ରଙ୍ଗ୍‌ ସାଇଡ୍‌ରେ ଗଲେ ଚକ କଣା କରିଦେବ ‘ଟାୟାର କିଲର’

ଭୁବନେଶ୍ୱର,୬ା୨(ବ୍ୟୁରେ): ନୂଆ ନୂଆ ଆଇନ ଲାଗୁ କରାଯିବା ସହ ଅଧିକ ଜରିମାନା ସତ୍ତ୍ୱେ ଲୋକେ ସୁଧୁରୁନାହାନ୍ତି। ବିଶେଷକରି ରଙ୍ଗ୍‌ ସାଇଡ୍‌ରେ ଗାଡ଼ି ଚାଳନା ଯୋଗୁ ଅଧିକାଂଶ ଦୁର୍ଘଟଣା ଘଟୁଛି। ଏଣିକି ଅମାନିଆ ଗାଡ଼ି ଚାଳକଙ୍କୁ ସାବାଡ୍‌ କରିବାକୁ କମିଶନରେଟ ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି। ରଙ୍ଗ୍‌ ସାଇଡ୍‌ରେ ଗାଡି ଚଲାଇଲେ ଗାଡ଼ି ଚକାରେ କଣା ହୋଇଯିବ। ଏଥିପାଇଁ ଦେଶ ବିଦେଶରେ ବ୍ୟବହୃତ ‘ସ୍ପାଇକ ବ୍ୟାରିୟର’ ବା ଟାୟାର କିଲର’ ବ୍ୟବସ୍ଥାକୁ ଆପଣାଇବାକୁ ନିଷ୍ପତ୍ତି ହୋଇଛି ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ବୁଧବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏ ସଂକ୍ରାନ୍ତରେ ସୂଚନା ଦେଇ କମିଶନର ଷଡ଼ଙ୍ଗୀ କହିଲେ, ଭୁଲ୍‌ ଦିଗରେ ଗାଡି ଚାଳନା କରି ପ୍ରତିଦିନ ଲୋକେ ଜରିମାନା ଗଣୁଛନ୍ତି। ଏହା ଅତ୍ୟନ୍ତ ବିପଦପୂର୍ଣ୍ଣ ଯାତ୍ରା ହୋଇଥିଲେ ମଧ୍ୟ ଏଥିପ୍ରତି ସଚେତନ ହେଉନାହାନ୍ତି। ଏଥିଯୋଗୁ ଅନେକ ଦୁର୍ଘଟଣା ଘଟି ମୂଲ୍ୟବାନ ଧନଜୀବନ ନଷ୍ଟ ହେଉଛି। ତେଣୁ ମାର୍ଚ୍ଚ ୧ରୁ ପରୀକ୍ଷାମୂଳକ ଭାବେ ସ୍ପାଇକ୍‌ ବ୍ୟାରିୟରକୁ କଟକ ଓ ଭୁବନେଶ୍ୱରରେ ବିଭିନ୍ନ ରାସ୍ତାରେ କାର୍ଯ୍ୟକାରୀ କରାଯିବ। ତେଣୁ ଜନସାଧାରଣ ଯଥାସମ୍ଭବ ନିୟମକୁ ପାଳନ କରନ୍ତୁ ବୋଲି କମିଶନର ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ, ଟୁଇନ ସିଟିର ୨୪୨ ସ୍ଥାନରେ ବିପରୀତ ଦିଗରେ ଲୋକେ ଗାଡି ଚାଳନା କରୁଥିବା ଦେଖିବାକୁ ମିଳୁଥିବାବେଳେ ୩୨ଟି ଅତ୍ୟନ୍ତ ବିପଦପୂର୍ଣ୍ଣ ସ୍ଥାନକୁ ଚିହ୍ନଟ କରାଯାଇଛି। ଯେଉଁଠାରେ ପ୍ରତିଦିନ ଏଥିପାଇଁ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ନେଇ ପୁଣେ, ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀ ତଥା ବିଦେଶରେ ଏହାକୁ ବ୍ୟବହାର କରାଯାଉଛି। ରାସ୍ତାର ଉଚିତ ବ୍ୟବହାର କରୁଥିବା ଚାଳକମାନେ ଏହାଦ୍ୱାରା କୌଣସି ପ୍ରକାର କ୍ଷତିଗ୍ରସ୍ତ ହେବେ ନାହିଁ। ଏହା ରାସ୍ତା ଉପରେ ସାମାନ୍ୟ ହମ୍ପସ ଆକୃତିର ରହିବ। ଉଚିତ ଦିଗରେ ଗାଡି ଚାଳନା କରି ଯିବାବେଳେ ଏହା ଭିତରେ ଥିବା ଷ୍ଟିଲ୍‌ କଣ୍ଟାଗୁଡିକ ଭିତରେ ଦବି ରହିବ। ଯଦି କୌଣସି ବ୍ୟକ୍ତି ବିପରୀତ ଦିଗରେ ବା ରଙ୍ଗ୍‌ ସାଇଡ୍‌ର ଗାଡି ଚାଳନା କରି ଏହି ସ୍ପାଇକ ବ୍ୟାରିୟରକୁ ପାର ହୁଅନ୍ତି ସେଥିରେ ଲାଗିଥିବା ଷ୍ଟିଲ କଣ୍ଟାଗୁଡିକ ଉପରକୁ ଉଠିଯିବା ସହ ଟାୟାର ଶତପ୍ରତିଶତ କଣା ହୋଇଯିବ। ଏହାଦ୍ୱାରା ଟାୟାର ପଙ୍କ୍‌ଚର ହୋଇ ଯାତ୍ରା ଠପ ହୋଇଯିବ। ଚାଳକଙ୍କୁ ଜରିମାନା ସହ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ। ବମିଖାଲ ଓଭରବ୍ରିଜ, ରସୁଲଗଡ ଓ କଳ୍ପନା ସମେତ ଅନ୍ୟ କିଛି ବିପଦପୂର୍ଣ୍ଣ ସ୍ଥାନରେ ଏହାକୁ ପ୍ରଥମେ ପରୀକ୍ଷାମୂଳକ ଭାବେ ଲଗାଯିବ ବୋଲି କମିଶନର ଷଡଙ୍ଗୀ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

ନନ୍ଦନକାନନ ଆତଙ୍କରାଜ ଘଟଣା: ୨ ଗିରଫ

ବାରଙ୍ଗ,୩୦।୪(ଲିଙ୍ଗରାଜ ରାଉତ):ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉନ୍ମତ୍ତ କାଣ୍ଡ ଘଟାଇଥିବା ଘଟଣାରେ ପୋଲିସ ୨ ଜଣଙ୍କୁ ଗିଫ କରିଛି। ସୋମବାର ବିଳମ୍ବିତ ରାତିରେ ପୋଲିସ ଉଭୟଙ୍କୁ ଗିରଫ...

୧୫ ଦିନ ଡରେଇଲାଣି ତାତି, ୪୫ ଡିଗ୍ରୀ ଟପିବ

ଭୁବନେଶ୍ୱର, ୩୦।୪(ଅସମାପିକା ସାହୁ):ରାଜ୍ୟରେ ଗତ ୧୫ ଦିନ ହେଲାଣି ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଚଳିତବର୍ଷର ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ ଗ୍ରୀଷ୍ମପ୍ରବାହ।...

ଆଜି ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ପାରମ୍ପରିକ ଆସନ ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କରିବେ। ଷଷ୍ଠଥର ପାଇଁ ସେ ଏହି...

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri