ଗାଁ ଡ୍ରାମାରୁ ଆରମ୍ଭ

କେତେବେଳେ ସେ ନାୟିକା ହେଇ ମଞ୍ଚକୁ ଆସନ୍ତି ତ ପୁଣି କେତେବେଳେ ଖଳନାୟିକା ସାଜି। ଯେଉଁ ଭୂମିକାରେ ବି ଆସନ୍ତୁ, ଦର୍ଶକମାନେ ତାଙ୍କୁ ଗ୍ରହଣ କରନ୍ତି। ତାଙ୍କର ଅଭିନୟ ଦର୍ଶକଙ୍କୁ ମତୁଆଲାକରେ। ଆଉ ସାରା ରାତି ମଞ୍ଚ ତଳେ ବାନ୍ଧିରଖେ। ଏଠାରେ ଯେଉଁ ଅଭିନେତ୍ରୀଙ୍କ କଥା କୁହାଯାଉଛି ସେ ହେଉଛନ୍ତି ଅଭିନେତ୍ରୀ ସୁଇଟି। ଘର ନୟାଗଡ଼ ଜିଲାର ରଣପୁର। ପିଲାଟି ବେଳୁ ଅଭିନୟରେ ରୁଚି ଥିଲା। ଗାଁ ଡ୍ରାମାରେ ଅଭିନୟ କରୁଥିଲେ। ବାହାବା ପାଉଥିଲେ। ଯାତ୍ରାକୁ ନେଇ ସ୍ବପ୍ନ ଦେଖୁଥିଲେ। ଦିନେ ଗୋଟିଏ ଗାଁ ଡ୍ରାମା କରୁଥିଲେ ସୁଇଟି। ସେଠାକୁ ଯାଇଥିଲେ ଯାତ୍ରାଜଗତର ଜଣେ ଜଣାଶୁଣା ଯାତ୍ରା ପରିଚାଳକ ମଧୁବାବୁ। ମଧୁବାବୁ ସେତେବେଳେ ଇଷ୍ଟର୍ନ ଗ୍ରୁପ୍‌ ପାଇଁ ପରିଚାଳନା ଦାୟିତ୍ୱ ନିର୍ବାହ କରୁଥିଲେ। ସୁଇଟିଙ୍କର ଅଭିନୟ ତାଙ୍କୁ ଭଲ ଲାଗିଲା। ସେ ତାଙ୍କୁ ପେସାଦାର ମଞ୍ଚକୁ ଆସିବା ପାଇଁ ପ୍ରସ୍ତାବ ଦେଲେ। ସେତେବେଳକୁ ସୁଇଟିଙ୍କର ବାହାଘର ସରିଯାଇଥାଏ। ତେବେ ଯାତ୍ରାକୁ ଆସିବେ କି ଆସିବେ ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଲେ ସୁଇଟି। ବାପଘର ଲୋକେ ଆଦୌ ରାଜି ନ ଥିଲେ ସେ ଯାତ୍ରାକୁ ଆସନ୍ତୁ ବୋଲି। ମାତ୍ର ସୁଇଟିଙ୍କର ଇଚ୍ଛା ଥାଏ ସେ ଯାତ୍ରାକୁ ଯିବେ। ତାଙ୍କ ଭିତରେ ଈଶ୍ୱର ଯେଉଁ ପ୍ରତିଭା ଭରି ଦେଇଛନ୍ତି ତାହାକୁ ସେ ଲୋକଲୋଚନକୁ ଆଣିବେ। ତା’ଛଡ଼ା ଯାତ୍ରା ତ ତାଙ୍କର ପିଲାଦିନ ସ୍ବପ୍ନ ଥିଲା। ଆଜି ଯେତେବେଳେ ମନକୁ ମନ ସେହି ସ୍ବପ୍ନ ପୂରଣ ହେବାକୁ ଯାଉଛି ସେ ତାହାକୁ ହାତଛଡ଼ା କରିବେ କିପରି? ତେବେ ତାଙ୍କର ଯାତ୍ରାକୁ ଆସିବା ନେଇ ଶାଶୁଘର ପକ୍ଷରୁ କୌଣସି ଆପତ୍ତି ନ ଥିଲା। ଅତଏବ ଆସିଲେ ଯାତ୍ରାକୁ ସୁଇଟି। ତାଙ୍କର ପ୍ରଥମ ନାଟକ ଥିଲା ସୁନାର ପଞ୍ଜୁରି ମାଟିର ଶାରୀ। ଏଥିରେ ସେ ଖଳନାୟିକା ବା ଡେଭିଲ୍‌ ଚରିତ୍ରରେ ଆସିଥିଲେ ମଞ୍ଚ ଉପରକୁ। ଆଉ ଦର୍ଶକମାନେ ବି ତାଙ୍କର ଚରିତ୍ର ତଥା ଅଭିନୟକୁ ବେଶ୍‌ ପସନ୍ଦ କରିଥିଲେ। ଏହାପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସୁଇଟି। ଏବେ ଆସି ପହଞ୍ଚତ୍ଛନ୍ତି ରାଜଧାନୀ ଅପେରାରେ। ଇତିମଧ୍ୟରେ ସେ ଅନେକ ନାଟକରେ ଅଭିନୟ କରି ସାରିଲେଣି। ତାଙ୍କର କେତୋଟି ସଫଳ ନାଟକ ମଧ୍ୟରେ ରହିଛି ସୁନାର ପଞ୍ଜୁରି ମାଟିର ଶାରୀ, ଗଁାକୁ ଆସିଛି ଗଉରି ନାନୀ, ଗୋଲାପି ଗଁାର ଗୋଲାପି ଝିଅ, ବାଦୀପାଲା, ରାମ ରାବଣ, ଲକ୍ଷେ ଶିବ ପୂଜି ପାଇଛି ତତେ, କେମିତି ଅଛ ନିହାରିକା, ତତେ ଭଲପାଇ ଭୁଲ୍‌ ହେଇଗଲା, ସବୁ ରାଜନୀତି ରାଜଧାନୀରେ ଏବଂ ଆହୁରି ଅନେକ। ଉଭୟ ନେଗେଟିଭ୍‌ ତଥା ପଜିଟିଭ୍‌ ଚରିତ୍ରରେ ଅଭିନୟ କରୁଥିଲେ ମଧ୍ୟ ନେଗେଟିଭ୍‌ ଚରିତ୍ର ତାଙ୍କର ବେଶି ପସନ୍ଦ ବୋଲି କହନ୍ତି ଏହି ଅଭିନେତ୍ରୀ। ତାଙ୍କ ମତରେ ସେ ଜଣେ କଳାକାର ହୋଇଥିବାରୁ ସବୁ ଚରିତ୍ରକୁ ଆପଣାର କରନ୍ତି। ହେଲେ ବି ଦର୍ଶକମାନେ ତାଙ୍କୁ ଅଧିକ ନେଗେଟିଭ୍‌ ଭୂମିକାରେ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri