‘ସାହିତ୍ୟ ସମାଜର ଦର୍ପଣ ସଦୃଶ୍ୟ ହେବା ଉଚିତ’

ତିର୍ତ୍ତୋଲ,୧୧ା୨(ଡି.ଏନ.ଏ.): ବାଲିଘର ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ଓ ଶିଶୁ କିଶୋର ସାହିତ୍ୟ ପତ୍ରିକା ‘ବାଲିଘର’ର ୩୦ତମ ବାର୍ଷିକୋତ୍ସବ ପଣ୍ଡୁଆ ପଞ୍ଚାୟତ ମୁଣ୍ଡିଦା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ରାଜ୍ୟସ୍ତରୀୟ କବି ସମ୍ମିଳନୀ, କବିତାପାଠ, ଆଲୋଚନାଚକ୍ର, ସମ୍ବର୍ଦ୍ଧନା ସଭା ଓ ବାଲିଘରର ବାର୍ଷିକ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ଅନୁଷ୍ଠାନ ସଭାପତି ଅଜୟ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ‘ମା, ମାଟି ଓ ମାତୃଭାଷାର ସୁରକ୍ଷା ଆମର ଦାୟିତ୍ୱ’ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟଅତିଥି ପ୍ରଫେସର ଡ.ନିତ୍ୟାନନ୍ଦ ସାହୁ ଯୋଗଦେଇ ସାହିତ୍ୟ ସମାଜର ଦର୍ପଣ ସଦୃଶ୍ୟ ହେବା ଉଚିତ ବୋଲି କହିଥିଲେ। ମୁଖ୍ୟବକ୍ତା ଦେବସ୍ନାନ ଦାସ, ବରେଣ୍ୟ ଅତିଥି ପ୍ରାକ୍ତନ ଉପଜିଲାପାଳ ନାରାୟଣ ନାୟକ, ସାମ୍ୟବାଦୀ ନେତା ଶଶିଭୂଷଣ ସ୍ବାଇଁ, ଆଇନଜୀବୀ ବୀରନାରାୟଣ ପାତ୍ର, ପୂର୍ବତନ ଜିଲାପରିଷଦ ସଭ୍ୟ ହେମନ୍ତ ନାୟକ, ସାମାଜିକ କର୍ମୀ ସୁନାକର ବେହେରା, ଶିକ୍ଷାବିତ ରାଜା ନିରଞ୍ଜନ ପ୍ରସାଦ ଦାସ ଓ ପୂର୍ବତନ ସରପଞ୍ଚ ବିଜୟ ଖଟେଇ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ବାଲିଘର ସମ୍ପାଦକ କୈଳାସ ଚନ୍ଦ୍ର ସ୍ବାଇଁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ବିଶିଷ୍ଟ ଶିଶୁ ସାହିତି୍ୟକ ତଥା ଆକାଶବାଣୀ କଟକ ଶିଶୁ ସଂସାର କାର୍ଯ୍ୟକ୍ରମର ପୂର୍ବତନ ବଡଭାଇ ନଦିୟା ବିହାରୀ ମହାନ୍ତିଙ୍କୁ ‘ବାଲିଘର ଶିଶୁ ସାହିତ୍ୟ ସମ୍ମାନ’, ପ୍ରଫେସର ବୈଷ୍ଣବ ସାମଲଙ୍କୁ ‘ବାଲିଘର ସାହିତ୍ୟ ସମ୍ମାନ’, ଡ. ମନୋରମା ବିଶ୍ୱାଳ ମହାପାତ୍ରଙ୍କୁ ‘ବାଲିଘର କବିତା ସମ୍ମାନ’, ଗାଳ୍ପିକ ରବି ପଣ୍ଡାଙ୍କୁ ‘ବାଲିଘର ଗଳ୍ପ ସମ୍ମାନ’, ବୈକୁଣ୍ଠନାଥ ମିଶ୍ରଙ୍କୁ ‘ବାଲିଘର ପ୍ରବନ୍ଧ ସମ୍ମାନ’, ସୁଶ୍ରୀ ଅନିନ୍ଦିତା ମିଶ୍ରଙ୍କୁ ‘ବାଲିଘର ଯୁବ ସମାଜସେବା ସମ୍ମାନ’ପ୍ରଦାନ କରାଯାଇଥିବାବେଳେ ସାହିତ୍ୟ ପତ୍ରିକା ଗୋକର୍ଣ୍ଣିକାର ସମ୍ପାଦକ ରମାକାନ୍ତ ଜେନା, କବି ପ୍ରହ୍ଲାଦ ମଲ୍ଲିକ, କବି ସଚ୍ଚିଦାନନ୍ଦ ମିଶ୍ର, ଖବରଦାତା ସନ୍ଦୀପ ଲେଙ୍କା, ସାମାଜିକକର୍ମୀ ପ୍ରତାପ ଚନ୍ଦ୍ର ମହାନ୍ତି, ଶିଶୁ ଶିଳ୍ପୀ ଅଙ୍କିତା ମଲ୍ଲିକ, ଗ୍ରାମାଞ୍ଚଳ କାର୍ଯ୍ୟକରୁଥିବା ବାବା ବଟମହାପୁରୁଷ ଯୁବକ ସଂଘ, ବେଊଁଳ ପ୍ରମୁଖଙ୍କୁ ବାଲିଘର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରିୟତମା ସାହୁ ଓ ଅନିନ୍ଦିତା ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କବି ସମ୍ମିଳନୀରେ ଶତାଧିକ କବି ଯୋଗଦେଇ ସ୍ବରଚିତ କବିତା ପାଠ କରିଥିଲେ। ସହସମ୍ପାଦକ ପ୍ରଫେସର ଡ. ସଂଗ୍ରାମକେଶରୀ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଦଳ ନା ପ୍ରାର୍ଥୀ? ସମ୍ବଲପୁରରେ କାହା ମୁଣ୍ଡରେ ସୁନାକଳସ ଢ଼ାଳିବେ ଜନତା…

ସମ୍ବଲପୁର,୮।୫: ଦିଲ୍ଲୀରୁ ପଲ୍ଲୀ ଏବେ ସବୁଠି ନିର୍ବାଚନୀ ତାତି। ସମ୍ବଲପୁର କଥା ଦେଖିଲେ ଏଠାରେ ୩ ପ୍ରମୁଖ ଦଳ ନିଜର ପ୍ରାର୍ଥୀଙ୍କୁ ଓହ୍ଲାଇଛନ୍ତି। ନିଜର ପୁରୁଖା...

ଜମୁଛି ପ୍ରଚାର, ନିଜ ସପକ୍ଷରେ ଭୋଟ୍‌ ଦେବାକୁ ଲୋକଙ୍କୁ ନିବେଦନ କରୁଛନ୍ତି ପ୍ରାର୍ଥୀ

କେସିଙ୍ଗା,୮ା୫(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରରେ ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବା ପାଇଁ ନଗରପାଳ ନୃପରାଜ ଯାଦବଙ୍କ ନେତୃତ୍ୱରେ ବିଜେଡି କର୍ମୀଙ୍କ ଦ୍ୱାରା ନିର୍ବାଚନୀ...

କଳାହାଣ୍ଡିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦେଲେ ଏସବୁ ପ୍ରତିଶ୍ରୁତି…

ଭବାନୀପାଟଣା,୮ା୫(ଉତ୍ତମ କୁମାର ଦାଶ): କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କଳାହାଣ୍ଡିକୁ ଦିନିକିଆ ଗସ୍ତରେ ଆସିଥିଲେ। ଅପରାହ୍ନ ୧ଟା ୧୫ରେ ଭବାନୀପାଟଣା ସହରସ୍ଥିତ ରିଜର୍ଭ ପଡ଼ିଆରେ ହେଲିକପ୍ଟରରୁ...

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri