ଉଚ୍ଛେଦ ଯୋଗୁ ଫାଟୁଛି ପାଖ ଘର

ପୁରୀ ଅଫିସ, ୩୦ା୧: ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌ରେ ଉଚ୍ଛେଦ ଅଭିଯାନ ଜାରି ରହିଛି। ମେଘନାଦ ପାଚେରି କଡ଼ରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଭଙ୍ଗାଯାଉଛି। ତେବେ ଏହି ଉଚ୍ଛେଦକୁ ନେଇ ନୂଆ ଏକ ଘଟଣା ସାମ୍ନାକୁ ଆସିଛି। ଉଚ୍ଛେଦରେ ବ୍ୟବହୃତ ହେଉଛି ଉଚ୍ଚ କ୍ଷମତାସମ୍ପନ୍ନ ଜେସିବି ଏବଂ ବୁଲ୍‌ଡୋଜର। ଏହି ମେଶିନ ମାଡ଼ରେ ଥରିଯାଉଛି ସଂଲଗ୍ନ ଅଞ୍ଚଳ। ୭୫ ମିଟର ପରେ ଥିବା ଘରେ ବି ଫାଟ ସୃଷ୍ଟି ହେଉଛି। ଭାଇବ୍ରେଟ ଯୋଗୁ ଗୋଟିଏ କି ଦୁଇଟି ନୁହେଁ ଏକାଧିକ କୋଠା ଏବଂ ରାସ୍ତାରେ ବି ଏହାର ପ୍ରଭାବ ଦେଖିବାକୁ ମିଳୁଛି। ତେବେ ସବୁଠୁ ପରିତାପର ବିଷୟ ହେଉଛି ଯେଉଁ ଲୋକଙ୍କର ଘର ଫାଟୁଛି ଏବଂ ଯାହାର ଅଧା ଭାଙ୍ଗୁଛି ସେମାନେ ମରାମତି କିମ୍ବା ନିର୍ମାଣ କରିବାକୁ ଚାହୁଁଥିଲେ ବି କରିପାରୁ ନାହାନ୍ତି। ଏଥିପାଇଁ ଦରକାର ପଡୁଛି ଅନୁମତି। ୧୦୦ ମିଟର ଭିତରେ କିଛି ବି କଲେ ଏଏସ୍‌ଆଇଠାରୁ ଅନୁମତି ଆଣିବା ଦରକାର ବୋଲି ପ୍ରଶାସନ କହୁଛି। ଏହା ଏବେ ପାଖ ପଡୋଶୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କିଭଳି ବିପଦପୂର୍ଣ୍ଣ ଘରେ ରହିବେ ତାହାକୁ ନେଇ ସେମାନେ ଚିନ୍ତାରେ ପଡ଼ିିଛନ୍ତି।
ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସହ ଶ୍ରୀଜଗନ୍ନାଥ ହେରିଟେଜ କରିଡ଼ର ପାଇଁ ନିର୍ମାଣ ହେବ ସୁରକ୍ଷା ବଳୟ। ସେଥିପାଇଁ ସୁରକ୍ଷା ଜୋନରେ ଜୋର୍‌ଦାର ଚାଲିଛି ଉଚ୍ଛେଦ ଅଭିଯାନ। ମେଘନାଦ ପାଚେରିଠାରୁ ୭୫ ମିଟର ପରିଧି ମଧ୍ୟରେ ବୁଲୁଛି ବୁଲ୍‌ଡୋଜର। ଉଚ୍ଚକ୍ଷମତା ସମ୍ପନ୍ନ ବୁଲ୍‌ଡୋଜର ସହ ଡ୍ରିଲ ମେଶିନ, ଜେସିବି ଆଦି ମାଡ଼ରେ ଥରିଉଠୁଛି ଉଚ୍ଛେଦ ସଂଲଗ୍ନ ଅଞ୍ଚଳ। ୭୫ମିଟର କଡ଼ରେ ଥିବା ଘରଗୁଡ଼ିକରେ ଫାଟ ସୃଷ୍ଟି ହେଉଛି। ଗଡ଼ନ୍ତି ଛକ ନିକଟ ହୋମିଓପାଥିକ ଡାକ୍ତର କୃପାସିନ୍ଧୁ ଦାଶଙ୍କ ଘର ୭୫ ମିଟର ପରେ ରହିଛି। କିନ୍ତୁ ପାଖ ଘର ଭଙ୍ଗା ସମୟରେ ବୁଲ୍‌ଡୋଜର ମାଡ଼ରେ ତାଙ୍କ ଘରେ ଫାଟ ସୃଷ୍ଟି ହୋଇଛି। ଏହିଭଳି ଏକାଧିକ ଘର ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସବୁଠୁ ପରିତାପର ବିଷୟ ହେଉଛି ସେମାନେ ଚାହିଁଲେ ବି ତାଙ୍କ ଘର ମରାମତି କରିପାରୁ ନାହାନ୍ତି। ଏଥିରେ ବାଧକ ସାଜିଛି ଏଏସ୍‌ଆଇର ନିୟମ। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୧୦୦ ମିଟର ମଧ୍ୟରେ କୌଣସି ପ୍ରକାର ନିର୍ମାଣ ପାଇଁ ଅନୁମତି ଦରକାର। ପ୍ରଶାସନ ପକ୍ଷରୁ ମଧ୍ୟ ସେମାନଙ୍କୁ ଏହା କୁହାଯାଇଥିବା ଜଣାପଡ଼ିିଛି। ତେଣୁ ସେମାନେ ଘର ମରାମତି କିମ୍ବା ନିର୍ମାଣ କରିପାରୁ ନାହାନ୍ତି। ଅନ୍ୟପକ୍ଷରେ ଯେଉଁମାନଙ୍କ ଘରର କିଛି ଅଂଶ ୭୫ ମିଟର ମଧ୍ୟରେ ରହିଛି ସେମାନେ ପ୍ରଶାସନ ଭାଙ୍ଗିବା ପୂର୍ବରୁ ନିଜେ ଲୋକ ଲଗାଇ ହାତରେ ଭାଙ୍ଗିବାକୁ ଉଚିତ ମଣୁଛନ୍ତି। କାରଣ ପ୍ରଶାସନ ବୁଲ୍‌ଡୋଜର, ଜେସିବି ଦ୍ୱାରା ଭାଙ୍ଗିଲେ ତାଙ୍କ ଘରର ଅନ୍ୟ ଅଂଶ କ୍ଷତିଗ୍ରସ୍ତ ହେବା ସମ୍ଭାବନା ଥିବାରୁ ସେମାନେ ଲୋକ ଲଗାଇ ଭାଙ୍ଗୁଛନ୍ତି। ୭୫ ମିଟର ଉଚ୍ଛେଦ ପରେ ରହିଯାଇଥିବା ଭଗ୍ନ ଅଂଶକୁ ମରାମତି ବା ନିର୍ମାଣ ପାଇଁ ଏଏସ୍‌ଆଇର ଅନୁମତି ଏବେ ଅଡୁଆ ସାଜିଛି। ଏ ନେଇ ପାଖ ପଡୋଶୀମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି, କେତେକ ଲୋକ ଏହାକୁ ଆଳ କରି ନୂଆ ନିର୍ମାଣ କରିବାକୁ ଚାହୁଁଛନ୍ତି । ତେଣୁ ସେମାନଙ୍କୁ ଏଏସ୍‌ଆଇ ଏବଂ ପିକେଡିଏଠାରୁ ଅନୁମତି ଆଣିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର: ଘରେ ଲଗାଇଦେଲେ ନିଆଁ, ପରେ…

ଉଦଳା,୨୨।୧୨: ସ୍ତ୍ରୀଙ୍କୁ ମାରିବାକୁ ସ୍ବାମୀ ରଚିଥିଲେ ଷଡଯନ୍ତ୍ର । ପୋଡ଼ି ମାରିବାକୁ ସ୍ବାମୀ ଘରେ ନିଆଁ ଲଗାଇ ଦେଇଥିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ...

ମଣ୍ଡିରେ ପଡ଼ିଛି ଧାନ: ଚାଲିଛି ନେତାଙ୍କ ଟଣା ଓଟରା

ଭୁବନେଶ୍ୱର,୨୨।୧୨: ମଣ୍ଡିରେ ଚାଷୀଙ୍କ ଧାନ କିଣା ସମସ୍ୟା ନେଇ ପ୍ରତିକ୍ରିୟା ରଖିଲା ବିଜେଡି। ସମବାୟ ମନ୍ତ୍ରୀଙ୍କୁ ବିଜେଡି ବରିଷ୍ଠ ଉପ ସଭାପତି ସଞ୍ଜୟ ଦାସବର୍ମା ଟାର୍ଗେଟ...

ଆଜି ଜାତୀୟ ଗଣିତ ଦିବସ: ଅଧିକ ଗବେଷଣା ପ୍ରତି ଆଗ୍ରହ ଆବଶ୍ୟକ

ଗଣିତର ବିକାଶ ବିନା କୌଣସି ସଭ୍ୟତାର ବିକାଶ ସମ୍ଭବ ନୁହେଁ। ଆଜକୁ ୪୦୦୦ ବର୍ଷ ପୂର୍ବେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗଢ଼ିଉଠିଥିବା ସିନ୍ଧୁ ସଭ୍ୟତାର ଭଗ୍ନାବଶେଷରୁ ସେମାନଙ୍କର...

ପୁଅ IPLରେ ଚୟନ ହେବା ପରେ ଖୁସି ହେଲେ ପପୁ, ଦହି-ପୋଡି କରି ଗାଁ ଲୋକଙ୍କୁ…

ନୂଆଦିଲ୍ଲୀ,୨୨।୧୨: ପୂର୍ଣ୍ଣିଆର ସ୍ୱାଧୀନ ସାଂସଦ ପପ୍ପୁ ଯାଦବ ତାଙ୍କ ପୁଅ ସାର୍ଥକ ରଞ୍ଜନଙ୍କ IPL ଦଳରେ ଚୟନ ହେବା ପରେ ଖୁସି ହୋଇ ଭୋଜି ଦେଇଥିଲେ...

ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ବଡ଼ ଖବର: ମନମୋହନ କହିଲେ…

ଭୁବନେଶ୍ୱର,୨୨।୧୨: ଚିଟ୍‌ଫଣ୍ଡ ଜମାକାରୀଙ୍କ ପାଇଁ ଆସିଲା ବଡ଼ ଖବର। କ୍ଷୁଦ୍ର ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରସ୍ତ ନେଇ ଅର୍ଥ ବିଭାଗର ବିଜ୍ଞପ୍ତି ପ୍ରସଙ୍ଗରେ ଭାଜପା ଜିଲା...

ଦାରିଙ୍ଗବାଡିରେ ନୂଆ ଇନ୍ସପେକ୍ଟର: ଅଞ୍ଚଳରେ ପୂର୍ବରୁ ରହିଛି ଅଭିଜ୍ଞତା

ଦାରିଙ୍ଗବାଡି,୨୨।୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନାରେ ନୂତନ ଇନ୍ସପେକ୍ଟର ଭାବେ ସଂଗ୍ରାମ କେଶରୀ ଜେନା ଯୋଗଦାନ କରିଛନ୍ତି। ସେ ଏବେ ଅତିରିକ୍ତ ଥାନା ଅଧିକାରୀ...

ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲି…ଅବସର କଥା କହି ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୨।୧୨: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରୁ ଜଣେ ରୋହିତ ଶର୍ମା ତାଙ୍କ କ୍ୟାରିୟର ବିଷୟରେ ଏକ ଖୁଲାସା କରିଛନ୍ତି। ଏହା ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ...

ପୁଣି ଶ୍ରୀମନ୍ଦିର ଫଟୋ ଭାଇରାଲ୍‌: ଜଗନ୍ନାଥପ୍ରେମୀ ଅସନ୍ତୋଷ

ପୁରୀ,୨୨ା୧୨(ଅଜିତ୍‌ କୁମାର ମହାନ୍ତି): ପୁଣିଥରେ ଶ୍ରୀମନ୍ଦିର ଫଟୋ ଭାଇରାଲ୍‌ ହୋଇଛି। ଡ୍ରୋନ୍‌ ସହାୟତାରେ ଶ୍ରୀମନ୍ଦିରର ଫଟୋ ଭାଇରାଲ୍‌ ହୋଇଛି। ଫେସ୍‌ବୁକରେ ଏକ୍ସପ୍ଲୋର ଇଣ୍ଡିଆ ନାମକ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri