ସଭାରଙ୍କା ସାହିତି୍ୟକ

ମନ-ମାନଚିତ୍ର / ଡ. ନରହରି ବେହେରା
ବର୍ଷକ ତଳୁ ଆମ ଘର ପାଖରେ କବିପ୍ରାଣ ଏବଂ ବାଗ୍ମୀପ୍ରବର ମଣିଷଟିଏ ଓ ତାଙ୍କର ଧର୍ମପନତ୍ୀ ଭଡ଼ାଘରେ ରହୁଛନ୍ତି, ତାଙ୍କ ନାମ ରଙ୍କ ଓ ଗେହ୍ଲୀ। ବୟସ ଦୃଷ୍ଟିରୁ ଆମେ ତାଙ୍କୁ ଶ୍ରଦ୍ଧାରେ ଅଜା ଆଈ ବୋଲି ଡାକିଥାଉ। କିଛିଦିନ ପରେ ଆମେ ଜାଣିଗଲୁ, ରଙ୍କ ଅଜାଙ୍କର ମାଆବାପା ଯେଉଁ ନାମକରଣ କରିଥିଲେ ତାହା ବୃଥା ହୋଇନାହିଁ। ସାହିତ୍ୟ ହେଉ କି ଏକାଦଶାହ କ୍ରିୟାର ସଭା ହେଉ, ସବୁଥିରେ ତାଙ୍କର ରଙ୍କପଣିଆ ଦେଖିଲେ ବିଧାତା ତାଙ୍କ ନାମକୁ ସାର୍ଥକ କରିଛନ୍ତି ବୋଲି ଯେ କେହି କହିପାରିବ। ମାଛରଙ୍କା ହୁଏତ ମାଛଖାଇବା ଛାଡ଼ିଦେଇ ପାରେ କିନ୍ତୁ ରଙ୍କ ଅଜା ସଭାସମିତିକୁ ଛାଡ଼ିପାରିବେ ନାହିଁ। ତାଙ୍କର ଏହି ରଙ୍କପଣିଆକୁ ଦେଖି ଆମ ଭିତରୁ ତାଙ୍କୁ କେହି ସଭାରଙ୍କୁଣା ତ ଆଉ କେହି ସଭାରଙ୍କା ଅଜା ବୋଲି ଡାକିଥାନ୍ତି।
ରଙ୍କ ଅଜାଙ୍କର ମୂଳ ଠିକଣା ଆମକୁ ଜଣାନାହିଁ। ଚାକିରିରୁ ଅବସର ନେବାପରେ ଏଇଠି ରହୁଛନ୍ତି। ଗାଁରୁ ଚାଉଳ, କଦଳୀ, ମାଛ ଇତ୍ୟାଦି ଆସେ। ନିଜ ପେନ୍‌ସନ ଟଙ୍କାରେ ସେ ଚଳିଥାନ୍ତି। ରଙ୍କ ଅଜା ସଭାସମିତି ପାଇଁ ପାଣିପରି ଟଙ୍କାପଇସା ଖର୍ଚ୍ଚ କରୁଥିବାରୁ ଘରେ ସବୁବେଳେ ଅଭାବ ଦେଖାଦିଏ। ଗେହ୍ଲୀ ଆଈ ନିଜର ଯେତେ କରୁଣ ଭାବ ଦେଖାଇ ପ୍ରତିରୋଧ କଲେ ମଧ୍ୟ ଅଜାଙ୍କର କିଛି ପରିବର୍ତ୍ତନ ହୁଏନାହିଁ। ସାହିତି୍ୟକ ହେବା, ସଭାସମିତିରେ ଭାଷଣ ଦେବା ନିଶାରେ ରଙ୍କ ଅଜା ଦିନରାତି ଚାରିଆଡ଼େ ଘୂରି ବୁଲନ୍ତି। କେଉଁ ସଭାରେ ଚେୟାର ପଡ଼ିବ, କେଉଁଠି ମାଇକ୍‌ ବନ୍ଧା ହେବ, କେମିତି ନିମନ୍ତ୍ରଣପତ୍ର ବଣ୍ଟାହେବ ଇତ୍ୟାଦି କାମ କରିବା ପାଇଁ ସେ ଆଗୁଆ ପହଞ୍ଚତ୍ୟାଆନ୍ତି। କେବଳ ସେତିକି ନୁହେଁ, ଆବଶ୍ୟକ ପଡ଼ିଲେ ସଭାସମିତି ପାଇଁ ମିଠା ପୁଡ଼ିଆ ଓ ଫୁଲ କିଣିବା ପାଇଁ ଅକୁଣ୍ଠରେ ପଇସା ଖର୍ଚ୍ଚ କରିଥାନ୍ତି। ଏସବୁ ମୂଳରେ ସଭାରେ ଚୌକିଟିଏ ପାଇବା କିମ୍ବା କେଉଁଠି ମାନପତ୍ର ବା ଉତ୍ତରୀୟଟେ ହାତେଇବା ତାଙ୍କର ଅସଲ ଲକ୍ଷ୍ୟ।
ଏବକୁ ନିନ୍ଦୁକମାନେ କହୁଛନ୍ତି, ସଭାସମିତିରେ ଶ୍ରୋତା ଏବଂ ଓଡ଼ିଆ ସାହିତ୍ୟରେ ପାଠକ ପାଇବା ଦୁର୍ଲଭ ହୋଇଗଲାଣି। ମିଠା ପୁଡ଼ିଆ ଦିଅ, ଘର ଘର ବୁଲି ଅନୁରୋଧ କର ତଥାପି ଶ୍ରୋତା ମିଳୁନାହାନ୍ତି। ପକେଟରୁ ଟଙ୍କା ଖର୍ଚ୍ଚକରି ବହି ଛପାଇ ମାଗଣାରେ ବାଣ୍ଟିଲେ ବି ନବେ ପ୍ରତିଶତ ପାଠକ ଗୋଟିଏ ପୃଷ୍ଠା ବି ପଢ଼ନ୍ତି ନାହିଁ। ଏହାର କାରଣ ଦର୍ଶାଇ ନିନ୍ଦୁକମାନେ କହନ୍ତି- ଦୁନିଆରେ ଏବେ ସଭା ପାଇଁ ଶସ୍ତା ବକ୍ତା ଏବଂ ରାତି ଅଧିଆ ସାହିତି୍ୟକ ବୋଲାଉଥିବା ଲୋକଙ୍କର ଅଭାବ ନାହିଁ। ତେଣୁ ଅଧିକାଂଶ ସଭାକୁ ଶ୍ରୋତା ଏବଂ ସାହିତ୍ୟକୁ ପାଠକମାନେ ମୁହଁ ମୋଡ଼ୁଛନ୍ତି। ରଙ୍କ ଅଜା ତା’ର ଗୋଟିଏ ଉଦାହରଣ। ସେ ସଭାରେ ଥରେ ଠିଆହେଲେ ଅଜାଙ୍କର କାଳପାତ୍ରର ଜ୍ଞାନ ରହେନାହିଁ। ଆଜିକାଲି ତ ଶର୍ଟକଟ୍‌ ଯୁଗ। ଉପନ୍ୟାସ ଯାଇ ଅଣୁଗପରେ ଆମେ ପହଞ୍ଚତ୍ଲୁଣି। ତହିଁକି ଅଜାଙ୍କର ବାରମ୍ବାର ଲମ୍ବା ଭାଷଣ ଶୁଣିବାକୁ କିଏ ବା ଚାହିଁବ? ତେଣୁ ସେ କହିବା ଆରମ୍ଭ କରିବା ମାତ୍ରେ କିଛି ଲୋକ ଚା ପିଇବା, ପରିସ୍ରା କରିବା ପ୍ରଭୃତି ବାହାନାରେ ଚାଲିଯାଆନ୍ତି। ଆଉ କିଛି ଭଦ୍ରତା ଖାତିରରେ ନ ଯାଇ ସେଠାରେ ଆଖିବୁଜି କିମ୍ବା ଡବଡବ ଆଖିରେ ଚାହିଁରହି ଗୁଣୁଗୁଣୁ ହୋଇ କହନ୍ତି- ‘ଆସିଗଲା କଳଗାଉଣା!’ ଝାଳ ନ ବୋହିବାଯାଏ ମାଇକ୍ରୋଫୋନ୍‌ ଛାଡ଼ିବ ନାହିଁ। ଭଗବାନ ଏ ସଭାରଙ୍କୁଣାଗୁଡ଼ାକୁ କାହିଁିକି ଜନମ ଦେଇଛନ୍ତି କେଜାଣି, ଏଗୁଡ଼ାକ ମାଇପ ଛାଡ଼ଦେବେ ସିନା ମାଇକ୍‌ ଛାଡ଼ିବେ ନାହିଁ। ଏତେ ଟୁପୁରୁ ଟାପୁରୁ ବେଳେ ବେଳେ ରଙ୍କ ଅଜାଙ୍କ କାନରେ ପଡ଼େ। ମାତ୍ର ସେସବୁ ନିନ୍ଦା-ଅପବାଦକୁ ହସରେ ଉଡ଼ାଇଦିଅନ୍ତି।
ସେଦିନ ହଠାତ୍‌ ଗେହ୍ଲୀ ଆଈଙ୍କର ବିକଳ କାନ୍ଦଣା ଶୁଣି ତାଙ୍କ ଘରକୁ ଦୌଡ଼ିଲୁ। ଆଈ କାନ୍ଦି କାନ୍ଦି ଗଡ଼ି ଯାଉଥିଲେ। ସେ ସଫା କରିବା ପାଇଁ ରଖିଥିବା କାନଫୁଲ ହଳକରୁ ଗୋଟିଏ କିଏ ନେଇ ଯାଇଛି। ସେ କାନ୍ଦୁଥିବାବେଳେ ହଠାତ୍‌ ପାଟିକରି ଉଠିଲେ- ସେଇ ସଭାରଙ୍କୁଣା ମୋ କାନଫୁଲ ନିଶ୍ଚେ ନେଇଯାଇଛି। ଆଜି ଛାଡ଼ିବିନି…। ସେ ପାଗଳୀ ପରି ଦୌଡ଼ିଲେ। ଆମେ ବି ତାଙ୍କ ପଛରେ ଦୌଡ଼ିଲୁ। ଦୈବବାଣୀ ପାଇଲା ପରି ଆଈ ଗୋଟିଏ ସାହିତ୍ୟ ସଭା ଆଡ଼କୁ ଧସେଇ ପଶିଲେ। ମାତ୍ର ସେଠାରେ ରଙ୍କ ଅଜା ନ ଥିଲେ। ଆୟୋଜକମାନେ ମାଇକ୍‌ରେ ଡାକୁଥାନ୍ତି- ଆଜିର ସମ୍ବର୍ଦ୍ଧିତ ପ୍ରତିଭା ରଙ୍କବାବୁ କୋଉଠି ଅଛନ୍ତି ଶୀଘ୍ର ସଭାମଞ୍ଚକୁ ଆସନ୍ତୁ। ସଭା ଆରମ୍ଭ ହେବ। ଗେହ୍ଲୀ ଆଈ ଠପ୍‌ କରି ଠିଆ ହୋଇଗଲେ। ତାଙ୍କ ସଭାରଙ୍କୁଣା ପତି ପରମେଶ୍ୱର ଏଇଠିକି ଆସିବେ ବୋଲି କହି ଆସିଥିଲେ, କୁଆଡ଼େ ଗଲେ? ସେ ସବୁ ରାଗ ଭୁଲି ସୁଁ ସୁଁ ହୋଇ କାନ୍ଦିବାକୁ ଲାଗିଲେ। ଲୋକଙ୍କ ଭିତରୁ କେହି ଜଣେ ବଡ଼ପାଟିରେ ବ୍ୟଙ୍ଗକରି କହିଲା- ସମ୍ବର୍ଦ୍ଧିତ ପ୍ରତିଭା ଏବେ ମେଡିକାଲରେ ପୁରସ୍କାର ଗ୍ରହଣ କରୁଛନ୍ତି, ଏଠିକି ଆସିବେ କେମିତି? ଏତିକି ଶୁଣି ଆଈଙ୍କ ସହିତ ମେଡିକାଲ ଦୌଡ଼ିଲୁ।
ହାତମୁହଁରେ ପଟି ବାନ୍ଧି ପଡ଼ିଥିଲେ ରଙ୍କ ଅଜା। ଗେହ୍ଲୀ ଆଈ କାନ୍ଦି କାନ୍ଦି ଗଡ଼ିଗଲେ। ସେ କାନ୍ଦ କାନ୍ଦ ହୋଇ ଯାହା କହିଲେ ସେଥିରେ ଆମେ ବି ହତବାକ୍‌ ହେଇଗଲୁ। ଘଟଣାଟା ଥିଲା- ଆଜି ସଭାର ଆୟୋଜକମାନେ ତାଙ୍କୁ ସାହିତ୍ୟ ଗୌରବ ଉପାଧି ଦେବା ପାଇଁ ସ୍ଥିର କରିଥିଲେ। ରଙ୍କ ଅଜାଙ୍କ ପରି ଆଉ ଜଣେ ସାହିତ୍ୟରଙ୍କା ଏ ପୁରସ୍କାର ନେବାକୁ ଚେଷ୍ଟା କରୁଥିଲେ। ସେ ଜଣେ ନେତାଙ୍କ ପୁଅ, ମାତ୍ର ରଙ୍କ ଅଜା କି ଛାଡ଼ିବା ଲୋକ! ଗେହ୍ଲୀ ଆଈଙ୍କର କାନଫୁଲ ବିକି ସେ ଏ ପୁରସ୍କାର ନେବା ପାଇଁ ଆୟୋଜକମାନଙ୍କୁ ହାତ କରିଥିଲେ। ‘ପୈସା କ୍ୟା ନ କରେ କାମ୍‌’ ନ୍ୟାୟରେ ସେ ହୋଇଗଲେ ସମ୍ବର୍ଦ୍ଧିତ ପ୍ରତିଭା। ରଙ୍କ ଅଜା ଆଜି ସଭାକୁ ଆସିବାବେଳେ ନେତାଙ୍କ ପୁଅ ଏଇ ଅବସ୍ଥା କରିଦେଇଛି। ଏମାନେ ସାହିତି୍ୟକ, ଅନ୍ୟମାନଙ୍କୁ ପୁଣି ବାଟ ବତାନ୍ତି? ସେ ସାହିତି୍ୟକମାନଙ୍କୁ କେହି ଜୁହାର ହୁଅନ୍ତୁ କି ନାଇଁ ଆମ୍ଭେ ତାଙ୍କର ଚାରିଖୁରାକୁ ଦଣ୍ଡବତ କରୁଛୁ।
ବାସୁଦେବବାସ୍ୟମ୍‌, ଜଗନ୍ନାଥ ବିହାର, ବାଇପାସ, ଭଦ୍ରକ, ମୋ- ୭୯୭୮୯୦୩୫୦୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୃଷିକ୍ଷେତ୍ରରେ କୃଷକମାନେ ପାରମ୍ପରିକ ପଦ୍ଧତିରେ କୀଟନାଶକ ସିଞ୍ଚନ କରିବା ଯୋଗୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଥିବା ଦେଖାଯାଉଛି। ଏଥିରେ ଅଧିକ କୀଟନାଶକ ବ୍ୟହାର ହେଉଛି...

ବନ୍ଦେ ମାତରମ୍‌କୁ ବାରଣ କାହିଁକି

ଛିଦିନ ପୂର୍ୱରୁ ରାଜ୍ୟ ସଭାର ଏକ ନୋଟିସ ମାଧ୍ୟମରେ ରାଜ୍ୟ ସଭାରେ ବନ୍ଦେ ମାତରମ୍‌ ଓ ଜୟ ହିନ୍ଦ୍‌ ସ୍ଲୋଗାନ ଦେବା ଉପରେ ନିଷେଧାଦେଶ ଲାଗିଛି।...

ବୟସର ଅପରାହ୍ନରେ

କୁହାଯାଏ ମାତାପିତାଙ୍କ ସେବା, ଭକ୍ତି, ଶ୍ରଦ୍ଧା, ସମ୍ମାନ ଦେବତା ପୂଜା ସମ। ମାତ୍ର ବିଡମ୍ୱନା ଯେ ଆଉ ସେ ଆଦର ନାହିଁ, ଶ୍ରଦ୍ଧା ନାହିଁ, ସମ୍ମାନ...

ପ୍ରକୃତି ଉପାସକ ଆଦିବାସୀ

ପ୍ରାଚୀନ ଯୁଗରୁ ଆଦିବାସୀ ସମ୍ପ୍ରଦାୟଗୁଡ଼ିକ ସ୍ୱାଧୀନ ଭାବେ ଜୀବନଯାପନକରି ଆସୁଛନ୍ତି। ସେମାନଙ୍କୁ ଜଙ୍ଗଲୀ ଓ ଆଦିମ କୁହାଯାଇ ଗାଁ, ରାଜ୍ୟ,ସାମ୍ରାଜ୍ୟରୁ ଦୂରେଇ ରଖାଯାଇଛି। ଫଳରେ ସେମାନେ...

ଆତ୍ମସ୍ଥ ସୁଖ ସନ୍ଧାନେ

ଜଣେ ବ୍ୟକ୍ତି ଥରେ ଜଣେ ସାଧୁବାବାଙ୍କ ନିକଟରେ ପହଞ୍ଚିଲେ ଏକ ଗମ୍ଭୀର ସମସ୍ୟା ନେଇ। ବାବା ଜଣକ ତାଙ୍କୁ ଆଗମନର କାରଣ ପୁଚ୍ଛା କରନ୍ତେ ସେ...

ଜମି ମାଲିକାନା କୃଷକ ହାତକୁ ଯାଉ

କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, କୃଷି ଉପତ୍ାଦନ ଦୁଇଗୁଣ ବୃଦ୍ଧି ହୋଇଛି ଏବଂ ଓଡ଼ିଶା ଏ ଦିଗରେ ପ୍ରଥମ। ଜଳସେଚନ ସୁବିଧା ମଧ୍ୟ ଗତ...

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଦୁର୍ଘଟଣାର କାରଣ ପଥ ସମ୍ମୋହନ

ବର୍ତ୍ତମାନ ସହଜ ଗମନାଗମନ ବ୍ୟବସ୍ଥା ପାଇଁ ମଣିଷ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ନିମନ୍ତେ ସମୟ କମ୍‌ ହୋଇଯାଇଛି। ବିଶ୍ୱର ଗୋଟିଏ କୋଣରୁ ଅନ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri