ଶ୍ରୀଲିଙ୍ଗରାଜ କ୍ଷେତ୍ର ପ୍ରତି ଚରମ ଅବହେଳା

ପୁରୁଣା ଭୁବନେଶ୍ୱର,୬ା୨ (ଡି.ଏନ.ଏ.): ଶ୍ରୀଲିଙ୍ଗରାଜ କ୍ଷେତ୍ରର ବିକାଶ ଓ ସୌନ୍ଦର୍ଯ୍ୟକରଣ ନେଇ ବିଭିନ୍ନ ସ୍ଥାନରେ ଉଚ୍ଛେଦ ଯୋଗୁ ମନ୍ଦିର ସମ୍ମୁଖ ରାସ୍ତା ବନ୍ଦ କରାଯାଇଛି। ଏହି କାରଣରୁ ବିଏମ୍‌ସି ଡାକ୍ତରଖାନା ଓ ରକ୍ତଭଣ୍ଡାର ଉପରେ ନିର୍ଭର କରି ଆସୁଥିବା ଆଖପାଖ ଅଞ୍ଚଳର ବାସିନ୍ଦା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମନ୍ଦିର ଉତ୍ତର ଦ୍ୱାରା ନିକଟ ରଥଖଳା, ତଳବଜାର ଅଞ୍ଚଳରେ ଉଠା ଦୋକାନୀ ଓ ପରିବା ହାଟ ଯୋଗୁ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ଯେଉଁଠାରେ ଯିଏ ପାରିଲା ନିଜ ପସରା ମେଲାଇ ବ୍ୟବସାୟ କରୁଛନ୍ତି। ସାଧାରଣ ରୋଗୀଟିଏ ବିଏମସି ଡାକ୍ତରଖାନା ଯିବାକୁ ହେଲେ ବାଧ୍ୟ ହୋଇ ୧ କିମି ଅଧିକ ବୁଲିବାକୁ ପଡୁଛି। ସେହିପରି ରାସ୍ତା ଉପରେ ଅବୈଧ ପାର୍କିଂ ଓ ବିବାହ, ବ୍ରତଘର ଅବସରରେ ବାଜା, ବାଣ ସହ ରୋଶଣି ଯୋଗୁ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଟ୍ରାଫିକ୍‌ ସମସ୍ୟା ବଢି ଚାଲିଛି। ଏଭଳି ଅବହେଳା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ବେଆଇନ ପାର୍କିଂ ଯୋଗୁ ଲୋକେ ହନ୍ତସନ୍ତ
ବିକାଶ, ସୌନ୍ଦର୍ଯ୍ୟକରଣ ବଦଳରେ ଅବ୍ୟବସ୍ଥା ଓ ପୂତ୍ତିଗନ୍ଧମୟ, ଅସ୍ବାସ୍ଥ୍ୟକର ପରିବେଶ ମିଳିବ ଏହା ବୋଧହୁଏ ପୁରୁଣା ଭୁବନେଶ୍ୱରବାସୀଙ୍କୁ ଜଣା ନ ଥିଲା। ପାର୍କିଂ ସୁବିଧାକୁ ପ୍ରାଥମିକତା ଦେବା ବଦଳରେ ଉଚ୍ଛେଦ ସ୍ଥଳଗୁଡିକରେ ଟାଇଲ ବିଛାଇ କୁଣ୍ଡରେ ବଡ ବଡ ଗଛ ରଖାଯାଇଛି। ଫଳରେ ଏହି ସ୍ଥାନଗୁଡିକ ଅବ୍ୟବହୃତ ଭାବେ ରଖାଯିବାରୁ ପାର୍କିଂ ପାଇଁ ସ୍ଥାନ ଅଭାବ ଦେଖାଦେଇଛି। ଏଣେ ନୂତନ ମାର୍କେଟ କମ୍ପ୍ଲେକ୍ସ ଅଞ୍ଚଳରେ ପାର୍କିଂ ବ୍ୟବସ୍ଥା ରହିଥିବାରୁ ଯାତ୍ରୀବାହୀ ବସଗୁଡିକ ଏହାକୁ ବସ ଟର୍ମିନାଲ ପରି ବ୍ୟବହାର କରୁଛନ୍ତି। ଏଥିଯୋଗୁ ଦିନବେଳା ୪ ଚକିଆ ଯାନବାହନ ବିଭିନ୍ନ ସ୍ଥାନରେ ବେଆଇନଭାବେ ରାସ୍ତା ଉପରେ ପାର୍କିଂ କରୁଛନ୍ତି। ବିଏମସି ପକ୍ଷରୁ ପାର୍କିଂ ଫି ଆଦାୟ କରିବା ଦାୟିତ୍ୱରେ ଥିବା କର୍ମଚାରୀ ଗାଡିଗୁଡିକରୁ ପାର୍କିଂ ସ୍ଥଳ ବ୍ୟତୀତ ଅନ୍ୟତ୍ର ରଖିବା ନେଇ ବାରଣ କରିବା ପରିବର୍ତ୍ତେ ଟିକେଟ୍‌ କାଟିବାରୁ ଏପରି ଅବ୍ୟବସ୍ଥା ଦେଖାଦେଉଛି।

ଅସ୍ବାସ୍ଥ୍ୟକର ପରିବେଶରେ ପର୍ଯ୍ୟଟକ
ପୂର୍ବରୁ ପର୍ଯ୍ୟଟକ ଶ୍ରଦ୍ଧାଳୁ ଓ ସେବାୟତଙ୍କ ସୁବିଧାକୁ ନଜରରେ ରଖି ସରକାରୀ ଓ ବେସରକାରୀ ସ୍ତରରେ ଶ୍ରୀଲିଙ୍ଗରାଜ ମନ୍ଦିର ସମ୍ମୁଖ ଭାଗରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସହ ଶୌଚାଳୟ ରହିଥିଲା। ସେହିପରି ଦକ୍ଷିଣ ଦ୍ୱାର ନିକଟରେ ଶୌଚାଳୟ ଓ ଭଜନ ମଣ୍ଡପ ନିକଟରେ ଏକ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା। ମାତ୍ର ବିକାଶ କରିବାକୁ ଯାଇ ତରବରିଆ ଭାବେ ଉଚ୍ଛେଦ ଆଳରେ କୌଣସି ବିକଳ୍ପ ବ୍ୟବସ୍ଥା ନ କରି ଦୁଇଗୋଟି ଶୌଚାଳୟ ଓ ପାନୀୟ ଜଳ ପ୍ରକଳ୍ପ ଭାଙ୍ଗି ଦିଆଯାଇଛି। ହେଲେ ଦେବୀପାଦହରା ନିକଟରେ ଗୋଟିଏ ପୁରାତନ ମନ୍ଦିରକୁ ଲାଗି ରହିଥିବା ଶୌଚାଳୟଟିକୁ ଉଚ୍ଛେଦ କରାଯାଇନାହିଁ। ଏହା ବଦଳରେ ବିକଳ୍ପ ବ୍ୟବସ୍ଥା କରିବାକୁ ଯାଇ ମନ୍ଦିରଠାରୁ ପାଖାପାଖି ଅଧ କିମି ଦୂରରେ ଗୋଟିଏ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯାଇଛି। ଏଠାରେ ଦାୟିତ୍ୱରେ ଥିବା କର୍ମଚାରୀ ସଂଯୋଗ ଥିବା ପାଇପ୍‌ ଖସାଇ ଖୋଲା ଛାଡ଼ି ଦେଇଛନ୍ତି। ପାଣିର ଉପଯୁକ୍ତ ବ୍ୟବସ୍ଥା ନ ଥିବାରୁ ଲୋକେ ଏକାମ୍ରେଶ୍ୱର, ଦେବୀପାଦହରା ଓ ଭଜନ ମଣ୍ଡପ ଉଚ୍ଛେଦ ସ୍ଥଳ ସମେତ ଦକ୍ଷିଣ ଦ୍ୱାରା ହାଟ ଅଞ୍ଚଳକୁ ମୁକ୍ତ ଶୌଚାଳୟରେ ପରିଣତ କରିସାରିଲେଣି। ମନ୍ଦିର ବାହାରେ ପାଦ ପ୍ରଖ୍ୟାଳନ ନେଇ କୌଣସି ବ୍ୟବସ୍ଥା ନ ରହିବା କାରଣରୁ ପର୍ଯ୍ୟଟକ ମଳ, ମୂତ୍ର ପାଦରେ ମାଡ଼ି ମନ୍ଦିର ମଧ୍ୟକୁ ପ୍ରବେଶ କରୁଛନ୍ତି।
ପୁରୀ ଭଳି ପାର୍କିଂ ବ୍ୟବସ୍ଥା କରିବାକୁ ଦାବି
ପୁରୀଠାରେ ଟ୍ରାଫିକ ସମସ୍ୟାର ସମାଧାନ କରିବାକୁ ପ୍ରଶାସନ ପକ୍ଷରୁ ଯାତ୍ରୀବାହୀ ବସଗୁଡିକୁ ମାଳତିପାଟପୁରଠାରେ ରଖାଯାଉଛି। ସେହି ନୀତି ଅନୁଯାୟୀ, ଏକାମ୍ର କ୍ଷେତ୍ରରେ ଶ୍ରୀଲିଙ୍ଗରାଜଙ୍କ ଅନେକ ଜମି ଅବୈଧ ଦଖଲରୁ ମୁକ୍ତ କରାଯାଇ ବିକଳ୍ପ ବ୍ୟବସ୍ଥା ଆପଣେଇବାକୁ ଦାବି ହେଉଛି। ସାମନ୍ତରାପୁରଠାରେ ଶ୍ରୀଲିଙ୍ଗରାଜଙ୍କ ପାଖାପାଖି ୨୦ ଏକରରୁ ଊର୍ଦ୍ଧ୍ୱ ସମ୍ପତ୍ତି ଯାହାକି ସ୍ବତ୍ୱ ଅନୁଯାୟୀ ସର୍ବସାଧାରଣ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ରହିଛି। ବିଭିନ୍ନ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ରହିଥିବା ଏହି ସମ୍ପତ୍ତି ଉଦ୍ଧାର କରାଯାଇ ମାଳତିପାଟପୁର ପରି ବ୍ୟବସ୍ଥା ଓ ଗ୍ୟାରେଜ ଛକଠାରୁ ରାସ୍ତା ପ୍ରଶସ୍ତୀକରଣ କରାଗଲେ ଅଧିକାଂଶ ସମସ୍ୟାର ସମାଧାନ ହୋଇପାରନ୍ତା। ଏଣୁ ବୁଦ୍ଧିଜୀବୀଙ୍କ ମତରେ ଏକାମ୍ର କ୍ଷେତ୍ରକୁ ଶ୍ରୀହୀନ ନ କରି ଦୂରଦୃଷ୍ଟି ସହ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରାଯିବା ଦରକାର।

 


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ATM ଲୁଟ୍, ଟଙ୍କା ସହ ମେସିନ ତାଡ଼ି ନେଇଗଲେ ଦୁର୍ବୃତ୍ତ

ବିଞ୍ଝାରପୁର,୨।୧ (ରାମକୃଷ୍ଣ ଦାସ ): ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ମଇଁନ୍ଦା ଛକରେ ଅଭାବନୀୟ ଘଟଣା । ଏଚଡିଏଫସି ବ୍ୟାଙ୍କର ଏଟିଏମ ମେସିନକୁ ଗୁରୁବାର ବିଳମ୍ବିତ ରାତିରେ...

ରାଜେଶ ହତ୍ୟାକୁ ଦେଢ଼ମାସ ବିତିଲା, ପୋଲିସ ହାତ ଖାଲି: ୧୧ରେ କଂଗ୍ରେସର ରାଜପଥ ଅବରୋଧ

ପରଜଙ୍ଗ,୨।୧ (ନିଗମାନନ୍ଦ ଦଳବେହେରା):ବହୁ ଚର୍ଚ୍ଚିତ ଫଟୋଗ୍ରାଫର୍‌ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତିମଧ୍ୟରେ ଦେଢ଼ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ପୋଲିସ ବିଫଳ ହୋଇଛି। ଏଣୁ ଗୁରୁବାର...

ଗରମ ଚା’ କଫି ପିଉଥିଲେ ସାବଧାନ! ଖାଦ୍ୟନଳୀରେ ହୋଇପାରେ…

ଶୀତଦିନ ଆସିବା ସହିତ, ଲୋକମାନେ ଗରମ ଜିନିଷ ଖାଇବା ଏବଂ ପିଇବାକୁ ପସନ୍ଦ କରନ୍ତି । ବିଶେଷ କରି ଗରମ ଚା ହେଉ କିମ୍ବା କଫି...

ନୂଆବର୍ଷରେ ପାକିସ୍ତାନରୁ ଆସିଲା ଖୋଲା ଚିଠି: ଲୋଡ଼ିଲା ଭାରତର ସହାୟତା

ଇସଲାମାବାଦ୍‌,୨।୨: ବାଲୁଚ ନେତା ମୀର ୟାର ବାଲୁଚ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଏକ ଖୋଲା ଚିଠି ଲେଖିଛନ୍ତି। ଏଥିରେ ସେ ଭାରତ ସରକାର...

ପ୍ରଥମଥର ସାର୍ବଜନୀନ ସ୍ଥାନରେ ନଜର ଆସିଲେ କିମ୍ ଜଙ୍ଗ ଉନଙ୍କ ଝିଅ

ସିଓଲ୍,୨।୧: ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ୍ ଉନ୍‌ଙ୍କ ଝିଅ ଜୁ ଏ (Ju Ae) ପ୍ରଥମ ଥର ସାର୍ବଜନୀନ ସ୍ଥାନରେ ନଜର ଆସିଛନ୍ତି। ତାଙ୍କୁ...

ସ୍ୱାସ୍ଥ୍ୟାବସ୍ଥା ନେଇ ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି, କହିଲେ ହାତରେ ନୀଳ ଚିହ୍ନ….

ନୂଆଦିଲ୍ଲୀ,୨।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଜୋର ଧରିଛି। ୭୯ ବର୍ଷ ବୟସରେ, ଟ୍ରମ୍ପ ରାଷ୍ଟ୍ରପତି ପଦ ସମ୍ଭାଳିବା...

ହଠାତ୍ ଅବସର ଘୋଷଣା କଲେ ଏହି ବରିଷ୍ଠ କ୍ରିକେଟର, ପୂର୍ବତନ ଖେଳାଳିଙ୍କୁ କଲେ ଟାର୍ଗେଟ୍

ନୂଆଦିଲ୍ଲୀ,୨।୧: ଅଷ୍ଟ୍ରେଲିଆର ଭେଟେରାନ ବ୍ୟାଟ୍ସମ୍ୟାନ୍ ଉସମାନ ଖ୍ୱାଜା ଆସନ୍ତା ସିଡନୀ କ୍ରିକେଟ୍ ଗ୍ରାଉଣ୍ଡ (SCG)ରେ ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଆଶେସ୍...

କଂସ ଅତ୍ୟାଚାରରେ ମୁନିଋଷି ଆତଙ୍କିତ: ମଥୁରାରେ ପ୍ରବେଶ କଲେ କୃଷ୍ଣ ବଳରାମ

ମଥୁରାନଗରୀ/ଗୋପପୁର,୨।୧(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ଗୁରୁବାର ଥିଲା ନବମ ଦିବସ। ଗୋପପୁରରେ ବେନିଭାଇ ଶ୍ରୀକୃଷ୍ଣ, ବଳରାମଙ୍କୁ ମେଲାଣି ଦୃଶ୍ୟ ଗୋପବାସୀଙ୍କୁ ଯେଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri