ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ଥିତି ବହୁତ ଖରାପ ହୋଇଛି। କେତେକେ ଜେଲ ଭୟରେ ଦେଶ ଛାଡି ଚାଲି ଯାଇଥିବା ବେଳେ କିଛି ବ୍ୟକ୍ତି ଆତ୍ମହତ୍ୟା ଏବଂ ଆଉ କିଛି ଏବେ ଜେଲରେ ରହିଛନ୍ତି। କିଛି ଏମିିତି ବ୍ୟବସାୟୀଙ୍କ ଜୀବନ ଉପରେ ନଜର ପକାଇବା….
ଅନିଲ ଅମ୍ବାନୀ (ରିଲାଏନ୍ସ ଟେଲିକମ୍‌)
ଦିନ ଥିଲା ଯେତେବେଳ ଅନିଲ ଅମ୍ବାନୀ ବିଶ୍ୱର ୬ ନମ୍ବର ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ। କିନ୍ତୁ ସ୍ଥିତି ଏବେ ଏଭଳି ହୋଇଛି ଯେ, ଋଣ ଶୁଝିବାକୁ ସେ ସକ୍ଷମ ହେଉ ନାହାନ୍ତି। ସେ ଆଉ ଧନୀ ହୋଇ ନାହାନ୍ତି, ତାଙ୍କର ନେଟ ଓର୍ଥ ଜିରୋ ରହିଥିବା କୋର୍ଟଙ୍କୁ କହୁଛନ୍ତି। ଟେଲିକମ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରି ଏବେ ସେ ଦେବାଳିଆ ସ୍ଥିତିକୁ ଚାଲି ଆସିଛନ୍ତି ତାଙ୍କ କମ୍ପାନୀ ଉପରେ ୧ ଲକ୍ଷ କୋଟିର ଋଣ ରହିଛି। ଥରେ ଜେଲ ଯିବାରୁ ତାଙ୍କ ବଡ ଭାଇ ମୁକେଶ ଅନିଲଙ୍କୁ ବଞ୍ଚାଇଛନ୍ତି। ଲଣ୍ଡନ କୋର୍ଟରେ ମାମଲା ଲଢୁଥିବା ଅନିଲଙ୍କ ଓକିଲ କହିଛନ୍ତି ଯେ, ସେ କେବେ ଧନୀ ଥିଲେ ମାତ୍ର ଏବେ ଆଉ ନାହାନ୍ତି।
ବିଜୟ ମାଲ୍ୟା(କିଙ୍ଗଫିଶର ଏୟାର ଲାଇନ)
ମଦ ଠାରୁ ଆରମ୍ଭ କରି ବିମାନ ସେବା ବ୍ୟବସାୟ ପର୍ଯ୍ୟନ୍ତ ବିଜୟ ମାଲ୍ୟାଙ୍କ ଦିନେ କାଟତି ରହିଥିଲା। ତାଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସେ ସାରା ଦୁନିଆରେ ପରିଚିତ ଥିଲେ। ଦିନ ଥିଲା ହଜାର ହଜାର କୋଟି ସହ ଖେଳୁଥିବା ଏହି ବ୍ୟବସାୟୀ ଏବେ ଋଣ ଶୁଝି ନ ପାରି ଲଣ୍ଡନ ପଳାୟନ କରିଛନ୍ତି। ଜେଲ ଭୟରେ ଦେଶ ଛାଡିଥିବା ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲୁ ରହିଛି।
ଭି.ଜି.ସିଦ୍ଧାର୍ଥ(କ୍ୟାଫେ କଫି ଡେ)
କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥ ଗତ ବର୍ଷ ଋଣ ସମସ୍ୟା ଯୋଗୁ ଚିନ୍ତାଗସ୍ତ ହେବା ସହ ଆତ୍ମ ହତ୍ୟା କରିଥିଲେ। ଗତ ୨ ବର୍ଷ ହେବ ସିସିଡିକୁ ବୃହତ୍‌ ପରିମାଣର କ୍ଷତି ସହିବାକୁ ପଡୁଥିଲା। ଏଥିଯୋଗୁ କମ୍ପାନୀ ଏହାର ଅନେକ ଷ୍ଟୋର ବନ୍ଦ କରି ଦେଇଥିଲା। କମ୍ପାନୀର ବିଭିନ୍ନ ସମସ୍ୟା ଯୋଗୁ ସିଦ୍ଧାର୍ଥ ଚିନ୍ତାରେ ଥିଲେ। ସେ ଛାଡି ଯାଇଥିବା ଶେଷ ଚିଠିରେ ଆର୍ଥତ୍କ ସଙ୍କଟ କଥା ଉଲ୍ଲେଖ କରିଥିଲେ।
ସୁବ୍ରତ ରାୟ(ସାହାରା ଇଣ୍ଡିଆ)
ସାହାରା ଅଧ୍ୟକ୍ଷ ସୁବ୍ରତ ରାୟଙ୍କୁ ସଫଳତାଠାରୁ ଜେଲ ପର୍ଯ୍ୟନ୍ତ ରାସ୍ତା ଦେଇ ଯିବାକୁ ପଡିଛି। ଦିନ ଥିଲା ତାଙ୍କୁ ବ୍ୟବସାୟ ଆରମ୍ଭ କରିବା ଲାଗି ବ୍ୟାଙ୍କ ୫ ହଜାର ଟଙ୍କା ଦେବାକୁ ମନା କରିଦେଇଥିଲା। ତାଙ୍କର ଏକ ବନ୍ଧୁଙ୍କ ସହ ମିଶି ସେ ଏକ ଚିଟ ଫଣ୍ଡ କମ୍ପାନୀ ଆରମ୍ଭ କରିଥିଲେ। ସେହିଠାରୁ ତାଙ୍କର ସଫଳତା କାହାଣି ଆରମ୍ଭ ହୋଇ ୨୦୧୩ରେ ଅଟକି ଗଲା। ନିବେଶକଙ୍କ ଅର୍ଥ ନ ଫେରାଇବା ଯୋଗୁ ସେବି ସାହାରାର ଆକାଉଣ୍ଟ ଉପରେ କଟକଣା ଲଗାଇଲା। ସମୟ ଥିଲା ଯେତେବେଳେ ସାହାରା କମ୍ପାନୀର ସମ୍ପତ୍ତି ଦେଢ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ୧୨ ହଜାର କର୍ମଚାରୀ କାମ କରୁଥିଲେ।
ରମେଶ ଚନ୍ଦ୍ର (ୟୁନିଟେକ)
ଦିନ ଥିଲା ରମେଶ ଚନ୍ଦ୍ରାଙ୍କର ରିୟଲ ଇଷ୍ଟେଟ କମ୍ପାନୀ ୟୁନିଟେକ ଦେଶର ଏକ ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ସ୍ଥାନିତ ଥିଲା। କମ୍ପାନୀର ସମ୍ପତ୍ତି ୭୦ ହଜାର କୋଟି ଟଙ୍କା ଛୁଇଁଥିଲା। ୨୦୦୧ରେ ତାଙ୍କର ଟେଲିକମ୍‌ କମ୍ପାନୀ ୨ଜି ଘୋଟାଲାରେ ଫସି ଗଲା। ଏହି ମାମଲାରେ ତାଙ୍କ ପୁତ୍ର ସଞ୍ଜୟ ଚନ୍ଦ୍ରାଙ୍କୁ ଜେଲ ଯିବାକୁ ପଡିଥିଲା। କରଜ ଶୁଝିବା ଲାଗି ତାଙ୍କୁ ସମ୍ପତ୍ତି ବିକ୍ରି କରିବାକୁ ପଡିଲା। ଏହା ପରଠାରୁ ସେ ଆଉ ଅଗ୍ରଗତି କରି ପାରିଲେ ନାହିଁ।
ବି.ରାମଲିଙ୍ଗା ରାଜୁ( ସତ୍ୟମ କମ୍ପ୍ୟୁଟର୍ସ)
ସତ୍ୟମ କମ୍ପ୍ୟୁଟର ସର୍ଭିସେସ ସ୍ଥାପନ ବି.ରାମଲିଙ୍ଗା ରାଜୁ ତାଙ୍କ ଶଳା ଡିଭିଏସ୍‌ ରାଜୁଙ୍କ ସହ ମିଶି ୧୯୮୭ରେ କରିଥିଲେ। ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ଦେଶର ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ଏହାକୁ ସାମିଲ କରାଇ ପାରିଥିଲା। ୬୦ ହଜାର ଲୋକଙ୍କୁ ରୋଜଗାର ଦେଇଥିବା ଏହି କମ୍ପାନୀର ପତନ ଆରମ୍ଭ ହେଲା। ପରେ ଏହାକୁ ଟେକ୍‌ ମହିନ୍ଦ୍ରା ଅଧିଗ୍ରହଣ କରିଛି।
ସିଂ ଭ୍ରାତା( ଫୋର୍ଟିସ ଗ୍ରୁପ)
୨୦୦୧ରେ ସିଂ ଭ୍ରାତାଙ୍କ ନିକଟରେ କେବଳ ଗୋଟିଏ ହସ୍ପିଟାଲ ରହିଥିଲା। ୧୦ ବର୍ଷ ପରେ ଏହା ୬୬ରେ ପହଞ୍ଚି ଗଲା। ହେଲେ ଗୋଟିଏ ଭୁଲ ପାଇଁ ସଫଳତା ଛୁଇଁଥିବା ସିଂ ଭ୍ରାତାଙ୍କୁ ଜେଲ ଯିବାବୁ ପଡିଲା। ବେଆଇନ କାରବାର, ଠକେଇ ଅଭିଯୋଗରେ ଏବେ ସିବିନ୍ଦର ଏବଂ ମାଲବିନ୍ଦର ଜେଲରେ ଅଛନ୍ତି। ଫୋର୍ଟିସ ଗ୍ରୁପ ବିକ୍ରି ହୋଇ ସାରିଛି।
ଜୟ ପ୍ରକାଶ ଗୌଡା (ଜେପି ଗ୍ରୁପ)
ଜେ.ପି. ଗ୍ରୁପର ପ୍ରତିଷ୍ଠାତା ଜୟ ପ୍ରକାଶ ଗୌଡା ଜଣେ ସିଭିଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସମୟ କ୍ରମେ ଏକ ବଡ ବାଣିଜ୍ୟ ଛିଡା କରିବାରେ ସେ ସକ୍ଷମ ହୋଇଥିଲେ। ୨୦୦୮ରେ ଷ୍ଟକ ବଜାରରେ ଏହି କମ୍ପାନୀ ଭଲ ପ୍ରଦର୍ଶନ କରୁଥିଲା। ବିଭିନ୍ନ ପରିଯୋଜନାକୁ ପୂରା କରିବା ଲାଗି ଏହି କମ୍ପାନୀ ବୃହତ୍‌ ପରିମାଣର ଋଣ କରିଥିଲା। ଏହା ଦେଶର ପ୍ରଥମ ଫର୍ମୁଲା ୧ ଟ୍ରାକ ତିଆରି କରିଥିଲା ଅତିରିକ୍ତ ଋଣ ବୋଝ ଯୋଗୁ କମ୍ପାନୀ ତଳିତଳାନ୍ତ ହୋଇଗଲା। କମ୍ପାନୀ ଉପରେ ଏବେ ୭୫ ହଜାର କୋଟି ଟଙ୍କାର ଋଣ ଥିବା ବେଳେ ଦେବାଳିଆ ଘୋଷିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌ର ଅନାବରଣ

ନୂଆଦିଲ୍ଲୀ, ୮।୫ (ଅଭୟ ଦାଶ): ବଜାଜ ଅଟୋ ଲିମିଟେଡ୍‌ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ଅଲ୍‌ ନ୍ୟୁ ପଲ୍‌ସର ଏନ୍‌ଏସ୍‌୪୦୦ଜେଡ୍‌’ର ସର୍ବଭାରତୀୟ ଉନ୍ମୋଚନ...

ଇମାମିର ନୂତନ ଅଭିଯାନ

ନୂଆଦିଲ୍ଲୀ,୮।୫: ଦେଶର ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇମାମି ଗ୍ରୁପ୍‌ର ଅଗ୍ରଣୀ କମ୍ପାନୀ ଇମାମି ଲିମିଟେଡ୍‌ର ନୂତନ ଅଭିଯାନ ‘ଟେଲିଭିଜନ କମର୍ସିଆଲ ବା ଟିଭିସି’ର...

ଡଲାରର ସମର କଲେକ୍ସନ

ନୂଆଦିଲ୍ଲୀ,୮।୫: ଡଲାର ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ନୂତନ ସମର କଲେକ୍ସନ ‘ନ୍ୟୁ ରେଞ୍ଜ ଅଫ୍‌ ସମର ଓ୍ବେର’ର ଅନାବରଣ ସହ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି।...

ଜେଏସ୍‌ଏଲ୍‌ର ନୂଆ ମାଇଲଖୁଣ୍ଟ

ନୂଆଦିଲ୍ଲୀ,୮।୫: ଦେଶର ପ୍ରମୁଖ ଘରୋଇ କମ୍ପାନୀ ତଥା ଅଗ୍ରଣୀ ଷ୍ଟେନ୍‌ଲେସ୍‌ ଇସ୍ପାତ ଉତ୍ପାଦନକାରୀ ‘ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ ବା ଜେଏସ୍‌ଏଲ୍‌’କୁ ନିକଟରେ ଆଉ ମାନ୍ୟତ୍ୟ ପ୍ରଦାନ...

ଖାଉଟିଙ୍କୁ ଘାରିଛି ଦରବୃଦ୍ଧି ଚିନ୍ତା

ଭୁବନେଶ୍ୱର,୮।୫(ଅନୁରାଧା ମହାରଣା): ଗତ କିଛି ମାସ ଧରି ଦେଶରେ ମୁଦ୍ରାସ୍ଫୀତିରେ ମନ୍ଥରତା ଦେଖାଦେଇଛି। ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ଫୀତି ହାର ୯ ମାସ ମଧ୍ୟରେ ସର୍ବନିମ୍ନ ସ୍ତରକୁ...

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri