ଅନିଶ୍ଚିତତାରେ ନିଶ୍ଚିତ କର୍ମନିଯୁକ୍ତି ଯୋଜନା:  ୧୦୦ଦିନର କାମ ସମ୍ପୂର୍ଣ୍ଣ ପରିସଂଖ୍ୟାନରେ ଜାଲିଆତି

ଯାଜପୁର ଅଫିସ,୧୬ା୧୨- ଶହେ ଦିନର କାମ ନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରଣୀତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌) ଯାଜପୁର ଜିଲାରେ ଅନିଶ୍ଚିତ ହୋଇପଡ଼ିଛି। ଗତ ନଭେମ୍ବର ୮ରେ ଯେଉଁଠି ମାତ୍ର ୧୮୪ଜଣ ୧୦୦ଦିନର କାମ ପାଇଥିଲେ ସେଠାରେ ଏବେ ୩୮୬ ଜଣ ୧୦୦ଦିନର କାମ ପୂର୍ଣ୍ଣ କରିଛନ୍ତି। ଅର୍ଥାତ ମାତ୍ର ୩୭ଦିନ ମଧ୍ୟରେ ଜିଲାରେ ୧୦୦ଦିନର କାମ ସମ୍ପୂର୍ଣ୍ଣ କରିବାରେ ୨୦୨ ପରିବାରଙ୍କ ବୃଦ୍ଧି ଘଟିଛି। ଗ୍ରାମ୍ୟ ଉନ୍ନୟନ ବିଭାଗରୁ ଏଭଳି ତଥ୍ୟ ମିଳିଛି। ଏନେଇ ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଗଲେ ବାସ୍ତବ ତଥ୍ୟ ଜଣାପଡ଼ନ୍ତା ବୋଲି ମତ ପ୍ରକାଶ ପାଇଛି।
ଚଳିତ ଆର୍ଥିକବର୍ଷ ୨୦୧୯-୨୦ ବର୍ଷର ୯ ମାସ ଚାଲିଥିଲେ ମଧ୍ୟ ଡିସେମ୍ବର ୧୫ ତାରିଖ ସୁଦ୍ଧା ଜିଲାର ପଞ୍ଜୀକୃତ ଶ୍ରମିକଙ୍କ ସଂଖ୍ୟା ୬,୪୬,୩୯୫। ତେବେ ଚଳିତ ବର୍ଷ ୧୧୯୪ ପରିବାରଙ୍କ ଜବ୍‌କାର୍ଡ କାଟି ଦିଆଯାଇଥିବାବେଳେ ସମୁଦାୟ ୨,୯୪,୧୪୨ ପରିବାରଙ୍କୁ ଜବକାର୍ଡ ବଣ୍ଟନ ହୋଇଛି। ସେଥିରୁ ୪୫,୭୮୭ ପରିବାର କାମ ପାଇଁ ଆବେଦନ କରିଥିବାବେଳେ ୪୦,୨୯୬ ପରିବାରଙ୍କୁ କାମ ଯୋଗାଇ ଦିଆଯାଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ତେବେ ଏମ୍‌ଜିଏନ୍‌ଆରଇଜିଏସ୍‌ର ନିର୍ଦ୍ଧାରିତ ୧୦୦ ଦିନର କାମ ୩୮୬ ପରିବାର ସମ୍ପୂର୍ଣ୍ଣ କରିଛନ୍ତି। ଡିସେମ୍ବର ୧୫ ତାରିଖ ରିପୋର୍ଟ ଅନୁସାରେ ସୁକିନ୍ଦା ବ୍ଲକରେ ସର୍ବନିମ୍ନ ୬ ପରିବାର ରହିଥିବାବେଳେ ଦାନଗଦୀ ବ୍ଲକରେ ୧୦, ବଡ଼ଚଣା ଓ ଧର୍ମଶାଳାରେ ୧୨ ପରିବାର ଲେଖାଏ, ରସୁଲପୁର ବ୍ଲକରେ ୧୪ ଓ ବରୀ ବ୍ଲକରେ ୧୮ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଛନ୍ତି। ଦଶରଥପୁର ବ୍ଲକରେ ସର୍ବାଧିକ ୧୨୭ ଓ ବିଞ୍ଝାରପୁର ବ୍ଲକରେ ୧୧୯ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରି ପାରିଛନ୍ତି। ତେବେ ଗତ ନଭେମ୍ବର ୮ ତରିଖ ରିପୋର୍ଟ ଅନୁସାରେ କେବଳ ୧୮୪ ପରିବାର ୧୦୦ଦିନର କାମ ସମ୍ପୂର୍ଣ୍ଣ କରିଥିଲେ। ଏଥିରେ ଧର୍ମଶାଳା ବ୍ଲକ ଖାତା ଖୋଲି ପାରି ନ ଥିଲାବେଳେ ସୁକିନ୍ଦା ବ୍ଲକରେ ୧ପରିବାର ରହିଥିଲେ। ଏହି ଅନୁସାରେ ୩୭ ଦିନରେ କିଭଳି ଭାବରେ ୧୦୦ଦିନ କାମ ସମ୍ପୂର୍ଣ୍ଣ କରିବାରେ ୨୦୨ପରିବାର ସାମିଲ ହୋଇଛନ୍ତି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମିଥ୍ୟା ମଷ୍ଟରରୋଲ ବ୍ୟବହାର କରି ମେଶିନ ଜରିଆରେ ଶ୍ରମିକଙ୍କ ନାମରେ ଯୋଜନା ଅନ୍ତର୍ଗତ ଅର୍ଥ ହଡ଼ପ କରି ଏଭଳି ଜାଲ ରିପୋର୍ଟ ପ୍ରସ୍ତୁତ ହୋଇଥିବା ସନ୍ଦେହ କରାଯାଇଛି। ଏସଂକ୍ରାନ୍ତରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକଙ୍କୁ ଫୋନ ଯୋଗେ ରବିବାର ସନ୍ଧ୍ୟାରେ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା କୌଣସି ମତାମତ ମିଳି ପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri