Odisha Elections 2024

୨ ମେଧାବୀ ଛାତ୍ରଙ୍କୁ ପଢ଼ାଇବ ବିଡେକା

ଭଞ୍ଜନଗର,୧୯।୧୨(ଡି.ଏନ.ଏ)-ଭଞ୍ଜନଗର ଜଳସମ୍ପଦ ବିଭାଜନ କର୍ମଚାରୀ ସାଂସ୍କୃତିକ ପରିଷଦ (ବିଡେକା) ଚଳିତବର୍ଷ ୨ ମେଧାବୀ ଛାତ୍ରଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ନିଷ୍ପତ୍ତି ନେଇଛି। ଦୁଇ ଛାତ୍ର ଷଷ୍ଠ ଶ୍ରେଣୀର ଓମ୍‌ ବେହେରା ଓ ୭ମ ଶ୍ରେଣୀର ଓମ୍‌ ପ୍ରଭୁଜିତ୍‌ଙ୍କ ପାଠପଢ଼ା ବାବଦ ଅର୍ଥ ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟକୁ ପ୍ରଦାନ କରାଯାଇଛି। ବୁଧବାର ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜଳସମ୍ପଦ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ଶତ୍ରୁଘ୍ନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଏକ ଚେକ୍‌ ପ୍ରଦାନ କରିଥିଲେ । ଏହି ସମୟରେ ବିଡେକା ସମ୍ପାଦକ ସନ୍ତୋଷ କୁମାର ଗୌଡ଼, ଇଂ.ସୁମା ପ୍ରଧାନ, ବିଦ୍ୟାଳୟ ଚେୟାରମ୍ୟାନ୍‌ ଅଜିତ ଶତପଥୀ, ସଭାପତି ଶୁଳପାଣି ଶତପଥୀ, ସାନ୍ତନୁ ଶତପଥୀ ଏବଂ ଗୌର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ, ବିଡ଼େକା ପକ୍ଷରୁ ଆମ୍ବୁଲାନ୍ସ ସେବା, ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସହାୟତା ଦେବା ଆଦି ଜନହିତକର କାର୍ଯ୍ୟ କରାଯାଇଆସୁଛି। ଏଥିପାଇଁ କର୍ମଚାରୀମାନେ ଦିନକର ଦରମା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଦୁର୍ବ୍ୟବହାର: ସ୍ବାସ୍ଥ୍ୟକର୍ମୀଙ୍କୁ ତାଗିଦ କଲେ ଅଧୀକ୍ଷକ

ହିଞ୍ଜିଳିକାଟୁ,୩୦ା୫(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଡାକ୍ତରଖାନାରେ ଜଣେ ସ୍ବାସ୍ଥ୍ୟକର୍ମୀ ବୁଧବାର ରାତିରେ ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ହବ୍ୟବହାର...

ରାତି ୯ରେ ମଦ ଦୋକାନ, ୧୦ଟାରେ ବଜାର ବନ୍ଦ

ବ୍ରହ୍ମପୁର,୩୦ା୫(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନିର୍ବାଚନ ପୂର୍ବରୁ ଓ ପରେ କେତେକ ହିଂସା ଘଟିଛି। ଆସନ୍ତା ୪ ତାରିଖରେ ଭୋଟ ଗଣତି ହେବ। ଆଗକୁ...

ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚାଲିଛି ମଦ ବେପାର

ପୁରୁଷୋତ୍ତମପୁର,୩୦ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସହରରେ ମଦଦୋକାନ ବନ୍ଦ କରିବାକୁ ନେଇ ବୁଧବାର ରାତିରେ ମଦବେପାରୀ ଓ ପୋଲିସ ମଧ୍ୟରେ  ଲୁଚକାଳି ଚାଲିଛି। ମଦଦୋକାନୀ...

ଗ୍ୟାସ୍‌ ଚୁଲାରୁ ନିଆଁ ଲାଗି ମହିଳାଙ୍କ ଜୀବନ ଗଲା, ବଞ୍ଚାଇବାକୁ ଯାଇ ସ୍ବାମୀ-ପୁଅ ଆହତ

ଖଲ୍ଲିକୋଟ,୨୯ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ସିକୁଳା ଗ୍ରାମର ଜଣେ ମହିଳା ଗ୍ୟାସ୍‌ଚୁଲାରୁ ନିଆଁ ଲାଗି ଗୁରୁତର ଅବସ୍ଥାରେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ...

ସପ୍ତାହକରେ ବନ୍ଧାହେଲେଣି ଶହେରୁ ଅଧିକ ଅସାମାଜିକ

ଛତ୍ରପୁର,୨୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ସ୍ବତନ୍ତ୍ର ଡ୍ରାଇଭ ଜାରି ରହିଛି। ଗଞ୍ଜାମ ଏସ୍‌ପି ଜଗମୋହନ ମୀନାଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ଥାନାରେ...

ପୋଲିସର ଅଜବ ନୀତି: ଚା’ ବିକିବାକୁ ନା, ମଦ ବିକିବାକୁ ହଁ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ପୋଲିସ ଜିଲାରେ ସମ୍ପୂର୍ଣ୍ଣ ଶାନ୍ତି ବଜାୟ ରଖିବା ସହ ନିର୍ବାଚନୀ ପରବର୍ତ୍ତୀ ହିଂସାକୁ ରୋକିବା ଲାଗି ଗଞ୍ଜାମ ଏସପି ଜଗମୋହନ ମିନା...

ଦାଣ୍ଡେ ଦାଣ୍ଡେ ପୂଜାପାଉଛନ୍ତି ମା’ ଫୁଲସୁନ୍ଦରୀ

ପୁରୁଷୋତ୍ତମପୁର,୨୯।୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ମା’ ଫୁଲସୁନ୍ଦରୀଙ୍କ ଦ୍ବିବାର୍ଷିକ ଯାତ୍ରା ଆରମ୍ଭ ହୋଇଛି। ପରମ୍ପରା ଅନୁସାରେ ଦୁଇଜଣ ଗୋପାଳ ସମ୍ପ୍ରଦାୟର ବ୍ୟକ୍ତି ମା’ ଫୁଲସୁନ୍ଦରୀ...

ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ, ରାତି ସାଢ଼େ ୮ଟା ପରେ ଦୋକାନ ବଜାର ବନ୍ଦ

ଗଞ୍ଜାମ,୨୮।୫: ରାଜନୈତିକ ହିଂସା ରୋକିବାକୁ ପୋଲିସର ବଡ଼ ପଦକ୍ଷେପ । ଜୁନ ୪ ତାରିଖ ପର୍ଯ୍ୟନ୍ତ ରାତି ସାଢ଼େ ୮ଟା ପରେ ସବୁ ଦୋକାନ ବଜାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri