଣରୁ ହଇରାଣ ହେବା ସହ ଛୋଟ ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି।
୩ ବର୍ଷ ତଳେ ଜୟପୁର ସହରର ବେଲରୋଡରୁ ରାଞ୍ଚତ୍-ବିଜୟଓ୍ବାଡ଼ା କରିଡର ଯାଏ ରାସ୍ତା ସଂପ୍ରସାରଣ କରାଯାଇଥିଲା। ଜବରଦଖଲକାରୀଙ୍କୁ ହଟାଇବା ପରେ ରାସ୍ତା ନିର୍ମାଣ କାମ ହୋଇଥିଲା। ଯୋଜନା ମୁତାବକ ପ୍ରସାଦ ରାଓପେଟାରୁ କୁମ୍ଭାରସାହି ଶେଷ ଯାଏ ଥିବା ବିଦ୍ୟୁତ ଓ ଟେଲିଫୋନ ଖୁଣ୍ଟ, ନଳକୂପ ସ୍ଥାନାନ୍ତର କରାଯିବାର ଥିଲା। କିନ୍ତୁ ତାହା ଆଜି ଯାଏ ହୋଇପାରି ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଶୁଣୁନାହିଁ। ୩୨୬ ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରିବା ପାଇଁ ଏହି ରାସ୍ତାକୁ ୪୦ ଫୁଟ ଓସାର କରାଯାଇଥିବା ବେଳେ କାମ ଶେଷ ହେବା କ୍ଷଣି ଖୁଣ୍ଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ହୋଇଥିଲା। ପୌରାଞ୍ଚଳ ଅଧୀନରେ ଥିବା ଏହି ରାସ୍ତା ପୂର୍ତ୍ତି ବିଭାଗ ଅଧୀନକୁ ଯିବା ପରେ ଖୁଣ୍ଟ ହଟାଇବା ପାଇଁ ବିଭାଗ ପକ୍ଷରୁ ସାଉଥ୍କୋ ନିକଟରେ ସ୍ଥାନାନ୍ତର ପାଇଁ ଅଟକଳ ହୋଇଥିବା ଟଙ୍କା ପଇଠ କରାଯାଇଥିଲା। ଏହା ସତ୍ତ୍ୱେ ଏଯାବତ୍ ଖୁଣ୍ଟ ହଟିନାହିଁ। ଏ ସମ୍ପର୍କରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଥିଲେ, ତୁରନ୍ତ ଖୁଣ୍ଟ ହଟାଇବାକୁ ସାଉଥ୍କୋ କର୍ତ୍ତୃପକ୍ଷଙ୍କୁ ଚିଠି କରି ଜଣାଇବି।
Posted inଆମ ଜିଲା ଖବର, କୋରାପୁଟ View All
ରୋଷେଇ କଲା ବେଳେ ଫାଟିଲା ଗ୍ୟାସ ସିଲିଣ୍ଡର, ଗୁରୁତରଙ୍କୁ କଟକ ସ୍ଥାନାନ୍ତର
ବ୍ରହ୍ମପୁର , ୨୩।୧୨( ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ବୋରିଗାଁର ବଡ଼ ବନ୍ଧ ସାହିରେ ସୋମବାର ରାତିରେ ଗ୍ୟାସ ସିଲିଣ୍ଡର ଫାଟିଯାଇଛି ।...
ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଉଥିଲେ ପଶ୍ଚିମବଙ୍ଗର ୪ପର୍ଯ୍ୟଟକ, ଉଦ୍ଧାର କଲେ ଲାଇଫଗାର୍ଡ
ପୁରୀ ୨୩/୧୨( ଅଜିତ୍ କୁମାର ମହାନ୍ତି): ଏବେ ପର୍ଯ୍ୟଟନ ଋତୁ ଜାରି ରହିଥିବା ବେଳେ ପୁରୀକୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଅନେକ ଲୋକ ପୁରୀକୁ...
ବିଳମ୍ବ କଲେ ଏମ୍ପି, ଚାଲିଗଲେ ବିଧାୟକ
ଜଗତ୍ସିଂହପୁର, ୨୪ା୧୨ (ପ୍ରମୋଦ କୁମାର ନାୟକ): ଜଗତ୍ସିଂହପୁର ଜିଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳାର ଉଦ୍ଘାଟନୀ ଉତ୍ସବରେ ସୋମବାର ବିଶୃଙ୍ଖଳା ଦେଖାଦେଇଛି। କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ...
ଗଛକାଟି ବସ୍ଷ୍ଟାଣ୍ଡ ନିର୍ମାଣ ପ୍ରସଙ୍ଗ: ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେଡି
ବାରିପଦା,୨୩।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ବାରିପଦା ସହରର ପାଲବଣିଠାରେ ବ୍ୟାପକ ଗଛକାଟି ଆନ୍ତଃରାଜ୍ୟ ବସ୍ଷ୍ଟାଣ୍ଡ ନିର୍ମାଣ ଘଟଣାରେ ମୟୂରଭଞ୍ଜ ଜିଲା ବିଜୁଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ...
କୃଷି ବିଭାଗର ଚଢାଉ: ୧୭୭ ବସ୍ତା ନକଲି ସାର ଜବତ
ନୂଆପଡ଼ା,୨୩ା୧୨ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଗୋଡଫୁଲା ଗାଁ ନିକଟ ରାସ୍ତା କଡରେ ବେଆଇନ ଭାବରେ ନକଲି ରାସାୟନିକ ସାର ଓ ଔଷଧ ବିକ୍ରୟ କରାଯାଉଥିବା...
ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ, ପଡିଲା ପଶୁବଳି
ବଲାଙ୍ଗିର,୨୩/୧୨ (ସୁନିଲ କୁମାର ମହାନ୍ତି): ଆଜି ପ୍ରସିଦ୍ଧ ପ୍ରସିଦ୍ଧ ଶୁଲିଆ ଯାତ୍ରା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଖଇରଗୁରାସ୍ଥିତ ବଡ଼ଖଳା ଓ ସାନଖଳାରେ ପାରମ୍ପରିକ...
ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍, ଘନ କୁହୁଡି ଯୋଗୁ…
ଆସିକା,୨୩।୧୨(ସୁରେନ୍ଦ୍ର ନାଥ ସାହୁ): ଆସିକା ଥାନା ପାକଲା ପଲି ଛକ ନିକଟରେ ଠିଆ ହୋଇଥିବା ଟ୍ରକକୁ ଧକ୍କା ଦେଲା ପରିବା ବୋଝେଇ ପିକଅପ ଭ୍ୟାନ୍। ଫଳରେ...
ଚଳନ୍ତା ଟ୍ରକକୁ ପଛପଟୁ ଧକ୍କା ଦେଲା ଆଉ ଏକ ଟ୍ରକ, ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର
ପଟ୍ଟାଙ୍ଗି, ୨୩।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମାସ୍ଥିତ ପଡାଲଗୁଡା ଛକ ଉପରେ ଚଳନ୍ତା ଟ୍ରକକୁ ଅନ୍ୟ ଏକ ଟ୍ରକ ପଛ...
Archives


