ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮:ପୁରସ୍କାର ଦୌଡ଼ରେ ୨୦ ଫିଲ୍ମ

ଭୁବନେଶ୍ୱର, ୧୧ା୧୨(ବ୍ୟୁରୋ):ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୧୮ ପାଇଁ ମୋଟ ୨୦ଟି ଫିଲ୍ମ ଆବେଦନ କରିଥିବାବେଳେ ବିଭିନ୍ନ ବିଭାଗରେ ଏହି ଫିଲ୍ମଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା। ଓଡ଼ିଆ ଫିଲ୍ମର ମୌଳିକତାକୁ ନେଇ ଏଥର ମଧ୍ୟ ପ୍ରଶ୍ନ ଉଠିଥିବାବେଳେ ଶ୍ରେଷ୍ଠ ଚଳଚ୍ଚିତ୍ର, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଡାଏଲଗ୍‌ ଓ ଶ୍ରେଷ୍ଠ କାହାଣୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନକଲ ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଥିଲା। ଏହି ବିଭାଗଗୁଡ଼ିକରେ ଓଡ଼ିଆ ସଂସ୍କୃତିର ଝଲକ ଥିବା ନିଚ୍ଛକ ଓଡ଼ିଆ ଚଳଚ୍ଚିତ୍ରକୁ ଗୁରୁତ୍ୱ ଦିଆଯାଇଥିବା ଚଳଚ୍ଚିତ୍ର ଜୁରି କମିଟି ଅଧ୍ୟକ୍ଷ ତଥା ଖ୍ୟାତନାମା ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ସୂଚନା ଦେଇଛନ୍ତି। ଚଳିତବର୍ଷ ପ୍ରତିଯୋଗିତାରେ ବିଭିନ୍ନ ପ୍ରକାରର ଫିଲ୍ମ ସାମିଲ ହୋଇଥିବାବେଳେ ସେଗୁଡ଼ିକୁ ତନ୍ନ ତନ୍ନ କରି ପରୀକ୍ଷା କରାଯାଇଥିଲା। ଯେପରିି କାହା ପ୍ରତି ଅନ୍ୟାୟ ନ ହେବ, ତାହାକୁ ଦୃଷ୍ଟିରେ ରଖି ଜୁରି କମିଟିରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ନକଲ ଫିଲ୍ମରେ କଳାକାର ଓ ଟେକ୍ନିସିଆନ୍‌ମାନଙ୍କ କୌଣସି ଦୋଷ ନ ଥିବାରୁ ସେମାନଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ମନୋନୀତ କରାଯାଇଛି। ଏଥିପାଇଁ ବିଭାଗ ପକ୍ଷରୁ କୌଣସି ଚାପ ପଡ଼ି ନ ଥିବା ମହାପାତ୍ର କହିଛନ୍ତି।
ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ରରେ ଆବେଦନ ନାହିଁ
ଲଗାତର ଗତ କିଛିବର୍ଷ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରର ନିର୍ଦ୍ଦିଷ୍ଟ କିଛି ବିଭାଗରେ କୌଣସି ଆବେଦନ ହେଉନାହିଁ। ୨୦୧୬ରେ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’, ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର ନିର୍ଦ୍ଦେଶକ’ ତଥା ‘ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର’ ପାଇଁ ପୁରସ୍କାର ପାଇବାକୁ କେହି ମନୋନୀତ ହୋଇ ନ ଥିଲେ। ସେହିଭଳି ଓଡ଼ିଶାର ଆଦିବାସୀ ଭାଷାରେ ପ୍ରସ୍ତୁତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ କେହି ଆବେଦନ କରି ନ ଥିବାରୁ ଏହି ବିଭାଗରେ କୌଣସି ସମ୍ମାନ ପ୍ରଦାନ କରାଯାଇ ନ ଥିଲା। ୨୦୧୭ରେ ମଧ୍ୟ ‘ଶ୍ରେଷ୍ଠ ପ୍ରାମାଣିକ ଚଳଚ୍ଚିତ୍ର’ ଓ ‘ଶ୍ରେଷ୍ଠ ଆଦିବାସୀ ଭାଷାର ଚଳଚ୍ଚିତ୍ର’ ପାଇଁ କୌଣସି ଆବେଦନ ଆସି ନ ଥିଲା। ବିଶେଷତଃ ୨୦୧୮ରେ ‘ଶ୍ରେଷ୍ଠ ଶିକ୍ଷାଭିତ୍ତିକ ଶିଶୁ ଚଳଚ୍ଚିତ୍ର’ ବିଭାଗରେ କୌଣସି ଆବେଦନ ହୋଇ ନ ଥିବାରୁ ଏହି ବିଭାଗରେ ପୁରସ୍କାର ଦିଆଯିବନାହିଁ। ଏଭଳି ଚଳଚ୍ଚିତ୍ର ନିର୍ମାଣ କରି କ୍ଷତି ସହୁଥିବାରୁ ପ୍ରଯୋଜକମାନେ ଏଥିପ୍ରତି ଆଗ୍ରହ ଦେଖାଉ ନ ଥିବାବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉନାହିଁ, ଯେଉଁଥିପାଇଁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଇଛି।
ଧାରାବାହିକରେ ବି ନକଲ ଟ୍ରେଣ୍ଡ୍‌
କେବଳ ଚଳଚ୍ଚିତ୍ର ନୁହେଁ, ଓଡ଼ିଆ ଧାରାବାହିକରେ ମଧ୍ୟ ଆଜିକାଲି ନକଲ ଟ୍ରେଣ୍ଡ୍‌ ବହୁଳଭାବେ ଦେଖିବାକୁ ମିଳୁଛି। ହିନ୍ଦୀ ଧାରାବାହିକରୁ ଅଧିକ ନକଲ କରାଯାଉଥିବାବେଳେ ମୌଳିକଧର୍ମୀ ଓଡ଼ିଆ ଘରର କାହାଣୀ ଆଉ ଦେଖିବାକୁ ମିଳୁନି। ଏପରି କି ରୋଷେଇ ଘରେ ଭାରି ଚିକ୍‌ମିକ୍‌ ଶାଢ଼ି ଓ ଗହଣା ପିନ୍ଧି ଲୋକ କାମ କରୁଛନ୍ତି, ଯାହାକି ଆଦୌ ବାସ୍ତବ ନୁହେଁ। କେବଳ ଏତିକି ନୁହେଁ, ଧାରାବାହିକ ନାମରେ ମଧ୍ୟ ହିନ୍ଦୀ ଓ ଇଂଲିଶ ଶବ୍ଦ ବ୍ୟବହାର କରାଯାଉଛି ବୋଲି ସ୍ବୀକାର କରିଛନ୍ତି ରାଜ୍ୟ ଟେଲି ପୁରସ୍କାର ଜୁରି କମିଟି ସଦସ୍ୟ। କମିଟି ଅଧ୍ୟକ୍ଷ ଶୈଳେଶ୍ୱର ନନ୍ଦ ଏନେଇ କହିଛନ୍ତି, ଚଳିତବର୍ଷ ପ୍ରଥମଥର ପାଇଁ ସମସ୍ତ ୨୦ ବିଭାଗରେ ପୁରସ୍କାର ଦିଆଯାଇଛି। ଟେଲି ଫିଲ୍ମଗୁଡ଼ିକ ଉଚ୍ଚକୋଟୀର ହୋଇଥିବାବେଳେ ଧାରାବାହିକରେ ନକଲ ଧାରା ଦେଖିବାକୁ ମିଳୁଛି। ତେବେ ଯେଉଁଥିରେ ଓଡ଼ିଶା ସଂସ୍କୃତି, ଆମ ସାମାଜିକ ଚାଲିଚଳଣି ଓ ରୀତିନୀତିକୁ ଦର୍ଶାଯାଇଛି, ତାହାକୁ ଆମେ ଅଗ୍ରାଧିକାର ଦେଇଛୁ ବୋଲି ନନ୍ଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri