ବିଦ୍ୟୁତ୍‌କାଟ ପ୍ରତିବାଦରେ ଧାରଣା

ଜଳେଶ୍ୱର, ୨।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲାର ରାଇବଣିଆ ଅଞ୍ଚଳର ଶ୍ୟାମନଗର, କାଳିକ, ଖୁଆଡ, କଳମା ଓ ସର୍ଦ୍ଦାରବନ୍ଧ ପଞ୍ଚାୟତରେ ରାତ୍ରୀ ସମୟରେ ବିଦ୍ୟୁ୍‌ତ୍‌କାଟ ଯୋଗୁ ଅନ୍ଧାର ସୁଯୋଗ ଦେଇ ହାତୀପଲ ବ୍ୟାପକ କ୍ଷତି ଘଟାଇ ଚାଲିଛନ୍ତି। ଲୋକମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାରେ ସମସ୍ୟା ଭୋଗୁଛନ୍ତି। ଏନେଇ ଗ୍ରାମବାସୀ ଶୁକ୍ରବାର ନେସ୍କୋର କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ବିଦ୍ୟୁତ କଟାଯିବ ନାହିଁ ବୋଲି ଉଚ୍ଚ କର୍ତ୍ତୃପକ୍ଷ ନେତୃସ୍ଥାନୀୟ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଶୁକ୍ରବାର ରାତି ୮ଟାରୁ ବିଦ୍ୟୁତ୍‌ କାଟ ହୋଇଥିଲା। ଏହା ବିରୋଧରେ ଶନିବାର ସନ୍ଧ୍ୟାରେ ଶ୍ୟାମନଗରସ୍ଥିତ ୩୩/୧୧ କେଭିଏ ନେସ୍କୋ ଷ୍ଟ୍ରକ୍ଚର ସମ୍ମୁଖରେ ସରପଞ୍ଚ ପ୍ରତିନିଧି ଚନ୍ଦନ ପାତ୍ର, ସମିତି ସଦସ୍ୟ ଲଛମନ ପାତ୍ର, ଓଲମରା ସମିତି ସଦସ୍ୟ ଉଦୟନାଥ ମୁର୍ମୁ, ଶଶଧର ସାସମଲ, ସଞ୍ଜୀବ ସାସମଲ, ତପନ ପାତ୍ର, ଅନନ୍ତ ହେମ୍ବ୍ରମ, ପୂର୍ଣ୍ଣ ଦେ, ବିକ୍ରମ ଦାସ, ଗିରିଜା ଶାସମଲ ପ୍ରମୁଖଙ୍କ ନେତୃତ୍ୱରେ ଆଦିବାସୀମାନେ ଧାରଣାରେ ବସିଛନ୍ତି।
ଅନ୍ୟପକ୍ଷରେ ୧୩ଟି ହାତୀ ରଙ୍ଗାମାଟିଆରୁ ବାଗବୁଡ଼ା ଘଞ୍ଚ ଜଙ୍ଗଲରେ ରହିଛନ୍ତି । ଗତ ଶୁକ୍ରବାର ରାତିରେ ହାତୀମାନେ ଶ୍ୟାମନଗର ପଞ୍ଚାୟତ ଛାଡ଼ି ବାଗବୁଡ଼ା ମୁହଁ।ଇଥିବା ବେଳେ ରାତିରେ ୪ଜଣଙ୍କ ବାସଗୃହ ଭାଙ୍ଗିଥିବା ରେଞ୍ଜର ସରୋଜ ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri