ଗୋପାଳପୁର,୮ା୨-କେନ୍ଦ୍ର ଓ ରାଜ୍ୟ ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଅନେକ ଯୋଜନା ପ୍ରଣୟନ କରୁଛନ୍ତି। ବଜେଟରେ ମଧ୍ୟ କୃଷକଙ୍କ ବିକାଶ ପାଇଁ ଲୋକାଭିମୁଖୀ ଯୋଜନା ମାଧ୍ୟମରେ ବ୍ୟୟ ଅଟକଳ କରୁଛନ୍ତି। ଚାଷୀମାନଙ୍କ ନିମନ୍ତେ ରିହାତିରେ ଋଣ ପ୍ରଦାନ ବ୍ୟବସ୍ଥା କରାଯାଉଛି। ବିଶେଷ କରି ମାଛ ଚାଷ ସହ ଗୋପାଳନ, ଛେଳି, ମେଣ୍ଢା, କୁକୁଡା ପାଳନ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି। ଯୋଜନା କିଭଳି ସଫଳ ରୂପାୟନ ହୋଇପାରିବ ସେନେଇ ଉଚ୍ଚ ପଦାଧିକାରୀମାନେ ସମୀକ୍ଷା ମଧ୍ୟ କରିଥାନ୍ତି। ମାତ୍ର ଯୋଜନା ତୃଣମୂଳସ୍ତରରେ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଏପରି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକରେ।
ଏଠାରେ ଥିବା ଚାରୋଟି ସେଣ୍ଟରରେ ଦୀର୍ଘଦିନ ଧରି ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ରିପୋର୍ଟ ଅନୁସାରେ ରଙ୍ଗେଇଲୁଣ୍ଡା ବ୍ଲକରେ ୧୧ଟି ପ୍ରାଣୀଧନ ସହାୟକ କେନ୍ଦ୍ର ରହିଛି। ସେଗୁଡ଼ିକ ହେଲା ଗୋଳନ୍ଥରା, ଗୋପାଳପୁର, ଗୋଳାବନ୍ଧ, କନିଷି, ମନ୍ତ୍ରିଡ଼ି, ପଦ୍ମପୁର, କେଲୁଆପଲ୍ଲୀ, ସାତକୁଟୁଣୀ, ଡ଼ୁରା, ସିନ୍ଧିଗାଁ ଓ ଫୁଲଟା। ଗୋଳନ୍ଥରା, ଗୋପାଳପୁର, ମନ୍ତ୍ରିଡ଼ି ଓ ସାତକୁଟୁଣୀରେ ଦୀର୍ଘଦିନ ହେଲା ପ୍ରାଣୀଧନ ସହାୟକ ପଦବୀ ଖାଲି ପଡ଼ିଛି। ଫଳରେ ଉକ୍ତ ଅଞ୍ଚଳର ଚାଷୀମାନେ ଗୃହପାଳିତ ପଶୁପକ୍ଷୀଙ୍କ ଚିକିତ୍ସା କରାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଫଳରେ ବିଭିନ୍ନ ରୋଗରେ ପଶୁ ପକ୍ଷୀମାନେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଜଣେ ପ୍ରାଣୀଧନ ସହାୟକ ଦୁଇ ଦୁଇଟି ସେଣ୍ଟର ଦାୟିତ୍ୱ ଦିଆଯାଇଛି। ଫଳରେ ଠିକ୍ ସମୟରେ ପ୍ରାଣୀଧନ ସହାୟକମାନେ ସେଣ୍ଟରରେ ଉପସ୍ଥିତ ରହିପାରୁନାହାନ୍ତି। ଅନ୍ୟପଟେ ଏପ୍ରିଲ ଠାରୁ ସେପ୍ଟେମ୍ବର ସକାଳ ୭ଟାରୁ ୧୧ଟା ଓ ସନ୍ଧ୍ୟା ୪ରୁ ୬ଟା ଓ ଅକ୍ଟୋବରରୁ ମାର୍ଚ୍ଚ ୮ଟାରୁ ୧୨ଟା ଓ ୩ଟାରୁ ୫ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟ ଖୋଲା ରଖିବାର ନିୟମ ରହିଛି। ଠିକ ସମୟରେ ପ୍ରାଣୀଧନ ସହାୟକ କେନ୍ଦ୍ରରେ ଉପସ୍ଥିତ ନରହି ବିଭିନ୍ନ ଆଳ ଦେଖାଉଛନ୍ତି। ପଶୁପକ୍ଷୀମାନେ ସାମାନ୍ୟ ଅସୁସ୍ଥ ହେଲେ ମଧ୍ୟ ବ୍ରହ୍ମପୁର ଉପଖଣ୍ଡସ୍ତରୀୟ ପ୍ରାଣୀଧନ ଚିକିତ୍ସାକେନ୍ଦ୍ରକୁ ଖର୍ଚ୍ଚାନ୍ତ ହୋଇ ନେବାକୁ ପଡୁଛି। ଅନ୍ୟପଟେ ବିଭିନ୍ନ ସହାୟକ କେନ୍ଦ୍ରରେ ଆଟେଣ୍ଡାଣ୍ଟମାନେ ଚିକିତ୍ସା କରି ଷ୍ଟିଚିଂ, ଇଞ୍ଜେକସନ ଓ ସାଲାଇନ ଦେଉଛନ୍ତି। ସନ୍ଧ୍ୟା ସମୟରେ କୌଣସି କେନ୍ଦ୍ର ଖୋଲୁ ନ ଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ପ୍ରଭୁଦତ୍ତ ଦାଶଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ ୪ଟି କେନ୍ଦ୍ରରେ ପ୍ରାଣୀ ସହାୟକ ପଦବୀ ଖାଲି ପଡ଼ିଛି। ଉଚ୍ଚ ପଦାଧିକାରୀଙ୍କୁ ପଦବୀ ପୂରଣ ପାଇଁ ଜଣାଇ ଦିଆଯାଇଛି ବୋଲି କହିଥିଲେ।
ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍; ମିଳିନି ପରିଚୟ…
ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...
ଶିଶୁ ମନ୍ଦିରର ରୋପ୍ୟ ଜୟନ୍ତୀ ସମାରୋହ: ବାର୍ଷିକ ମୁଖପତ୍ର ‘ଆହ୍ବାନ’କୁ ଉନ୍ମୋଚନ କଲେ ବିଧାୟକ
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୨୫ ତମ ପ୍ରତିଷ୍ଠା ଦିବସ ଅବସରରେ ମଙ୍ଗଳବାର ସଂଧ୍ୟାରେ ଆୟୋଜିତ ରୌପ୍ୟ ଜୟନ୍ତୀ...
ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ…
ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...
ଦିଗପହଣ୍ଡିରେ ଖୋଲିଲା ଧାନମଣ୍ଡି: ଜିଲାପାଳ କଲେ ଶୁଭାରମ୍ଭ, ବିଧାୟକ ଯୋଗଦେଇ…
ଦିଗପହଣ୍ଡି,୨୩।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାସନ ମଙ୍ଗଳବାର ଦିଗପହଣ୍ଡି ବ୍ଳକ ଫାସିଗୁଡା ଗ୍ରାମ ପ୍ରାଥମିକ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ପହଞ୍ଚି...
କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….
ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...
ବିଜୁଙ୍କୁ ମିଳିଲା ଆଜୀବନ କାରାଦଣ୍ଡ: ଅଢେଇ ବର୍ଷ ତଳେ…
ବ୍ରହ୍ମପୁର, ୨୩/୧୨(ସୁବାସ ଚନ୍ଦ୍ର ପାଢ଼ୀ): ଜିଲା ଜଜ ଅଶାନ୍ତ କୁମାର ଦାସ ମଙ୍ଗଳବାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ଦୋଷୀ...
ଗାଁକୁ ଫେରୁଥିଲେ ଦୁଇ ସାଙ୍ଗ: କଲେଜ ଛକରେ ହେଲା ବଡ଼ Accident, ଛିଟିକି ପଡିଲେ…
ଗଞ୍ଜାମ,୨୩।୧୨: ଗଞ୍ଜାମ ଜିଲା ଛତ୍ରପୁର କଲେଜ ଛକ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ...
କେନାଲ ଭିତରେ ପଡ଼ିଛି ନରକଙ୍କାଳ, ଏଥିରେ ଲାଗିଛି…
ବ୍ରହ୍ମପୁର,୨୩ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଏକ କେନାଲ ଭିତରେ ପଡ଼ିଛି ନରକଙ୍କାଳ। ଏହାକୁ ନେଇ ଏବେ ବ୍ରହ୍ମପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ନିମଖଣ୍ଡି ଥାନା ପୋଲିସ କଙ୍କାଳ...
Archives


