କୋର୍ଟରୁ ଫାଇଲ୍‌ ଚୋରି: ଅଭିଯୁକ୍ତ ଅଟକ, ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ,୨୧।୧୨: ବାଲେଶ୍ୱର ସିଭିଲ ଜଜ୍‌ ଜୁନିୟର ଡିଭିଜନ୍‌ (ମୁନସିଫ୍‌) କୋର୍ଟର ନିର୍ବାଚନ ମିସ୍‌ କେସ୍‌ (ନଂ. ୧୬/୧୭)ର ଫାଇଲ୍‌ ଚୋରି ହୋଇଯାଇଥିବା ଶନିବାର ଜଣାପଡ଼ିଥିଲା। ସିସିଟଭି ଫୁଟେଜ୍‌କୁ ଆଧାର କରି ଅଭିଯୁକ୍ତଙ୍କୁ ଆଇନଜୀବୀମାନେ ଅଟକାଇଥିଲେ। ଦୀର୍ଘସମୟ ପଚରାଉଚରା ପରେ ଅଭିଯୁକ୍ତ ଉକ୍ତ ଫାଇଲ୍‌କୁ ଚୋରାଇଥିବା ସ୍ବୀକାର କରିବା ସହ ତାଙ୍କୁ ପଠାଇଥିବା ୨ଜଣ ଲୋକ ଫାଇଲ୍‌ ନେଇଯାଇଥିବା କହିଛନ୍ତି। ଏହାପରେ ଜିଲା ଜଜ୍‌ ହିରଣ୍ମୟୀ ବିଶୋଇଙ୍କ ନିର୍ଦ୍ଦେଶରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ପୋଲିସ ପହଞ୍ଚତ୍ ଅଟକ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି।
୨୦୧୮ ପଞ୍ଚାୟତ ନିର୍ବାଚନ ସମୟରେ ଏକ ମାମଲା ରୁଜୁ କରାଯାଇ କୋର୍ଟରେ ବିଚାରାଧୀନ ଥିବା ବେଳେ ଗତ ଶୁକ୍ରବାର କୋର୍ଟରେ ତାରିଖ ଥିଲା। ରେମୁଣା ବ୍ଲକ ଆମ୍ବୁଡ଼ିଆସ୍ଥିତ ରବି ମଲ୍ଲିକ ନାମକ ଜଣେ ବ୍ୟକ୍ତି ନିଜକୁ ଆଇନଜୀବୀର ପରିଚୟ ଦେଇ ଉକ୍ତ ଫାଇଲ୍‌କୁ ଦେଖିବା ପାଇଁ ମୁନସିଫ୍‌ ପେସ୍କାରଙ୍କୁ ଅନୁରୋଧ କରିଥିଲେ। ଜଜ୍‌ଙ୍କ ଡାକରାରେ ପେସ୍କାର ଉଠିଯାଇଥିବାବେଳେ ଆସି ଫାଇଲ୍‌ ଖୋଜି ପାଇ ନ ଥିଲେ। ପେସ୍କାର ରବିଙ୍କୁ ପଚାରିବାରୁ ସେ ମାନି ନ ଥିଲେ। ପରେ ସିସିଟିଭିର ସହାୟତା ନିଆଯାଇଥିଲା। ସିସି ଟିଭିରୁ ମିଳିଥିବା ତଥ୍ୟ ଅନୁସାରେ ରବି ଫାଇଲ୍‌ ଦେଖି ସାରି ଟେବୁଲ୍‌ରେ ରଖି ବାହାରେ ଦୁଇଜଣ ଲୋକଙ୍କ ସହ ଅପେକ୍ଷା କରିଥିଲେ। ଜଜ୍‌ଙ୍କ ଡାକରାରେ ପେସ୍କାର ସିଟ୍‌ରୁ ଉଠି ଯାଇଥିବାବେଳେ ରୁମ୍‌ ଭିତରେ ପଶି ଉକ୍ତ ଫାଇଲ୍‌କୁ ଆଣିଥିବା ପଲିଥିନ୍‌ରେ ପୂରାଇ ସହଯୋଗୀ ଦୁଇଜଣଙ୍କ ଦେଇଥିବା ପ୍ରମାଣ ମିଳିଥିଲା। ଶନିବାର ତାଙ୍କୁ ପଚାରିବାରୁ ପ୍ରଥମେ ସେ ମନା କରିଥିଲେ। ବାର୍‌ର ସମସ୍ତ ଆଇନ୍‌ଜୀବୀ ଏକାଠି ହୋଇ ଉକ୍ତ ଫାଇଲ୍‌ର ସନ୍ଧାନ ପାଇଁ ଚେଷ୍ଟା କରିଥିଲେ। ଦୀର୍ଘ ସମୟ ପଚରାଉଚରା ପରେ ଶେଷରେ ସେ ଫାଇଲ୍‌କୁ ନେଇଥିବା ସ୍ବୀକାର କରିଥିଲେ।
ଅପରାହ୍ନରେ ଆଇନଜୀବୀ ସଂଘର ପରାମର୍ଶଦାତା ଆଇନଜୀବୀ ରଘୁନାଥ ପ୍ରଧାନଙ୍କ ସଭାପତିତ୍ୱରେ ଜରୁରୀକାଳୀନ ବୈଠକ ଡକାଯାଇଥିଲା। ସମ୍ପାଦକ ଆଇନଜୀବୀ ସମ୍ବିତ ନନ୍ଦୀ, ସହସମ୍ପାଦକ ଆଇନଜୀବୀ ଦୀପକ କୁମାର ଦାସଙ୍କ ସମେତ ବହୁ ସଦସ୍ୟ ଏକାଠି ହୋଇ ଉକ୍ତ ଘଟଣାକୁ ଆଲୋଚନା କଲା ପରେ ରବି ମଲ୍ଲିକ କୌଣସି ଆଇନଜୀବୀ ନୁହେଁ କିମ୍ବା ବାର୍‌ ଆସୋସିଏଶନ୍‌ର ସଦସ୍ୟ ନୁହନ୍ତି ବୋଲି ଜଣାପଡ଼ିଥିଲା। ଦୀର୍ଘଦିନ ଧରି ଆଇନଜୀବୀମାନଙ୍କୁ ସହଯୋଗ କରିବା ଆଳରେ ନିଜକୁ ଆମତ୍ଘୋଷିତ ଆଇନଜୀବୀ ପରିଚୟରେ କାର୍ଯ୍ୟ କରିଆସୁଥିଲେ। ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିବା ସହ ଅଭିଯୁକ୍ତଙ୍କ ନାମରେ ଲିଖିତ ଅଭିଯୋଗ କରିବା ପାଇଁ ଜିଲା ଜଜ୍‌ଙ୍କୁ ଅନୁରୋଧ କରିଥିଲେ। ଅନ୍ୟପଟେ ମକଦ୍ଦମାରେ ଅଭିଯୁକ୍ତଙ୍କ ସପକ୍ଷରେ କୌଣସି ଆଇନଜୀବୀ ନ ଲଢ଼ିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ସହସମ୍ପାଦକ ଆଇନଜୀବୀ ଦାସ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri