Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶାର ହ୍ୟାଟ୍ରିକ ବିଜୟ; ପଏଣ୍ଟ ଟେବୁଲ ଶୀର୍ଷରେ ଓଡ଼ିଶା

କଟକ ଅଫିସ,୨୯ା୧୨-ଚଳିତ ରଣଜୀ ଟ୍ରଫିରେ ଓଡ଼ିଶା ଦଳର ବିଜୟ ଧାରା ଅବ୍ୟାହତ ରହିଛି। ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଉତ୍ତରାଖଣ୍ଡ ବିପକ୍ଷ ମ୍ୟାଚ୍‌କୁ ଶନିବାର ୧୦ ଉଇକେଟରେ ଜିତିଛି ଓଡ଼ିଶା। ଏଥିସହିତ ଚଳିତ ଟୁର୍ନାମେଣ୍ଟରେ ଲଗାତର ୩ୟ ବିଜୟ ହାସଲ କରିଛି। ପେସ୍‌ ବୋଲିଂକୁ ସୁହାଉଥିବା ଡ୍ରିମ୍ସର ଏହି ପିଚ୍‌ରେ ଶତକୀୟ ଇନିଂସ ଖେଳିଥିବା ଓଡ଼ିଶା ଓପନର ଶାନ୍ତନୁ ମିଶ୍ର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହୋଇଛନ୍ତି। ଅନ୍ୟପକ୍ଷରେ ୩ଟି ମ୍ୟାଚ୍‌ରୁ ୨୧ ପଏଣ୍ଟ ହାସଲ କରି ଓଡ଼ିଶା ଏଲିଟ୍‌ ଗ୍ରୁପ-ସି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି।
ଉତ୍ତରାଖଣ୍ଡର ପ୍ରଥମ ଇନିଂସ ୧୧୭ ରନ ଜବାବରେ ଓଡ଼ିଶା ସମସ୍ତ ଉଇକେଟ ହରାଇ ୨୫୩ରନ କରିଥିଲା। ପ୍ରଥମ ଇନିଂସରେ ୧୩୬ରନ ଅଗ୍ରଣୀ ନେଇଥିଲା ଓଡ଼ିଶା। ଶୁକ୍ରବାର ତଥା ମ୍ୟାଚ୍‌ର ୩ୟ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଉତ୍ତରାଖଣ୍ଡ ଦ୍ୱିତୀୟ ଇନିଂସ ବ୍ୟାଟିଂ କରି ୪ ଉଇକେଟ ବିନିମୟରେ ୫୪ରନ କରିଥିଲା। ଦୀକ୍ଷାଂଶୁ ନେଗି ୨୩ ରନରେ ଓ କର୍ନ କୌଶଲ ୦ରେ ଅପରାଜିତ ଥିଲେ। ଶନିବାର ଅନ୍ତିମ ଦିବସରେ କର୍ନ ୧୨ରନ କରି ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ତାଙ୍କୁ ବସନ୍ତ ମହାନ୍ତି ବୋଲ୍ଡ କରି ଓଡ଼ିଶା ନିମନ୍ତେ ୫ମ ସଫଳତା ଦେବା ସହ ବିଜୟ ଆଶାକୁ ମଜଭୁତ କରିଥିଲେ। ପରେ ନେଗି ୪୦ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଶିକାର ହୋଇଥିଲେ। ୯୪ ରନରେ ଉତ୍ତରାଖଣ୍ଡ ୬ଟି ଉଇକେଟ ହରାଇଥିଲା। ବ୍ୟାଟିଂ କ୍ରମ ୮ନଂରେ କ୍ରିଜକୁ ଆସିଥିବା ଧନରାଜ ଶର୍ମା ଧୂଆଁଧାର ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ଧନରାଜ ୩୩ଟି ବଲରୁ ୪ଟି ଲେଖାଏ ଚୌକା ଓ ଛକା ବଳରେ ୫୦ରନ ପୂରଣ କରିଥିଲେ। ଅନ୍ୟପକ୍ଷରେ ଓଡ଼ିଶା ବୋଲରମାନେ ଅପର ପାର୍ଶ୍ୱରୁ ଉଇକେଟ ଦଖଲ ଜାରି ରଖିଥିଲେ। ରାହିଲ ଶାହା ୧୧ରନରେ ଓ ସନ୍ନି ରାଣା ଖାତା ଖୋଲିବା ପୂର୍ବରୁ ସୂର୍ଯ୍ୟକାନ୍ତଙ୍କ ଦ୍ୱାରା ଆଉଟ ହୋଇଥିଲେ। ଅର୍ଦ୍ଧଶତକ ହାସଲ କରିବାର ପରବର୍ତ୍ତୀ ବଲରେ ସୂର୍ଯ୍ୟକାନ୍ତଙ୍କ ୫ମ ଶିକାର ହୋଇଥିଲେ ଧନରାଜ। ଗୋଟିଏ ମ୍ୟାଚ୍‌ରେ ୫ଟି ଉଇକେଟ ଦଖଲ କରିବା କ୍ଷେତ୍ରରେ ସୂର୍ଯ୍ୟକାନ୍ତଙ୍କ ଏହା ୫ମ ସଫଳତା। ଅନ୍ତିମ ଉଇକେଟ ଭାଗୀଦାରିରେ ଉତ୍ତରାଖଣ୍ଡ ୩୯ରନ ସଂଗ୍ରହ କରିଥିଲା। ପ୍ରଦୀପ ଚାମୋଲି ଓ ଆକାଶ ମାଣ୍ଡୱାଲ ଏହି ଭାଗୀଦାରି ସୃଷ୍ଟି କରିଥିଲେ। ମାଣ୍ଡୱାଲଙ୍କୁ ୨୦ରନରେ ବୋଲ୍ଡ କରି ଦେବବ୍ରତ ଓଡ଼ିଶା ପାଇଁ ବିଜୟ ଆଶା ନିକଟତର କରିଦେଇଥିଲେ। ପ୍ରଦୀପ ୨୫ରନରେ ଅପରାଜିତ ଥିଲେ। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ସର୍ବାଧିକ ୫ଟି, ବସନ୍ତ ମହାନ୍ତି ୩ଟି, ରାଜେଶ ମହାନ୍ତି ଓ ଦେବବ୍ରତ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଛନ୍ତି। ଦ୍ୱିତୀୟ ଇନିଂସରେ ଉତ୍ତରାଖଣ୍ଡ ୧୯୫ରନ ସଂଗ୍ରହ କରିବା ଯୋଗୁ ଓଡ଼ିଶା ସମ୍ମୁଖରେ ୬୦ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ଦେବାଶିଷ ସାମନ୍ତରାୟ ଓ ଶାନ୍ତନୁ ଓପନିଂ କରିବାକୁ ଆସିଥିଲେ। ମୁଣ୍ଡରେ ବଲ ବାଜିବା ଯୋଗୁ ଦେବାଶିଷ ୭ରନରେ ରିଟାୟର୍ଡ ହଟ୍‌ ହୋଇଥିଲେ। ଦେବାଶିଷଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି ବୋଲି ଫିଜିଓ ଶୁଭକାନ୍ତ ସାହୁ ସୂଚନା ଦେଇଛନ୍ତି। ଶାନ୍ତନୁ ଅପରାଜିତ ୨୯ରନ ଓ ଗୋବିନ୍ଦ ପୋଦ୍ଦାର ଅପରାଜିତ ୨୬ ରନ କରି ଓଡ଼ିଶାକୁ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦିନ ଘୋଷଣା ହେବ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ: ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୨୯।୧୨: ଭାରତୀୟ ଦଳ ୨୦୨୬ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ସିରିଜ ଖେଳିବ। ନ୍ୟୁଜିଲାଣ୍ଡର ଭାରତ ଗସ୍ତ ଜାନୁଆରୀ ୧୧ ରୁ ଜାନୁଆରୀ ୩୧ ପର୍ଯ୍ୟନ୍ତ ଚାଲିବ,...

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଗଣେଶ୍ୱରଙ୍କ ବଡ଼ ବୟାନ: ସୁଜାତାଙ୍କ କଥା ଦଳ ବିଚାର କରିବ

ଭୁବନେଶ୍ୱର,୨୯।୧୨: କେନ୍ଦ୍ରାପଡ଼ା ବିଜେଡି ବିଧାୟକ ଗଣେଶ୍ୱର ବେହେରା ଏକ ବଡ଼ ବୟାନ ଦେଇଛନ୍ତି। ସୁଜାତା କାର୍ତ୍ତିକେୟନଙ୍କ କଥା ଦଳ ବିଚାର କରିବ ବୋଲି ଗଣେଶ୍ୱର ସୋମବାର...

ଟାଟା ପାୱାରର ଶୋଷଣ ବିରୋଧରେ ତାତିଲା କଂଗ୍ରେସ

ଧର୍ମଶାଳା,୨୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରଦେଶ କଂଗ୍ରେସ କମିଟିର ନିଷ୍ପତ୍ତି କ୍ରମେ ଯାଜପୁର ଧର୍ମଶାଳା ବିଧାୟକ ପ୍ରାର୍ଥୀ କିଷାନ ପଣ୍ଡାଙ୍କ ନେତୃତ୍ୱରେ ଟାଟା ପାୱାର ଶୋଷଣ ବିରୋଧରେ...

ଜିରୋ ନାଇଟ ପାଇଁ ଚେତାବନୀ ଦେଲେ ଟ୍ବିନ୍‌ ସିଟି ପୋଲିସ କମିଶନର, କହିଲେ ରାତି ୧୨ଟା ପରେ…

ନୂଆଦିଲ୍ଲୀ,୨୯।୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ କିଛି ଦିନ ବାକି ରହିଥିବା ବେଳେ ସବୁ ସ୍ଥାନରେ ଜିରୋ ନାଇଟ ପାଇଁ ପ୍ରସ୍ତୁତି...

ଡିସେମ୍ବର ୩୧ ପୂର୍ବରୁ ଶେଷ କରନ୍ତୁ ଏହି ୩ଟି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଅଟକି ରହିବ ଆପଣଙ୍କ ଟଙ୍କା

ନୂଆଦିଲ୍ଲୀ,୨୯।୧୨: ବର୍ଷର ଶେଷ ମାସ ଦୁଇ ଦିନ ମଧ୍ୟରେ ଶେଷ ହେବ, ଯାହା ନୂତନ ବର୍ଷର ଆରମ୍ଭ ହେବ। ତଥାପି, ଯଦି ଆପଣ ନୂତନ ବର୍ଷର...

ଜାନୁଆରୀ ୧୧ ସୁଦ୍ଧା ଏହି ୩ ରାଶିର ହେବାକୁ ଯାଉଛି ବଡ଼ ପରିବର୍ତ୍ତନ, ଗ୍ରହଙ୍କ ରାଜା ‘ସୂର୍ଯ୍ୟ’ କଲେ ନକ୍ଷତ୍ର ଗୋଚର

ଜ୍ୟୋତିଷ ଶାସ୍ତ୍ରରେ, ସୂର୍ଯ୍ୟ, ଯାହାକୁ ସୂର୍ଯ୍ୟ ଦେବତା ଏବଂ ଗ୍ରହମାନଙ୍କର ରାଜା ଉଭୟ ଭାବରେ ବିବେଚନା କରାଯାଏ, ୨୦୨୫ରେ ତାଙ୍କର ଶେଷ ଗୋଚର ସମାପ୍ତ କରିଛି।...

କାହା ପାଇଁ ପ୍ରଭାତ ପିନ୍ଧୁଛନ୍ତି ଲାଲ ପୋଷାକ, କିଏ ସଜାଇଛନ୍ତି ତାଙ୍କୁ ନାଲି ବାବା, ସବୁ ଗୁମର ଖୋଲିଦେଲେ…

ଭୁବନେଶ୍ୱର,୨୯।୧୨: ଦେବାଶିଷ ସାମନ୍ତରାୟଙ୍କ ଆକ୍ଷେପ ଉପରେ କଡ଼ା ଜବାବ ରଖିଲେ ପ୍ରଭାତ ବିଶ୍ୱାଳ। ପ୍ରଭାତ କହିଛନ୍ତି, ମୁଁ କେଉଁଭଳିଆ ନେତା କଟକବାସୀ ଜାଣନ୍ତି। ଦେବାଶିଷଙ୍କ ନାଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri