ଜାଲ୍‌ ସାର୍ଟିଫିକେଟ ନେଇ ଏତଲା, ଶିକ୍ଷୟିତ୍ରୀ ନିଲମ୍ବିତ

ଚିକିଟି,୬ା୨(ଡି.ଏନ.ଏ.): ଗଞ୍ଜାମ ଜିଲାରେ ଜାଲ ସାର୍ଟିଫିକେଟ ଦେଇ ଚାକିରି କରିଥିବା ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଛି। ଚିକିଟି ବ୍ଲକରେ ଏପରି ଜଣେ ନକଲି ଶିକ୍ଷୟିତ୍ରୀ ଧରାପଡ଼ିଛନ୍ତି। ତାଙ୍କ ବିରୋଧରେ ଥାନାରେ ଏତଲା ଦିଆଯିବା ସହ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ନକଲି ଶିକ୍ଷୟିତ୍ରୀ ଜଣକ ସେ ହେଲେ ଗମାଙ୍ଗ ଜୟନ୍ତୀ। ଜାଲ୍‌ ସାର୍ଟିଫିକେଟ ଦେଇ ସେ ୨ବର୍ଷ ହେଲା ଚାକିରି କରି ଆସୁଥିଲେ।
ଚାକିରି ଆବେଦନ ବେଳେ ଗମାଙ୍ଗ ବ୍ରହ୍ମପୁର ତହସିଲ ଅଞ୍ଚଳର ସ୍ଥାୟୀ ବାସିନ୍ଦା ବୋଲି ପ୍ରମାଣପତ୍ର ଦେଇଥିଲେ। ୨୦୧୮ ଏପ୍ରିଲ୍‌ ୩ ତାରିଖରେ ସେ ପତିଗୋବିନ୍ଦପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରେ ଯୋଗ ଦେଇଥିଲେ। ଗତ ଜୁଲାଇ ୧୯ ତାରିଖରୁ ଡେପୁଟେଶନରେ ନୂଆପଡ଼ା ଗ୍ରାମ ଯୁବରାଜପେଣ୍ଠ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ଆସିଥିଲେ। ଜିଲାରେ ବହୁ ନକଲି ଶିକ୍ଷକ ଥିବା ଅଭିଯୋଗ ଆସିବାରୁ କିଛିମାସ ହେଲା ସାର୍ଟିଫିକେଟ ଯାଞ୍ଚ ଚାଲିଛି। ଚିକିଟି ବ୍ଲକର ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯାଞ୍ଚ ଚାଲିଥିବା ବେଳେ ଗମାଙ୍ଗ ବ୍ରହ୍ମପୁର ତହସିଲ ଅଞ୍ଚଳର ନୁହଁନ୍ତି ବୋଲି ଜଣାପଡିଥିଲା। ଏଥିସହ ସେ ଦେଇଥିବା ଜାତି ପ୍ରମାଣପତ୍ର ଜାଲ୍‌ ବୋଲି ସ୍ପଷ୍ଟ ହୋଇଥିଲା। ଏ ନେଇ ସମଗ୍ର ଶିକ୍ଷାର ଜିଲା ପ୍ରକଳ୍ପ ସଂଯୋଜିକା (ଡିପିସି) ବିନିତା ସେନାପତିଙ୍କ ନିର୍ଦ୍ଦେଶକ୍ରମେ ଚିକିଟି ବ୍ଲକର ଭାରପ୍ରାପ୍ତ ଶିକ୍ଷାଧିକାରୀ କୋରେଶୁ ସେଠୀ ମଙ୍ଗଳବାର କେ.ନୂଆଗାଁ ଥାନାରେ ଏତଲା ଦେଇଛନ୍ତିି। ଏହାକୁ ଭିତ୍ତିକରି ନଂ. ୩୦/୨୦୨୦ ଦଫା ୪୨୦/୪୬୭, ୪୬୮/ ୪୭୧ରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରାଯାଉଥିବା ଥାନାଧିକାରୀ ମାଧବନନ୍ଦ ନାୟକ କହିଛନ୍ତିି। ଅନ୍ୟପକ୍ଷରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିବା ଭାରପ୍ରାପ୍ତ ବିଇଓ ସେଠୀ କହିଛନ୍ତି। ସମ୍ପୃକ୍ତ ଶିକ୍ଷୟିତ୍ରୀ ଛୁଟି ଦରଖାସ୍ତ ନ ଦେଇ ବୁଧବାର ବିଦ୍ୟାଳୟରେ ଅନୁପସ୍ଥିତ ଥିବା ପ୍ରଧାନ ଶିକ୍ଷୟତ୍ରୀ ସୌଭାଗ୍ୟ ମଞ୍ଜରି ସିଂ କହିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri