ଆଉ ଜଣେ ନବାଗତ

ଖୁବ୍‌ ଶୀଘ୍ର ଓଲିଉଡ୍‌ରେ ଆଉ ଜଣେ ନବାଗତ ନାୟକ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ହେଲେ ନବୀନ। ଅବଶ୍ୟ ଏହାପୂର୍ବରୁ ସେ ୩ଟି ଭୋଜପୁରୀ ଫିଲ୍ମ ଏବଂ କେତୋଟି ଓଡ଼ିଆ ଆଲବମ୍‌ରେ ଅଭିନୟ କରିସାରିଛନ୍ତି। ହେଲେ ବଡ଼ପରଦାରେ ତାଙ୍କୁ ଏବେ ମିଳିଛି ଏକ ବଡ଼ ବ୍ରେକ୍‌। କେବଳ ସେତିକି ନୁହେଁ ନିଜର ଡେବ୍ୟୁ ଫିଲ୍ମରେ ନିଜ ଭୂମିକାକୁ ନେଇ ବେଶ୍‌ ଆଶାବାଦୀ ସେ। ଫିଲ୍ମଟି ହେଲା ‘ଅଫିସର’। ଫିଲ୍ମର କାହାଣୀ ଅନୁସାରେ ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି। ହେଲେ ହଠାତ୍‌ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଜୀବନ ଆକାଶରେ କଳା ବାଦଲ ମାଡ଼ିଆସେ। ସେତେବେଳେ ସେମାନଙ୍କ ବନ୍ଧୁତା ଏହାଦ୍ୱାରା ପ୍ରଭାବିତ ହୁଏ କି? ଏହା ପରେ ରାଜ୍ୟ ଚଳାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଏହି ପାଞ୍ଚଜଣ ଅଫିସର ନିଜ ଦାୟିତ୍ୱକୁ ଠିକ୍‌ ଭାବରେ ତୁଲାଇ ପାରନ୍ତି ତ? ଏସବୁ ପ୍ରଶ୍ନର ଉତ୍ତରକୁ ଆଧାର କରି ପ୍ରସ୍ତୁତ ହୋଇଛି ଏକ ଭିନ୍ନ ଧରଣର କାହାଣୀ, ଯାହାକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ସିନେମା ‘ଅଫିସର’। ଅନୀତା ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ଚିତ୍ରଟିର ପ୍ରଯୋଜନା କରିଛନ୍ତି ପ୍ରଭାକର ମହାନ୍ତି। ଡ. ନିର୍ମଳ ନାୟକ ସଂଳାପ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଯଜ୍ଞ ଦାଶ। ଫିଲ୍ମର ମେଲ୍‌ ଲିଡ୍‌ରେ ନବୀନଙ୍କ ନାୟିକା ସାଜିଛନ୍ତି ନଗଜା ନିରଞ୍ଜନା। ଏହି ଯୋଡ଼ି ବ୍ୟତୀତ ରୁଦ୍ର ପାଣିଗ୍ରାହୀ, ଦୁଷ୍ମନ୍ତ, ଜଗା, ପ୍ରିନ୍ସ, ରାମ, ନଗଜା ନିରଞ୍ଜନା, ଜିନା, ସୁନୟନା, ସୋନୁ, ଦେବୀ ବାରିକ, ଦେବୁ ବ୍ରହ୍ମା, ଥିନ୍‌, ପ୍ରିୟ ମିଶ୍ର, ପ୍ରିୟଙ୍କା, ରତନ ମେହେର, ମିଟୁ ମିଥୁନ୍‌ ପ୍ରମୁଖ କଳାକାର ଅଭିନୟ କରିବେ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ନାରାୟଣ ଘଡ଼େଇ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ପ୍ରସିଦ୍ଧ ଅଭିନେତ୍ରୀଙ୍କ ପରଲୋକ

ମାଲାୟାଲମ ଅଭିନେତ୍ରୀ କନକଲତାଙ୍କର ଦେହାନ୍ତ ହୋଇଛି। ସେ ତିରୁଭାନନ୍ତପୁରମରେ ଥିବା ତାଙ୍କ ବାସଭବନରେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁବେଳକୁ ତାଙ୍କ ୬୩ ବର୍ଷ ହୋଇଥିଲା। ସେ...

ରାଗିଲେ କରନ୍‌ ଜୋହର

ମୁମ୍ବାଇ: ଫିଲ୍ମ ନିର୍ମାତା କରନ୍‌ ଜୋହରଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ସେ ବଲିଉଡ୍‌କୁ ଅନେକ ସୁପରହିଟ୍‌ ଚଳଚ୍ଚିତ୍ର ଦେଇଛନ୍ତି। ଏଥିସହ ବିଭିନ୍ନ ପ୍ରସଙ୍ଗରେ ସେ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ଭୁଲ ଭାଲ କଥା କହି ଟ୍ରୋଲ ହେଲେ କଙ୍ଗନା

ମୁମ୍ବାଇ,୫।୫: ହିମାଚଳର ମଣ୍ଡି ଆସନରୁ ଭାଜପା ପ୍ରାର୍ଥୀ ତଥା ବଲିଉଡ ଅଭିନେତ୍ରୀ-ରାଜନେତା କଙ୍ଗନା ରାନାୱତ ତାଙ୍କ ବୟାନ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ଏବେ...

୨ ବର୍ଷ ଡେଟିଂ ପରେ ଅନନ୍ୟାଙ୍କ ସହ ବ୍ରେକ୍‌ଅପ୍‌ କଲେ ଆଦିତ୍ୟ!

ବମ୍ବେ: ଅଲଗା ହୋଇଛନ୍ତି ବଲିଉଡ୍‌ର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ଅନନ୍ୟା ପାଣ୍ଡେ- ଆଦିତ୍ୟ ରୟ କପୁର। ଦୀର୍ଘ ୨ ବର୍ଷ ଧରି ଡେଟ୍‌ କରିଆସୁଥିଲେ ଦୁହେଁ।...

ମୁଁ ବ୍ରେକଅପ କରି ନେଇଛି, ସୁହାନା ଖାଁଙ୍କ ପୋଷ୍ଟ ହେଲା ଭାଇରାଲ!

ମୁମ୍ବାଇ: ଶାହାରୁଖ ଖାଁ ଏବଂ ଗୌରୀ ଖାଁଙ୍କ ଝିଅ ସୁହାନା ଖାଁ ସବୁଠାରୁ ଲୋକପ୍ରିୟ ଷ୍ଟାର କିଡସଙ୍କ ମଧ୍ୟରୁ ଅନ୍ୟତମ । ସେ ଜୋୟା ଅଖତରଙ୍କ...

ବ୍ରେକ ନେଲେ ଶାହାରୁଖ

ମୁମ୍ବାଇ: ବଲିଉଡ ବାଦଶାହା ଶାହାରୁଖ ଖାନ ଗତ ବର୍ଷ ଅର୍ଥାତ୍‌ ୨୦୨୩ ରେ ଏକ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ପାଞ୍ଚ ବର୍ଷ ପରେ ଶାହାରୁଖ ଫିଲ୍ମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri