୭ରୁ ଜେଡିସିଏ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ: ପ୍ରଦର୍ଶିତ ହେବ ଦେଶ ବିଦେଶର ୪୮ ଫିଲ୍ମ

ଭୁବନେଶ୍ୱର,୨।୨(ବ୍ୟୁରୋ)-  ଜେ.ଡି. ସେଣ୍ଟର ଅଫ୍‌ ଆର୍ଟ(ଜେଡିସିଏ)ର ଫିଲ୍ମ ଫୋରମ୍‌ ଆନୁକୂଲ୍ୟରେ କଳା ଓ କଳାକାର ଆଧାରିତ ତ୍ରୟୋଦଶ ଅନ୍ତର୍ଜାତୀୟ ପ୍ରାମାଣିକ କ୍ଷୁଦ୍ର ଚଳଚ୍ଚିତ୍ର ଉତ୍ସବ ଆସନ୍ତା ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଇଡ୍‌କଲ୍‌ ଅଡିଟୋରିୟମ୍‌ରେ ୩ଦିନ ବ୍ୟାପୀ ହେବାକୁ ଥିବା ଏହି ଉତ୍ସବରେ ଚଳିତବର୍ଷ କଳା ଓ ହସ୍ତକଳାକୁ ପ୍ରାଧାନ୍ୟ ଦିଆଯିବ। ଦେଶ ବିଦେଶରୁ ଆସିଥିବା ଶତାଧିକ ପ୍ରାମାଣିକ ଚଳଚ୍ଚିତ୍ରରୁ ୪୮ ବଛା ବଛା ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହେବ। ଫେବୃୟାରୀ ୭ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖଣ୍ଡଗିରି ଛକସ୍ଥିତ ଜେଡିସିଏ ସାଇଟ୍‌ଠାରେ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିବେ। ଫେବୃୟାରୀ ୮ ଓ ୯ ଇଡ୍‌କଲ ଅଡିଟୋରିୟମ୍‌ରେ ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୭ଟା ୩୦ ପର୍ଯ୍ୟନ୍ତ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ସହ ବିଭିନ୍ନ କର୍ମଶାଳାର ଆୟୋଜନ କରାଯିବ।

ତ୍ରୟୋଦଶ ପ୍ରାମାଣିକ ଚଳଚ୍ଚିତ୍ର ଉତ୍ସବରେ ଓଡ଼ିଶାର ଲୋକକଳା ଓ ହସ୍ତଶିଳ୍ପ ବିଶେଷକରି ଲୁପ୍ତପ୍ରାୟ କଳାକୁ ସିନେମା ମାଧ୍ୟମରେ ଦର୍ଶକଙ୍କ ସାମ୍ନାକୁ ଅଣାଯିବ। ଫିଲ୍ମ ନିର୍ମାତା ଅଭିଷେକ ସ୍ବାଇଁଙ୍କ ‘ଥ୍ରୋ ଦ ଆଇଜ୍‌ ଅଫ୍‌ ଆନ୍‌ ଆର୍ଟିଷ୍ଟ’, ଆଶୁତୋଷ ପଟ୍ଟନାୟକଙ୍କ ‘ଶ୍ରୀକ୍ଷେତ୍ରରୁ ସାହିଯାତ’, ପଙ୍କଜ ସେଠୀଙ୍କ ‘କବୀର କେ ଜୁଲାହେ’ ଭଳି ଚଳଚ୍ଚିତ୍ରରେ ଓଡ଼ିଶାର କଳା ଓ କଳାକାରଙ୍କୁ ଦେଖିବାକୁ ମିଳିବ। ଏଥର ଦେଶ ବିଦେଶରେ ପ୍ରଶଂସିତ ହୋଇଥିବା ଡାମିଏନ୍‌ ୱଲିଅମ୍‌ସ୍‌ଙ୍କ ‘ଗୁରୁମୂଲ’ ଫେଷ୍ଟିଭାଲ୍‌ରେ ସର୍ବପ୍ରଥମେ ପ୍ରଦର୍ଶିତ ହେବ। ସେହିଭଳି ଅବନୀ ରାଏଙ୍କ ଦ୍ୱାରା ନିର୍ମିତ ‘ରଘୁ ରାଏ: ଆନ୍‌ ଅନ୍‌ଫ୍ରାଏଡ୍‌ ପୋର୍ଟ୍ରେଡ୍‌’ ସର୍ବଶେଷରେ ପ୍ରଦର୍ଶିତ ହେବ। ଏହାସହ ଫ୍ରାନ୍ସର ୟାନ୍‌ ଆର୍ଥସ୍‌-ବରଟ୍ରାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘ହ୍ୟୁମାନ୍‌ ମ୍ୟୁଜିକ୍‌’, ମେକ୍ସିକୋର ମାରିନୋ ରେର୍ଟେରିଆଙ୍କ ‘କାରା ଡେ ଡିଆବ୍ଲୋ’, କାନାଡ଼ାର ମାନନ୍‌ ଚାମ୍ବରଲାଣ୍ଟ ଓ ଇଭା କାଉକାଇଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ର ‘କାଟାଟ୍‌ଜାଟୁକ୍‌ କାଙ୍ଗିରସୁମି’, ଇଂଲଣ୍ଡର ନୋନୋଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଦ ହାର୍ଟବିଟ୍‌ସ୍‌ ଅଫ୍‌ ମେମୋରି’, ଜର୍ମାନୀରୁ ଆସିଥିବା ଚଳଚ୍ଚିତ୍ର ‘ଓଲାଫୁର୍‌ ଏଲିସନ୍‌: ବିକମ୍‌ ଇୟୋର ଓନ୍‌ ନାଭିଗେଟର’, ଚାଇନାର ସନ ଜୁନ୍‌ଙ୍କ ‘ମାଇଥୋଲୋଜିକାଲ ଟାଇମ୍‌’, ଆମେରିକାର ଆଲେକ୍‌ଜାଣ୍ଡର ଲିଭାରିସ୍‌ଙ୍କ ‘ଆର୍କିଟେକ୍ଟ ସାଣ୍ଟିିଆଗୋ କାଲାଟ୍ରାଭା’ ଭଳି ଏକାଧିକ ଉତ୍କୃଷ୍ଟ ଚଳଚ୍ଚିତ୍ର ଏଥର ପ୍ରଦର୍ଶିତ ହେବ। ଭାରତୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଦୀପ୍ତି ସିଭାନ୍‌ଙ୍କ ‘ଡିକୋଡିଙ୍ଗ୍‌ ଶଙ୍କର’, ନୂତନ ମନମୋହନଙ୍କ ‘ଲିଗାସି ଅଫ୍‌ ଏ ପେଣ୍ଟର’, ଅନୁଙ୍ଗ୍‌ଲା ଜୋ ଲଙ୍ଗ୍‌କୁମେରଙ୍କ ‘ଶର୍ଟ ଏୱେକ୍‌: ଦ ମେକିଙ୍ଗ୍‌ ଅଫ୍‌ ଜଙ୍ଗ୍‌ଲାଙ୍ଗୁସୁଙ୍କ ନିଉ ଲଙ୍ଗ୍‌ ଡ୍ରମ୍‌’, ଅରଣ୍ୟ ସହାୟଙ୍କ ‘ସଙ୍ଗ୍‌ ଅଫ୍‌ ବାବାସାହେବ’ ଇତ୍ୟାଦି ଚଳଚ୍ଚିତ୍ର ରହିଛି। ଏଥିପାଇଁ କୌଣସି ପ୍ରବେଶ ଶୁଳ୍କ ନ ଥିବା ଜେଡିସିଏ ପକ୍ଷରୁ କୁହାଯାଇଛି।

ଫିଲ୍ମ ମେକିଂ ଉପରେ ସ୍ବତନ୍ତ୍ର କର୍ମଶାଳା
ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଫିଲ୍ମ ମେକିଂ ଉପରେ ସ୍ବତନ୍ତ୍ର କର୍ମଶାଳା ଆୟୋଜନ କରିବ ଜେଡିସିଏ। ଚାଇନିଜ୍‌ ଆର୍ଟିଷ୍ଟ ୱେପୁ ଚେଙ୍ଗ୍‌, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦନ ସାକ୍ସେନା ଓ କବିତା ବେହେଲ ଡିଜିଟାଲ ଚଳଚ୍ଚିତ୍ର ନିର୍ମାଣ ଉପରେ ଆୟୋଜିତ କର୍ମଶାଳାରେ ଭାଗନେବେ। ସେହିଭଳି ବୋସ୍‌ କ୍ରିଷ୍ଟାମାଚାରୀ, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ନନ୍ଦିତା ଦାସ ଏବଂ ନ୍ୟାଶନାଲ ଗ୍ୟାଲେରି ଅଫ୍‌ ମଡନର୍ର୍ ଆର୍ଟ ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକ ଉତ୍ସବରେ ଅଭିଭାଷଣ ପ୍ରଦାନ କରିବେ। ଏହି ଉତ୍ସବରେ ଓଡ଼ିଆ ବ୍ୟଞ୍ଜନର ଲୋକପ୍ରିୟତାର ଯାତ୍ରା ଦେଖିବାକୁ ମିଳିବ।

ଜେଡିସିଏ ପକ୍ଷରୁ ନିର୍ମାଣ ଚାଲିଥିବା ଆର୍ଟ ସେଣ୍ଟରର ଶିଳାନ୍ୟାସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛିବର୍ଷ ପୂର୍ବେ କରିଥିଲେ। ଏହାର ନିର୍ମାଣ କାର୍ଯ୍ୟ ଏବେ ସନ୍ତୋଷଜନକ ଭାବେ ଚାଲିଛି। ଏହି ବିଶ୍ୱସ୍ତରୀୟ ଆର୍ଟ ସେଣ୍ଟରକୁ ନିର୍ମାଣ କରିବାରେ କେନ୍ଦ୍ର ସରକାର, ରାଜ୍ୟ ସରକାର ଓ କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ସହଯୋଗ ଏବଂ ସମର୍ଥନ ଯୋଗାଇ ଦେଇଛନ୍ତି। ଜେଡିସିଏ ପକ୍ଷରୁ ଆୟୋଜିତ ଏହି ଉତ୍ସବ କଳା ଏବଂ କଳାକାରଙ୍କ ଉପରେ ଆଧାରିତ ଦେଶରେ ଏକମାତ୍ର ଚଳଚ୍ଚିତ୍ର ଉତ୍ସବ।
– ଯତୀନ ଦାସ, ଅଧ୍ୟକ୍ଷ, ଜେଡିସିଏ

ଏଭଳି ଚଳଚ୍ଚିତ୍ର ଉତ୍ସବ ଦେଶରେ ମୁମ୍ବାଇ ଓ ଦିଲ୍ଲୀ ଭଳି ମେଟ୍ରୋରେ ଦେଖିବାକୁ ମିଳେ ନାହିଁ। ସ୍ଥାନୀୟ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ବାହାରୁ ଆସିଥିବା ପ୍ରତିନିଧିଙ୍କ ସହ ଭାବର ଆଦାନପ୍ରଦାନ କରିବାକୁ ଏହା ଏକ ଉତ୍କୃଷ୍ଠ ପ୍ଲାଟଫର୍ମ ଯୋଗାଇ ଦେଇଥାଏ। ଜେଡିସିଏ ଦ୍ୱାରା ପ୍ରତି ମାସରେ କରାଯାଉଥିବା ‘ମିଟ୍‌ ଦ ଆର୍ଟିଷ୍ଟ’ କାର୍ଯ୍ୟକ୍ରମ ୨୩୭ ମାସ ଧରି ନିରବଚ୍ଛିନ୍ନ ଭାବେ ହେବା ଏକ ବିରଳ ଘଟଣା।
– ନନ୍ଦିତା ଦାସ, ଟ୍ରଷ୍ଟି, ଜେଡିସିଏ


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri