Posted inଜାତୀୟ

ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାକ୍‌ର ଏଣ୍ଟ୍ରି

ନୂଆଦିଲ୍ଲୀ,୩୧।୧: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଏବେ ରାଜନୀତି ରହିଛି ଗରମ। ତେବେ ଏହି ସମୟରେ ଦିଲ୍ଲୀ ନିର୍ବାଚନରେ ପାକିସ୍ତାନର ପ୍ରବେଶକୁ ନେଇ ଚର୍ଚ୍ଚା ଯୋର ଧରିଛି। ପାକିସ୍ତାନ କହିଛି ଏହି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାରତୀୟ ଜନତା ପାର୍ଟି(ଭାଜପା)କୁ ହରାଇବା ଦରକାର। ଅବଶ୍ୟ ଏହା କୌଣସି ସାଧାରଣ ନାଗରିକ କହି ନାହାନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସରକାରରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିବା ଫୟାଦ ଚୌଧୁରୀ ଏହା କହିଛନ୍ତି। ଗୁରୁବାର ସେ ଏହା ଟୁଇଟ୍‌ କରି କହିଛନ୍ତି। ସେ ତାଙ୍କ ଟୁଇଟ୍‌ରେ ଲେଖିଛନ୍ତି ଭାରତୀୟମାନେ ମୋଦିଙ୍କୁ ହରାଇବା ଦରକାର। କିଛି ରାଜ୍ୟରେ ଭାଜପା ହାରିବା ପରେ ମୋଦି ଚିନ୍ତାରେ ଅଛନ୍ତି ବୋଲି ସେ କହିଛନ୍ତି। ସେହିପରି ସିଏଏ ଓ ଏନ୍‌ଆର୍‌ସିକୁ ନେଇ ମଧ୍ୟ ସେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମୋଦିଙ୍କର ଏକ ଭାଷଣ ପରେ ପାକିସ୍ତାନ ମନ୍ତ୍ରୀ ଏଭଳି ଟୁଇଟ୍‌ କରିଥିବା ସୂଚନା ମିଳିଛି। ଏହା ଫୟାଦଙ୍କ ପ୍ରଥମ ବିବାଦୀୟ ବୟାନ ନୁହେଁ। ଏହାପୂର୍ବରୁ ସେ ଏମିତି କିଛି ବୟାନ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ଏଥରର ବୟାନକୁ ନେଇ କେଜରିଓ୍ବାଲ ଏହାର କଡା ଜବାବ ଦେଇଛନ୍ତି। କେଜରିଓ୍ବାଲ କହିଛନ୍ତି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ, ମୋର ପ୍ରଧାନମନ୍ତ୍ରୀ ଦିଲ୍ଲୀର ନିର୍ବାଚନ ଭାରତର ଆଭ୍ୟନ୍ତରୀଣ ମାମଲା। ତେଣୁ ଆତଙ୍କବାଦର ସବୁଠାରୁ ବଡ ପ୍ରାୟୋଜକ ଦେଶର ସାହାଯ୍ୟ ନେବା ଆମର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି। ପାକିସ୍ତାନ ଯେତେ ଚାହିଁଲେ ବି ଆମ ଏକତାକୁ ଭାଙ୍ଗି ପାରିବ ନାହିଁ ବୋଲି କେଜରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକ କରିବ ଆଟମ ବମ ବର୍ଷା, ରାଜନାଥଙ୍କ ବୟାନ ପରେ ଏମିତି କହିଲେ ଫାରୁକ

ନୂଆଦିଲ୍ଲୀ,୬।୫: ଭାରତ ସହିତ କଶ୍ମୀର ଦଖଲ କରିଥିବା ପାକିସ୍ତାନର ଏକୀକରଣକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବିବୃତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରି ଜମ୍ମୁ...

ବଲ ଭାବି ଉଠାଇ ନେଲେ ବୋମା, ବିସ୍ଫୋରଣରେ ଜଣେ ଶିଶୁ ମୃତ, ୩ ଆହତ

କୋଲକାତା,୬।୫: ସୋମବାର ପଶ୍ଚିମବଙ୍ଗର ହୁଗଲିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହୁଗୁଲିର ପାଣ୍ଡୁଆରେ ହୋଇଥିବା ବିସ୍ଫୋରଣରେ ଜଣେ ଶିଶୁଙ୍କର ମତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତିନି...

NEET ପେପର ଲିକ, ୨୪ ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ, ମୋଦିଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୬।୫: ନିଟ୍‌ ପେପର ଲିକ ହେବାର ଦାବିରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ...

ପୁଣି ବିବାଦରେ ରାହୁଲ ଗାନ୍ଧୀ, କୁଳପତି-ଶିକ୍ଷାବିତମାନେ ଲେଖିଲେ ଖୋଲା ଚିଠି

ନୂଆଦିଲ୍ଲୀ,୬।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିବାଦରେ ଛନ୍ଦି ହୋଇଛନ୍ତି। ନିକଟରେ ରାହୁଲ ବିଶ୍ୱବିଦ୍ୟାଳୟର ମୁଖ୍ୟ ଚୟନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ।...

କୋର୍ଟଙ୍କ କାମ ଟେପ ରେକର୍ଡର ପରି ନୁହେଁ, ସାକ୍ଷୀ ଶତ୍ରୁତା କଲେ କ’ଣ କରିବେ କହିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୬।୫: ସୁପ୍ରିମକୋର୍ଟ କହିଛନ୍ତି ଯେ ଶୁଣାଣି ସମୟରେ ସାକ୍ଷୀଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ କୋର୍ଟ କେବଳ ଟେପ ରେକର୍ଡର ଭଳି କାର୍ଯ୍ୟ କରିବା ଉଚିତ...

ଯିଏ ମୋଦିଙ୍କ ସହ ଠିଆ ହୋଇ ନାହିଁ, ସେ ଦେଶଦ୍ରୋହୀ, ଚନ୍ନିଙ୍କ ବୟାନକୁ ନେଇ କହିଲେ ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ

ନୂଆଦିଲ୍ଲୀ,୬।୫: ଭାଜପା ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ କହିଛନ୍ତି ଏହା ଧର୍ମଯୁଦ୍ଧ, ଯିଏ ରାମଙ୍କର ହୋଇ ପାରିଲେ ନାହିଁ ସେ ଦେଶର ହୋଇପାରିବେ ନାହିଁ। ସମ୍ଭଲର...

କେ. କବିତାଙ୍କୁ ମିଳିଲା ନାହିଁ ଆଶ୍ୱସ୍ତି, କୋର୍ଟ ଖାରଜ କଲେ ଇଡି-ସିବିଆଇ ମାମଲାର ଜାମିନ ଆବେଦନ

ନୂଆଦିଲ୍ଲୀ,୬।୫: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ନେତା କେ. କବିତା ଗିରଫ ହୋଇଛନ୍ତି। ସୋମବାର (୬ ମେ ୨୦୨୪) ରେ...

ସୁପ୍ରିମକୋର୍ଟ ପହଞ୍ଚିଲେ ହେମନ୍ତ ସୋରେନ

ରାଞ୍ଚି,୬।୫: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ କରିଥିବା ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri