Posted inରାଜ୍ୟ

ବାଇକ ଚଳାଇ ସଚେତନ କଲେ ଟ୍ରାଫିକ ଡିସିପ

ଭୁବନେଶ୍ୱର, ୧୨ା୧(ବ୍ୟୁରୋ): ଆରମ୍ଭ ହୋଇଛି ୩୧ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶନିବାର ଭୁବନେଶ୍ୱର ଏଜି ଛକ ନିକଟ ଟ୍ରାଫିକ ଥାନାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଚଳିତବର୍ଷ ଏହି କାର୍ଯ୍ୟକ୍ରମର ସ୍ଲୋଗାନ ରହିଛି ‘ସୁରକ୍ଷିତ ରୁହନ୍ତୁ’ ସୁଖୀ ରୁହନ୍ତୁ’। ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ଟ୍ରାଫିକ ଡିସିପି ସାଗରିକା ନାଥ, ପରିବହନ କମିଶନର ସଞ୍ଜୀବ ପଣ୍ଡା ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଅଭିନେତାମାନେ ସାମିଲ ଥିଲେ। ଏହି ଅବସରରେ ସଚେତନତା ରାଲି କରାଯାଇଥିଲା। ଟ୍ରାଫିକ ଡିସିପି ନାଥ ବାଇକ୍‌ ଚଳାଇ ସଡ଼କ ସୁରକ୍ଷା ନେଇ ସଚେତନତା ସୃଷ୍ଟି କରିଥିଲେ। ଏଥିରେ ଟ୍ରାଫିକ କର୍ମଚାରୀ, ସ୍ବେଚ୍ଛାସେବୀ ସାମିଲ ହୋଇ ହେଲ୍‌ମେଟ ପିନ୍ଧି ବାଇକ ଚଳାଇ ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ବାର୍ତ୍ତା ଦେଇଥିଲେ। ଏଭଳି ସଚେତନତା ରାଲି ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ଡିସିପି ନାଥ କହିଛନ୍ତି, ଯେଉଁମାନେ ରାସ୍ତାରେ ଗାଡ଼ି ଚଳାଉଛନ୍ତି ସେମାନେ ସଚେତନ ହେବା ସହ ଅନ୍ୟଯାତ୍ରୀଙ୍କୁ ସୁରକ୍ଷିତ ରଖନ୍ତୁ। ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତି ଛକକୁ ଯାଇ ଲୋକଙ୍କୁ ସଚେତନ କରିବୁ। ବିଶେଷକରି ଛୋଟ ପିଲାଙ୍କୁ ବାଇକରେ ନେଉଥିଲେ ସେମାନଙ୍କୁ ହେଲ୍‌ମେଟ ପିନ୍ଧାଇବାକୁ ମା’ବାପାଙ୍କୁ ସଚେତନ କରାଯିବ। ଟ୍ରାଫିକ ପୋଲିସ ପକ୍ଷରୁ ମିନି ହେଲ୍‌ମେଟ୍‌ ବଣ୍ଟାଯିବ। ଏହାସହ ଛୋଟପିଲାଙ୍କୁ ନେଇ ଏକ ଚିତ୍ରାଙ୍କନ ଓ ଗୀତ ମାଧ୍ୟମରେ ସଚେତନ କରାଯିବ। ଟ୍ରାଫିକ ନିୟମ ଯାଞ୍ଚ ପାଇଁ ୬ଟି ବାଇକ୍‌ ଆସିବ। ଏହି ବାଇକ ସହରର ବିଭିନ୍ନ ସ୍ଥାନରେ ବୁଲିବ। ବିଶେଷକରି ଯୁବକମାନେ ହେଲ୍‌ମେଟ ପିନ୍ଧି ଅନ୍ୟମାନଙ୍କୁ ଏଥିପାଇଁ ସଚେତନ କରିବାକୁ ରାଲି ସମୟରେ ସେ ଆହ୍ବାନ ଦେଇଛନ୍ତି।
କାର୍ଯ୍ୟକ୍ରମବେଳେ ଜୟ ଓଡିଶା ପକ୍ଷରୁ କମିଶନରେଟ ପୋଲିସ୍‌କୁ ଫାଷ୍ଟ ଏଡ୍‌ ବକ୍ସ ପ୍ରଦାନ କରାଯାଇଛି। ପ୍ରତି ଟ୍ରାଫିକ ପୋଷ୍ଟରେ ଏହି ବକ୍ସ ରଖାଯିବ। ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଯାଇପାରିବ। ଏହାର ଚାବି କେବଳ ଟ୍ରାଫିକ ପୋଲିସ ନିକଟରେ ରହିବ। ପ୍ରତି ସପ୍ତାହରେ ଏହି ସଂସ୍ଥା ଉକ୍ତ ବକ୍ସଗୁଡ଼ିକରେ ଆବଶ୍ୟକ ଔଷଧ ଓ ଅନ୍ୟ ସରଞ୍ଜାମ ମହଜୁଦ ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ପୁରୀ ହେଲା ମହାନଗର ନିଗମ: ଚଣ୍ଡିଖୋଲ ସମେତ ଏସବୁ ସହର ହେଲା NAC

ଭୁବନେଶ୍ବର,୩୧ା୧୨: ନୂଆ ବର୍ଷ ପୂର୍ବରୁ ରାଜ୍ୟର ପୌର ପ୍ରଶାସନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପବିତ୍ର ପୁରୀ ସହରକୁ ସରକାର ମହାନଗର ନିଗମର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri