ଶିକ୍ଷାଗତ ଯୋଗ୍ୟତାର ଭୁଲ୍‌ ତଥ୍ୟ ରଖିଛନ୍ତି ଅନୁଭବ: କଂଗ୍ରେସ

ଭୁବନେଶ୍ୱର,୩ା୨(ବ୍ୟୁରୋ): କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ନିଜର ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ଭୁଲ୍‌ ତଥ୍ୟ ପ୍ରମାଣ ଦେଇଥିବା କଂଗ୍ରେସ ଅଭିଯୋଗ କରିଛି। ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ସତ୍ୟପାଠରେ ଶିକ୍ଷାଗତ ଯୋଗ୍ୟତାର ଜାଲ୍‌ ସାର୍ଟିଫିକେଟ ଦେଇଥିଲେ ବୋଲି ଆର୍‌ଟିଆଇ ତଥ୍ୟରୁ ଜଣାପଡ଼ିଥିବା କଂଗ୍ରେସ କହିଛି। ମାତ୍ର ଏମ୍‌ପି ଅନୁଭବ କଂଗ୍ରେସର ଏହି ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇ ଏହାକୁ ଖଣ୍ଡନ କରିଛନ୍ତି।
କଂଗ୍ରେସ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଦଳର ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି ଯେ, ଅନୁଭବଙ୍କ ଜାଲ୍‌ ସାର୍ଟିଫିକେଟ୍‌ର ପ୍ରମାଣ ମିଳିଛି ତାଙ୍କୁ ତୁରନ୍ତ ଜେଲ୍‌ ପଠାଯାଉ। ଯେଉଁମାନେ ଆଇନ ପ୍ରଣୟନ କରିବା ପାଇଁ ବିଧାନସଭା ହେଉ କି ଲୋକ ସଭା ନିର୍ବାଚନ ଲଢ଼ୁଛନ୍ତି ସେମାନେ ନିଜକୁ ସମାଜ ଆଗରେ ଉଚ୍ଚ ଦେଖାଇବା ପାଇଁ ହେଉ ବା ନିଜର ଶିକ୍ଷାଗତ ଯୋଗ୍ୟତାକୁ ଲୁଚାଇବା ଉଦ୍ଦ୍ୟେଶରେ ଉଚ୍ଚଶିକ୍ଷିତ ବୋଲି ସତ୍ୟପାଠ ଦ୍ୱାରା ଦର୍ଶାଇବା ଏକ ସାଧାରଣ ପ୍ରକ୍ରିୟା ହୋଇଯାଇଛି। ସୂଚନା ଅଧିକାର ଆଇନକୁ ଆଧାର କରି ସଂଗୃହୀତ ତଥ୍ୟ ଅନୁଯାୟୀ, ୨୦୧୪ ରାଜ୍ୟ ସଭା ନିର୍ବାଚନ ସମୟରେ ଅନୁଭବ ନିଜ ସତ୍ୟପାଠରେ ଶୋଭିତ୍‌ ୟୁନିଭରସିଟି ଅଫ ଟେକ୍‌ନୋଲୋଜି, ମିରଟରୁ ବି.ଏ ଇନ ଆର୍ଟସ, ପବ୍ଲିକ ଆଡମିନଷ୍ଟେଶନ ଶିକ୍ଷାଗତ ଯୋଗ୍ୟତା ବୋଲି ଦର୍ଶାଇଛନ୍ତି। ଯାହା ବାସ୍ତବ ଚିତ୍ରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ବର୍ତ୍ତମାନ ମଧ୍ୟ ସେ କଟକ କନ୍ଦରପୁର କଲେଜର ଯୁକ୍ତ୩ର ଛାତ୍ର। ଏହାର ରେଜିଷ୍ଟ୍ରେଶନ ନମ୍ବର ସୂଚନା ଅଧିକାର ଆଇନ ଅନୁଯାୟୀ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସଂଗ୍ରହ କରାଯାଇଛି। ତାଙ୍କ ରେଜିଷ୍ଟ୍ରେଶନ ନମ୍ବର ଅନୁୟାୟୀ କୌଣସି ମାଇଗ୍ରେସନ ସାର୍ଟିଫିକେଟ ଜାରି କରାଯାଇନାହିଁ। ସେ ସମ୍ପୂର୍ଣ୍ଣ ମିଥ୍ୟା ଶିକ୍ଷାଗତ ଯୋଗ୍ୟତା ରିପୋର୍ଟ ଦେଇଛନ୍ତି। ସରକାର ତୁରନ୍ତ ମାମଲା ରୁଜୁକରି ତାଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ। ଏହା କେବଳ କେନ୍ଦ୍ରାପଡ଼ା ନୁହେଁ ବରଂ ସମଗ୍ର ରାଜ୍ୟ ପାଇଁ ଲଜ୍ଜା ବୋଲି ନିଶିକାନ୍ତ କହିଛନ୍ତି।
କଂଗ୍ରେସ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଅନୁଭବ କହିଛନ୍ତି ଯେ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଭିତ୍ତିହୀନ। ତାଙ୍କୁ ନିନ୍ଦିତ କରିବା ପାଇଁ କଂଗ୍ରେସ ଚେଷ୍ଟା କରୁଛି। ନିର୍ବାଚନ କମିଶନଙ୍କ ନିକଟରେ ଯାହା ତଥ୍ୟ ଦାଖଲ କରିଛି ତାହା ସମ୍ପୂର୍ଣ୍ଣ ଠିକ୍‌। ରାଜ୍ୟରେ କଂଗ୍ରେସ ନିଜର ପ୍ରାସଙ୍ଗିତା ହରାଇଛି। କେନ୍ଦ୍ରାପଡ଼ା ନିର୍ବାଚନରେ ଅତ୍ୟନ୍ତ ଶୋଚନୀୟ ଭାବେ ପରାଜିତ ହୋଇଛି। ତେଣୁ ହତାଶ ହୋଇ କଂଗ୍ରେସ ତାଙ୍କ ବିରୋଧରେ ଏଭଳି ଭିତ୍ତିହୀନ ଅଭିଯୋଗ କରିଛିି। କେନ୍ଦ୍ରାପଡ଼ାବାସୀ ବିଜେଡି ଏବଂ ତାଙ୍କୁ ଆଶୀର୍ବାଦ କରି ୨୦୧୯ ସାଧାରଣ ନିର୍ବାଚନରେ ବହୁତ ଭୋଟ ଦେଇଛନ୍ତି। ଭବିଷ୍ୟତରେ ମଧ୍ୟ କେନ୍ଦ୍ରାପଡ଼ାବାସୀ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିବେ ବୋଲି ଅନୁଭବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

ଦୁର୍ଘଟଣାରେ ଚାଲିଗଲା ଜୀବନ: ବାଇକ୍‌ ଚାଳକ ଗିରଫ

କୋକସରା,୧୧ା୧୨ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଗତ ୩ ତାରିଖ ରାତିରେ ନିଆଁ ପୁଇଁବା ସମୟରେ ବାଇକ୍‌ ଧକ୍କାରେ କୋକସରା ଥାନା ଡାଲଗୁମା ଗ୍ରାମର ଅଶୋକ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri