ଓଡ଼ିଆ ସିନେମାର ଭବିଷ୍ୟତ

”ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତାହାର ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ ବ୍ୟୟବୃଦ୍ଧି ଚଳଚ୍ଚିତ୍ରକୁ ନେଇ ଓଡ଼ିଆ ଚଳଚ୍ଚିତ୍ର କେବେ ବି ସମୃଦ୍ଧି ହେବ ନାହିଁ। ସରକାରଙ୍କ ଶିଳ୍ପ ବିଭାଗ ଯଦି ସବୁ କ୍ଷେତ୍ରରେ ଗୁରୁତ୍ୱର ସହ ବିଚାରବିମର୍ଶ କରି ଆନୁଷ୍ଠାନିକ ପଦକ୍ଷେପ ନ ନେବ ତେବେ ଓଡ଼ିଆ ଚଳଚ୍ଚିତ୍ରର ବିକୃତ ନାମକରଣରେ ଅଣଓଡ଼ିଆ ଛାପା ଚଳଚ୍ଚିତ୍ରର ଶ୍ରୀବୃଦ୍ଧି ହେବ।“

ଓଡ଼ିଆ ଚଳଚ୍ଚିତ୍ର ଏବେ ବେଶ୍‌ ଚଳଚଞ୍ଚଳ। ଗୋଟିଏ ବର୍ଷରେ ୩୦ରୁ ଊର୍ଦ୍ଧ୍ୱ ସିନେମା ରିଲିଜ ହେଉଛି। ଅନେକ ନୂଆ ପ୍ରଯୋଜକ, କଳାକାର ନିଜ ଭାଗ୍ୟ ପରୀକ୍ଷା କରିବାକୁ ଆଗେଇ ଆସୁଛନ୍ତି-ଏହା ନିଶ୍ଚୟ ସ୍ବାଗତଯୋଗ୍ୟ। ହେଲେ ଓଡ଼ିଆ ଚଳଚ୍ଚିତ୍ରଟିଏ ଦେଖିବାକୁ ପୂର୍ବପରି ଦର୍ଶକ ଆଉ ଆଗ୍ରହ ପ୍ରକାଶ କରିବାକୁ ସତେଯେମିତି ଅନିଚ୍ଛୁକ। ଏହାର ଯଥେଷ୍ଟ ଉଦାହରଣ ମଧ୍ୟ ରହିଛି। ମୁକ୍ତିଲାଭ କରିବା ପରେ ଗୋଟିଏ ସିନେମା ପ୍ରେକ୍ଷାଳୟରେ ସପ୍ତାହେ ଚାଲିବା କଷ୍ଟକର ହୋଇପଡୁଛି, ଯାହା ଏବେ ଓଡ଼ିିଆ ସିନେମାର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ଲଗାଇ ଦେଇଛି। ପ୍ରକୃତପକ୍ଷେ ଭଲ ଓଡ଼ିଆ ସିନେମା ଖୋଜିବା ବିରଳ ହୋଇଯାଇଛି। ଅଭିଜ୍ଞ ନିର୍ଦ୍ଦେଶକ ହାତବାନ୍ଧି ବସିଛନ୍ତି। ବର୍ତ୍ତମାନ ପିଢ଼ିର କତିପୟ ନିର୍ଦ୍ଦେଶକଙ୍କ ହାତରେ ଓଡ଼ିଆ ସିନେମାର ବାକ୍‌ଡୋର ରହିଛି। ଅପରପକ୍ଷରେ ଓଡ଼ିଶାରେ ଏକମାତ୍ର କଳିଙ୍ଗ ଷ୍ଟୁଡ଼ିଓ ଏବେ ଅବ୍ୟବସ୍ଥା ଘେରରେ। ଏହାର ପୁନରୁଦ୍ଧାର ନେଇ ଉଦ୍ୟମ ହେବା ଆବଶ୍ୟକ। ପ୍ରଯୋଜକମାନଙ୍କ ସ୍ବାର୍ଥରକ୍ଷା ପାଇଁ ରାଜ୍ୟ ସରକାର ୨୦୦୪ ମସିହାରୁ ଓଡ଼ିଆ ଚଳଚ୍ଚିତ୍ରକୁ ଟିକସ ମୁକ୍ତ କରିଦେଇଛନ୍ତି। ହେଲେ ତା’ର ସୁଫଳ କିଏ ପାଉଛି, ସମୀକ୍ଷା ନାହିଁ। ପ୍ରଯୋଜକ-ବିତରକ ମଧ୍ୟରେ ସମନ୍ବୟ ଅଭାବ ହେତୁ ଚଳଚ୍ଚିତ୍ର ଶିଳ୍ପରେ ବ୍ୟାପକ କ୍ଷତି ହେଉଛି।
ଓଡ଼ିଆ ଚଳଚ୍ଚିତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେଲେ ତା’ ବ୍ୟବସାୟିକ ସଫଳତା ପାଇଁ ପ୍ରତି ଜିଲାରେ ପ୍ରେକ୍ଷାଳୟର ଅଧିକ ଆବଶ୍ୟକତା ରହିଛି। ପ୍ରେକ୍ଷାଳୟ କମ୍‌ ସାଙ୍ଗକୁ ବ୍ୟୟବୃଦ୍ଧି ଚଳଚ୍ଚିତ୍ରକୁ ନେଇ ଓଡ଼ିଆ ଚଳଚ୍ଚିତ୍ର କେବେ ବି ସମୃଦ୍ଧ ହେବ ନାହିଁ। ସରକାରଙ୍କ ଶିଳ୍ପ ବିଭାଗ ଯଦି ସବୁ କ୍ଷେତ୍ରରେ ଗୁରୁତ୍ୱର ସହ ବିଚାରବିମର୍ଶ କରି ଆନୁଷ୍ଠାନିକ ପଦକ୍ଷେପ ନ ନେବ ତେବେ ଓଡ଼ିଆ ଚଳଚ୍ଚିତ୍ରର ବିକୃତ ନାମକରଣରେ ଅଣଓଡ଼ିଆ ଛାପା ଚଳଚ୍ଚିତ୍ରର ଶ୍ରୀବୃଦ୍ଧି ହେବ। ଓଡ଼ିଆ ଚଳଚ୍ଚିତ୍ରରେ ଆବଶ୍ୟକ ଜ୍ଞାନ ନ ଥିବା କିଛି ନିର୍ଦ୍ଦେଶକ ଚଳଚ୍ଚିତ୍ର ନିର୍ମାଣ ବେଳେ ପ୍ରଯୋଜକମାନଙ୍କୁ ନିର୍ଦ୍ଦିଷ୍ଟ ବଜେଟ୍‌ ମଧ୍ୟରେ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ କରିବାକୁ ପ୍ରତିଶ୍ରୁତି ଦେଇଥାଆନ୍ତି। ପରେ ସ୍ଥିରୀକୃତ ଅର୍ଥର ଅଯଥା ଅପବ୍ୟୟ ଯୋଗୁ ନିର୍ମାଣାଧୀନ ଚଳଚ୍ଚିତ୍ରଟି ପଙ୍ଗୁ ହୋଇ କୋଲ୍ଡ ରୁମ୍‌ରେ ପଡିରହେ। ଏହି ଅଯଥା ଖର୍ଚ୍ଚ କାହା ଦ୍ୱାରା ହେଉଛି ତାହା ଜଳଜଳ କରି ଦେଖାଯାଉଥିଲେ ମଧ୍ୟ ପ୍ରଯୋଜକ ନାଚାର।
ଏଭଳି ଢାଞ୍ଚାରେ ଯେତେ ଶୀଘ୍ର ପୂର୍ଣ୍ଣଚ୍ଛେଦ ପଡ଼ିବ ତାହା ଓଡ଼ିଆ ଚଳଚ୍ଚିତ୍ର ପାଇଁ ମଙ୍ଗଳ ହେବ। ଆମ ରାଜ୍ୟରେ ଯେତିକି ପ୍ରେକ୍ଷାଳୟ ରହିଛି ଯଦି ଏକ ସୁନ୍ଦର ଓଡ଼ିଆ ଚଳଚ୍ଚିତ୍ରଟିଏ ନିର୍ମାଣ କରାଯାଏ ତେବେ ଦର୍ଶକ ନିଶ୍ଚୟ ତାହାକୁ ଦେଖିବାକୁ ଆଗ୍ରହ ପ୍ରକାଶ କରିବେ। ହେଲେ ଚଳଚ୍ଚିତ୍ରଟିଏ ଅଳ୍ପ ଖର୍ଚ୍ଚରେ ନିର୍ମାଣ କରାଇ ଦେବୁ ବୋଲି କୁହୁକ ମାୟା ଦେଖାଉଥିବା ବ୍ୟକ୍ତିବିଶେଷଙ୍କ ସଂଖ୍ୟା ଏବେ ଆମ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିରେ କମ୍‌ ନାହିଁ। ମାଲଦାର ପ୍ରଯୋଜଟିଏ ଯୋଗାଡ କରି ଅର୍ଥ ହରିଲୁଟ କରିବା ସେମାନଙ୍କର ଏକ ପେସା ହୋଇଗଲାଣି। ତେଣୁ ବେଳ ଥାଉ ଚିହ୍ନି ରଖ ଭ୍ରାତାଙ୍କ ବଦନ ପରି ସେମାନଙ୍କଠାରୁ ପ୍ରଯୋଜକମାନେ ନିଜକୁ ଦୂରେଇ ରଖିବା ଆବଶ୍ୟକ। ପ୍ରଯୋଜକ ବଞ୍ଚିଲେ ଚଳଚ୍ଚିତ୍ର ଶିଳ୍ପ ବଞ୍ଚିବ। ପ୍ରଯୋଜକ ମାରଣନୀତିରୁ ନିବୃତ୍ତ ନ ରହିଲେ ଓଡ଼ିଆ ଚଳଚ୍ଚିତ୍ର ଅଡୁଆ ଆଡ଼କୁ ଯିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri