Posted inଖେଳ

ଜିରୋରୁ ଏମିତି ହିରୋ ବନିଥିଲେ ଧୋନୀ

ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ତଥା କ୍ରିକେଟର ମହେନ୍ଦ୍ର ସିଂ ଧୋନୀ ସୋମବାର କ୍ରିକେଟରେ ୧୫ ବର୍ଷ ପୂରଣ କରିଛନ୍ତି। ୨୦୦୪ ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ମାହି। ଡେବ୍ୟୁ ମ୍ୟାଚ୍‌ରେ ୭ନଂ.ରେ ବ୍ୟାଟିଂ କରିବାକୁ ଆସି ସେ ଖାତା ଖୋଲିବା ପୂର୍ବରୁ ରନ୍‌ଆଉଟ୍‌ ହୋଇଥିଲେ। ଉକ୍ତ ସିରିଜ୍‌ରେ ମଧ୍ୟ ମାହି କିଛି ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। କିନ୍ତୁ ପରେ ଭାରତକୁ ଟି-୨୦ ବିଶ୍ୱକପ୍‌, ୨୦୧୧ ଦିନିକିଆ ବିଶ୍ୱକପ୍‌ ଚାମ୍ପିୟନ ଟ୍ରଫି ଜିତାଇଥିଲେ ଧୋନୀ।
ଧୋନୀଙ୍କ ବିଷୟରେ କିଛି କଥା…
-ଧୋନୀଙ୍କ ପୈତୃକ ଗାଁ ଉତ୍ତରାଖଣ୍ଡ ଲାୱଲି। ପିତାଙ୍କ ଚାକିରି ଯୋଗୁ ସେମାନେ ରାଞ୍ଚିରେ ରହିଯାଇଥିଲେ।
-ଧୋନୀଙ୍କର ଗୋଟିଏ ଭାଇ ନରେନ୍ଦ୍ର ଓ ଗୋଟିଏ ଭଉଣୀ ଜୟନ୍ତୀ।
-ଧୋନୀ ଡିଏଭି ଜବାହର ବିଦ୍ୟା ମନ୍ଦିରରେ ଛୋଟବେଳେ ପାଠ ପଢୁଥିଲେ।
ମାହିଙ୍କର ଛୋଟବେଳୁ ବ୍ୟାଡ୍‌ମିଣ୍ଟନ ଓ ଫୁଟ୍‌ବଲ ପ୍ରତି ଅଧିକ ରୁଚି ଥିଲା। ସେ ଫୁଟ୍‌ବଲ ଟିମ୍‌ର ଗୋଲକିପର ଥିଲେ।
-ଧୋନୀଙ୍କୁ କ୍ରିକେଟ ଖେଳିବା ଲାଗି ତାଙ୍କ ସ୍କୁଲ କୋଚ୍‌ ଉତ୍ସାହିତ କରିଥିଲେ। ତାଙ୍କର ଉଇକେଟ କିପିଂ ସମସ୍ତଙ୍କୁ ପ୍ରଭାବିତ କଲା।
-୧୯୯୭ରେ ନିଜ ସ୍କୁଲ ପକ୍ଷରୁ ଧୋନୀ ୨୩୧ରନ କରିଥିଲେ।
-୧୯୯୭-୯୮ରେ ଧୋନୀଙ୍କୁ ୧୬ ବର୍ଷରୁ କମ୍‌ ଦଳରେ ପରିଚୟ ମିଳିଥିଲା।
-୨୦୦୪ରେ ତାଙ୍କୁ କେନିୟା ଗସ୍ତରେ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଲା
-୨୦୦୫ରେ ସେ ପାକିସ୍ତାନ ବିପକ୍ଷରେ ୧୪୮ ରନ୍‌ କରିଥିଲେ।
-୨୦୦୫ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ସେ ୧୮୩ ରନ୍‌ର ପାରି ଖେଳିଥିଲେ, ଯାହା ବ୍ୟକ୍ତିଗତ ଭାବେ ତାଙ୍କର ସବୁଠାରୁ ଅଧିକ ସ୍କୋର।
-୨୦୦୫ ଶେଷବେଳକୁ ଆଇସିସି ର଼୍ୟାଙ୍କିଙ୍ଗ୍‌ରେ ଧୋନୀ ଏକ ନମ୍ବର ଥିଲେ।
-୨୦୦୭ ବିଶ୍ୱକପରେ ଖରାପ ପ୍ରଦର୍ଶନ ଯୋଗୁ ସେ ଅନେକ ସମାଲୋଚନାର ଶିକାର ହୁଅନ୍ତି।
-୨୦୦୭ରେ ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୦୭ ଟି-୨୦ ବିଶ୍ୱକପ ଜିତିଥିଲା।
-୨୦୦୮ରେ ଆଇସିସି ତାଙ୍କୁ ଶ୍ରେଷ୍ଠ ଦିନିକିଆ ଖେଳାଳି ପୁରସ୍କାରରେ ସମ୍ମାନିତ କରିଥିଲା।
-୨୦୦୯ରେ ସେ ପାଇଲେ ପଦ୍ମଶ୍ରୀ ପୁରସ୍କାର।
-୨୦୧୧ରେ ଧୋନୀ ଭାରତ ପାଇଁ ସେଇ ଗୌରବ ଆଣିଥିଲେ, ଯାହା ଲାଗି ଭାରତ ୨୮ ବର୍ଷ ଅପେକ୍ଷା କରିଥିଲା।
-୨୦୧୧ ବିଶ୍ୱକପ୍‌ରେ ବିଜୟ ଛକା ମାରି ଦଳକୁ ଚାମ୍ପିୟନ କରାଇଥିଲେ ମାହି।
-ଏହାପରେ ଟେଷ୍ଟ କ୍ରିକେଟରେ ଭାରତକୁ ଏକ ନମ୍ବର କରିଥିଲେ ଧୋନୀ।
-ଆଇପିଏଲରେ ଧୋନୀ ଚେନ୍ନାଇ ସୁପର କିଙ୍ଗ୍ସ ପକ୍ଷରୁ ପ୍ରତିନିଧିତ୍ୱ କରି ୩ଥର ଚାମ୍ପିୟନ କରାଇଛନ୍ତି।
-ଧୋନୀଙ୍କ ଜୀବନୀ ଉପରେ ବଲିଉଡ ଫିଲ୍ମ ହୋଇଛି ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରି’।
-ଧୋନୀ ସାକ୍ଷୀଙ୍କୁ ବିବାହ କରିଛନ୍ତି, ତାଙ୍କର ‘ଜିଭା’ ନାମରେ ଏକ ଝିଅ ଅଛନ୍ତି ।
-ଟେଷ୍ଟ କ୍ରିକେଟରୁ ଧୋନୀ ସନ୍ନ୍ୟାସ ନେବା ପରେ ଦିନିକିଆ ଓ ଟି-୨୦ର ଅଧିନାୟକ ପଦ ବିରାଟ କୋହଲି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri