Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: ବିଜୟ ସହ ବର୍ଷ ଆରମ୍ଭ ଭାରତର ଲକ୍ଷ୍ୟ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ନେଦରଲାଣ୍ଡ୍ସ। ଚଳିତ ମାସ ୧୮ ଓ ୧୯ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଭାରତ ଓ ନେଦରଲାଣ୍ଡ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଗତ ବର୍ଷ ପ୍ରଭାବୀ ପ୍ରଦର୍ଶନ କରିଥିବା ଭାରତ ପ୍ରୋ ଲିଗ୍‌ରେ ବିଜୟ ସହ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଏଥିପାଇଁ ଡିସେମ୍ବର ୨୯ରୁ ମୁଖ୍ୟ କୋଚ୍‌ ଗ୍ରାହାମ ରିଡ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭାରତୀୟ ଦଳର କୋଚିଂ କ୍ୟାମ୍ପ କଳିଙ୍ଗ ଷ୍ଟାଡିୟମରେ ଚାଲିଛି। ପୂର୍ବ କ୍ୟାମ୍ପରେ ଖେଳାଳିଙ୍କ ଶକ୍ତି ବୃଦ୍ଧି ପାଇଁ ଜିମ୍‌ ଏବଂ ହେଭି ଓ୍ବାର୍କଲୋଡ୍‌ ଉପରେ ଗୁରୁତ୍ୱ ଦିଆଯାଇଥିଲା। ମାତ୍ର ଏହି କ୍ୟାମ୍ପରେ ଖେଳ କୌଶଳ ଏବଂ ମ୍ୟାଚପରେ କିପରି ଶରୀର ଶୀଘ୍ର ରିକୋଭରି କରିବ ତା ଉପରେ ଫୋକସ କରାଯାଉଛି। ”ପ୍ରୋ ଲିଗ୍‌ରେ ଆମକୁ ଲଗାତର ମ୍ୟାଚ ଖେଳିବାକୁ ପଡ଼ିବ। ରିକୋଭରି ପାଇଁ ୨୪ ଘଣ୍ଟାରୁ କମ୍‌ ସମୟ ମିଳିବ। ତେଣୁ ଟ୍ରେନିଂ ସେସନରେ ଏହାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରାଯାଉଛି। ଗୋଟିଏ ସେସନରେ କଠିନ ପରିଶ୍ରମ କରୁଥିବାବେଳେ ଅନ୍ୟ ସେସନରେ ବିଶ୍ରାମ ନେଉଛୁ କିମ୍ବା ହାଲ୍‌କା ଅଭ୍ୟାସ କରୁଛୁ“ ବୋଲି ଭାରତୀୟ ଦଳର ତାରକା ଫରଓ୍ବାର୍ଡ ମନଦୀପ ସିଂ ପ୍ରକାଶ କରିଛନ୍ତି।
ପୂର୍ବ ଟ୍ରେନିଂ କ୍ୟାମ୍ପରେ ଜିମ୍‌ ସହିତ ହେଭି ଓ୍ବାର୍କଲୋଡ୍‌ ସହ ଷ୍ଟ୍ରେନ୍ଥ ଟ୍ରେନିଂ ଉପରେ ଫୋକସ କରାଯାଉଥିଲା। ରବିନ ଆର୍କେଲ(ବୈଜ୍ଞାନିକ ପରାମର୍ଶଦାତା) ଅତ୍ୟଧିକ କଷ୍ଟସାଧ୍ୟ ଜିମ୍‌ ସେସନ ଉପରେ ଗୁରୁତ୍ୱ ଦେଉଥିଲେ। ଆମ ଦଳର ସମସ୍ତ ଖେଳାଳି ଫିଟ୍‌ ଥିଲେ ହେଁ ଅଧିକ ଶକ୍ତିଶାଳୀ ହେବା ଉପରେ ଗୁରୁତ୍ୱ ଦିଆଯାଉଥିଲା। ଫଳରେ ଏଥର ଖେଳାଳିଙ୍କ ୟୋ-ୟୋ ଟେଷ୍ଟ ପୂର୍ବାପେକ୍ଷା ଯଥେଷ୍ଟ ଭଲ ରହିଥିଲା। ଆଗାମୀ ୭-୮ ମାସ ମଧ୍ୟରେ ସ୍ପିଡ୍‌ ଏବଂ ଫିଟ୍‌ନେସ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କ୍ଳାନ୍ତ ନ ହୋଇ ଖେଳିବା ଉପରେ ଆମେ ଧ୍ୟାନ ଦେଉଛୁ ବୋଲି ସେ କହିଛନ୍ତି। ଭାରତ-ନେଦରଲାଣ୍ଡ୍ସ ମ୍ୟାଚଗୁଡ଼ିକ ସାଧାରଣତଃ ସଂଘର୍ଷପୂର୍ଣ୍ଣ ହୋଇଥାଏ। ଏଥର ମଧ୍ୟ ବିଲି ବାକରଙ୍କ ଦଳକୁ ଭାରତ କଡ଼ା ଚ୍ୟାଲେଞ୍ଜ ଦେବ ବୋଲି ଆଶା ରଖିଛନ୍ତି ମନଦୀପ। ”ଆମେ ନେଦରଲାଣ୍ଡ୍ସ ବିପକ୍ଷରେ ଗତବର୍ଷ ଖେଳିନାହୁଁ। ଦଳଗତଭାବେ ଆମେ ପୂର୍ବାପେକ୍ଷା ଉନ୍ନତି କରିଛୁ। ଏହା ବ୍ୟତୀତ ଘରୋଇ ପରିବେଶରେ ଆମେ ଖେଳିବାକୁ ଯାଉଛୁ। ତେଣୁ କେବେହେଲେ ଦର୍ଶକଙ୍କୁ ନିରାଶ ହେବାକୁ ଦେବାକୁ ଚାହିଁବୁନି। ବିଜୟ ସହ ବର୍ଷ ଆରମ୍ଭ କରିବା ଆମର ଲକ୍ଷ୍ୟ“ ବୋଲି ଗତବର୍ଷ ଅଧିକ ଗୋଲ ସ୍କୋର କରିଥିବା ମନଦୀପ ପ୍ରକାଶ କରିଛନ୍ତି।
ଫରଓ୍ବାର୍ଡ ଲାଇନ୍‌ ସହ ଉତ୍ତମ ଯୋଗାଯୋଗ ରହିଲେ ଯାଇ ଅଧିକରୁ ଅଧିକ ଗୋଲ ସ୍କୋର ହୋଇପାରିବ ବୋଲି ତାଙ୍କ ମତ। ”ସାଥୀ ଖେଳାଳିଙ୍କ ସହଯୋଗ ରହିଲେ ଯାଇ ଫରଓ୍ବାର୍ଡ ଖେଳାଳିମାନେ ଅଧିକ ଗୋଲ ଦେଇ ପାରିବେ। ଆମେ ସାଥୀହୋଇ ଅଭ୍ୟାସ କରୁଥିବାରୁ ଏସ.ଭି. ସୁନୀଲ, ରମଣଦୀପ ସିଂ ଓ ଆକାଶଦୀପ ସିଂଙ୍କ ସହ ମୋର ବୁଝାମଣା ଭଲ ରହିଛି। ଆମେ କିଭଳି ଏବଂ କେଉଁ ପରିସ୍ଥିତିରେ ଗ୍ୟାପ୍‌ ବାହାର କରିପାରିବୁ ଏବଂ ସୁଯୋଗ ସୃଷ୍ଟି କରିବୁ ତାହାକୁ ନେଇ ଆମେ ପଡ଼ିଆ ବାହାରେ ମଧ୍ୟ ଆଲୋଚନା କରୁଛୁ। ଜଣେ ଷ୍ଟ୍ରାଇକରଭାବେ ଏହା ମୋତେ ବ୍ୟକ୍ତିଗତଭାବେ ବହୁତ ସହାୟକ ହୋଇଛି“ ବୋଲି ମନଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri