ରଣପୁର ଥାନାରେ ଦଲାଲ ସର୍ବେସର୍ବା, ଥାନାକୁ ଯିବାକୁ ଡରୁଛନ୍ତି ଲୋକେ: ଅଧିକାଂଶ ଘଟଣାରେ ରଖାଯାଉନି ଏତଲା

ରଣପୁର,୧୧ା୧ (ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାରେ ଚାଲିଛି ଦଲାଲଙ୍କ ରାଜ୍‌। ସେମାନଙ୍କ ବିନା ସହଯୋଗରେ ନ୍ୟାୟ ମିଳୁନି। ଏ ନେଇ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅଭିଯୋଗ କଲେ ନ୍ୟାୟ ମିଳିବା ବଦଳରେ ରୋଷର ଶିକାର ହେବାକୁ ପଡୁଛି। ଆମ ପୋଲିସ କାର୍ଯ୍ୟକ୍ରମ ଲୋକଙ୍କ ନିକଟତର ହେଉଛି ବୋଲି ପୋଲିସ ଡିଣ୍ଡିମ ପିଟୁଛି। ହେଲେ ଏଠାରେ ସାଧାରଣ ଲୋକେ ଅଭିଯୋଗ ପାଇଁ ଥାନାକୁ ଯିବାକୁ ଡରୁଛନ୍ତି। ପୋଲିସର ଲାଞ୍ଚଖୋର ମନୋଭାବ, ରୁକ୍ଷ ବ୍ୟବହାର ଏହାର କାରଣ ବୋଲି କୁହାଯାଉଛି। ଏଭଳି ରୁକ୍ଷ ବ୍ୟବହାର ଯୋଗୁ ଚାନ୍ଦପୁର ଥାନାର ପୂର୍ବତନ ଥାନା ଆଇଆଇସିଙ୍କ ୨୪ ଘଣ୍ଟା ମଧ୍ୟରେ ବଦଳି ହୋଇଥିଲା। ଏହା ପରେ ମଧ୍ୟ ରଣପୁର ଥାନା ବାବୁଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ଆସୁନି। ଅଭିଯୋଗକାରୀ ଉପଯୁକ୍ତ ସମ୍ମାନ ପାଉନାହାନ୍ତି। ଲୋକେ ଥାନାକୁ ଅଭିଯୋଗ କରିବାକୁ ଗଲେ ଥାନା ଅଧିକାରୀଙ୍କ ବ୍ୟବହାର ସେମାନଙ୍କୁ ଅତିଷ୍ଠ କରୁଛି। ସମସ୍ତଙ୍କୁ ବାନ୍ଧି ପଠାଇ ଦେବାର ଧମକ ମଧ୍ୟ ମିଳୁଛି। ଏପରି କି ଗଣମାଧ୍ୟମରେ ମୁହଁ ଖୋଲିଲେ ସମ୍ପୃକ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମାନ ଢଙ୍ଗରେ ଧମକ ଦିଆଯାଉଛି। ଏ ନେଇ କିଛି ସାଧାରଣ ଲୋକ ପୋଲିସ ଉଚ୍ଚ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଚୁପ ରହୁଛନ୍ତି। ଥାନା ପୋଲିସ ମାମଲା ରୁଜୁ ନ କରିବା ଏକ ଅଭ୍ୟାସରେ ପରିଣତ ହେଲାଣି। ବିଭିନ୍ନ ଆଳ ଦେଖାଇ ପୋଲିସ ଅଧିକାଂଶ ସମୟରେ ଏତଲା ରଖୁନାହିଁ। ରାଜନୀତି ଚାପରେ ହେଉ କିମ୍ବା ଲାଞ୍ଚଖୋର ମନୋବୃତ୍ତି ଯୋଗୁ ଅଭିଯୋଗକାରୀଙ୍କୁ ଫେରାଇ ଦିଆଯାଉଛି ା ଏଭଳି ଅଭିଯୋଗ କରିଛନ୍ତି ଗତ ୨୩ା୧୦ା୨୦୧୯ ତାରିଖରେ ଥାନାରେ ଅଭିଯୋଗ କରିଥିବା ବାଉଁଶଗଡ ପଞ୍ଚାୟତ ଶ୍ରୀକୃଷ୍ଣପୁର ଗ୍ରାମର ଉପେନ୍ଦ୍ର କୁମାର ସ୍ବାଇଁ। ସେହିଭଳି ବଜ୍ରକୋଟ ଗ୍ରାମର ଲିଙ୍ଗରାଜ ସାମନ୍ତରାୟ ଗତ ୩ ତାରିଖରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି ମାମଲା ରୁଜୁ କଲାନାହିଁ। ବରଂ ଗାଳିଗୁଲଜ କରି ଥାନାରୁ ତଡିଦେଇଥିବା ସେ ଅଭିଯୋଗ କରିଛନ୍ତି। ଅଭିଯୋଗକାରୀଙ୍କୁ ପୋଲିସର ଅଣଦେଖା ଅପରାଧୀଙ୍କୁ ପ୍ରୋତ୍ସାହନ ଦେଉଛି। ମାମଲା ରୁଜୁ କରୁ ନ ଥିବା ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଡା ଆଇନ ରହିଛି। ହେଲେ ତାହା ରଣପୁର ଥାନାରେ କାର୍ଯ୍ୟକାରୀ ହେଉନି। ଅଧିକାଂଶ ଘଟଣାରେ ପୋଲିସ ଏତଲା ନ ରଖି ଅଭିଯୋଗ ହୋଇନି ସଫେଇ ଦେଇଚାଲିଛି। ଅନ୍ୟପଟେ ଥାନାରେ ଭିତ୍ତିଭୂମିର ଅଭାବ ରହିଛି। ମାନବସମ୍ବଳ କମ ରହିଥିବାରୁ ପୋଲିସ ବାବୁ ଏତଲା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇପାରୁନାହିଁ ବୋଲି ସଫେଇ ଦେଉଛି। ଏତଲା ନ ରଖିବାକୁ ନେଇ ଏସ୍‌ଡିପିଓ, ଏସ୍‌ପିଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳୁନି। ବରଂ ଥାନା ପୋଲିସର କଥା ସହ ତାଳଦେଇ ଉପରିସ୍ଥ ଅଧିକାରୀ ଅଭିଯୋଗ ନ ଥିବା ଦର୍ଶାଇ ସହଯୋଗ କରିଆସୁଛନ୍ତି। ଏଣୁ ଆଇନ ତା’ ବାଟରେ ରହୁଥିଲା ବେଳେ ସାଧାରଣ ଲୋକଙ୍କୁ ନ୍ୟାୟ ମିଳୁନି। ଭିତ୍ତିଭୂମି ସଜାଡି ଆଇନକୁ କଡାକଡି ପାଳନ କଲେ ଅଧିକାଂଶ ପୋଲିସ ଅଫିସର ବନ୍ଧା ହୋଇ ଜେଲ ଯିବେ ବୋଲି ଜଣେ ଅବସରପ୍ରାପ୍ତ ଏସ୍‌ପି ପ୍ରକାଶ କରିଛନ୍ତି। ଏଥିସହିତ ଥାନା ଓ ଫାଣ୍ଡି ପୋଲିସ ମାନସିକତାରେ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହେବେ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ରଣପୁର ଥାନା ଅଧିକାରୀ ରଶ୍ମିରଞ୍ଜନ ଦାସଙ୍କୁ ପଚାରିବାରୁ ସେ ଏହି ପ୍ରସଙ୍ଗରେ କୌଣସି ମତ ଦେବାକୁ ମନା କରିଥିଲେ। ନୟାଗଡ ଏସ୍‌ପି ଶଶିଭୂଷଣ ଶତପଥୀଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଥିଲେ, ମୁଁ ଅବଗତ ନ ଥିଲି, ଆପଙ୍କଠାରୁ ଜାଣିବାକୁ ପାଇଲି। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି। ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ କହିଥିଲେ, ରଣପୁର ଥାନାରେ ମୋ ସରକାର କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ। ଛୋଟ ଛୋଟ କଥାରେ ପୋଲିସ ସାଧାରଣ ଲୋକଙ୍କୁ ବାନ୍ଧି ଜେଲ ପଠାଇ ଦେଉଛି। ଥାନା ଅଧିକାରୀଙ୍କ ବଦଳି ପାଇଁ ମୁଁ ପୋଲିସ ଡିଜିଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri