Posted inଖେଳ

ଦଶନ୍ଧି ପରେ ପାକିସ୍ତାନକୁ ଫେରିଲା ଟେଷ୍ଟ କ୍ରିକେଟ: ଶ୍ରୀଲଙ୍କା ୨୦୨/୫

ରାଓ୍ବଲପିଣ୍ଡି,୧୧।୧୨(ଏଏଫ୍‌ପି)- ପାଖାପାଖି ଏକ ଦଶନ୍ଧି ପରେ ପାକିସ୍ତାନରେ ପୁଣି ଥରେ ଟେଷ୍ଟ କ୍ରିକେଟ ଖେଳାଯାଇଛି। ସ୍ଥାନୀୟ ରାଓ୍ବଲପିଣ୍ଡି କ୍ରିକେଟ ଷ୍ଟାଡିୟମରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ବୁଧବାରଠାରୁ ପାକିସ୍ତାନ ଓ ଭ୍ରମଣକାରୀ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ୨୦୦୯ ମାର୍ଚ୍ଚରେ ଲାହୋରର ଗାଦ୍ଦାଫି ଷ୍ଟାଡିୟମରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ଖେଳାଯିବା ଅବସରରେ ଶ୍ରୀଲଙ୍କା ଟିମ୍‌ ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ଏଥିରେ ଶ୍ରୀଲଙ୍କା କ୍ରିକେଟରମାନେ ଅଳ୍ପକେ ବର୍ତ୍ତିଯାଇଥିଲେ। ଏହି ଘଟଣାରେ ୮ଜଣ ଲୋକ ପ୍ରାଣ ହରାଇଥିଲେ। ଏହାପରେ ପାକିସ୍ତାନ ଯିବା ପାଇଁ କୌଣସି ଦେଶ ଆଗ୍ରହ ପ୍ରକାଶ କରି ନ ଥିଲେ ଓ ପାକିସ୍ତାନରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ହୋଇ ନ ଥିଲା। ତେବେ ଦୀର୍ଘ ଦଶ ବର୍ଷ ପରେ ଶ୍ରୀଲଙ୍କା ପୁଣି ଥରେ ପାକିସ୍ତାନ ଗସ୍ତ କରି ଟେଷ୍ଟ ଖେଳିଛି। ବୁଧବାର ପାକିସ୍ତାନ କ୍ରିକେଟ ପାଇଁ ଏକ ଐତିହାସିକ ଦିବସ ସାବ୍ୟସ୍ତ ହୋଇଛି। ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ କରାଚୀରେ ୧୯ ତାରିଖରୁ ଆରମ୍ଭ ହେବ। ଏହି ସିରିଜ ସଫଳତାର ଆୟୋଜନ ହୋଇପାରିଲେ ଅନ୍ୟ ଦେଶମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ପାକିସ୍ତାନ ସକ୍ଷମ ହେବ ବୋଲି ଆଶା କରାଯାଉଛି।
ସକାଳୁ ଟସ୍‌ ଜିତି ଶ୍ରୀଲଙ୍କ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପାକିସ୍ତାନ ଦ୍ରୁତ ବୋଲରମାନେ ପ୍ରଭାବୀ ସାବ୍ୟସ୍ତ ହୋଇଛନ୍ତି। ଖରାପ୍‌ ଆଲୋକ କାରଣରୁ ଖେଳ ଶୀଘ୍ର ସମାପ୍ତ ହୋଇଥିଲା। ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଶ୍ରୀଲଙ୍କା ୬୮.୧ ଓଭରରେ ୫ ଉଇକେଟ ହରାଇ ୨୦୨ ରନ ସଂଗ୍ରହ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ଧନଞ୍ଜୟ ଡି ସିଲଭା ୩୮ ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ନିରୋଶାନ ଡିକ୍‌ଓ୍ବାଲା ୧୧ ରନ କରି ଅପରାଜିତ ରହିଛନ୍ତି। ଅଧିନାୟକ ତଥା ଓପନର ଦିମୁଥ କରୁଣାରତ୍ନେ ସର୍ବାଧିକ ୫୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓଶାଡା ଫର୍ନାଣ୍ଡୋ ୪୦, ଆଞ୍ଜେଲୋ ମାଥ୍ୟୁସ୍‌ ୩୧, କୁଶଲ ମେଣ୍ଡିସ୍‌ ୧୦ ଓ ଦୀନେଶ ଚାଣ୍ଡିମଲ ୨ ରନ କରି ଆଉଟ ହୋଇଥିଲେ। ବୋଲିଂରେ ପାକିସ୍ତାନ ତରଫରୁ ନଶିମ ଶାହା ୨, ମହମ୍ମଦ ଆବାସ, ଶାହିନ ଶାହ ଆଫ୍ରିଦି, ଉସ୍‌ମାନ ଶିନଓ୍ବାରୀ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ଶ୍ରୀଲଙ୍କା ପ୍ରଥମ ଇନିଂସ- ୬୮.୧ ଓଭରରେ ୨୦୨/୫
(ଦିମୁଥ କରୁଣାରତ୍ନେ- ୫୯, ଓଶାଡା ଫର୍ଣ୍ଣାଣ୍ଡୋ- ୪୦, ଆଞ୍ଜେଲୋ ମାଥ୍ୟୁସ- ୩୧, ଧନଞ୍ଜୟ ଡି ସିଲଭା- ୩୮*, ନିରୋଶାନ ଡିକ୍‌ଓ୍ବାଲା- ୧୧*, ନଶିମ ଶାହା- ୨/୫୧, ମହମ୍ମଦ ଆବାସ- ୧//୫୦, ଶାହିନ ଶାହ ଆଫ୍ରିଦି- ୧/୩୭, ଉସ୍‌ମାନ ଶିନଓ୍ବାରୀ- ୧/୪୭)।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri