ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ବରିଷ୍ଠ ସହାୟକ ପଦୋନ୍ନତି ମାମଲା: ଦରମା ହ୍ରାସ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ

କଟକ ଅଫିସ,୧୪ା୧୨- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ପଦୋନ୍ନତି ପାଇ କାର୍ଯ୍ୟ କରୁଥିବା ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ସମ୍ପର୍କିତ ବିଜ୍ଞପ୍ତି ହାଇକୋର୍ଟରେ ଅସିଦ୍ଧ ହୋଇଛି। ଗଣେଶ ଚନ୍ଦ୍ର ବେହେରା ଏବଂ ରଜତ କୁମାର ପଟ୍ଟନାୟକଙ୍କ ପକ୍ଷରୁ ଆଗତ ଦୁଇଟି ପୃଥକ ମାମଲାର ଏକତ୍ର ଶୁଣାଣି ହାଇକୋର୍ଟରେ ହୋଇଥିଲା। ବିଶ୍ୱବିଦ୍ୟାଳୟ ଦ୍ୱାରା ଗଠିତ ଡିପିସି (ଡିପାର୍ଟମେଣ୍ଟାଲ ପ୍ରମୋଶନ କମିଟି)ରେ ବିଧିବଦ୍ଧ ଭାବେ ଆବେଦନକାରୀମାନେ ୧୯୯୮ରୁ ପଦୋନ୍ନତି ସହ ଉଚ୍ଚ ପଦବୀରେ କାର୍ଯ୍ୟ କରି ଉଚ୍ଚ ବେତନ ହାରରେ ଦରମା ନେଇ ସାରିଛନ୍ତି। ତେଣୁ ସେମାନଙ୍କ ଦରମା ହ୍ରାସ କରାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ତାଙ୍କର ୨୮ ପୃଷ୍ଠା ସମ୍ବଳିତ ରାୟରେ ସ୍ପଷ୍ଟ କରିଛନ୍ତି। ଏଥିସହ ଆବେଦନକାରୀଙ୍କ ୧୦ରୁ ୧୨ ବର୍ଷ ବେତନ ହ୍ରାସକୁ ସଂଶୋଧନ ସହ ପୁନଃ ନିର୍ଦ୍ଧାରଣ କରି ଦରମା ପ୍ରଦାନ କରିବାକୁ ହାଇକୋର୍ଟ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଡଭୋକେଟ ଜଗନ୍ନାଥ ପଟ୍ଟନାୟକ ଏହି ମାମଲା ପରିଚାଳନା କରୁଛନ୍ତି।
ମାମଲାର ଶୁଣାଣି ସମୟରେ ଆଡଭୋକେଟ ପଟ୍ଟନାୟକ ଅଦାଲତକୁ ଦର୍ଶାଇଥିଲେ, ଉକ୍ତ ବିଶ୍ୱବିଦ୍ୟାଳୟରେ ଆବେଦନକାରୀମାନେ ପ୍ରଥମେ କନିଷ୍ଠ ସହାୟକ ଭାବେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିଲେ। ୧୯୯୮ ଡିସେମ୍ବର ୨୨ରେ ସେମାନଙ୍କୁ ବରିଷ୍ଠ ସହାୟକ ପଦବୀକୁ ପଦୋନ୍ନତି ମିଳିଲା। ତଦନୁଯାୟୀ ୨୦୦୧ ଜୁଲାଇ ୧ରେ ୧୦୪ ଜଣ ବରିଷ୍ଠ ସହାୟକଙ୍କୁ ନେଇ ଏକ ଗ୍ରେଡେଶନ ତାଲିକା ପ୍ରକାଶିତ ହୋଇଥିଲା। ଏଥିସହ ସେମାନଙ୍କର ଉଚ୍ଚ ବେତନ ହାରରେ ସଂଶୋଧନ ସହ ଦରମା ନିର୍ଦ୍ଧାରଣ କରାଯାଇଥିଲା। ତେବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଣ୍ଟ୍ରୋଲର ଅଫ ଫାଇନାନ୍ସ ପକ୍ଷରୁ ୨୦୧୧ରେ ଏକ ରିଭ୍ୟୁ ଡିପିସି କରାଯାଇ ପତ୍ର ସଂଖ୍ୟା ୧୦୯୭୬/୧ା୧୨ା୨୦୧୧ରେ ୪୬ ଜଣ ବରିଷ୍ଠ ସହାୟକଙ୍କ ଦରମା ହ୍ରାସ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଭଳି ବେଆଇନ ବିଜ୍ଞପ୍ତି ଦ୍ୱାରା ଆବେଦନକାରୀମାନଙ୍କର ୧୦ରୁ ୧୨ ବର୍ଷର ବରିଷ୍ଠତା ହରାଇବାକୁ ପଡୁଛି। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଡଭୋକେଟ ବି.ଏସ୍‌. ମିଶ୍ର ଦର୍ଶାଇଥିଲେ, ଆବେଦନକାରୀଙ୍କ କ୍ଷେତ୍ରରେ ରିଭ୍ୟୁ ଡିପିସି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇଛି। ଏବେ ସେମାନେ ବରିଷ୍ଠ ସହାୟକ ପଦବୀର ବେତନ ନେଉଛନ୍ତି। ତେବେ ପୂର୍ବ ପଦୋନ୍ନତି ଚାକିରିର ଯଥାର୍ଥତା ନାହିଁ ବୋଲି ସେ କୋର୍ଟକୁ ଅବଗତ କରିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି, ରେଜିଷ୍ଟ୍ରାର, କଣ୍ଟ୍ରୋଲର ଅଫ୍‌ ଫାଇନାନ୍ସ, ଡେପୁଟି ରେଜିଷ୍ଟ୍ରାରଙ୍କ ସମେତ ୨୮ ଜଣଙ୍କୁ ଏହି ମାମଲାରେ ପକ୍ଷଭୁକ୍ତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

କଟକ ଲୋକ ସଭା ଆସନ: ଅଭିଜ୍ଞ ବନାମ ନୂଆ ଚେହେରା

କଟକ,୩୦।୪(ଶିଳ୍ପା ପ୍ରିୟଦର୍ଶିନୀ):କଟକ ସଂସଦୀୟ କ୍ଷେତ୍ରରେ ତ୍ରିମୁଖୀ ଲଢେଇ ହେବା ନେଇ ଆଲୋଚନା ହେଉଛି। ଲୋକ ସଭା ଆସନ ପାଇଁ ବିଜେଡି ସଂତୃପ୍ତ ମିଶ୍ର, ଭାଜପା ଭର୍ତ୍ତୃହରି...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

ଭାଜପାରେ ମିଶିଲେ ୩୦ ପରିବାର

ଚାନ୍ଦବାଲି,୩୦ା୪(କିଷାନ ପାତ୍ର): ଚାନ୍ଦବାଲି ବ୍ଲକର ବଡ଼ଓସ୍ତିଆ ପଞ୍ଚାୟତରେ ଭାଜପା ପକ୍ଷରୁ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଶ୍ରୀଧର ସାହୁଙ୍କ ନେତୃତ୍ୱରେ ୩୦ ପରିବାର ବିଜେଡି ଛାଡ଼ି...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ସର୍ଫିଙ୍ଗ ପର୍ଯ୍ୟଟନ ମାନଚିତ୍ରରେ କୋଣାର୍କ

କୋଣାର୍କ,୩୦।୪(ଜ୍ୟୋତିରାଜ ମହାନ୍ତି):ସମୁଦ୍ରର ନୀଳ ଢ଼େଉରେ ଦୁଃସାହସିକ ଜଳକ୍ରୀଡ଼ା ସର୍ଫିଙ୍ଗ ପାଇଁ ଖାଲି ବିଦେଶ ନୁହେଁ, ଭାରତର ଯୁବବର୍ଗଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ପୁରୀ-କୋଣାର୍କ ବେଳାମାର୍ଗରେ ଅବସ୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri