Posted inଖେଳ

କଳିଙ୍ଗରେ ଜାତୀୟ ପୁରୁଷ ହକି କ୍ୟାମ୍ପ : ଦିଲପ୍ରୀତଙ୍କ ପ୍ରତ୍ୟାବର୍ତ୍ତନ, ଓଡ଼ିଶାରୁ ୫ ସାମିଲ

ନୂଆଦିଲ୍ଲୀ,୨୯।୧୨(ପି.ଟି.)- ଆସନ୍ତା ମାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ହକି ପ୍ରୋ ଲିଗ୍‌ ଆୟୋଜନ ହେବାକୁ ଯାଉଥିବା ବେଳେ ହକି ଇଣ୍ଡିଆ ଶନିବାର ଏକ ୩୨ ଜଣିଆ ସମ୍ଭାବ୍ୟ ପୁରୁଷ ଦଳ ଘୋଷଣା କରିଛି। ଦୁଇ ସପ୍ତାହ ଧରି ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁ ଯାଉଥିବା ଜାତୀୟ କୋଚିଂ କ୍ୟାମ୍ପରେ ଏହି ଖେଳାଳିମାନେ ଯୋଗ ଦେବା ସହ ହେଡ କୋଚ୍‌ ଗ୍ରାହମ ରିଡଙ୍କୁ ରିପୋର୍ଟ କରିବେ। ଜାନୁୟାରୀ ୧୮ ଓ ୧୯ ତାରିଖରେ ନେଦରଲାଣ୍ଡ୍ସ ବିପକ୍ଷରେ ଭାରତ ମ୍ୟାଚ୍‌ ଖେଳିବା ସହ ହକି ପ୍ରୋ ଲିଗ୍‌ରେ ପଦାର୍ପଣ କରିବ।
ଯୁବ ଷ୍ଟ୍ରାଇକର ଦିଲପ୍ରୀତ୍‌ ସିଂ ପ୍ରତ୍ୟାବର୍ତ୍ତନ କରି ଏହି ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ୨୦୧୮ ବିଶ୍ୱକପ୍‌ରେ ସେ ଶେଷଥର ପାଇ ଦଳରେ ସ୍ଥାନ ପାଇଥିଲେ। ସୁଲତାନ ଜୋହର କପ୍‌ରେ ଦମ୍‌ଦାର ପ୍ରଦର୍ଶନ କରି ସେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି ସମ୍ଭାବ୍ୟ ଦଳରେ ୫ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା, ଡ୍ରାଗ ଫ୍ଲିକର ଅମିତ ରୋହିଦାସଙ୍କ ସମେତ ଦୀପାସନ ତିର୍କୀ, ନୀଲମ ସଞ୍ଜୀପ ଖେସ ଓ ଶିଳାନନ୍ଦ ଲାକ୍ରାଙ୍କ ଭଳି ଯୁବ ଖେଳାଳି ମଧ୍ୟ ସ୍ଥାନ ପାଇଛନ୍ତି। ଘୋଷିତ ହୋଇଥିବା ଏହି କୋର ଗ୍ରୁପ୍‌ରେ ଉଭୟ ଅଭିଜ୍ଞ ଓ ଯୁବ ଖେଳାଳିମାନେ ସ୍ଥାନ ପାଇଛନ୍ତି। ୧୦ ମାସର ଇଞ୍ଜୁରୀ ବ୍ରେକ୍‌ ପରେ ଅଭିଜ୍ଞ ମିଡ୍‌ଫିଲ୍ଡର ଚିଙ୍ଗ୍‌ଲେନସାନା ସିଂ ମଧ୍ୟ ଏହି କୋର ଗ୍ରୁପ୍‌କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶେଷଥର ପାଇଁ ସେ ୨୦୧୮ ପୁରୁଷ ବିଶ୍ୱକପ୍‌ ଦଳରେ ସ୍ଥାନ ପାଇଥିଲେ। ସେହିପରି ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ଲେୟାର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିବା ଏସ୍‌ଭି ସୁନୀଲଙ୍କ ସମେତ ଆକାଶଦୀପ ସିଂ, ରମନଦୀପ ସିଂ, ସିମରନଜିତ ସିଂ, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମଶେର ସିଂ ଓ ଅନ୍ୟମାନେ ମଧ୍ୟ ଏହି ଦଳରେ ସାମିଲ ହୋଇଛନ୍ତି। ଦୀର୍ଘଦିନର ବିଶ୍ରାମ ପରେ ଖେଳାଳିମାନେ ପୁଣି ନୂଆ କ୍ୟାମ୍ପରେ ଯୋଗ ଦେବେ ଓ ଦଳର ଯୋଜନା ଓ ରଣନୀତି କାର୍ଯ୍ୟକାରୀ କରିବାକୁ ଭଭୟ ମାନସିକ ଓ ଶାରୀରିକ ଫିଟ୍‌ନେସର ପ୍ରମାଣ ଦେବେ ବୋଲି କୋଚ୍‌ ରିଡ୍‌ କହିଛନ୍ତି। ଆସନ୍ତା ଦୁଇ ସପ୍ତାହରେ ଆମେ ନେଦରଲାଣ୍ଡ୍ସ ବିପକ୍ଷ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଉପରେ ଫୋକସ କରିବୁ ବୋଲି ସେ କହିଛନ୍ତି।
ଖେଳାଳି ତାଲିକା:
ପି.ଆର. ଶ୍ରୀଜେସ୍‌, କ୍ରିଷନ ବାହଦୂର ପାଠକ, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ବୀରେନ୍ଦ୍ର ଲାକ୍ରା, ରୁପିନ୍ଦର ପାଲ ସିଂ, ଗୁରିନ୍ଦର ସିଂ, ଅମିତ ରୋହିଦାସ, କୋଥାଜିତ୍‌ ସିଂ ଖଡଙ୍ଗବାମ, ମନପ୍ରୀତ ସିଂ, ହାର୍ଦ୍ଦିକ ସିଂ, ନୀଲକାନ୍ତ ଶର୍ମା, ବିବେକ ସାଗର ପ୍ରସାଦ, ସିମରନଜିତ୍‌ ସିଂ, ଆକାଶଦୀପ ସିଂ, ରମନଦୀପ ସିଂ, ଏସ୍‌ଭି ସୁନୀଲ, ମନଦୀପ ସିଂ, ଲଲିତ କୁମାର ଉପାଧ୍ୟାୟ, ଗୁରସାହିବଜିତ ସିଂ, ଶମଶେର ସିଂ, ସୁରଜ କାରକେରା, ଜରମନପ୍ରୀତ ସିଂ, ଦୀପସାନ ତିର୍କୀ, ନୀଲମ ସଞ୍ଜୀପ୍‌ ଖେସ, ଜସରକରନ ସିଂ, ରାଜକୁମାର ପାଲ, ଗୁର୍ଜନ୍ତ ସିଂ, ସୁମିତ, ଶିଳାନନ୍ଦ ଲାକ୍ରା ଓ ଚିଙ୍ଗଲେନସାନା ସିଂ ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri