ଆଇଏଏସ୍‌ ଅଫିସର, ବ୍ୟାଙ୍କ ଅଧିକାରୀଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼: ୭ ବର୍ଷରେ ୭୦ ଲକ୍ଷର କାରବାର

କଟକ ଅଫିସ, ୮।୧:ଲକ୍ଷେ ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ ଓ ୟେସ୍‌ ବ୍ୟାଙ୍କର ଭାଇସ୍‌ ପ୍ରେସିଡେଣ୍ଟ ସନ୍ତୋଷ କୁମାର ପଟ୍ଟନାୟକଙ୍କ ସମ୍ପର୍କ ଉପରେ ଭିଜିଲାନ୍ସ ଖୋଳତାଡ଼ ଜାରି ରଖିଛି। ଉଭୟଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ ଯାଞ୍ଚ କରିଛି। ୨୦୧୨ରୁ ୨୦୧୯ ମଧ୍ୟରେ ଉପାଧ୍ୟାୟଙ୍କର ୩ଟି ବ୍ୟାଙ୍କ ଆକାଉଣ୍ଟରେ ୭୦ ଲକ୍ଷ ଟଙ୍କା ଡିପୋଜିଟ ହୋଇଥିବା ଭିଜିଲାନ୍ସ ଜାଣିବାକୁ ପାଇଛି। ଏହି ୭୦ ଲକ୍ଷ ଟଙ୍କା କାରବାର ମଧ୍ୟରୁ କେବଳ ୨୨ ଲକ୍ଷ ଟଙ୍କା ଉପାଧ୍ୟାୟ ଉଦ୍ୟାନ କୃଷି ନିର୍ଦ୍ଦେଶକ ଥିବାବେଳେ ଜମା ହୋଇଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ଟଙ୍କା ଆସିଥିବା ଆକାଉଣ୍ଟଗୁଡ଼ିକୁ ମଧ୍ୟ ଭିଜିଲାନ୍ସ ଠାବ କରିଛି। ସେଥିମଧ୍ୟରୁ କେତେକ ସନ୍ଦେହଜନକ ଆକାଉଣ୍ଟ ସମ୍ପର୍କରେ ଭିଜିଲାନ୍ସ ଖୋଳତାଡ଼ ଚଳାଇଛି। ଏହି ସନ୍ଦେହଜନକ ଆକାଉଣ୍ଟରୁ ଲାଞ୍ଚ ଆକାରରେ ଟଙ୍କା ଆସିଥିବା ଭିଜିଲାନ୍ସ ସନ୍ଦେହ କରୁଛି। ସେହିପରି ସନ୍ତୋଷଙ୍କର ୟେସ୍‌ ବ୍ୟାଙ୍କରେ ୫ ମାସର କାର୍ଯ୍ୟକାଳ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭ ଲକ୍ଷ ଟଙ୍କା ଆସିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି। ବିଭିନ୍ନ ବ୍ୟାଙ୍କଗୁଡ଼ିକୁ ଉଭୟଙ୍କର ଆକାଉଣ୍ଟ ଓ କ୍ରେଡିଟ୍‌ କାର୍ଡ କାରବାର ସମ୍ପର୍କରେ ଜାଣିବା ନିମନ୍ତେ ଭିଜିଲାନ୍ସ ପକ୍ଷରୁ ଚିଠି କରାଯାଇଛି। ଅନ୍ୟପକ୍ଷରେ ଉଭୟଙ୍କର ଶେୟାର ମାର୍କେଟ ଓ ମ୍ୟୁଚୁଆଲ ଫଣ୍ଡ ଜମା ଜାଣିବା ନିମନ୍ତେ ନ୍ୟାଶନାଲ ସିକ୍ୟୁରିଟିଜ୍‌ ଡିପୋଜିଟାରୀ ଲିମିଟେଡ୍‌ (ଏନ୍‌ଏସ୍‌ଡିଏଲ୍‌), ସେଣ୍ଟ୍ରାଲ ଡିପୋଜିଟାରୀ ସର୍ଭିସେସ୍‌ ଲିମିଟେଡ୍‌ (ସିଡିଏସ୍‌ଏଲ୍‌) ଓ କମ୍ପ୍ୟୁଟର ଏଜ୍‌ ମ୍ୟାନେଜମେଣ୍ଟ ସର୍ଭିସେସ୍‌ ଲିମିଟେଡ୍‌ (କାମ୍‌ସ)କୁ ମଧ୍ୟ ଭିଜିଲାନ୍ସ ଚିଠି ପଠାଇଛି।
ସୂଚନାଥାଉ କି, ଗତ ଡିସେମ୍ବର ୩୦ ତାରିଖରେ ଉଭୟଙ୍କୁ ଭିଜିଲାନ୍ସ ସେଲ୍‌ ଗିରଫ କରିଥିଲା। ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ନାମକ ଏକ ଘରୋଇ ସଂସ୍ଥାର ୫୦ ଲକ୍ଷ ଟଙ୍କାର ବିଲ୍‌ ରିଲିଜ କରିବା ପାଇଁ ଆଇଏଏସ୍‌ ଅଫିସର ଉପାଧ୍ୟାୟ ୧ ଲକ୍ଷ ଟଙ୍କା ଲାଞ୍ଚ ଦାବି କରିଥିଲେ। ନିଜେ ଏହି ଲାଞ୍ଚ ଗ୍ରହଣ ନ କରି ସେ ବ୍ୟାଙ୍କ ମ୍ୟାନେଜର ସନ୍ତୋଷଙ୍କୁ ମଧ୍ୟସ୍ଥ କରିଥିଲେ। ଘଟଣାଦିନ ସନ୍ତୋଷ ଏସ୍‌ଆର୍‌ଏମ୍‌ ପ୍ଲାଷ୍ଟୋକେମ୍‌ର ଜଣେ ଅଧିକୃତ ପ୍ରତିନିଧିଙ୍କଠାରୁ ୧ ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ସନ୍ତୋଷଙ୍କୁ ଭିଜିଲାନ୍ସ ଜେରା କରିବା ପରେ ଉପାଧ୍ୟାୟଙ୍କ ଲିଙ୍କ୍‌ ପଦାକୁ ଆସିଥିଲା। ଉଭୟଙ୍କୁ ୨୦୧୯ ଡିସେମ୍ବର ୩୧ ତାରିଖରେ କୋର୍ଟଚାଲାଣ କରାଯାଇଥିଲା। ତେବେ ଅଧିକ ପଚ ରାଉଚରା ପାଇଁ ଭିଜିଲାନ୍ସ ସେମାନଙ୍କୁ ୬ ଦିନିଆ ରିମାଣ୍ଡରେ ଆଣିଥିଲା। ରିମାଣ୍ଡ ଅବଧି ଶେଷ ହେବା ପରେ ସେମାନଙ୍କୁ ଗତ ୫ ତାରିଖରେ ଜେଲ୍‌ ପଠାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ୟେସ୍‌ ବ୍ୟାଙ୍କ ଭାଇସ୍‌ ପ୍ରେସିଡେଣ୍ଟ ପଟ୍ଟନାୟକଙ୍କୁ ବ୍ୟାଙ୍କ ପକ୍ଷରୁ ମଧ୍ୟ ନିଲମ୍ବିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ IAS ସ୍ତରରେ ବଡ଼ଧରଣ ଅଦଳବଦଳ, ବଦଳାଇଲେ ଏହି ଜିଲାପାଳ

ଭୁବନେଶ୍ୱର,୧।୧: ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟ ପ୍ରଶାସନିକ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି। ବରିଷ୍ଠ IAS ଅଧିକାରୀମାନଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri